ଅବ୍ୟବସ୍ଥା ଘେରରେ ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ନୂଆଗାଁ,୨୪।୪(ଡି.ଏନ.ଏ.)-ନୟାଗଡ ଜିଲା ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ତା’ ଅଧୀନରେ ଥିବା ୪ ଗୋଟି ସରକାରୀ ଚିକିତ୍ସାଳୟ ନାନା ଅବ୍ୟବସ୍ଥା ମଧ୍ୟରେ ରହିଛି। ଏଥିନେଇ ଅଞ୍ଚଳବାସୀ ଯେତେ ଅଭିଯୋଗ କଲେ ମଧ୍ୟ ସମସ୍ୟା ସମାଧାନ ହେଉନାହିଁ।

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ରହିଛି ବାହାଡାଝୋଲା ସରକାରୀ  ଚିକିତ୍ସାଳୟ , ଡିମିରିପଲି ସରକାରୀ ଚିକିତ୍ସାଳୟ ,ଜଗନ୍ନାଥପ୍ରସାଦ ସରକାରୀ ଚିକିତ୍ସାଳୟ , ନୂଆଗାଁ ସରକାରୀ ଚିକିତ୍ସାଳୟ । ପ୍ରତି ଚିକିତ୍ସାଳୟରେ ଡାକ୍ତର ଅଭାବ  ସହିତ ବିଭିନ୍ନ ସମସ୍ୟା ରହିଛି । ନୂଆଗାଁ ବ୍ଲକ ୨୨ ପଞ୍ଚାୟତର ଏକ ପ୍ରମୁଖ ଚିକିତ୍ସାଳୟ ଭାବେ ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଚିତ। ଯେଉଁଠି ପ୍ରତିଦିନ ଦେଢଶହରୁ ଦୁଇଶହ ରୋଗୀ ଚିକିତ୍ସିତ ହେବା ପାଇଁ ଆସିଥାଆନ୍ତି । କିନ୍ତୁ ଡାକ୍ତର ଅଭାବ ଯୋଗୁ ଠିକ୍‌ ଭାବେ ଚିକିତ୍ସା ହୋଇ ନ ପାରି ନିରାଶରେ ଫେରିଯିବା ପାଇଁ ବାଧ୍ୟ ହେବା ସହ ପୁନର୍ବାର ଏଠାକୁ ଆସିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ନାହିଁ । ମହୀପୁର ଚିକିତ୍ସାଳୟରେ ଜଣେ ମେଡିକାଲ ଅଫିସରଙ୍କ ବ୍ୟତୀତ ପ୍ରତି ବିଭାଗର ଜଣେ ଲେଖାଏ ଏପରି ମୋଟ ୬ ଜଣ ଏମବିବିଏସ୍‌ ଡାକ୍ତର ଓ ୨ ଜଣ ଆୟୁଷ ଡାକ୍ତର ରହିବା କଥା । କିନ୍ତୁ ଏଠାରେ  ୩ ଜଣ ଡାକ୍ତର ଓ ଜଣେ ଆୟୁଷ ଡାକ୍ତରଙ୍କ ଅଭାବ ରହିଛି । ପ୍ରତି ଡାକ୍ତରଖାନାରେ ଜଣେ ଏମବିବିଏସ ଡାକ୍ତର ଓ ଜଣେ ଆୟୁଷ ଡାକ୍ତର ରହିବା ନିୟମ ଥିବା ବେଳେ ନୂଆଗାଁ ଡାକ୍ତରଖାନାରେ  ଦୀର୍ଘ ୨ ବର୍ଷ ହେଲା  କୌଣସି ଡାକ୍ତର ନାହାନ୍ତି । ଜଣେ ଫାର୍ମାସିଷ୍ଟଙ୍କୁ ନେଇ ଚାଲିଛି ଡାକ୍ତରଖାନା । ବାହାଡାଝୋଲା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଅଧିକ ଆଦିବାସୀ ଲୋକ ନିର୍ଭର କରୁଥିବା ଯୋଗୁ ତାହାକୁ ନବୀକରଣ କରି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ନାମକରଣ କରାଯାଇ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଆୟୁଷ ଡାକ୍ତରଙ୍କ ଅଭାବ ପୂରଣ କରାଯାଇନାହିଁ  ।  ସେହିପରି ଡିମିରିପଲିରେ  ଜଣେ ଆୟୁଷ ଡାକ୍ତର, ଜଗନ୍ନାଥ ପ୍ରସାଦରେ  ଏମବିବିଏସ ଡାକ୍ତରଙ୍କ ଅଭାବ ରହିଛି । ଜଗନ୍ନାଥପ୍ରସାଦ ଡାକ୍ତରଖାନାରେ ରୋଗୀ ଦେଖିବା ପାଇଁ କିମ୍ବା ଚିକିତ୍ସା କରିବା ପାଇଁ ଗୃହ ମଧ୍ୟ ନାହିଁ । ଡାକ୍ତର ରହିବା ପାଇଁ କ୍ୱାର୍ଟର୍ସ ନିର୍ମାଣ କାର୍ଯ୍ୟ ସରି ଗୃହ ପୁରୁଣା ହେବାକୁ ବସିଥିଲେ ମଧ୍ୟ ତାହା ଚିକିତ୍ସାଳୟକୁ ହସ୍ତାନ୍ତର କରାଯାଉ ନାହିଁ । ଫଳରେ ଡାକ୍ତର ବାହାରେ ଘରଭଡା ନେଇ ରହୁଥିବା ଯୋଗୁ ରୋଗୀ ଦେଖିବାରେ ବ୍ୟାଘାତ ସୃଷ୍ଟି ହେଉଛି ।   ସରକାରୀ ଡାକ୍ତରଖାନାଗୁଡିକର ଏପରି ଅବ୍ୟବସ୍ଥା ଯୋଗୁ ଲୋକମାନଙ୍କ ଭରସା ତୁଟିଯାଉଛି । ତେଣୁ ନୂଆଗାଁ ବ୍ଲକର ଗରିବ ଜନ ସାଧାରଣ   ସରକାରଙ୍କ ବିଭିନ୍ନ ସ୍ବାସ୍ଥ୍ୟ ଯୋଜନାରୁ ବଞ୍ଚତ୍ତ ହୋଇ ଜମିବାଡି ବିକ୍ରି କରି ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେବା ପାଇଁ ବାଧ୍ୟ ହେଉଛନ୍ତି। ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଯଜ୍ଞଦତ୍ତ ରଥ  କୁହନ୍ତି, ଆମେ ପ୍ରତି ଡାକ୍ତରଖାନାରେ ଡାକ୍ତର ଦେବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଛୁ , ନିର୍ବାଚନ ପରେ ଜଣାପଡିବ । ସେହିପରି ଉକ୍ତ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ପାଣିର ଅଭାବ ରହିଥିବା  ଚିକିତ୍ସାଧିକାରୀ ରଥ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ପରୀକ୍ଷା ହଲ୍‌ରେ କପି ଦେଲେ ମହିଳା ହୋମଗାର୍ଡ, ସହଯୋଗ କରି ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

କଟକ,୨୬ା୨ (କାର୍ତ୍ତିକ ସାହୁ): ମାଟ୍ରିକ ପରୀକ୍ଷା ହଲ୍‌ରେ ଦାୟିତ୍ୱ ଠିକ ଭାବେ ତୁଲାଇ ନ ଥିବାରୁ ନରସିଂହପୁର ବ୍ଲକ ଅନ୍ତର୍ଗତ ପତଣ୍ଡାସ୍ଥିତ ଶଙ୍କର୍ଷଣ ବିଦ୍ୟାପୀଠର ଶିକ୍ଷୟିତ୍ରୀ...

ମାଟି ତଳେ ପୋତା ଛୁଆକୁ ଜଗିଛି ମା’ ହାତୀ

ଯୋଡ଼ା(ମାନସ ମହାନ୍ତି)/କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ),୬ା୨:ଜଙ୍ଗଲରୁ ଜନପଦ, ସ୍ନେହରେ ବନ୍ଧା ଏ ଜଗତ। ମଣିଷ ହେଉ ବା ବନ୍ୟପ୍ରାଣୀ ନିଜ ସନ୍ତାନ ପ୍ରତି ସ୍ନେହ ସମସ୍ତଙ୍କର ରହିଛି।...

ମାଲିକାନା ପରିବର୍ତ୍ତନକୁ ନେଇ ବ୍ୟବସାୟୀଙ୍କ ଗଳା କାଟିଦେଲେ ଅଭିଯୁକ୍ତ

ଉଦଳା,୨୫ା୧୧(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ସମୀବୃକ୍ଷ ପର୍ଯ୍ୟଟନସ୍ଥଳୀ ନିକଟରେ ବ୍ୟବସାୟୀ ଚିତ୍ତରଞ୍ଜନ ବେହେରାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ।...

ବାଣ ଫୁଟାଇ ପାପୁଲି ହରାଇଲେ ୨: ୯ ଆହତ

ଭଦ୍ରକ/ତିହିଡ଼ି,୧୩ା୧୧(ସନାତନ ରାଉତ/ସଞ୍ଜିତ ବଳ)-ଦୀପାବଳିରେ ବାଣ ଫୁଟାଇବା ବେଳେ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ବିସ୍ଫୋରଣରେ ୨ଜଣ ପାପୁଲି ହରାଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି। ସେହିପରି...

୨୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ବିଗିଡ଼ିପାରେ ପୂଜା ମାହୋଲ!

ଭୁବନେଶ୍ୱର, ୧୭।୧୦: ଚଳିତ ସପ୍ତାହ ଶେଷ ଆଡକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦକ୍ଷିଣ...

ପାଟପୁର ପୋଲିସ ବିରୋଧରେ ଏସ୍‌ପିଙ୍କୁ ଫେରାଦ

ଛତ୍ରପୁର,୮ା୭(ସନ୍ତୋଷ ପାଢ଼ୀ): ପାଟପୁର ଥାନା ପୋଲିସର ମନମୁଖୀ କାର୍ଯ୍ୟ ବିରୋଧରେ ଗଞ୍ଜାମ ଏସ୍‌ପିଙ୍କ ନିକଟରେ ଯୁବକମାନେ ଫେରାଦ ହୋଇଛନ୍ତି । ପାଟପୁର ଥାନା ପୋଲିସ କିଛି...

ଖରିଫ ଚାଷ ପାଇଁ ଇନ୍ଦ୍ରାବତୀରୁ ଆରମ୍ଭ ହେଲା ଜଳ ଯୋଗାଣ: ୪୨୯ଟି ଗାଁର ୧ ଲକ୍ଷ ୧୫ ହଜାର ୬୧୫ ହେକ୍ଟର ଚାଷଜମି ହେବ ଜଳ ସେଚିତ

ଭବାନୀପାଟଣା,୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଖରିଫ ଚାଷ ଆରମ୍ଭ ହୋଇଛି । ହେଲେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷୀମାନେ ପାଣି ପାଇଁ ହନ୍ତସନ୍ତ ହେଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri