ଅପପୁଷ୍ଟିର ଶିକାର ଶିଶୁ ଆଖିବୁଜିଲେ; ସହାୟତା ମିଳିବା ପୂର୍ବରୁ ସରିଗଲା ଆୟୁଷ

ଢେଙ୍କାନାଳ ଅଫିସ, ୧୬ା୯- ଜିଇଥିଲା ବେଳେ ଆଡ଼ଆଖିରେ ଚାହିଁ ନ ଥିବା ପ୍ରଶାସନିକ ଅଧିକାରୀ ଶେଷ ସମୟରେ ବେଶ୍‌ ତତ୍ପରତା ଦେଖାଇଲେ। ହେଲେ ସେତେବେଳକୁ ଆଉ ଆୟୁଷ ନ ଥିଲା। ମଞ୍ଜୁର ଭତ୍ତା ଟଙ୍କା କି ଚିକିତ୍ସା କିଛି କାମ ଦେଲାନି। ପ୍ରଶାସନିକ ଅବହେଳାର ଶିକାର ହୋଇ ଶେଷରେ ଆଖି ବୁଜିଦେଲେ ଅପପୁଷ୍ଟିରେ ଆକ୍ରାନ୍ତ ଦୃଷ୍ଟିହୀନ ଶିଶୁ ସମ୍ବିତ୍‌ ସେଠୀ ଓରଫ୍‌ ସତ୍ୟ। ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲାରେ ଏପରି ସ୍ପର୍ଶକାତର ଘଟଣା କେବଳ ପ୍ରଶାସନିକ କଳର ଅପାରଗତାକୁ ପଦାରେ ପକାଇନି, ଅଧିକନ୍ତୁ ଏହା ମାନବିକତା ପାଇଁ କୁଠାରାଘାତ ବୋଲି ଅଭିଯୋଗ ଆଣିଛନ୍ତି ସାମାଜିକକର୍ମୀ।
ଏ ସମ୍ପର୍କରେ ରବିବାର ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ଚେତିଥିଲା ଜିଲା ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ଏବଂ ଜିଲା ସମାଜ ମଙ୍ଗଳ ବିଭାଗ। ବିଭାଗୀୟ ଅଧିକାରୀମାନେ ସକାଳୁ ଗଁଦିଆ ବ୍ଲକ ନିହଲପ୍ରସାଦ ଗ୍ରାମକୁ ଯାଇ ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଏଥିସହ ତାଙ୍କୁ ତୁରନ୍ତ ୭୦୦ଟଙ୍କା ଦିବ୍ୟାଙ୍ଗ ଭତ୍ତା ମଞ୍ଜୁର କରାଯାଇଥିଲା। ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକାରୀମାନେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟା ୬ଟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଶିଶୁଙ୍କ ଚିକିତ୍ସା କରୁଥିବା ଡାକ୍ତର ମିନତି ଶତପଥୀ କୁହନ୍ତି, ଶିଶୁଟି ଅପପୁଷ୍ଟି ଏବଂ ରକ୍ତହୀନତାର ଶିକାର ହୋଇଥିଲା। ୩ବର୍ଷ ବୟସରେ ଜଣଙ୍କ ଓଜନ ୧୩କେଜି ରହିବା କଥା। ହେଲେ ଶିଶୁଟିର ଓଜନ ମାତ୍ର ୬ କେଜି ଥିଲା। ସମସ୍ତ ଚେଷ୍ଟା ସତ୍ତ୍ୱେ ତାକୁ ବଞ୍ଚାଇବା ସମ୍ଭବପର ହୋଇ ନ ଥିବା ଡାକ୍ତର କହିଛନ୍ତି। ଅନ୍ୟପଟେ ଶିଶୁଟିର ମୃତ୍ୟୁ ପରେ ଅଧିକାରୀମାନେ ସ୍ବାସ୍ଥ୍ୟକେନ୍ଦ୍ରରୁ ଖସିପଳାଇଥିଲେ। ଏପରି କି ଘଟଣା ସମ୍ପର୍କରେ କେହି କିଛି ଜାଣି ନ ଥିବା ଭଳି ଉତ୍ତର ରଖିଥିଲେ।
ଏ ନେଇ ଜିଲା ସମାଜ ମଙ୍ଗଳ ଅଧିକାରୀ ଦାୟିତ୍ୱରେ ଥିବା ଜିଲା ସାମାଜିକ ସଶକ୍ତୀକରଣ ଓ ସୁରକ୍ଷା ଅଧିକାରୀ ପ୍ରସନ୍ନ କୁମାର ମଲ୍ଲିକ କୁହନ୍ତି, ସ୍ବାସ୍ଥ୍ୟ ପରୀକ୍ଷା ପରେ ଅଧିକ ଚିକିତ୍ସା ଲାଗି ଶିଶୁକୁ ଜିଲା ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ତା’ର ମୃତ୍ୟୁ ଘଟିଛି। ଶିଶୁକୁ ଅବହେଳା ପ୍ରଦର୍ଶନ କରିଥିବା ଅଧିକାରୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଉତ୍ତରରେ ସେ କୁହନ୍ତି, ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟକୁ ଏ ସମ୍ପର୍କରେ ଜଣାଇ ଦିଆଯାଇଛି। ସୋମବାର ନୂତନ ଜିଲା ସମାଜ ମଙ୍ଗଳ ଅଧିକାରୀ ଦାୟିତ୍ୱ ଗ୍ରହଣ କରିବେ। ଏହାପରେ ଜିଲାପାଳଙ୍କ ସହ ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ତେବେ ଶିଶୁମୃତ୍ୟୁ ସମ୍ପର୍କରେ କେହି ସୂଚନା ଦେଇ ନ ଥିବା ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କହିଛନ୍ତି। ଏପରି କି ତାଙ୍କ ନିକଟରେ ପୂର୍ବରୁ କୌଣସି ଅଭିଯୋଗ ହୋଇ ନ ଥିବା ସେ ମତ ରଖିଛନ୍ତି।
ଏ ନେଇ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପ୍ରିୟ’ର କର୍ମକର୍ତ୍ତା ତଥା ପାରାଲିଗାଲ ଭଲ୍ୟୁଣ୍ଟିୟର ଟଙ୍କଧର ବାରିକ କୁହନ୍ତି, ନିହଲପ୍ରସାଦ ଗ୍ରାମର ଦିନ ମଜୁରିଆ କାର୍ତ୍ତିକ ସେଠୀଙ୍କ ବଡ଼ପୁଅ ହେଉଛନ୍ତି ସମ୍ବିତ୍‌। ସେ ଦୃଷ୍ଟିହୀନ। ବାରମ୍ବାର ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହେବା ସତ୍ତ୍ୱେ ଶିଶୁକୁ ସହାୟତା ମିଳିଲାନାହିଁ। ଏ ନେଇ ୨୦୧୯ ଜୁନ୍‌ ୨୬ରେ ଜିଲା ଆଇନସେବା ପ୍ରାଧିକରଣ ନିକଟରେ ଭତ୍ତା ପାଇଁ ଆବେଦନ କରାଯାଇଥିଲା। ପ୍ରାଧିକରଣ ପକ୍ଷରୁ ତ୍ୱରିତ ପଦକ୍ଷେପ ନେବାକୁ ଗଁଦିଆ ବ୍ଲକ ପ୍ରଶାସନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଇତିମଧ୍ୟରେ ୨ମାସ ବିତି ଯାଇଥିଲେ ମଧ୍ୟ ଶିଶୁକୁ ଭତ୍ତା କି ଆନୁଷଙ୍ଗିକ ସହାୟତା ମିଳିଲାନି। ପ୍ରଶାସନର ଅବହେଳା ପାଇଁ ଶିଶୁଟିର ଜୀବନ ଯାଇଥିବା ସେ ଅଭିଯୋଗ କରିଛନ୍ତି। ଜିଲାରେ ଏପରି ୧୫ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସମ୍ବିତ୍‌ଙ୍କ ଜଣେ ସମ୍ପର୍କୀୟ ଭାଇ ଅଛନ୍ତି। ସମନ୍ବିତ ଶିଶୁ ବିକାଶ ବିଭାଗ, ସ୍ବାସ୍ଥ୍ୟ ବିଭାଗର ଦାୟିତ୍ୱହୀନତାରୁ ଜିଲାରେ ଅପପୁଷ୍ଟିରେ ଶିଶୁ ଆକ୍ରାନ୍ତ ହେଉଛନ୍ତି। ଏହାର ପ୍ରତିକାର ପାଇଁ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri