ଅବୁ ବକର୍‌ ଅଲ୍‌-ବାଗ୍‌ଦାଦି

ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌)ର ମୁଖ୍ୟ ଅବୁ ବକର୍‌ ଅଲ୍‌-ବାଗ୍‌ଦାଦିଙ୍କୁ ମୃତ୍ୟୁବରଣ କରିବାକୁ ପଡ଼ିଛି ବୋଲି ପୂର୍ବରୁ ଅନେକଥର ମିଥ୍ୟା ପ୍ରଚାର କରାଯାଇଥିଲା। ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ଦେଶର ସ୍ପେଶାଲ ଫୋର୍ସେସ୍‌ ବାଗ୍‌ଦାଦିଙ୍କୁ ପଶ୍ଚିମ ସିରିଆର ଏକ ବଙ୍କର୍‌ରେ ଠାବ କରି ମାରିପାରିଥିଲେ ବୋଲି ଘୋଷଣା କରିବା ପରେ ଏହି ଖବର ସତ୍ୟ ବୋଲି ଜଣାପଡ଼ିଛି। ଟ୍ରମ୍ପ୍‌ଙ୍କ କହିବା ଅନୁଯାୟୀ, ଶେଷ ବେଳକୁ ବାଗ୍‌ଦାଦି କାନ୍ଦି ପକାଇଥିଲେ ଏବଂ ନିଜର ତିନୋଟି ସନ୍ତାନଙ୍କୁ ନେଇ ପଳାଇବାର ଉଦ୍ୟମ ବିଫଳ ହେବା ପରେ ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲେ। ଏଥିରେ ତାଙ୍କ ସମେତ ତାଙ୍କ ସନ୍ତାନମାନଙ୍କ ମୃତ୍ୟୁ ଘଟିଥିଲା।
୧୯୭୧ ମସିହାରେ ଇରାକ୍‌ ରାଜଧାନୀ ବାଗ୍‌ଦାଦ୍‌ ସହର ନିକଟବର୍ତ୍ତୀ ଏକ ଗ୍ରାମରେ ଜନ୍ମ ନେଇଥିବା ବାଗ୍‌ଦାଦିଙ୍କ ମୃତ୍ୟୁ ଏବେ ଏକ ବିକଟାଳ ପର୍ଯ୍ୟାୟର ସମାପ୍ତି ଆଣିଥାଇପାରେ । ଏଠାରେ ଉଲ୍ଲେଖ କରାଯାଇପାରେ ଇରାନ୍‌ର ସୂଚନା ମନ୍ତ୍ରୀ ମହମ୍ମଦ ଜାଭାଦ୍‌ଙ୍କ ଟୁଇଟ୍‌। ଯେତେବେଳେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ ଟୁଇଟ୍‌ ଯୋଗେ ସମଗ୍ର ପୃଥିବୀକୁ ଜଣାଇଲେ ଯେ, ଗୋଟେ ବିରାଟ ଘଟଣା ଘଟିଛି, ସେତେବେଳେ ଉତ୍ତର ଦେଇ ଜାଭାଦ୍‌ ଟୁଇଟ୍‌ କଲେ, ‘ବାଗ୍‌ଦାଦିଙ୍କ ମୃତ୍ୟୁ’ ଏକ ବଡ଼ ଘଟଣା ନୁହେଁ। ତୁମ ଦ୍ୱାରା ଜନ୍ମିତ ଜନ୍ତୁଙ୍କୁ ତୁମେ ମାରିଛ। ଇତିହାସ ଦେଖିଲେ ସୋଭିଏଟ୍‌ ରୁଷିଆର ଆଫଗାନିସ୍ତାନ ଭିତରେ ପ୍ରବେଶକୁ ପ୍ରତିହତ କରିବାକୁ ଯାଇ ଆମେରିକା ତାହାର ବୁଦ୍ଧିରେ ମୁଜାହିଦ୍ଦିନ୍‌ ଗୋଷ୍ଠୀ ସୃଷ୍ଟି କରିଥିଲା। ସେହି ଗୋଷ୍ଠୀର ଅନ୍ୟତମ ନେତା ଥିଲେ ଓସାମା ବିନ୍‌ ଲାଡେନ୍‌। ପରବର୍ତ୍ତୀ ସମୟରେ ସୋଭିଏଟ୍‌ ବ୍ୟବସ୍ଥା ଭାଙ୍ଗିପଡ଼ିିଲା। ମୁଜାହିଦ୍ଦିନ୍‌ଙ୍କ ପାଖରେ ବନ୍ଧୁକ, ଗୋଳାବାରୁଦ ରହିଗଲା। ଓସାମା ବିନ୍‌ ଲାଡେନ୍‌-ଏକ ନୂଆ ଗୋଷ୍ଠୀ ଅଲ୍‌ କାଏଦା-ସୃଷ୍ଟି କରି ଏହି ଏକବିଂଶ ଶତାବ୍ଦୀର ଆରମ୍ଭରେ ଆମେରିକା ଉପରେ ଆକ୍ରମଣ କରାଇଥିଲେ। ପରବର୍ତ୍ତୀ ସମୟରେ ସେହି ଆମେରିକାକୁ କଳ-ବଳ-କୌଶଳ ବ୍ୟବହାର କରି ଲାଡେନ୍‌ଙ୍କୁ ପାକିସ୍ତାନର ଆବୋଟ୍ଟାବାଦ୍‌ରେ ହତ୍ୟା କରିବାକୁ ପଡ଼ିିଥିଲା। ଅର୍ଥାତ୍‌ ଆମେରିକା ସୃଷ୍ଟି କରୁଥିବା ଉଗ୍ରବାଦକୁ ସେହି ଆମେରିକା ନିଜେ ରକ୍ତ ଦେଇ ଲଢ଼ିବାକୁ ପଡୁଛି। ବାଗ୍‌ଦାଦିଙ୍କ ଆବିର୍ଭାବ ପରେ ଆଇଏସ୍‌ର ଗୁରୁତ୍ୱ ବଢ଼ିଲା ଯେତେବେଳେ, ୧୭ ବର୍ଷ ପୂର୍ବେ, ଇରାକ୍‌ର ତତ୍କାଳୀନ ରାଷ୍ଟ୍ରପତି ସଦ୍ଦାମ୍‌ ହୁସେନ୍‌ଙ୍କ ପତନ ଘଟିଲା। ସେହି ପତନ ପାଇଁ ଆମେରିକା ମୁଖ୍ୟତଃ ଦାୟୀ।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ହୁସେନ୍‌ ଓବାମାଙ୍କ ୮ ବର୍ଷର ଶାସନ ସମୟରେ ଆଇଏସ୍‌ର ଔଦ୍ଧତ୍ୟ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇଥିଲା। ଓବାମାଙ୍କ ପରେ ଟ୍ରମ୍ପ୍‌ ରାଷ୍ଟ୍ରପତି ପଦବୀ ଗ୍ରହଣ କରିବା କ୍ଷଣି ଆମେରିକାର ଚାପ ଆଇଏସ୍‌ ଉପରେ ବୃଦ୍ଧି ପାଇଥିଲା। ରୁଷିଆ ଏବଂ ସିରିଆର ରାଷ୍ଟ୍ରପତି ବଶର ଅଲ୍‌-ଆସାଦ୍‌ଙ୍କ ଅସହଯୋଗ ସତ୍ତ୍ୱେ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶ ଯୋଗୁ ଆଇଏସ୍‌ ଉପରେ ଆମେରିକାର ଆକ୍ରମଣ ଜାରି ରହିଲା। ଏବେ କୁହାଯାଉଛି ଯେ, ନିଜ ବିରୋଧରେ ଆସିଥିବା ମହାଭିଯୋଗକୁ ବାଟବଣା କରିବା ଏବଂ ଆସନ୍ତାବର୍ଷ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପାଇଁ ବାଗ୍‌ଦାଦିଙ୍କୁ ଏହି ଘଡ଼ିିସନ୍ଧି ମୁହୂର୍ତ୍ତରେ ଟ୍ରମ୍ପ୍‌ ବ୍ୟବହାର କରିଛନ୍ତି। ଏଭଳି ମାନସିକତା ସହିତ ଭାରତୀୟମାନେ ମଧ୍ୟ ଅତ୍ୟନ୍ତ ପରିଚିତ। ଯୁଦ୍ଧ ଏବଂ ଆତଙ୍କବାଦର ଦ୍ୱାହି ଦେଇ ନିର୍ବାଚନ ଜିତିବା ପାଇଁ ଶାସକ ଗୋଷ୍ଠୀର ଉଦ୍ୟମ ଭାରତରେ ନୂଆ ନୁହେଁ। ସେହିଭଳି ଭାରତୀୟ ପୁସ୍ତକରୁ, ସମ୍ଭବତଃ, ଟ୍ରମ୍ପ୍‌ ଏକ ପୃଷ୍ଠା ନେଇ ଅଲ୍‌-ବାଗ୍‌ଦାଦି ନାଟକ ରଚାଇ ପାରିଥାଆନ୍ତି। କିନ୍ତୁ ଯେକୌଣସି ଉଦ୍ଦେଶ୍ୟରେ ହେଉ ପଛେ ବାଗ୍‌ଦାଦିଙ୍କ ମୃତ୍ୟୁ ମଧ୍ୟପ୍ରାଚ୍ୟ ଏବଂ ପଶ୍ଚିମ ଏସିଆର ଭବିଷ୍ୟତକୁ ନିଶ୍ଚିତ ଭାବେ ପ୍ରଭାବିତ କରିବ। ଓସାମା ବିନ୍‌ ଲାଡେନ୍‌ଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ରକୁ ମଧ୍ୟ ହତ୍ୟା କରାଯାଇଥିଲା ଏବଂ କେତେକ ମହଲରେ ଚିନ୍ତା କରାଯାଉଛି ଯେ, ଅଲ୍‌-କାଏଦାର ପ୍ରଭାବ ହ୍ରାସ ପାଇଛି। ଅନୁରୂପ ଭାବେ ବାଗ୍‌ଦାଦିଙ୍କ ମୃତ୍ୟୁ ନିଶ୍ଚିତ ଭାବେ ଆଇଏସ୍‌ର କାର୍ଯ୍ୟ ପ୍ରଣାଳୀରେ ଦୁର୍ବଳତା ଆଣିଦେଇପାରେ। ଅନ୍ୟପଟେ ଏହା ମନେରଖିବାକୁ ହେବ ଯେ, ଆଧୁନିକ ପୃଥିବୀର ସଭ୍ୟତା ପ୍ରତି ସବୁଠାରୁ ବଡ଼ ବିପଦ ସୃଷ୍ଟି କରିଛି ଧର୍ମୀୟ ଉଗ୍ରବାଦ। ବାଗ୍‌ଦାଦିଙ୍କ ଅନୁପସ୍ଥିତିରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ପୂରଣ କରିବା ପାଇଁ କିଏ ଆଗେଇ ଆସିବେ ତାହା କହିବା କଷ୍ଟକର। ଅନ୍ୟପଟେ ଆମେରିକା ଚିନ୍ତା କରୁଛି, ତା’ର ସୈନ୍ୟକୁ ମଧ୍ୟପ୍ରାଚ୍ୟ ଓ ପଶ୍ଚିମ ଏସିଆରୁ ପ୍ରତ୍ୟାହାର କରିନେବ । ଯଦି ତାହା ହୁଏ, କେବଳ ଯେ ଆମେରିକା ସହିତ ଥିବା କୁର୍ଦ୍ଦି, ସିରିଆର ଗଣତାନ୍ତ୍ରିକ ଶକ୍ତି ବାଧାପ୍ରାପ୍ତ ହେବ ତାହା ନୁହେଁ, ସମଗ୍ର ପୃଥିବୀ ପାଇଁ କଳାବାଦଲ ଭାବେ ସୃଷ୍ଟି ହୋଇଥିବା ଆତଙ୍କବାଦ ପୁନର୍ବାର ଶକ୍ତିଶାଳୀ ହୋଇ ମୁଣ୍ଡ ଟେକିବାର ଆଶଙ୍କା ବୃଦ୍ଧିପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri