ଅସହାୟ ଅବସ୍ଥାରେ ମା’,ପୁଅ: ବିଛଣାରେ ବିତିଲାଣି ୨୦ ଦିନ

ବନ୍ତଳା,୫।୧(ଡି.ଏନ.ଏ.) – ପୁଅ ମାନସିକ ରୋଗୀ। ୫୦ ବର୍ଷ ହେଲା ପୁଅର ସେବା କରୁଥିବା ମା’ ବି ଏବେ ଶଯ୍ୟାଶାୟୀ। ଶରୀରର ଗୋଟିଏ ପାର୍ଶ୍ୱ ଅଚଳ ହୋଇଯାଇଥିବାରୁ ୨୦ ଦିନ ହେଲା ସେ ବିଛଣାରୁ ଉଠିପାରୁନାହାନ୍ତି। ସେବା କରିବାକୁ କେହି ସମ୍ପର୍କୀୟ ନ ଥିବାରୁ ଅତ୍ୟନ୍ତ ଅସହାୟ ଅବସ୍ଥାରେ ଭୋକ ଉପାସରେ ଦୁହେଁ ଘର ମଧ୍ୟରେ ପଡ଼ି ରହିଛନ୍ତି। ଶୀଘ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ମା’ ଓ ପୁଅଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।
ଅତ୍ୟନ୍ତ ଅସହାୟ ହୋଇପଡ଼ିଥିବା ଏହି ମା’ ଓ ପୁଅ ହେଲେ ଅନୁଗୋଳ ଜିଲା ବନ୍ତଳା ଥାନା ନନ୍ଦପୁର ପଞ୍ଚାୟତ ମାଧପୁର ଗ୍ରାମର ପାତି ନାଏକ(୭୦) ଏବଂ ପ୍ରମୋଦ ନାଏକ(୫୦)। ସ୍ବାମୀ ପ୍ରଭାସିଆ ନାଏକ ଛାଡ଼ି ଚାଲିଯିବା ପରେ ୩୦ ବର୍ଷ ହେଲା ମାନସିକ ରୋଗୀ ପୁଅ ପ୍ରମୋଦଙ୍କୁ ନେଇ ପାତି କଷ୍ଟେମଷ୍ଟେ ଚଳି ଆସୁଥିଲେ। ସରକାରଙ୍କ ପକ୍ଷରୁ ପାତିଙ୍କୁ ବିଧବା ଭତ୍ତା ବାବଦକୁ ୫ ଶହ ଟଙ୍କା ଓ ପ୍ରମୋଦଙ୍କୁ ୭ ଶହ ଟଙ୍କାର ଦିବ୍ୟାଙ୍ଗ ଭତ୍ତା ସହ ମାସକୁ ୧୦ କିଲୋଗ୍ରାମ ଚାଉଳ ମିଳୁଛି। କିନ୍ତୁ ରହିବା ପାଇଁ ସେମାନଙ୍କର ଘରଟିଏ ନାହିଁ କି ସେବା କରିବାକୁ କେହି ସମ୍ପର୍କୀୟ ମଧ୍ୟ ନାହାନ୍ତି। ସାନ ଦିଅରଙ୍କ ମୃତ୍ୟୁ ପରେ ଉଭୟ ମା’ ଓ ପୁଅ ତାଙ୍କ ଘରେ ମୁଣ୍ଡ ଗୁଞ୍ଜିଛନ୍ତି। ୨୦ ଦିନ ତଳେ ନାଳକୁ ଗାଧୋଇବା ପାଇଁ ଯାଇଥିବା ବୃଦ୍ଧା ପାତି ସେଠାରେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ନିକଟରେ ଥିବା ଲୋକମାନେ ତାଙ୍କୁ ଉଦ୍ଧାର କରି ଘରେ ଶୁଆଇ ଦେବା ପରଠାରୁ ସେ ଆଉ ବିଛଣାରୁ ଉଠିପାରୁନାହାନ୍ତି। ଉଚ୍ଚ ରକ୍ତଚାପ ଯୋଗୁ ତାଙ୍କର ଗୋଟିଏ ପାର୍ଶ୍ୱ ଅଙ୍ଗ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ପଡ଼ୋଶୀ ଦମୟନ୍ତୀ ନାଏକ କିଛି ଖାଇବାକୁ ଦେଲେ ସେମାନଙ୍କ ପେଟରେ ଦାନା ପଡ଼ୁଛି ନ ହେଲେ ଉପାସରେ ରହିବାକୁ ପଡ଼ୁଛି। ତୁରନ୍ତ ପ୍ରଶାସନ ପକ୍ଷରୁ ଉଭୟ ମା’ ଓ ପୁଅଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେକିଂ ପାଇଁ ଯାଇ ମାଲ୍ୟଗିରି ପାହାଡ଼ରେ ଫସିଯାଇଥିଲେ ୩ ଯୁବକ, ୨୫ ଫୁଟ ଘାଇରୁ….

ପାଳଲହଡା,୯ା୭(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡା ମାଲ୍ୟଗିରି ପାହାଡକୁ ଟ୍ରେକିଂ କରିବାକୁ ଯାଇ ଫସି ରହିଥିବା ୩ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri