ଅସରାଏ ବର୍ଷାରେ ସହରାଞ୍ଚଳ ରାସ୍ତାରେ ବନ୍ୟା

କଟକ ରୋଡ,୧୯।୭(ଡି.ଏନ୍‌.ଏ.) :ରାଜଧାନୀରେ ଅସରାଏ ବର୍ଷାରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହେଉଛି। ସ୍ମାର୍ଟ ସିଟି ଘୋଷଣା ହେବା ସତ୍ତ୍ୱେ କେତେକ ସ୍ଥାନରେ ସୃଷ୍ଟି ହେଉଥିବା ଏଭଳି ପରିସ୍ଥିତି ନିୟନ୍ତ୍ରଣ ହୋଇପାରୁନି। ସହରର ପ୍ରମୁଖ ରାସ୍ତା ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଭୁବନେଶ୍ୱର ମହାନଗର ନିଗମ (ବିଏମସି), ପୂର୍ତ୍ତ ଓ ଜାତୀୟ ରାଜପଥ ବିଭାଗ ଅଧୀନରେ ଥିଲେ ମଧ୍ୟ ଏହି ୩ ବିଭାଗ ଅଧିକାରୀ ସବୁ ଜାଣି ନୀରବ ରହୁଛନ୍ତି। ଏଭଳି ଘଟଣାକ୍ରମେ କଳ୍ପନା ଛକଠାରୁ ରସୁଲଗଡ଼ ରାସ୍ତା ଅବସ୍ଥା ବର୍ଷା ପରେ ସଙ୍ଗିନ ହେଉଛି। ସ୍ଥାନୀୟ ଲକ୍ଷ୍ମୀସାଗର ଛକ, ବମିଖାଲ, ରସୁଲଗଡ଼ ହାଟ ନିକଟରେ ବର୍ଷା ପାଣି ଜମି ରହୁଛି। ପ୍ରାୟ ୧୧ବର୍ଷ ପୂର୍ବେ ଏହିି ରାସ୍ତା ଦାୟିତ୍ୱ ଜାତୀୟ ରାଜପଥ ବିଭାଗ ହାତରେ ନ୍ୟସ୍ତ ଥିଲା। ଉକ୍ତ ସମୟରେ ପ୍ରାୟ ୫କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ ସମ୍ପ୍ରସାରଣ ସହ ରାସ୍ତା ମଧ୍ୟ ଚଉଡ଼ା କରାଯାଇଥିଲା। ଏତେ ଅର୍ଥ ବ୍ୟୟ ପରେ ଉକ୍ତ ସ୍ଥାନଗୁଡ଼ିକରେ କୌଣସି ପରିବର୍ତ୍ତନ ଘଟିନାହିଁ। ଅସରାଏ ବର୍ଷାରେ ଲକ୍ଷ୍ମୀସାଗର ଟ୍ରାଫିକ ଛକରେ ବର୍ଷା ପାଣି ସାଙ୍ଗକୁ ଡ୍ରେନ ପାଣି ମିଶି ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଛି। ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରୁନି। ଅନ୍ୟପକ୍ଷରେ ଉକ୍ତ ପ୍ରାୟ ୫କିଲୋମିଟର ରାସ୍ତାର ଦାୟିତ୍ୱ ରାଜପଥ ବିଭାଗ ଠାରୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି। ସହରାଞ୍ଚଳ ରାସ୍ତା ଭାବେ ଏହାକୁ ନାମିତ କରାଯାଇଥିବା ବେଳେ ଏହି ରାସ୍ତା ତଦାରଖ ଦାୟିତ୍ୱ ପୂର୍ତ୍ତ ବିଭାଗ ୩ ନିର୍ବାହୀ ଯନ୍ତ୍ରୀଙ୍କ ହାତରେ ରହିଛି। ରାସ୍ତାର କେତେକ ସ୍ଥାନରେ କେବୁଲ ବିଛାଯିବା ପରେ ଖୋଳାଯାଇଥିବା ରାସ୍ତା ମରାମତି ନ ହେବା ଫଳରେ ବର୍ଷା ପରେ ଲୋକେ ଉକ୍ତ ଖାଲରେ ପଡ଼ି ଦୁର୍ଘଟଣାର ଶିକାର ହେବା ନିତିଦିନିଆ ଘଟଣା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସୁଗମନାଗମନ ପାଇଁ ବହୁ ଅର୍ଥ ରାସ୍ତା ମରାମତିରେ ଖର୍ଚ୍ଚ ହେଉଥିଲେ ମଧ୍ୟ ବର୍ଷା ପରେ ଏକ ପ୍ରମୁଖ ରାସ୍ତାରେ ପାଣି ଜମି ଲୋକଙ୍କୁ ଅସୁବିଧା ସୃଷ୍ଟି ହେବା ସହ ଟ୍ରାଫିକ ସମସ୍ୟା ମଧ୍ୟ ଗୁରୁତର ହେଉଛି। ଘଟଣା ସମ୍ପର୍କରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ-୧ ସୂର୍ଯ୍ୟନାରାୟଣ ମିଶ୍ର କୁହନ୍ତି, ଲକ୍ଷ୍ମୀସାଗର ଛକରେ ପାଣି ଜମିବା ନେଇ ଖବରପାଇବା ପରେ ବୁଧବାର ଉକ୍ତ ସ୍ଥାନ ଅନୁଧ୍ୟାନ କରିଛି। ଛକ ନିକଟରେ ଥିବା ଡ୍ରେନ ନଂ-୫ ସଙ୍କୁଚିତ ହେବା ସହ ଛକ ଉପରେ ରାସ୍ତା ସମତୁଲ ନ ଥିବା ହେତୁ ପାଣି ଜମୁଛି। ଏନେଇ ସହକାରୀ ଯନ୍ତ୍ରୀଙ୍କୁ କିଭଳି ଏଠାରେ ପାଣି ନ ଜମିବ ସେ ନେଇ କାମ ଆରମ୍ଭ କରିବା ପାଇଁ କହିଛି। ଅନ୍ୟପକ୍ଷରେ ନିର୍ମାଣ ହୋଇଥିବା ମେଡିଆନରେ କେତୋଟି ହୋଲ କରାଗଲେ ଜଳ ନିଷ୍କାସନ ଅସୁବିଧା ହେବ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ କାମନା କଲେ ଦେବେଶ ଆଚାର୍ଯ୍ୟ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ତୃତୀୟଥର ପାଇଁ ଦେବେଶ ଆଚାର୍ଯ୍ୟଙ୍କ ନାମ...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ସଡ଼କ ଦୁର୍ଘଟଣା ହ୍ରାସ କରିବ ଆଇଇଏମ୍‌ଏସ୍‌

ଭୁବନେଶ୍ୱର,୨୯ା୩(ଅନିଲ ଦାସ):ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ ରହିଛି। ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ନୂତନ ନିର୍ମାଣାଧୀନ ରାସ୍ତା, ଏନ୍‌ଏଚ୍‌ ସମେତ ପୂର୍ତ୍ତ...

ପୋଲିସ କବ୍‌ଜାରେ ୫ ଜଣିଆ ଡକାୟତି ଗ୍ୟାଙ୍ଗ

ଭୁବନେଶ୍ୱର (ସତ୍ୟଜିତ୍‌ ରାଉତ)/ଜଟଣୀ(ରବୀନ୍ଦ୍ରନାଥ ମହାକୁଡ଼),୨୯।୩:କମିଶନରେଟ୍‌ ପୋଲିସ ହାତରେ ଧରାପଡିଛନ୍ତି ୫ ଜଣିଆ ଡକାୟତି ଗ୍ୟାଙ୍ଗ। ବୁଧବାର ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ଜଟଣୀ ପୋଲିସ...

ପାଣି ନାହିଁ, ମାଠିଆ ମେଲା

ଭୁବନେଶ୍ୱର,୨୯।୩ (ବନ୍ଦନା ସେଠୀ): ରାଜ୍ୟରେ ଏବେ ପାରଦ ଉପରମୁହାଁ ରହିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଧୀରେ ଧୀରେ ତାତି ଅସମ୍ଭାଳ ହେଉଛି। ଟାଇଁ ଟାଇଁ ଖରାକୁ ଗରମ...

ସୌମ୍ୟଙ୍କ ବାସଭବନରେ ପ୍ରଣବ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୨୯।୩ (ଅନିଲ ଦାସ):୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ବାତାବରଣ ସେତିକି ଉଷ୍ମ ହେବାରେ ଲାଗିଛି। ଦଳ ବଦଳଠାରୁ ଆରମ୍ଭ କରି ପାର୍ଟି ଭିତରେ...

୧ ଲୋକ ସଭା, ୪ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ଏସ୍‌ୟୁସିଆଇ

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ):ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ପାର୍ଟିର କେନ୍ଦ୍ରୀୟ କମିଟି ନିଷ୍ପତ୍ତିକ୍ରମେ ଆସନ୍ତା ନିର୍ବାଚନରେ କଟକ ଲୋକ ସଭା ଆସନରୁ ରାଜକିଶୋର ମଲ୍ଲିକ, କଟକ ସଦର ବିଧାନସଭା ଆସନରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri