Posted inଫୁରସତ

ଅଭିନବ ଶୌଚାଳୟ: କେଉଁଠି ଫୁଲ ବଗିଚାରେ ତ କେଉଁଠି ଝିଅମାନେ ଦେଖୁଥିବା ଭଳି ଲାଗିବ

ଘର, ଅଫିସ୍‌ ହେଉ କି ଶପିଂମଲ୍‌ ସବୁଠି ଥାଏ ଶୌଚାଳୟ। ବେଶ୍‌ ବ୍ୟକ୍ତିଗତ ଏହି ସ୍ଥାନ। ତେବେ ପୃଥିବୀରେ ଏମିତି ବି କିଛି ଶୌଚାଳୟ ଅଛି ଯାହା ବେଶ୍‌ କୌତୂହଳମୟ। କେଉଁଠି ଆପଣଙ୍କୁ କେହି ଚାହୁଁଥିବା ଭଳି ଅନୁଭବ ହେବ ତ କେଉଁଠି ଫୁଲ ବଗିଚାରେ ଥିବା ଭଳି ଲାଗିବ…


ଇସ୍‌…ଦେଖୁଛନ୍ତି ଝିଅମାନେ- ଶୌଚାଳୟ ସମ୍ପୂର୍ଣ୍ଣ ଭାବେ ଏକ ବ୍ୟକ୍ତିଗତ ସ୍ଥାନ। ତେବେ ନ୍ୟୁଜିଲାଣ୍ଡ, କୁଇନ୍ସଟାଉନ୍‌ରେ ଥିବା ସୋଫିଟେଲ କୁଇନ୍ସଟାଉନ୍‌ ହୋଟେଲରେ ଏମିତି ଏକ ଶୌଚାଳୟ ହୋଇଛି ଯାହାର ୟୁରିନାଲ୍‌ କାନ୍ଥରେ ଝିଅମାନଙ୍କର ଫଟୋ ଓ ମାନେକୁଇନ୍‌ ଅଛି। ଆଉ ସବୁ ଝିଅ ବିଭିନ୍ନ ଢଙ୍ଗରେ କିଏ କ୍ୟାମେରା ତ କିଏ ବାଇନାକୁଲର୍‌ ଧରି ଶୌଚ କରୁଥିବା ବ୍ୟକ୍ତିଙ୍କୁ ଚାହୁଁଥିବା ଦେଖିବାକୁ ମିଳନ୍ତି। ତେଣୁ ଅନେକେ ଏହା ମଧ୍ୟରେ ପରିସ୍ରା କରିବାକୁ ଅସହଜ ମନେ କରିଥାଆନ୍ତି। ଆଉ କେହି କେହି ଏହି କୌତୂହଳମୟ ପରିସ୍ଥିତିକୁ ଉପଭୋଗ କରିଥାଆନ୍ତି।

OLYMPUS DIGITAL CAMERA

ଶୌଚାଳୟ ଭିତରୁ ବାହାରକୁ ଦେଖିହେବ କିନ୍ତୁ ବାହାରୁ ଭିତରକୁ ନୁହେଁ- କାଚବାକ୍ସ ପରି ଦେଖିବାକୁ ଏହି ଶୌଚାଳୟ ଲଣ୍ଡନର ଏକ ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଥିଲା। ଏହା ମଧ୍ୟରେ ଥାଇ ଜଣେ ରିଲାକ୍ସ ହେବା ସମୟରେ ବାହାରର ଗହଳଚହଳକୁ ଦେଖିପାରିବେ। ଏମିତି ଲାଗିବ ଯେମିତିକି ସେମାନେ ବି ଆପଣଙ୍କୁ ଦେଖିପାରୁଛନ୍ତି। ହେଲେ ବାହାର ଲୋକ ଭିତରକୁ ଦେଖିପାରିବେ ନାହିଁ। କାରଣ ଏହା ଓ୍ବାନ୍‌ଓ୍ବେ ମିରର୍‌ରେ ନିର୍ମିତ।

ଆକ୍ୱାରିୟମ୍‌ ଟୟଲେଟ୍‌- ଜାପାନର ଏହି ଟଏଲେଟ୍‌ ଏକ ଆକ୍ୱାରିୟମ୍‌ ପରି। ଏହାର ସିଟ୍‌, ଫ୍ଲଶ୍‌ ଓ କାନ୍ଥରେ ବି ଆକ୍ୱାରିୟମ୍‌ ତିଆରି କରାଯାଇଛି। ସମୁଦ୍ରର ଭ୍ରମ ସୃଷ୍ଟି କରୁଥିବା ଏହି ଟୟଲେଟ୍‌ରେ ସମୟ ବିତାଇବାକୁ ଲୋକେ ବହୁତ ପସନ୍ଦ କରୁଛନ୍ତି।

ବଗିଚା ପରି ଲାଗିବ ଏହି ଟୟଲେଟ୍‌- ଏହି ଟୟଲେଟ୍‌କୁ ପଶିଗଲେ କେଉଁଠି ପରିସ୍ରା କରିବେ ଦ୍ୱନ୍ଦ୍ୱରେ ପଡ଼ିଯିବେ। କାରଣ ଏଠିଥିବା ୟୁରିନାଲ ଫୁଲ ପରି ହୋଇଥାଏ। ବିଭିନ୍ନ ପ୍ରକାରର ରଙ୍ଗବେରଙ୍ଗ ସୁନ୍ଦର ଫୁଲ ଆକୃତିର ୟୁରିନାଲରେ ଅନେକେ ପରିସ୍ରା କରିବାକୁ ବି ସଙ୍କୋଚବୋଧ କରନ୍ତି। ଅନେକଙ୍କୁ ତ ବଗିଚା ଭିତରେ ପରିସ୍ରା କରିବା ଭଳି ଅନୁଭବ ହୁଏ। କ୍ଲାର୍କ ସୋରେନସେନ୍‌ ଏହି ଟୟଲେଟ୍‌କୁ ଡିଜାଇନ୍‌ କରିଛନ୍ତି।


ଟ୍ୟୁବା ଟୟଲେଟ୍‌- ସଙ୍ଗୀତକୁ ପସନ୍ଦ କରୁଥିବା ବ୍ୟକ୍ତି ଏହି ଟୟଲେଟ୍‌କୁ ଥରେ ନିଶ୍ଚୟ ଯାଆନ୍ତୁ। ଏହି ଟୟଲେଟ୍‌ର ୟୁରିନାଲଗୁଡିକ ଟ୍ୟୁବା(ଏକ ବାଦ୍ୟଯନ୍ତ୍ର) ପରି। ଏଥିରେ ପରିସ୍ରା କଲେ ସୁନ୍ଦର ଶବ୍ଦ ନିର୍ଗତ ହୁଏ। ଜର୍ମାନୀରେ ଦେଖିବାକୁ ମିଳେ ଉକ୍ତ ଟୟଲେଟ୍‌।

ଭୟର ଅନୁଭୂତି ମିଳେ ଏହି ଶୌଚାଳୟରେ- ମେକ୍ସିକୋରେ ଅଛି ଏହି ଶୌଚାଳୟ, ଯାହାକି ୧୫ ମହଲାର ଏଲିଭେଟର୍‌ ଶାଫ୍ଟ ଉପରେ ନିର୍ମିତ। ଶୌଚାଳୟର ଚଟାଣ କାଚରେ ତିଆରି। ଫଳରେ ତଳଭାଗରେ ଥିବା ଏଲିଭେଟର୍‌ର ତଳଭାଗ ତଥା ୧୫ ମହଲାବିଶିଷ୍ଟ ଗଭିରତାକୁ ଦେଖିହୁଏ। ତେଣୁ ତଳକୁ ଦେଖିଲେ ପଡିଗଲା ଭଳି ଭୟ ଅନୁଭୂତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri