Posted inଖେଳ

ଅଲିମ୍ପିକ୍ସ ମୋଟୋ ଉନ୍ମୋଚିତ

ଟୋକିଓ,୧୭।୨(ଏଏଫ୍‌ପି)- ଆସନ୍ତା ଜୁଲାଇ- ଅଗଷ୍ଟରେ ଆୟୋଜନ ହେବାକୁ ଯାଉଥିବା ଅଲିମ୍ପିକ୍ସର ଟୋକିଓ ଆୟୋଜକମାନେ ଏକ ମୋଟୋ ଉନ୍ମୋଚନ କରିଛନ୍ତି। ବିଶ୍ୱ ଭାତୃତ୍ୱ ତଥା ଭାଇଚାରାକୁ ଦୃଷ୍ଟିରେ ରଖି ‘ୟୁନାଇଟେଡ ବାଇ ଇମୋସନ’କୁ ମୋଟୋ ରୂପେ ବ୍ୟହହାର କରାଯିବ। ବିଶ୍ୱରେ କ୍ରୀଡ଼ାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଓ ବିଶ୍ୱରେ କ୍ରୀଡ଼ାର ଏକତ୍ରୀକରଣ ପାଇଁ ଏଭଳି ମୋଟୋ ରଖାଯାଇଛି। ଅଲିମ୍ପିକ୍ସ ଦେଖିବାକୁ ଆସିବାକୁ ଥିବା କ୍ରୀଡ଼ାପ୍ରେମୀ, ଦର୍ଶକମାନେ ପରସ୍ପରକୁ ଜାଣି ନ ଥିଲେ ମଧ୍ୟ ଏକତ୍ରୀତ ହେବେ। ବିଭାଜିତ ହେବା ବଳଦରେ ଏକାଠି ହୋଇ ଏମାନେ ଖେଳ ଦେଖିବେ। ତେଣୁ ଏଭଳି ମୋଟୋ ରଖାଯାଇଛି ବୋଲି ଆୟୋଜକଙ୍କ ତରଫରୁ କୁହାଯାଇଛି।
ତେବେ ଅଫିସିଆଲ ଅଲିମ୍ପିକ୍ସ ମୋଟୋ ହେଉଛି ‘ସାଇଟସ, ଅଲଟିଅସ, ଫର୍ଚୁଅସ’। ଅର୍ଥାତ ଫାଷ୍ଟର, ହାଇୟର, ଷ୍ଟ୍ରଙ୍ଗର। ପ୍ରତ୍ୟେକ ଆୟୋଜକ ସହର ନିଜ ନିଜର ସ୍ବତନ୍ତ୍ର ମୋଟ ଚୟନ କରିଛନ୍ତି।
ପୂର୍ବରୁ ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ମୋଟ ଥିଲା ‘ଇନ୍ସପାୟାର ଏ ଜେନେରେଶନ’। ସେହିପରି ୨୦୦୪ ଏଥେନ୍ସ ଅଲିମ୍ପିକ୍ସର ମୋଟୋ ଥିଲା ‘ଓ୍ବେଲକମ୍‌ ହୋମ୍‌’। ଆସନ୍ତା ଜୁଲାଇ ୨୪ ତାରିଖରେ ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବ ଆୟୋଜନ ହେବ। ବହୁ ଚର୍ଚ୍ଚିତ କରୋନା ଭାଇରସ ସାରା ବିଶ୍ୱପ୍ରତି ବିପଦ ସୃଷ୍ଟି କରିଥିଲେ ମଧ୍ୟ ଉଦ୍‌ଘାଟନୀ ଉତ୍ସବର ତାରିଖ ପରିବର୍ତ୍ତନ ନେଇ କୌଣସି ଆଲୋଚନା ହୋଇନାହିଁ। ଟୋକିଓ ଅଲିମ୍ପିକ୍ସ ଆୟୋଜନରେ ବହୁ ବାଧାବିଘ୍ନ ଦେଖିବାକୁ ମିଳିଛି। ଅଲିମ୍ପିକ୍ସର ଲୋଗୋକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା। ଲୋଗୋର ଡିଜାଇନ୍‌ ଚୋରୀ ହୋଇଥିବାର ଅଭିଯୋଗ ଆସିଥିଲା। ଡିଜାଇନର ଓଲିଭର ଡେବି ଏହି ଅଭିଯୋଗ ଆଣିଥିଲେ। ଏକ ବେଲଜିଆନ ଥିଏଟର ପାଇଁ ସେ ଲୋଗୋ ଡିଜାଇନ କରିଥିଲେ। ଏହାକୁ ଅଲିମ୍ପିକ୍ସ ଆୟୋଜକମାନେ ଚୋରୀ କରିଛନ୍ତି ବୋଲି ସେ ଅଭିଯୋଗ ଆଣିଥିଲେ। ଏଥିପାଇଁ ଆଇନର ଆଶ୍ରୟ ନେବେ ବୋଲି ସେ କହିଥିଲେ। ଫଳରେ ଅଧିକାରୀମାନଙ୍କୁ ଲୋଗୋର ଚିହ୍ନକୁ ପ୍ରତ୍ୟାହାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ଏତେ ଟଙ୍କା କମିଗଲା ଚିନିଦର! ଜାଣନ୍ତୁ କେବେଠୁ ଲାଗୁ ହେବ…

ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ସରକାର ଚିନି ଆମଦାନୀ ପାଇଁ ଅନୁମତି ଦେବା ଏବଂ କଳାବଜାରୀ ଉପରେ କଡ଼ା ପଦକ୍ଷେପ ନେବା ପରେ ଚିନିର ଏକ୍ସ-ମିଲ୍…

କିରିକୁଟିରେ ‘ଆମ ଗାଁ ଆମ ତହସିଲ: ଅଭିଯୋଗ ଶୁଣିଲେ

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅଧୀନ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ‘ଆମ ଗାଁ ଆମ ତହସିଲ’ ଶିବିର ଅନୁଷ୍ଠିତ…

ଟ୍ରେନରେ ଆସୁଛି ୮୦୦ଟନ୍‌ ପିଆଜ, କିଲୋ ପ୍ରତି ଏତେ କମିଯିବ ପିଆଜ ଦର?

ନୂଆଦିଲ୍ଲୀ,୨୫।୮: ଏହି ଦିନଗୁଡ଼ିକରେ ପିଆଜ ଦର ଆକାଶଛୁଆଁ ହେଉଛି। ପିଆଜ କିଣିବା ଦାମ୍‌ରେ ହାରାହାରି ୫୯ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ର…

ତୃତୀୟ ଦିନରେ ଶ୍ରୀଲଙ୍କାର ଲଢ଼ୁଆ ବ୍ୟାଟିଂ, ଭାରତର ନିୟନ୍ତ୍ରଣରେ ଦ୍ୱିତୀୟ ଟେଷ୍ଟ

କଲମ୍ବୋ,୨୫ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସ୍‌ରେ ଭାରତ ୫୦୩/୯ ସ୍କୋର କରିଥିବା ବେଳେ…

ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ, କର୍ମକର୍ତ୍ତା ଚୟନ: ବ୍ରାହ୍ମଣୀଗାଁରେ ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ ଦାବି

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ପାଳକ ସଂଘର କମ୍ୟୁନିଟି ହଲ୍‌ରେ ମଙ୍ଗଳବାର ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ ଓ କର୍ମକର୍ତ୍ତା ଚୟନ…

ସିଡିପିଓଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରରେ ବିଭିନ୍ନ ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ମଙ୍ଗଳବାରଠାରୁ ଅନଶନ ଆରମ୍ଭ କରିଛନ୍ତି। ଅନଶନ ଆରମ୍ଭ…

୬୦ ବୟସରୁ ଅଧିକ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଗଣାରେ କରିପାରିବେ ବସ୍‌ଯାତ୍ରା…

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ଯୋଗୀ ସରକାର ମଙ୍ଗଳବାର ଦିନ ‘ଲୋକମାତା ଅହଲ୍ୟାବାଈ ମାତୃଶକ୍ତି ଯୋଜନା’ ସମେତ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସିଏମ୍ ଯୋଗୀ ୬୦ ବର୍ଷରୁ…

ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri