ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀଙ୍କ ଧାରଣା

ବାଲିଆପାଳ, ୨୧।୧୨(ସ୍ବ.ପ୍ର.)-ବାଲିଆପାଳ ବ୍ଲକ ସମ୍ମୁଖରେ ବାଲିଆପାଳ ଅବସରପ୍ରାପ୍ତ ଶିକ୍ଷକମାନେ ୫ ଦଫା ଦାବି ପୂରଣ ପାଇଁ ଶୁକ୍ରବାର ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ। କେନ୍ଦ୍ର ସରକାର ୨୫ଟି ରାଜ୍ୟରେ ଶିକ୍ଷକ, କର୍ମଚାରୀମାନଙ୍କୁ ଚିକିତ୍ସା ଭତ୍ତା ଓ ସହାୟତା ଯୋଗାଇ ଆସୁଥିବା ବେଳେ ଆମ ସରକାର ଏସବୁ କର୍ଣ୍ଣପାତ କରୁନାହାନ୍ତି। ଉକ୍ତ ଘଟଣା ସମ୍ପର୍କରେ ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘ ପକ୍ଷରୁ ବାରମ୍ବାର ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇ ଆସୁଥିଲେ ମଧ୍ୟ ଅଦ୍ୟାବଧି କୌଣସ ପଦକ୍ଷେପ ଗ୍ରହଣ କରାଯାଇନାହଁି। ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘ ସଭାପତି ଶ୍ରୀକାନ୍ତ ଜେନାଙ୍କ ନେତୃତ୍ୱରେ ଶିକ୍ଷକ କର୍ମଚାରୀ ସଂଘ ପକ୍ଷରୁ ପେନସନ କର୍ମଚାରୀମାନଙ୍କୁ ଭତ୍ତା ଓ ଚିକିତ୍ସା ସୁବିଧା, ସାଧାରଣ ଅଭିଯୋଗ ଓ ପେନସନ ବିଭାଗର ପୁନଃ ସ୍ଥାପନ, ସପ୍ତମ ବେତନ କମିଶନ ସୁପାରିଶ ଆଧାରରେ ପେନସନ ନିର୍ଦ୍ଧାରଣ, ବାଲିଆପାଳ ବ୍ଲକ ଏବଂ ଡାକ୍ତରଖାନାରେ ଖାଲି ପଡ଼ିଥିବା ପଦବୀ ପୂରଣ ଏବଂ ଓଡ଼ିଶାକୁ ମଦମୁକ୍ତ କରିବା ଦାବିରେ ବ୍ଲକ ସମ୍ମୁଖରେ ଶତାଧିକ ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀମାନେ ଧାରଣାରେ ବସିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବାଲିଆପାଳ ବିଡ଼ିଓ ଲାଦ୍‌ ମୁର୍ମୁଙ୍କୁ ପ୍ରଦାନ କରାଯାଇଥିଲା। ସାଧାରଣ ସମ୍ପାଦକ ରାଖାଲ ଚନ୍ଦ୍ର ଦାସ, ଜଗନ୍ନାଥ ମହାନ୍ତି, ସୁଧାସିନ୍ଧୁ ସାହୁ, ବେଣୁଧର ମଣ୍ଡଳ, ଗଙ୍ଗାଧର କୁହ୍ଲାରି, ବେଣୁଧର ଜେନାଙ୍କ ସମେତ ଶତାଧିକ ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଟ୍ରଲର: ବଞ୍ଚିଛନ୍ତି ମତ୍ସ୍ୟଜୀବୀ, ୩ ତାରିଖରୁ ଥିଲେ ନିଖୋଜ

ଭୋଗରାଇ,୨୭।୮(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଆନ୍ଧ୍ରପ୍ରଦେଶର ଏକ ମାଛ ଧରା ଟ୍ରଲର ଭାସମାନ ଅବସ୍ଥାରେ ବିପଦରେ ଥିବା…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri