ଅର୍ଥ କମିଶନ ସର୍ତ୍ତ ପ୍ରସଙ୍ଗରେ ସରକାର ମୁଖ୍ୟମନ୍ତ୍ରୀମାନଙ୍କ ସହ ପରାମର୍ଶ କରନ୍ତୁ: ମନମୋହନ

ନୂଆଦିଲ୍ଲୀ,୧୫-୯: ମୋଦି ସରକାର ୧୫ତମ ଅର୍ଥ କମିଶନଙ୍କ ବିଷୟ ଓ ସର୍ତ୍ତରେ ପରିବର୍ତ୍ତନ କରିବା ଲାଗି ଏକତରଫା ପଦକ୍ଷେପ ନେଉଛନ୍ତି ବୋଲି ଅଭିଯୋଗ କରି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଡ.ମନମୋହନ ସିଂ କହିଛନ୍ତି ଯେ, ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ସରକାର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରନ୍ତୁ। ଅର୍ଥ କମିଶନଙ୍କ ନିକଟରେ ଉପସ୍ଥାପିତ ଅତିରିକ୍ତ ବିଷୟ ଏବଂ ରାଜ୍ୟଗୁଡ଼ିକ ଉପରେ ପଡିବାକୁ ଥିବା ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମନମୋହନ କହିଛନ୍ତି ଯେ, ସରକାରଙ୍କ ଏକଚାଟିଆ ଚିନ୍ତାଧାରା ସଂଘୀୟ ନୀତି ଏବଂ ସହଯୋଗୀ ମହାସଂଘବାଦ୍‌ ଲାଗି ଠିକ୍‌ ନୁହେଁ। ସେ କହିଛନ୍ତି ଯେ, ସରକାର ଅର୍ଥ କମିଶନଙ୍କ ବିଚାରଣୀୟ ବିଷୟ ଓ ସର୍ତ୍ତରେ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ମୁଖ୍ୟମନ୍ତ୍ରୀମାନଙ୍କ ସମ୍ମିଳନୀ ଡାକି ସେମାନଙ୍କ ସହ ଆଲୋଚନା କରିବା ଉଚିତ୍‌ ହେବ। କାରଣ ଏଥିଲାଗି ସେମାନଙ୍କର ସମର୍ଥନ ନେବା ନିହାତି ଜରୁରୀ। ଏହା କରା ନ ଗଲେ ପାଣ୍ଠି ଆବଣ୍ଟନ ମାମଲାରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକର ଅଧିକାର ଛଡ଼ାଇ ନେଉଛନ୍ତି ବୋଲି ବାର୍ତ୍ତା ଯିବ। ମନମୋହନ କହିଛନ୍ତି ଯେ, କମିଶନଙ୍କ ରିପୋର୍ଟ ଅର୍ଥ ମନ୍ତ୍ରଣାଳୟ ନିକଟକୁ ପଠାଯାଇଥାଏ। ଏହାପରେ ଏହାକୁ କ୍ୟାବିନେଟ ନିକଟରେ ଉପସ୍ଥାପନ କରାଯାଏ। ଏଭଳି ସ୍ଥିତିରେ ବର୍ତ୍ତମାନର ମୋଦି ସରକାର ରାଜ୍ୟଗୁଡ଼ିକ ବାବଦରେ କମିଶନ ଉପରେ ଏକତରଫା ଭାବେ ନିଜର ଦୃଷ୍ଟିକୋଣକୁ ଲଦିବା ବନ୍ଦ କରନ୍ତୁ। ଏହା ବଦଳରେ ପାର୍ଲାମେଣ୍ଟର ନିର୍ଦ୍ଦେଶକୁ ସରକାର ପାଳନ କରିବା ଉଚିତ୍‌ ହେବ। ଉଲ୍ଲେଖଥାଉ କି, ୧୫ତମ ଅର୍ଥ କମିଶନଙ୍କୁ ରାଜ୍ୟ-ରାଜ୍ୟ ମଧ୍ୟରେ ପାଣ୍ଠି ବଣ୍ଟନ ଲାଗି ୧୯୭୧ ବଦଳରେ ୨୦୧୧ ଜନସଂଖ୍ୟାକୁ ଆଧାର ଭାବେ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଦକ୍ଷିଣ ଭାରତର କେତେକ ରାଜ୍ୟ ଏହାକୁ ବିରୋଧ କରୁଛନ୍ତି। ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଏନ୍‌.କେ.ସିଂଙ୍କ ଅଧ୍ୟକ୍ଷତାରେ ୧୫ତମ ଅର୍ଥ କମିଶନ ଗଠନ କରାଯାଇଛି। ମନମୋହନ କହିଛନ୍ତି ଯେ, ସହଯୋଗୀ ମହାସଂଘବାଦ୍‌ରେ ପରସ୍ପର ମଧ୍ୟରେ ସାଲିସ୍‌ କରିବାକୁ ପଡିଥାଏ। ଏଣୁ ରାଜ୍ୟଗୁଡ଼ିକର ଦାବିଗୁଡ଼ିକୁ ମଧ୍ୟ କେନ୍ଦ୍ର ସରକାର ଶୁଣୁ ଏବଂ ସେମାନଙ୍କୁ ସାଥିରେ ନେଇ ଚାଲୁ ବୋଲି ମନମୋହନ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri