ଅର୍ଥନୀତିକୁ ଦେଖ

ବିଶ୍ୱ ଅର୍ଥନୀତି ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି। ଆମେରିକା ଭଳି ବିକଶିତ ରାଷ୍ଟ୍ର ମଧ୍ୟ ବିଭିନ୍ନ ପ୍ରକାର ଆର୍ଥିକ ସମସ୍ୟାରେ ପଡ଼ିଲାଣି। ଚାଇନା ସହ ଏହାର ବାଣିଜ୍ୟ ଯୁଦ୍ଧ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଉଭୟ ରାଷ୍ଟ୍ର ପରସ୍ପରର ସାମଗ୍ରୀ ରପ୍ତାନି ଉପରେ ସୀମା ଶୁଳ୍କ ବୃଦ୍ଧି କରିଚାଲିଛନ୍ତି। ଏହାର ପ୍ରଭାବ ପୃଥିବୀର ସବୁ ଦେଶ ଉପରେ ପଡ଼ିବାରେ ଲାଗିଲାଣି। ବ୍ରେକ୍‌ଜିଟ ସହ ଅନ୍ୟାନ୍ୟ ସାମାଜିକ ଓ ଅର୍ଥନୈତିକ ଅସ୍ଥିରତା ଯୋଗୁ ୟୁରୋପୀୟ ରାଷ୍ଟ୍ରରେ ଆର୍ଥିକ ସଙ୍କଟ ଦେଖାଦେଇଛି। ବିଶ୍ୱର ମୋଟ ଘରୋଇ ଉତ୍ପାଦ (ଜିଡିପି) କ୍ଷେତ୍ରରେ ଭାରତ ୫ମ ସ୍ଥାନରେ ରହି ଆସିଥିବା ବେଳେ ଏବେ ୭ମକୁ ଖସିଯାଇଛି। ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଅଚଳ ପରିସମ୍ପତ୍ତି (ଏନ୍‌ପିଏ) ବଢ଼ିବାରେ ଲାଗିଛି। ମୋଟରଗାଡ଼ି ଶିଳ୍ପ ଘୋର ଦୁର୍ଦ୍ଦିନ ଦେଇ ଗତି କରୁଛି। ମହିନ୍ଦ୍ରା ଓ ମାରୁତି ଭଳି ପ୍ରମୁଖ କେତୋଟି ଗାଡ଼ି ନିର୍ମାତା ଉତ୍ପାଦନ କମାଇବା ସହ କେତେକ ସ୍ଥାନରେ କାରଖାନା ବନ୍ଦ କରିବାକୁ ବସିଲେଣି। ରାଷ୍ଟ୍ରାୟତ୍ତ ସଂସ୍ଥା ବିଏସ୍‌ଏନ୍‌ଏଲ୍‌ ସହ ସବୁ ଘରୋଇ ଟେଲିକମ୍‌ କମ୍ପାନୀ ଅବସ୍ଥା ଶୋଚନୀୟ। ଏପରି କି ମୁକେଶ ଅମ୍ବାନୀଙ୍କ ‘ଜିଓ’ ମଧ୍ୟ ପ୍ରବଳ କ୍ଷତିରେ ଚାଲୁଛି। ଏଭଳି ସ୍ଥଳେ କୃଷି କଥା ନ କହିବା ଭଲ। ଭାରତୀୟ ଅର୍ଥନୀତିରେ ପ୍ରମୁଖ ଯୋଗଦାନ ଦେଉଥିବା କ୍ଷେତ୍ରଗୁଡ଼ିକ ଯେତେବେଳେ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛନ୍ତି, ସେତେବେଳେ ଅର୍ଥନୈତିକ ‘ବିକାଶ’ ଘଟିବା ଅସମ୍ଭବ। ଭାରତର ର଼୍ୟାଙ୍କିଙ୍ଗ୍‌ ଆକଳନ କରିବା ଦିଗରେ ଗବେଷଣା କରୁଥିବା ଅର୍ଥନୀତିଜ୍ଞ ଦେବେନ୍ଦ୍ର ପନ୍ତ କହିଛନ୍ତି ଯେ, ୨୦୧୭ରେ ଭାରତୀୟ ମୁଦ୍ରାର ମୂଲ୍ୟ ୩ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ୨୦୧୮ରେ ୫ ପ୍ରତିଶତ ହ୍ରାସ ପାଇଥିଲା। ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ କମିବା ପଛରେ ଦେଶର ମନ୍ଥର ଅଭିବୃଦ୍ଧି ଦାୟୀ ବୋଲି କୁହାଯାଉଛି।
ଏବେ ଭାରତ ସରକାର ଓ ଦେଶବାସୀଙ୍କ ପାଇଁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଉଚ୍ଛେଦ ବଡ଼ ପ୍ରସଙ୍ଗ ପାଲଟିଯାଇଛି। ଜମ୍ମୁ ଓ କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ଭାଗ କରାଯିବା ପରେ ଏଗୁଡ଼ିକର ଭବିଷ୍ୟତ କ’ଣ ହେବ ସେ ନେଇ ବିଭିନ୍ନ ପ୍ରକାର ଆଲୋଚନା ହେଉଛି। ସମସ୍ତେ ଅବୁଝା ସାଜୁଛନ୍ତି ଯେ, ଏହି କଠୋର ପଦକ୍ଷେପ ଯେତିକି ସ୍ବାଗତଯୋଗ୍ୟ, ସେତିକି ଅର୍ଥନୈତକ ଦୃଷ୍ଟିକୋଣରୁ ଭାରତର ଆର୍ଥିକ ରକ୍ତ ଶୋଷି ନେବ। ପ୍ରଶାସନିକ ପରିବର୍ତ୍ତନ ଓ ରାଜ୍ୟର ମାନ୍ୟତା ହରାଇବା ପରେ କଶ୍ମୀରରେ ସୈନ୍ୟ ମୁତୟନ ବହୁ ପରିମାଣରେ ବୃଦ୍ଧି ପାଇଥିବାରୁ ତାହା ଭାରତ ପାଇଁ ମହଙ୍ଗା ପଡ଼ିବ। ଏହି ପରିସ୍ଥିତି କେତେ ଦିନ ଲାଗି ରହିବ, ସେଭଳି ଭବିଷ୍ୟବାଣୀ ଏବେଠାରୁ କରି ହେବ ନାହିଁ।
ଦେଶର ପ୍ରଗତି ପାଇଁ ଅର୍ଥନୈତିକ ଅଭିବୃଦ୍ଧି ନିତାନ୍ତ ଆବଶ୍ୟକ ହୋଇ ପଡ଼ିଥିଲେ ମଧ୍ୟ ଏ ବିଷୟରେ ତ୍ୱରିତ ପଦକ୍ଷେପ ନିଆଯାଉ ନାହିଁ କିମ୍ବା କେହି ଚିନ୍ତିତ ଥିବା ଭଳି ଜଣାପଡ଼ୁ ନାହିଁ। ମନେହେଉଛି ଯେପରି ଦେଶବାସୀଙ୍କ ଆଗରେ ଗୁଡ଼ାଏ ବିବାଦୀୟ ପ୍ରସଙ୍ଗ ରଖିଦେଇ ସରକାର ଅତି ସହଜରେ ବାସ୍ତବ ସମସ୍ୟାକୁ ଲୁଚାଇବାରେ ସକ୍ଷମ ହୋଇ ପାରୁଛନ୍ତି। ସଦ୍ୟ ଦୃଷ୍ଟାନ୍ତ ଦେଖିଲେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଏବଂ ଉତ୍ତର-ପୂର୍ବାଞ୍ଚଳରେ ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆର୍‌ସି) ବହୁ ବିତର୍କର ଅପେକ୍ଷା ରଖୁଛି।
ବର୍ତ୍ତମାନ ପାକିସ୍ତାନରେ ବିଲାତି କିଲୋଗ୍ରାମ୍‌ ପ୍ରତି ଦର ୩୦୦ ଟଙ୍କାରେ ପହଞ୍ଚିଛି। ଗଣମାଧ୍ୟମରେ ଏ ନେଇ ଅତ୍ୟଧିକ ପ୍ରଚାର ହେବା ପରେ ଭାରତୀୟମାନେ ଖୁସି ବ୍ୟକ୍ତ କରୁଛନ୍ତି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଭାରତ ସହ ପାକିସ୍ତାନ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରିଥିବାରୁ ପରିଣାମ ଭୋଗୁଛି ବୋଲି କୁହାଯାଉଛି। ପ୍ରକୃତରେ ଦେଖିଲେ ପାକିସ୍ତାନ ଅର୍ଥନୀତି ଦୀର୍ଘବର୍ଷ ହେବ ଭୁଶୁଡ଼ି ପଡ଼ିଛି। ଗୋଟିଏ ଅର୍ଥନୀତି ମୃତବତ୍‌ ଅବସ୍ଥାରେ ଥିବା ବେଳେ ତାହା ଉପରେ ବିଶେଷ ଚର୍ଚ୍ଚା କରାଯିବାର ଆବଶ୍ୟକତା ନାହିଁ। ଏହି ପ୍ରଚ୍ଛଦପଟରେ ଦେଖିଲେ ଭାରତରେ କେହି ଚିନ୍ତା କରୁନାହାନ୍ତି ଯେ, ଏଠାରେ ବିଲାତି କିଲୋଗ୍ରାମ ପିଛା ଦର ୬୦ ଟଙ୍କାରୁ ଉର୍ଦ୍ଧ୍ୱରେ ଆସି ପହଞ୍ଚିଲାଣି, ଯାହାକି ଆମ ଲୋକଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହେଉଛି। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପାଉଥିଲେ ମଧ୍ୟ ସେଥିପ୍ରତି କାହାରି ଦୃଷ୍ଟି ନ ପଡ଼ିବା ହେଉଛି ବିଡ଼ମ୍ବନାର ବିଷୟ। ନିଜର ଅର୍ଥନୀତିକୁ କିଭଳି ସୁଦୃଢ଼ କରାଯାଇପାରିବ, ସେ ଦିଗରେ ରାଜନୈତିକ ବ୍ୟକ୍ତି, ଅର୍ଥନୀତିଜ୍ଞ ଏବଂ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଗଭୀର ଚିନ୍ତା କରିବା ଦରକାର। ଏ ଦେଶରେ ଭୟରେ ହେଉ ବା ସୁବିଧା ପାଇବା ଆଶା ରଖି ଯଦି ସମସ୍ତେ ନୀରବ ରହିବେ, ତେବେ ବାସ୍ତବ ବିକାଶ ସମ୍ଭବ ହେବ ନାହିଁ। କିଛି ସମୟ ପାଇଁ ଖୁସି ଦେଉଥିବା ଘଟଣାକୁ ଗୁରୁତ୍ୱ ଦେଇ ପ୍ରକୃତ ସମସ୍ୟାକୁ ଭୁଲିଗଲେ ରାଷ୍ଟ୍ର କ୍ଷତିରେ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

ଏଇ ଭାରତରେ

ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ରବି କପୁର। ସେ...

ରାମ ରାଜ୍ୟ ସମ୍ଭବ କି

ବୈକୁଣ୍ଠନାଥ ମିଶ୍ର   ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ...

ମତଦାତାଙ୍କ ବୁଦ୍ଧି ବିମୂଢ଼ତା

ଡ.ଛାୟାକାନ୍ତ ଷଡ଼ଙ୍ଗୀ   ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍‌ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି।...

ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri