Posted inଖେଳ

ଅଲିମ୍ପିକ୍ସ ହକି: ଭାରତୀୟ ଦଳରେ ନମିତା ସାମିଲ

ନୂଆଦିଲ୍ଲୀ, ୧୫।୭: ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଦଳରେ ଆଉ ୨ ଜଣ(ମହିଳା ଓ ପୁରୁଷ) ଲେଖାଏ ଖେଳାଳିଙ୍କୁ ସାମିଲ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଅଭିଜ୍ଞ ମିଡ୍‌ଫିଲ୍ଡର ନମିତା ଟପ୍ପୋ ଦଳରେ ସାମିଲ ହୋଇଛନ୍ତି। ପୂର୍ବରୁ ଓଡ଼ିଶାର କେବଳ ଦୀପ୍‌ ଗ୍ରେସ୍‌ ଏକ୍କା ଭାରତୀୟ ଦଳର ସଦସ୍ୟା ଥିଲେ। ନମିତାଙ୍କ ସାମିଲ ଫଳରେ ଭାରତୀୟ ଓଡ଼ିଆ ଖେଳାଳିଙ୍କ ସଂଖ୍ୟା ୨ରେ ପହଞ୍ଚତ୍ଛି। ତାଙ୍କ ସମେତ ରୀନା ଖୋଖର ମଧ୍ୟ ମହିଳା ଦଳରେ ସ୍ଥାନ ପାଇଛନ୍ତି। ସେହିପରି ପୁରୁଷ ଦଳରେ ଡିଫେଣ୍ଡର ବରୁଣ କୁମାର ଏବଂ ମିଡ୍‌ ଫିଲ୍ଡର ସିମରନଜିତ ସିଂଙ୍କୁ ସାମିଲ କରାଯାଇଛି। କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ଅଧିକ ଖେଳାଳିଙ୍କୁ ପ୍ରସ୍ତୁତ କରି ରଖିବାକୁ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ପକ୍ଷରୁ ଅନୁମତି ଦିଆଯାଇଛି। ଫଳରେ ହକି ଇଣ୍ଡିଆ ପକ୍ଷରୁ ଘୋଷିତ ୧୬ ଜଣିଆ ଦଳ ଏବେ ୧୮ ଜଣିଆରେ ପରିଣତ ହୋଇଛି।
ଟୋକିଓ ୨୦୨୦ ପାଇଁ ଆଇଓସିର ସ୍ବତନ୍ତ୍ର ଗାଇଡ୍‌ଲାଇନ ଅନୁସାରେ ଅତିରିକ୍ତଭାବେ ଦଳରେ ସାମିଲ ହୋଇଥିବା ଖେଳାଳିମାନେ ପ୍ରତି ମ୍ୟାଚ ପାଇଁ ଖେଳାଳି ଚୟନ ସମୟରେ ଉପଲବ୍ଧ ହୋଇପାରିବେ। ସାଧାରଣତଃ ଅଲିମ୍ପିକ୍ସ ପାଇଁ ପ୍ରତି ଦଳରେ ୧୬ ଖେଳାଳିଙ୍କୁ ଅନୁମତି ମିଳିଥାଏ। ମାତ୍ର ଏଥର ମହାମାରୀକୁ ଆଖି ଆଗରେ ରଖି ଆଇଓସି ନିୟମରେ ପରିବର୍ତ୍ତନ କରି ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା ସବୁ ଦଳରେ ଅତିରିକ୍ତ ୨ ଖେଳାଳିଙ୍କୁ ସାମିଲ ପାଇଁ ଅନୁମତି ଦେଇଛି। ହକି, ଫୁଟ୍‌ବଲ, ହ୍ୟାଣ୍ଡବଲ, ରଗ୍‌ବୀ ଓ ଓ୍ବାଟରପୋଲୋ କ୍ରୀଡ଼ାରେ ବଦଳ ଖେଳାଳିଙ୍କୁ ଆଇଓସି ସବୁଜ ସଙ୍କେତ ଦେଖାଇଛି। ପୂର୍ବ ଅଲିମ୍ପିକ୍ସଗୁଡ଼ିକରେ ଦଳ ସହ ଯାତ୍ରା କରିଥିବା ଷ୍ଟାଣ୍ଡବାଇ ଖେଳାଳିମାନେ ୧୬ ଜଣିଆ ଦଳରୁ କେହି ଆହତ ହେଲେ ସୁଯୋଗ ପାଇଥାନ୍ତି। ଆଇଓସି ଏଥର ୧୮ ଜଣିଆ ଖେଳାଳିଙ୍କୁ ଅନୁମତି ଦେଇଥିଲେ ହେଁ ମ୍ୟାଚ ପାଇଁ ୧୬ ଖେଳାଳିଙ୍କ ତାଲିକା ହିଁ ଦିଆଯାଇ ପାରିବ। ବରୁଣ, ସିମରନଜିତ ଓ ରୀନା ଏଥର ଅଲିମ୍ପିକ୍ସ ପଦାର୍ପଣ କରିବାକୁ ଯାଉଥିବାବେଳେ ନମିତାଙ୍କ ପାଇଁ ଏହା ଦ୍ୱିତୀୟ ଅଲିମ୍ପିକ୍ସ ହେବ। ଦୀର୍ଘ ୩୬ ବର୍ଷ ବ୍ୟବଧାନରେ ରିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ଦଳର ସେ ସଦସ୍ୟା ଥିଲେ। ଡ୍ରାଗ୍‌ଫ୍ଲିକର ବରୁଣ ୨୦୧୬ ଜୁନିୟର ବିଶ୍ୱକପ ବିଜେତା ଭାରତୀୟ ହକି ଦଳର ସଦସ୍ୟ ଥିଲେ। ପେନାଲ୍ଟି କର୍ନର ସମୟରେ ହରମନପ୍ରୀତ ସିଂ, ରୂପିନ୍ଦରପାଲ ସିଂ, ଅମିତ ରୋହିଦାସଙ୍କ ସହିତ ବରୁଣ ଦଳକୁ ସହାୟକ ହୋଇପାରିବେ। ସିମରନଜିତ ସିଂଙ୍କ ଉପସ୍ଥିତି ଭାରତୀୟ ମିଡ୍‌ଫିଲ୍ଡ ବିଭାଗକୁ ଦୃଢ଼ କରିବ। ଜଳନ୍ଧରସ୍ଥିତ ସୁରଜିତ ସିଂ ହକି ଏକାଡେମୀରେ ପ୍ରଶିକ୍ଷଣପ୍ରାପ୍ତ ସିମରନଜିତ ମଧ୍ୟ ୨୦୧୬ ଜୁନିୟର ବିଶ୍ୱକପ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…

ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍‌…

ଅଧୁରା ରହିଗଲା ବୈଭବଙ୍କ ବଡ଼ ଇଚ୍ଛା, ଏବେ ଶ୍ରେୟସଙ୍କ ନିଷ୍ପତ୍ତି ଉପରେ ନଜର

ନୂଆଦିଲ୍ଲୀ: ଏସିଆନ ଗେମ୍ସ ପୂର୍ବରୁ ଜାପାନ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହି ମ୍ୟାଚ ପାଇଁ ଶ୍ରେୟସ ଆୟରଙ୍କ ନେତୃତ୍ୱରେ…

ଅମିତ ଶାହାଙ୍କୁ ଭେଟିଲେ ଗୌତମ ଗମ୍ଭୀର: ଦେଲେ ଏହି ବିଶେଷ ଉପହାର, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ସୋମବାର କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରର ଫଟୋ ଗମ୍ଭୀର…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?