ଅବେବସ୍‌ତା ଘେରରେ ଅଙ୍ଗନୱାଡି କେନ୍ଦ୍ର

ଲାଠୋର, ୨୪ା୬ (ଡି.ଏନ୍‌.ଏ):
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ମାଲପଡ଼ା ଅଙ୍ଗନଓ୍ବାଡି କେନ୍ଦ୍ର ସମସିଆ ଘେରରେ ରହିଛେ। ହେଲେ ଇ ଦିଗେ ପରଶାସନ ତରଫୁ ସମସିଆର ସମାଧାନ ଦିଗେ ପଦକ୍ଷେପ ନାଇଁ ନିଆଯିବାର। ଯେନ୍‌ଥିରଲାଗି ଥାନୀୟ ହିତାଧିକାରୀମାନେ ନାନା ସମସିଆର ସାମନା କରୁଥିବାର ଦେଖ୍‌ବାକେ ମିଲୁଛେ।
ସୂଚନା ଅନ୍‌ସାରେ ବହୁତ ବଛର ହେଲା ମାଲପଡ଼ାରେ ଗୁଟେ ଅଙ୍ଗନଓ୍ବାଡି କେନ୍ଦ୍ର ଥାପନ ହେଇଛେ। ଇ କେନ୍ଦ୍ରରେ ଗଁାର ଛୁଆପୁତା, ଗରଭ୍‌ବତୀ, ପ୍ରସୂତି ମହିଲାମାନକୁ ପୁଷ୍ଟିକର ଖାଏଦ୍‌ନୁ ଆରମ୍‌ କରି ଟୀକାକରନ୍‌, ସୁଆସ୍‌ତିଅ ପରୀକ୍ଷା ଲେଖେଁ ଅନେକ ସରକାରୀ କାଯ୍‌କରମ କରାଯାଉଛେ। କେନ୍ଦ୍ରର ନିଜର କୁଠା ରହିଥିଲେ ବି ସେଠାନେ ଶୌଚାଲୟ, ରଁଧାଘରର ଅଭାବ୍‌ ରହିଛେ। ଯେନ୍‌ଥିରଲାଗି କେନ୍ଦ୍ରକେ ପଢ଼ି ଆସୁଥିବାର ଛୋଟ ଛୋଟ ଛୁଆମାନେ, ମହିଲାମାନେ ନାନା ସମସିଆର ସାମ୍‌ନା କରୁଛନ୍‌। ରଁଧାଘର ଅଭାବୁ କେନ୍ଦ୍ରର ବାରନ୍‌ଡାରେ ପୁଷ୍ଟିକର ଖାଏଦ୍‌ ରଁଧାବଢ଼ା ହେଉଛେ। ଯେନ୍‌ଥିରଲାଗି ଚୁଲିର କୁହୁଲାରେ କେନ୍ଦ୍ରରେ ପାଠ୍‌ ପଢ଼ୁଥିବାର ଛୁଆମାନେ ଉନ୍‌ମୁନା ହେଇଯାଉଛନ୍‌। ସେନ୍‌ତା କେନ୍ଦ୍ର ଆଘେ ପିଇଲା ପାଏନ୍‌ର ସୁବିଧା ଲାଗି ଗୁଟେ ନଲ୍‌ଚୁଅଁା ରହିଥିଲେ ବି ସେଥ୍‌ରୁ ଠିକ୍‌ ହିସାବେ ପାଏନ୍‌ ନାଇଁ ବାହାରବାର। ଗୁଟେ ବାଲଟି ପାଏନ୍‌ ବାହାରଲା ଉତାରୁ ଅଧ୍‌ଘଁଟା ଟାକ୍‌ବାକେ ପଡ଼ୁଛେ। ସବୁଥିରୁ ବଡ଼ କଥା ହେଲା କେନ୍ଦ୍ରର ସୁରକ୍ଷା ଲାଗି ଆଏଜ୍‌ତକ ବାଡ଼ା ତିଆର ନାଇଁ ହେଇପାରି। ଇ ସବୁ ସମସିଆ ବାବ୍‌ଦେ ଅଙ୍ଗନଓ୍ବାଡି କରମୀମାନେ ମାସିକ ପ୍ରଗତି ରିପୋର୍ଟରେ ଲେଖିକରି ଦେଉଥିଲେ ବି କେହି ନାଇଁ ଶୁନବାର। ଯେନ୍‌ଥିରଲାଗି ଥାନୀୟ ହିତାଧିକାରୀମାନେ ନାନା ସମସିଆର ସାମନା କରୁଛନ୍‌। ଇ ଦିଗେ ବିଭାଗୀୟ ଉଚ କତୁରପକ୍ଷ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ରେ ତେଜୁଛି ଛାତ୍ର ଆନ୍ଦୋଳନ: ହଷ୍ଟେଲ ସମସ୍ୟା-ନିମ୍ନମାନର ଖାଦ୍ୟକୁ ନେଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ର ବ୍ୟାପକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବିଶ୍ୱବିଦ୍ୟାଳୟ ଓ ଛାତ୍ରାବାସରେ ଦେଖାଦେଇଥିବା ବିଭିନ୍ନ…

ହୀରାକୁଦରେ ବଢୁଛି ଜଳସ୍ତର, ପୁଣି ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର, ୨୧।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ…

ଫିସେରୀ ବନ୍ଧରୁ ମିଳିଲା ଯୁବକଙ୍କ ମୃତଦେହ: ଖେଳିଗଲା ଶୋକର ଲହରୀ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): କ୍ଷେତରାଜପୁର ଥାନା ଅନ୍ତର୍ଗତ ଫାର୍ମଗୁଡିକ ସମଲେଇ ପ୍ରକଳ୍ପ-୨ର ଫିସେରୀ ବନ୍ଧ(ପୋଖରୀ)ରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ସ୍ଥାନୀୟ ଅଞ୍ଚଳର…

ପୁଣି ଖୋଲିଲା ହୀରାକୁଦ ଗେଟ୍: ୬୧୧ ଫୁଟ୍ ଟପିଲା…. 

ସମ୍ବଲପୁର, ୨୦।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଫଳରେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri