ଅସମୟରେ ଲାଭ

କରୋନା ଭାଇରସ୍‌ ବିଶ୍ୱର ୧୯୩ ଦେଶରେ କାୟା ବିସ୍ତାର କରି ଲୋକଙ୍କ ଜୀବନକୁ ବିପନ୍ନ କରିଦେଇଛି। ଭାରତରେ ଏହା କେଉଁ ଷ୍ଟେଜ୍‌ରେ ଅଛି ତାହା ଅଦ୍ୟାବଧି ସ୍ପଷ୍ଟ ହୋଇପାରିନାହିଁ। ସରକାର କହୁଛି ଷ୍ଟେଜ୍‌ ୨ରେ ଦେଶ ଅଛି ବୋଲି, କିନ୍ତୁ ବାସ୍ତବ ପରିସ୍ଥିତି ଓ ସଂକ୍ରମଣର ସ୍ତରକୁ ଦେଖିଲେ ଏହା ଆଭ୍ୟନ୍ତରୀଣ ସଂକ୍ରମଣ ହେବାରେ ଲାଗିଲାଣି; ଯାହାକି ଷ୍ଟେଜ୍‌ ୩ ହୋଇପାରେ। ୨୩ ମାର୍ଚ୍ଚ ସୁଦ୍ଧା ଏହି ଭୂତାଣୁ ଯୋଗୁ ଭାରତରେ ୪୧୫ ଜଣ ସଂକ୍ରମିତ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ପ୍ରଥମ ମୃତ୍ୟୁକୁ ମିଶାଇଲେ ଏହା ୮ ଜଣ ଲୋକଙ୍କ ଜୀବନ ନେଲାଣି। କୁହାଯାଉଛି, ଆସନ୍ତା ୩୧ ତାରିଖ ମଧ୍ୟରେ ଏହାକୁ ନିୟନ୍ତ୍ରଣ କରାଯାଇ ନ ପାରିଲେ ଭୂତାଣୁ ସଂକ୍ରମଣ ବ୍ୟାପକ ରୂପ ଧାରଣ କରିପାରେ। ସେଥିପାଇଁ ଭାରତର ଅନେକ ଅଞ୍ଚଳରେ ଲୋକଙ୍କ ଯାତାୟାତ ଉପରେ କଟକଣା ଲଗାଇ ଦିଆଯାଇଛି। ଭୂତାଣୁକୁ ପ୍ରତିରୋଧ କରିବା ସକାଶେ ଲକ୍‌ଡାଉନ୍‌ କରାଯାଇଥିବାରୁ ଏହାର ଫାଇଦା ବ୍ୟବସାୟୀମାନେ ନେବାକୁ ଚେଷ୍ଟା କଲେଣି। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ କେତେକ ଦୋକାନ ଖୋଲାଯାଇଥିବାରୁ ସେଠାରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଲାଣି। ଦ୍ରବ୍ୟର ଯୋଗାଣ କେତେକ ଅଞ୍ଚଳରେ କମିଯାଇଥିବାରୁ ବ୍ୟବସାୟୀମାନେ କୃତ୍ରିମ ଅଭାବ ସୃଷ୍ଟି କରି ଦରଦାମ ବଢ଼ାଇବାରେ ଲାଗିଲେଣି। ଲକ୍‌ଡାଉନ୍‌ ଆରମ୍ଭ ବେଳୁ ଯଦି ଏଭଳି ପରିସ୍ଥିତି ଉପୁଜିଲାଣି ଆଗକୁ ଏହା ଭୟାବହ ହେବାର ଯଥେଷ୍ଟ ଆଶଙ୍କା ରହିଛି। ପୁଣି ଯେଉଁମାନେ ଦୋକାନକୁ ଯାଉଛନ୍ତି ସେମାନେ ଆବଶ୍ୟକତାଠାରୁ ଅଧିକ ସାମଗ୍ରୀ କିଣାକିଣି କରି ନେଉଥିବାର ପରିଲକ୍ଷିତ ହେଉଛି, ଯେଉଁଥିରେ ଅଭାବ ଅଧିକ ହୋଇପାରେ। ଏପରିି ସ୍ଥଳେ ପ୍ରଶାସନ ଲୋକଙ୍କୁ ଅଟକାଇବା ପାଇଁ ଛକ ଜାଗାଗୁଡ଼ିକରେ କେବଳ ପୋଲିସକୁ ମୁତୟନ କରି କାମ ସାରିଦେଲେ ହେବ ନାହିଁ। ଜନସାଧାରଣ କିଭଳି ସହଜରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରିବେ, ସେଥିସକାଶେ ପଦକ୍ଷେପ ନେବା ଜରୁରୀ। ଦରକାର ପଡ଼ିଲେ କଳାବଜାରକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇପାରନ୍ତା, କିନ୍ତୁ ତାହା ଘଟୁ ନାହିଁ। ଅବଶ୍ୟ ଏହା ସ୍ବୀକାର କରିବାକୁ ହେବ ଯେ, ଜନସାଧାରଣଙ୍କ ବିପଦ ସମୟରେ କଳାବଜାର କରୁଥିବା ବ୍ୟକ୍ତିଙ୍କ ଚରିତ୍ର ଅଧିକ କଠୋର ହୋଇଥାଏ। ଅସୁବିଧାରୁ ଅସ୍ବାଭାବିକ ଲାଭ ଉଠାଇବା ଏମାନଙ୍କ ପ୍ରାଥମିକ ଲକ୍ଷ୍ୟ ହୋଇଥାଏ।
ଯୁଦ୍ଧ ବା ମହାମାରୀ ଭଳି ବିପଦ ମଣିଷ ସମାଜକୁ ଆକ୍ରାନ୍ତ କଲେ ସମସ୍ତେ ପ୍ରତ୍ୟେକ ସ୍ତରରେ ଏକଜୁଟ ହୋଇ ଏହାର ମୁକାବିଲା କରିବା କଥା। କିନ୍ତୁ ବୁଝି ହୁଏନାହିଁ ଜୀବନ ଚାଲିଯାଉଥିବା ବେଳେ ଲୋକେ ଲୋଭକୁ କାହିଁକି ଛାଡ଼ିପାରନ୍ତି ନାହିଁ। ଗୋଟିଏ ପଟେ ସ୍ବାର୍ଥ ସାଧନ ପାଇଁ କେତେକ ଅସାଧୁ ବ୍ୟବସାୟୀ ବେଆଇନ କାର୍ଯ୍ୟ କରୁଥିବା ବେଳେ ତାହାକୁ କିଛି ଅସାଧୁ ସରକାରୀ ଅଧିକାରୀ ସମର୍ଥନ କରିଥାଆନ୍ତି। ଏହା ଏକ ଗତାନୁଗତିକ ଧାରା ଭାବେ କେବେଠାରୁ ରହିଆସିଛି। ଏହି ଅବାଞ୍ଛିତ ଚେନ୍‌ ବା ଶୃଙ୍ଖଳକୁ ଖୁବ୍‌ଶୀଘ୍ର ଭଙ୍ଗା ନ ଗଲେ ଜନସାଧାରଣ ଘୋର ଅସୁବିଧାର ସମ୍ମୁଖୀନ ହେବେ। ଓଡ଼ିଆରେ ଢଗ ଅଛି ‘ବେଡ଼ି ଉପରେ କୋରଡ଼ା ମାଡ଼’। କରୋନା ଭାଇରସ୍‌ ଲୋକଙ୍କ ଜୀବନକୁ ଦୁର୍ବିଷହ କରିଦେଉଥିବା ବେଳେ ଯଦି ବଞ୍ଚିବା ପାଇଁ ସେମାନଙ୍କୁ ସର୍ବନିମ୍ନ ଆବଶ୍ୟକତା ମିଳିବ ନାହିଁ, ତାହା ହେଲେ ଭୟ ଓ ଆଶଙ୍କାରେ ଅନେକେ ମରିଯିବେ। ଏଭଳି ସ୍ଥଳେ ସରକାରୀ ବ୍ୟବସ୍ଥା, ବ୍ୟବସାୟିକ ଗୋଷ୍ଠୀ ଓ ଜନସାଧାରଣ ମିଳିତ ଭାବେ ପ୍ରୟାସ କଲେ ସର୍ବସମ୍ମୁଖରେ ଉଭା ହୋଇଥିବା ବିପଜ୍ଜନକ ସ୍ଥିତିକୁ ଏଡ଼ାଇ ଦିଆଯାଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri