ଅସମୟରେ ଲାଭ

କରୋନା ଭାଇରସ୍‌ ବିଶ୍ୱର ୧୯୩ ଦେଶରେ କାୟା ବିସ୍ତାର କରି ଲୋକଙ୍କ ଜୀବନକୁ ବିପନ୍ନ କରିଦେଇଛି। ଭାରତରେ ଏହା କେଉଁ ଷ୍ଟେଜ୍‌ରେ ଅଛି ତାହା ଅଦ୍ୟାବଧି ସ୍ପଷ୍ଟ ହୋଇପାରିନାହିଁ। ସରକାର କହୁଛି ଷ୍ଟେଜ୍‌ ୨ରେ ଦେଶ ଅଛି ବୋଲି, କିନ୍ତୁ ବାସ୍ତବ ପରିସ୍ଥିତି ଓ ସଂକ୍ରମଣର ସ୍ତରକୁ ଦେଖିଲେ ଏହା ଆଭ୍ୟନ୍ତରୀଣ ସଂକ୍ରମଣ ହେବାରେ ଲାଗିଲାଣି; ଯାହାକି ଷ୍ଟେଜ୍‌ ୩ ହୋଇପାରେ। ୨୩ ମାର୍ଚ୍ଚ ସୁଦ୍ଧା ଏହି ଭୂତାଣୁ ଯୋଗୁ ଭାରତରେ ୪୧୫ ଜଣ ସଂକ୍ରମିତ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ପ୍ରଥମ ମୃତ୍ୟୁକୁ ମିଶାଇଲେ ଏହା ୮ ଜଣ ଲୋକଙ୍କ ଜୀବନ ନେଲାଣି। କୁହାଯାଉଛି, ଆସନ୍ତା ୩୧ ତାରିଖ ମଧ୍ୟରେ ଏହାକୁ ନିୟନ୍ତ୍ରଣ କରାଯାଇ ନ ପାରିଲେ ଭୂତାଣୁ ସଂକ୍ରମଣ ବ୍ୟାପକ ରୂପ ଧାରଣ କରିପାରେ। ସେଥିପାଇଁ ଭାରତର ଅନେକ ଅଞ୍ଚଳରେ ଲୋକଙ୍କ ଯାତାୟାତ ଉପରେ କଟକଣା ଲଗାଇ ଦିଆଯାଇଛି। ଭୂତାଣୁକୁ ପ୍ରତିରୋଧ କରିବା ସକାଶେ ଲକ୍‌ଡାଉନ୍‌ କରାଯାଇଥିବାରୁ ଏହାର ଫାଇଦା ବ୍ୟବସାୟୀମାନେ ନେବାକୁ ଚେଷ୍ଟା କଲେଣି। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ କେତେକ ଦୋକାନ ଖୋଲାଯାଇଥିବାରୁ ସେଠାରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଲାଣି। ଦ୍ରବ୍ୟର ଯୋଗାଣ କେତେକ ଅଞ୍ଚଳରେ କମିଯାଇଥିବାରୁ ବ୍ୟବସାୟୀମାନେ କୃତ୍ରିମ ଅଭାବ ସୃଷ୍ଟି କରି ଦରଦାମ ବଢ଼ାଇବାରେ ଲାଗିଲେଣି। ଲକ୍‌ଡାଉନ୍‌ ଆରମ୍ଭ ବେଳୁ ଯଦି ଏଭଳି ପରିସ୍ଥିତି ଉପୁଜିଲାଣି ଆଗକୁ ଏହା ଭୟାବହ ହେବାର ଯଥେଷ୍ଟ ଆଶଙ୍କା ରହିଛି। ପୁଣି ଯେଉଁମାନେ ଦୋକାନକୁ ଯାଉଛନ୍ତି ସେମାନେ ଆବଶ୍ୟକତାଠାରୁ ଅଧିକ ସାମଗ୍ରୀ କିଣାକିଣି କରି ନେଉଥିବାର ପରିଲକ୍ଷିତ ହେଉଛି, ଯେଉଁଥିରେ ଅଭାବ ଅଧିକ ହୋଇପାରେ। ଏପରିି ସ୍ଥଳେ ପ୍ରଶାସନ ଲୋକଙ୍କୁ ଅଟକାଇବା ପାଇଁ ଛକ ଜାଗାଗୁଡ଼ିକରେ କେବଳ ପୋଲିସକୁ ମୁତୟନ କରି କାମ ସାରିଦେଲେ ହେବ ନାହିଁ। ଜନସାଧାରଣ କିଭଳି ସହଜରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରିବେ, ସେଥିସକାଶେ ପଦକ୍ଷେପ ନେବା ଜରୁରୀ। ଦରକାର ପଡ଼ିଲେ କଳାବଜାରକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇପାରନ୍ତା, କିନ୍ତୁ ତାହା ଘଟୁ ନାହିଁ। ଅବଶ୍ୟ ଏହା ସ୍ବୀକାର କରିବାକୁ ହେବ ଯେ, ଜନସାଧାରଣଙ୍କ ବିପଦ ସମୟରେ କଳାବଜାର କରୁଥିବା ବ୍ୟକ୍ତିଙ୍କ ଚରିତ୍ର ଅଧିକ କଠୋର ହୋଇଥାଏ। ଅସୁବିଧାରୁ ଅସ୍ବାଭାବିକ ଲାଭ ଉଠାଇବା ଏମାନଙ୍କ ପ୍ରାଥମିକ ଲକ୍ଷ୍ୟ ହୋଇଥାଏ।
ଯୁଦ୍ଧ ବା ମହାମାରୀ ଭଳି ବିପଦ ମଣିଷ ସମାଜକୁ ଆକ୍ରାନ୍ତ କଲେ ସମସ୍ତେ ପ୍ରତ୍ୟେକ ସ୍ତରରେ ଏକଜୁଟ ହୋଇ ଏହାର ମୁକାବିଲା କରିବା କଥା। କିନ୍ତୁ ବୁଝି ହୁଏନାହିଁ ଜୀବନ ଚାଲିଯାଉଥିବା ବେଳେ ଲୋକେ ଲୋଭକୁ କାହିଁକି ଛାଡ଼ିପାରନ୍ତି ନାହିଁ। ଗୋଟିଏ ପଟେ ସ୍ବାର୍ଥ ସାଧନ ପାଇଁ କେତେକ ଅସାଧୁ ବ୍ୟବସାୟୀ ବେଆଇନ କାର୍ଯ୍ୟ କରୁଥିବା ବେଳେ ତାହାକୁ କିଛି ଅସାଧୁ ସରକାରୀ ଅଧିକାରୀ ସମର୍ଥନ କରିଥାଆନ୍ତି। ଏହା ଏକ ଗତାନୁଗତିକ ଧାରା ଭାବେ କେବେଠାରୁ ରହିଆସିଛି। ଏହି ଅବାଞ୍ଛିତ ଚେନ୍‌ ବା ଶୃଙ୍ଖଳକୁ ଖୁବ୍‌ଶୀଘ୍ର ଭଙ୍ଗା ନ ଗଲେ ଜନସାଧାରଣ ଘୋର ଅସୁବିଧାର ସମ୍ମୁଖୀନ ହେବେ। ଓଡ଼ିଆରେ ଢଗ ଅଛି ‘ବେଡ଼ି ଉପରେ କୋରଡ଼ା ମାଡ଼’। କରୋନା ଭାଇରସ୍‌ ଲୋକଙ୍କ ଜୀବନକୁ ଦୁର୍ବିଷହ କରିଦେଉଥିବା ବେଳେ ଯଦି ବଞ୍ଚିବା ପାଇଁ ସେମାନଙ୍କୁ ସର୍ବନିମ୍ନ ଆବଶ୍ୟକତା ମିଳିବ ନାହିଁ, ତାହା ହେଲେ ଭୟ ଓ ଆଶଙ୍କାରେ ଅନେକେ ମରିଯିବେ। ଏଭଳି ସ୍ଥଳେ ସରକାରୀ ବ୍ୟବସ୍ଥା, ବ୍ୟବସାୟିକ ଗୋଷ୍ଠୀ ଓ ଜନସାଧାରଣ ମିଳିତ ଭାବେ ପ୍ରୟାସ କଲେ ସର୍ବସମ୍ମୁଖରେ ଉଭା ହୋଇଥିବା ବିପଜ୍ଜନକ ସ୍ଥିତିକୁ ଏଡ଼ାଇ ଦିଆଯାଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

ମାର୍ବଲ୍ ମନ୍ଦିରର ଉତ୍ଥାନ

ମାର୍ୱଲ ମନ୍ଦିରଗୁଡ଼ିକୁ ଦେଖିଲେ ପ୍ରଥମେ ଏହା ଚାରିପାଖର ପରିବେଶ ନଜରକୁ ଆସେ। ଭିକ୍ଟୋରିଆନ୍‌ ଶୈଳୀର ଲନ୍‌, ମୋଗଲ ଆମୋଦପ୍ରମୋଦ ବଗିଚାର ଭ୍ରମ ସୃଷ୍ଟି କରୁଥିବା ଝରଣା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?