Posted inଖେଳ

ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ହକି ଭାରତୀୟ ମହିଳା, ପୁରୁଷ ଦଳ ଚାମ୍ପିୟନ

ଟୋକିଓ(ଜାପାନ), ୨୨।୮-  ଏଠାରେ ଅନୁଷ୍ଠିତ ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ହକି ଟୁର୍ନାମେଣ୍ଟରେ ଭାରତର ଉଭୟ ମହିଳା ଓ ପୁରୁଷ ଦଳ ଚାମ୍ପିୟନ ହୋଇଛି। ବୁଧବାର ଅନୁଷ୍ଠିତ ଫାଇନାଲରେ ମହିଳା ଦଳ ଜାପାନକୁ ୨-୧ ଗୋଲରେ ହରାଇଥିବାବେଳେ ପୁରୁଷ ଦଳ ନ୍ୟୁଜିଲାଣ୍ଡକୁ ୫-୦ ଗୋଲରେ ପରାସ୍ତ କରିଛି।

ମହିଳା: ଭାରତ ୨, ଜାପାନ୧
ଭାରତ-ଜାପାନ ମ୍ୟାଚ ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମ କ୍ୱାର୍ଟରରୁ ହିଁ ଉଭୟ ଦଳ ଆକ୍ରମଣାତ୍ମକ ଖେଳି ଅଗ୍ରଣୀ ନେବାକୁ ଉଦ୍ୟମ କରିଥିଲେ। ପ୍ରଥମ ୧୦ ମିନିଟରେ ପ୍ରଭାବ ବିସ୍ତାର କରି ଖେଳିଥିବା ଭାରତ ୧୧ତମ ମିନିଟରେ ନଭଜୋତ କୌର ଏକ ଫିଲ୍ଡ ଗୋଲ ମାଧ୍ୟମରେ ଅଗ୍ରଣୀ ନେଇଥିଲା। ମାତ୍ର ଦଳର ଏହି ଖୁସି ବେଶି ସମୟ ରହି ନ ଥିଲା। ଏହାର ୧ ମିନିଟ ପରେ ଅଥାତ୍‌ ୧୧ତମ ମିନିଟରେ ମିନାମି ଶିମିଜୁ ଏକ ଗୋଲ ଦେଇ ମ୍ୟାଚକୁ ୧-୧ ସ୍ଥିତିକୁ ନେଇ ଆସିଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଭିନ୍ନ ରଣନୀତିରେ ଉଭୟ ଦଳ ରକ୍ଷଣାତ୍ମକ ବିଭାଗକୁ ଦୃଢ଼ କରି ଖେଳିଥିଲେ ଏବଂ ସତର୍କତାର ସହ ପ୍ରତିପକ୍ଷ ଗୋଲ୍‌ପୋଷ୍ଟ ଉପରେ ଆକ୍ରମଣ କରୁଥିଲେ। ବନ୍ଦନା କାଟରିଆ ଓ ନଭଜୋତ କେତେକ ସୁଯୋଗ ସୃଷ୍ଟି କରିଥିଲେ ହେଁ ତାହାକୁ ଗୋଲରେ ପରିଣତ କରିପାରି ନ ଥିଲେ। ଜାପାନ ମଧ୍ୟ ସୁଯୋଗ ହାତଛଡ଼ା କରିବାରୁ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଉଭୟ ଦଳ ବରାବର ସ୍ଥିତିରେ ଥିଲେ।

ଦ୍ୱିତୀୟାର୍ଦ୍ଧ ଆରମ୍ଭରେ ଭାରତ ପ୍ରଭାବୀ ପ୍ରଦର୍ଶନ କରିଥିଲା। ଫଳ ସ୍ବରୂପ ୩୩ତମ ମିନିଟରେ ଦଳ ଏକ ପେନାଲ୍ଟି କର୍ନର ହାସଲ କରିଥିଲା। ଭାରତୀୟ ଡ୍ରାଗ୍‌ଫ୍ଲିକର ଗୁରଜିତ କୌରଙ୍କ ଶଟ୍‌କୁ ଜାପାନ ଗୋଲକିପର ମିଗୁମି କାଗେୟାମା ଚମତ୍କାରଭାବେ ସେଭ୍‌ କରି ଦେଇଥିଲେ। ମାତ୍ର ତାଙ୍କ ନିକଟରୁ ଫେରି ଆସୁଥିବା ବଲ୍‌କୁ ନିକଟରେ ପାଇ ସୁଯୋଗ ହାତଛଡ଼ା କରି ନ ଥିଲେ ଲାଲରେମସିଆମି। ସେ ରିବାଉଣ୍ଡ ଶଟ୍‌ ମାଧ୍ୟମରେ ଗୋଲ ଦେଇ ଭାରତକୁ ୨-୧ରେ ଅଗ୍ରଣୀ କରାଇଥିଲେ। ଏହାପରେ ଭାରତୀୟ ଦଳ ଚମତ୍କାର ରିଦମରେ ଖେଳିଥିବାରୁ ଜାପାନ ଖେଳାଳିମାନେ ରକ୍ଷଣଭାଗ ଭେଦ କରି ଗୋଲ ପରିଶୋଧ କରିବାକୁ କଷ୍ଟର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ୪୨ତମ ମିନିଟରେ ଦଳ କ୍ରମାଗତ ୨ଟି ଏବଂ ୪୫ତମ ମିନିଟରେ ଆଉ ଏକ ପେନାଲ୍ଟି କର୍ନର ପାଇଥିଲେ ହେଁ ଭାରତୀୟ ଡିଫେଣ୍ଡରମାନେ ତାହାକୁ ସଫଳତାର ସହ ପ୍ରତିହତ କରିଥିଲେ। ଅନ୍ତିମ କ୍ୱାର୍ଟରରେ ମଧ୍ୟ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା ଜାପାନ। ମ୍ୟାଚ ଶେଷ ହେବାକୁ ଅଳ୍ପ ସମୟ ଥିବାବେଳେ ଜାପାନ ଲଗାତର ପେନାଲ୍ଟି କର୍ନର ପାଇଥିଲେ ହେଁ ଗୋଲକିପର ସବିତାଙ୍କ ଚମତ୍କାର ସେଭ୍‌ ଯୋଗୁ ଭାରତ ବିଜୟ ମୁକୁଟ ପିନ୍ଧିଥିଲା। ଚାପ ପରିସ୍ଥିତିରେ ଭାରତୀୟ ଡିଫେଣ୍ଡର ଓ ଗୋଲକିପର ଚମତ୍କାର ପ୍ରଦର୍ଶନ କରିଥିଲେ। ଅନ୍ୟ ଏକ ମ୍ୟାଚରେ ଚାଇନାକୁ ୩-୧ ଗୋଲରେ ହରାଇ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନ ଅଧିକାର କରିଛି।

ପୁରୁଷ: ଭାରତ ୫, ନ୍ୟୁଜିଲାଣ୍ଡ ୦
ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟର ଫାଇନାଲରେ ନ୍ୟୁଜିଲାଣ୍ଡକୁ ୫-୦ ଗୋଲରେ ହରାଇ ଲିଗ୍‌ ପରାଜୟର ମଧୁର ପ୍ରତିଶୋଧ ନେଇଛି ଭାରତ। ଲିଗ୍‌ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ ୨-୧ ଗୋଲରେ ଭାରତକୁ ପରାସ୍ତ କରିଥିଲା। ଟାଇଟଲ ପର୍ଯ୍ୟାୟରେ କିନ୍ତୁ ହରମନପ୍ରୀତ ସିଂଙ୍କ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ମ୍ୟାଚକୁ ଏକପାଖିଆ କରି ଦେଇଥିଲା। ଉଭୟ ଦଳ ସତର୍କତାର ସହ ଖେଳ ଆରମ୍ଭ କରିଥିଲେ। ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରଥମେ ପୋଷଣ କରିଥିଲା ଭାରତ। ଫଳରେ ୭ମ ମିନିଟରେ ଦଳକୁ ଏକ ପେନାଲ୍ଟି କର୍ନର ମିଳିଥିଲା। ଭାରତୀୟ ଦଳ ଅଧିନାୟକ ହରମନପ୍ରୀତ ଏହାକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲେ। ମାତ୍ର ନ୍ୟୁଜିଲାଣ୍ଡ ଖେଳାଳିଙ୍କ ତ୍ରୁଟି ଯୋଗୁ ଭାରତକୁ କ୍ରମାଗତ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିବାରେ କୌଣସି ଭୁଲ କରି ନ ଥିଲେ ହରମନପ୍ରୀତ। ପ୍ରଥମ କ୍ୱାର୍ଟର ଶେଷସୁଦ୍ଧା ଭାରତ ୧-୦ ଗୋଲରେ ଅଗ୍ରଣୀ ରହିଥିଲା।

ପ୍ରଥମ କ୍ୱାର୍ଟରରେ ମିଳିଥିବା ମୋମେଣ୍ଟମ୍‌କୁ ଭାରତ ଦ୍ୱିତୀୟ କ୍ୱାର୍ଟରରେ ହାତଛଡ଼ା କରି ନ ଥିଲା। ୧୮ତମ ମିନିଟରେ ପେନାଲ୍ଟି କର୍ନରରୁ ଭାରତ ପାଇଁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ ସମସେର ସିଂ। ଦ୍ୱିତୀୟ କ୍ୱାର୍ଟରରେ ନ୍ୟୁଜିଲାଣ୍ଡ ମାତ୍ର ୨ଥର ଭାରତୀୟ ସର୍କଲ ଭେଦ କରିବାରେ ସକ୍ଷମ ହୋଇଥିବାବେଳେ ଭାରତ ମୋଟ ୪ଟି ଗୋଲ ଦେଇଥିଲା। ୨୨ତମ ମିନିଟରେ ନୀଳକାନ୍ତ ଶର୍ମା, ୨୬ତମ ମିନିଟରେ ଗୁରସାହିବଜିତ ସିଂ ଓ ମନଦୀପ ସିଂ ୨୭ତମ ମିନିଟରେ ଗୋଲ ଦେଇଥିଲେ। ମନଦୀପ ସିଂ ୨୭ତମ ମିନିଟରେ ପୋଲ୍ଟି କର୍ନରରୁ ଗୋଲ ଦେବାରୁ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତର ଅଗ୍ରଣୀ ବ୍ୟବଧାନ ୫-୦ରେ ପହଞ୍ଚତ୍ ଯାଇଥିଲା। ତୃତୀୟ କ୍ୱାର୍ଟରରେ ଗୋଲ ପରିଶୋଧ ପାଇଁ ନ୍ୟୁଜିଲାଣ୍ଡ ଭରପୂର ଉଦ୍ୟମ କରିଥିଲେ ହେଁ ସଫଳ ହୋଇ ନ ଥିଲା। ୩୭ତମ ମିନିଟରେ ଦଳର ଖେଳାଳିମାନେ ମାରିଥିବା ଶଟ୍‌ ଭାରତୀୟ ଗୋଲପୋଷ୍ଟ ବାହାରେ ଚାଲି ଯାଇଥିଲା। ଏହାର ୧ ମିନିଟପରେ ଦଳ ପେନାଲ୍ଟି କର୍ନର ପାଇଥିଲେ ହେଁ ଭାରତର ଜରମନପ୍ରୀତ ସିଂ ଏହାକୁ ସେଭ୍‌ କରି ଦେଇଥିଲେ। ୪ର୍ଥ ତଥା ଶେଷ କ୍ୱାର୍ଟରରେ ଗୋଲ ବରଣ ନ କରିବା ଉପରେ ଭାରତ ଗୁରୁତ୍ୱ ଦେଇଥିଲା। ରକ୍ଷଣଭାଗକୁ ଦୃଢ଼ କରି ଦଳ ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ରୋକିବାରେ ସକ୍ଷମ ହୋଇଥିଲା। ଅନ୍ୟ ଏକ ମ୍ୟାଚରେ ଆୟୋଜକ ଜାପାନ ୬-୧ ଗୋଲରେ ମାଲେସିଆକୁ ହରାଇ ୩ୟ ସ୍ଥାନ ଅଧିକାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?