ଅବକାରୀ ବିଭାଗ ପକ୍ଷରୁ ଚଢାଉ: ବିପୁଳ ପରିମାଣର ମଦ, ପୋଚ ଜବତ

ଦେବଗଡ,୭ା୫(ଡି.ଏନ.ଏ)-ଦେବଗଡ ଜିଲା ଅବକାରୀ ବିଭାଗ ପକ୍ଷରୁ ଦେବଗଡ ଥାନା ଅଧିନ କାଲକାଠ ଗ୍ରାମର ଅଲେଖ କିସାନଙ୍କ ଘରେ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯିବା ସହ ୧୬ କୁଇଣ୍ଟାଲ ଊର୍ଦ୍ଧ୍ୱ ମହୁଲ ପୋଚ ନଷ୍ଟ କରାଯାଇଛି। ଅଲେଖ ବେଆଇନ ମଦ ପ୍ରସ୍ତୁତ କରି ବିକ୍ରି କରୁଥିବା ନେଇ ଅବକାରୀ ବିଭାଗ ସୂଚନା ପାଇଥିଲା। ଖବରପାଇ ଅବକାରୀ ନିରୀକ୍ଷକ ପଦ୍ମଲୋଚନ ପ୍ରଧାନଙ୍କ ନେତୃତ୍ୱରେ ସବ୍‌ଇନ୍ସପେକ୍ଟର ପ୍ରଦ୍ୟୁମ୍ନ କୁମାର ସାହୁ, ରାଧାକାନ୍ତ ଭୋଇ, ଏଏସ୍‌ଆଇ ଦିଲୀପ ଶତପଥି, ଗୋବିନ୍ଦ ଚନ୍ଦ୍ର ପ୍ରଧାନ ପ୍ରମୁଖ ଚଢାଉ କରିଥିଲେ। ଚଢାଉ ସମୟରେ ଅବକାରୀ କର୍ତ୍ତୃପକ୍ଷଙ୍କୁ ଦେଖି ଅଲେଖ ଫେରାର ହୋଇଛନ୍ତି। ଫେରାର ଅଭିଯୁକ୍ତ ଅଲେଖଙ୍କ ନାମରେ ଏକ ଅବକାରୀ ମାମଲା ରୁଜୁ ହୋଇଛି।
ସେହିପରି ନିକଟସ୍ଥ ଜଙ୍ଗଲ ମଧ୍ୟରେ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୨ ଲିଟର ଦେଶୀ ରନ୍ଧା ମଦ ଜବତ କରାଯିବା ସହ ମଦ ତିଆରି ପାଇଁ ପ୍ରସ୍ତୁତ ହୋଇ ରହିଥିବା ୯୬୦ କିଲୋ ମହୁଲ ପୋଚ ନଷ୍ଟ କରାଯାଇଥିବା ବିଭାଗ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଡ୍ରାଇଭର ମହାସଙ୍ଘ, ଦେବଗଡ ଶାଖା ପକ୍ଷରୁ ଅଟୋ ରିକ୍ସା ଶୋଭାଯାତ୍ରା: ଏହିସବୁ ଦାବି ରଖିଲେ…

ଦେବଗଡ,୧୨।୬(ଶଶାଙ୍କ ଶେଖର ଝାଙ୍କର): ଓଡ଼ିଶା ଡ୍ରାଇଭର ମହାସଙ୍ଘ, ଦେବଗଡ ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ଅଟୋ ରିକ୍ସା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିସହ…

୪ର୍ଥ ବାଟାଲିଅନ ଆଇଆର୍‌ବିର ନୂତନ କମାଣ୍ଡାଣ୍ଟଙ୍କ ଯୋଗଦାନ, ଯବାନ-ଅନ୍ୟାନ୍ୟ ପଦାଧିକାରୀଙ୍କ ମଧ୍ୟରେ ଉତ୍ସାହ

ଦେବଗଡ,୧୨।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ବ୍ଲକର ବମ୍ପରଡା ସ୍ଥିତ ୪ର୍ଥ ଆଇଆର୍‌ବିର କମାଣ୍ଡାଣ୍ଟ ଭାବେ ଭବାନୀ ଶଙ୍କର ସେଠ ଯୋଗଦାନ କରଛନ୍ତି । ଭବାନୀ…

ହାତୀ ଆକ୍ରମଣରେ ଯୁବକ ମୃତ ଘଟଣାରେ ଶବ ଛାଡିଲେନି ଗ୍ରାମବାସୀ, ପ୍ରଶାସନିକ ପ୍ରତିଶ୍ରୁତି ପରେ…

ରିଆମାଳ ୧୧।୬(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଳକ କୁଣ୍ଢେଇଗୋଳା ସେକସନ ଚଢ଼େଇମରା ଗ୍ରାମ ପଞ୍ଚାୟତର ସଙ୍ଗାପଶି ଗ୍ରାମରେ ବୁଧବାର ହାତୀ ଆକ୍ରମଣରେ ସୁଶାନ୍ତ ନାୟକ ନାମକ…

ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !

ରିଆମାଳ, ୧୦ା୬ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ସଂଘାପଶି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ…

ଜଙ୍ଗଲରୁ ହାତୀ ଶାବକର ମୃତଦେହ ଜବତ

ରିଆମାଳ,୬ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ସଙ୍ଘାପଶି ଖସଡ଼ା ଜଙ୍ଗଲରୁ ଶନିବାର ଏକ ଅଣ୍ଡିରା ଶିଶୁ ଶାବକ ହାତୀର ମୃତଦେହ ଜବତ…

ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବାବେଳେ ଟଳିପଡିଲେ ସମ୍ବାରୁ, ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ

ଦେବଗଡ,୬।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ତିଲେଇବଣି ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ବଡଛାପଲ ଗ୍ରାମର ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ଏହା ଅଂଶୁଘାତ…

ଜୟଦେବ ଭବନରେ ସମ୍ମାନିତ ହେଲେ ଦେବଗଡ଼ର ବିଶିଷ୍ଟ ଶିକ୍ଷାବିତ୍ ପ୍ରଶାନ୍ତ ସାର୍

ଦେବଗଡ଼, ୪।୬(ଶଶାଙ୍କ ଶେଖର ଝାଙ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଓମେନ୍ସ ସ୍ୱେଚ୍ଛାସେବୀ ସଂଗଠନ ଓ କଳିଙ୍ଗ ସଂକୀର୍ତ୍ତନ ମଣ୍ଡଳୀ ମହାସଂଘ ପକ୍ଷରୁ ୨୦ତମ ବାର୍ଷିକ…

ଜଙ୍ଗଲକୁ ଯାଇ ଘରକୁ ଫେରି ନ ଥିଲେ ଚାଷୀ, ଆଜି ମିଳିଲା ମୃତଦେହ

ରିଆମାଳ,୪ା୬(ବଦ୍ରୀ ନାରାୟଣ ଅଗ୍ରଓ୍ବାଲ): ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଚଢେଇମରା ଗ୍ରାମ ଜଙ୍ଗଲରୁ ଗୁରୁବାର ଜଣେ ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ଜବତ ହୋଇଛି। ମୃତବ୍ୟକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri