ଅନ୍ଧ ଭକ୍ତ

ଭକ୍ତି ମାନେ ଅନୁରାଗ, କାହାକୁ ନିଃସର୍ତ୍ତ ଅତିଶୟ ଶ୍ରଦ୍ଧା କରିବା ବା ଭଲପାଇବା। ପ୍ରଧାନମନ୍ତ୍ରୀଙ୍କ ଅନୁଗାମୀମାନଙ୍କୁ ମଧ୍ୟ ଭକ୍ତ କୁହାଯାଉଛି। ସେମାନେ ତାଙ୍କୁ ଜଣେ ମସିହ ବା ତ୍ରାଣକର୍ତ୍ତା ଭଳି ବ୍ୟକ୍ତିତ୍ୱ ଭାବରେ ବିବେଚନା କରନ୍ତି, ଯିଏ ଭାରତକୁ ବଦଳାଇପାରିବେ। ସେମାନେ ଭାବୁଛନ୍ତି ଭାରତକୁ ଅନ୍ୟ ଲୋକମାନେ (ଦୁର୍ନୀତିଗ୍ରସ୍ତ ତଥା ଅଯୋଗ୍ୟ ରାଜନେତା) ପଛୁଆ କରିତୋଳୁଛନ୍ତି ଏବଂ ନରେନ୍ଦ୍ର ମୋଦି ସେମାନଙ୍କଠାରୁ ଏତେ ଭିନ୍ନ ଯେ ସେ ଏହାର ଦିଗ ଓଲଟାଇ ଭାରତକୁ ପୁଣି ମହାନ୍‌ କରିବେ।
ମୁଁ ଏହାକୁ ଭକ୍ତଙ୍କ ଭାବନା ବୋଲି କହିଲି କିନ୍ତୁ ଏହି ଭକ୍ତମାନେ କିଛି ଚିନ୍ତା କରୁଛନ୍ତି ବୋଲି ମନେ ହେଉନାହିଁ। ଭକ୍ତି ବୁଦ୍ଧିର ଫଳ ନୁହେଁ ବରଂ ଆବେଗର ଫଳ। ଏହା ଧାର୍ମିକ ଏବଂ ଧର୍ମ ପରି ଏଠାରେ ଥିବା ଭକ୍ତ ମଧ୍ୟ ବସ୍ତୁ ଜଗତ ଏବଂ ବାସ୍ତବରେ କ’ଣ ଘଟେ ସେଥିପାଇଁ ଚିନ୍ତିତ ନୁହନ୍ତି। ପ୍ରଶ୍ନ ହେଉଛି ମୋଦିଙ୍କ ସମର୍ଥକଙ୍କୁ ଭକ୍ତ ଭାବରେ ଶ୍ରେଣୀଭୁକ୍ତ କରିବା ଠିକ୍‌ କି? ଆମେ ଏହାକୁ ନିରପେକ୍ଷ ଭାବରେ ବିଚାର କରିବା ଆବଶ୍ୟକ।
ଗୁଜରାଟ ମଡେଲ କାର୍ଯ୍ୟସୂଚୀରେ ପ୍ରଥମ ଜିନିଷ ଅର୍ଥନୀତି ବୋଲି ଅନୁମାନ କରାଯାଉଥିଲା। ଭାରତର ଅର୍ଥନୀତି ଚଳିତ ବର୍ଷ ସଂକୁଚିତ ହେବ, ଅର୍ଥାତ୍‌ ୨୦୨୦-୨୦୨୧ରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଗତବର୍ଷ ତୁଳନାରେ କମ୍‌ ହେବ। ଏହା ଚାରି ଦଶନ୍ଧି ମଧ୍ୟରେ ହୋଇ ନ ଥିଲା। ଗତ ୯ଟି ତ୍ରିମାସୀ ଭିତରେ ପ୍ରତି ତ୍ରିମାସୀରେ ଅର୍ଥନୀତିର କ୍ରମାଗତ ମନ୍ଥରତା ଫଳରେ ଏହି ସଂକୋଚନ ଆସିଛି। ୧୯୪୭ ପରଠାରୁ ଏପରି ସ୍ଥିତି ଦେଖାଯାଇ ନ ଥିଲା। ଆମ ଦେଶରେ ଅର୍ଥନୀତିର ଏହି ଅବସ୍ଥା ଲକ୍‌ଡାଉନ୍‌ ପୂର୍ବରୁ ଥିଲା।
ରେଟିଂ ଏଜେନ୍ସି ମୁଡିସ୍‌ ଏହାର ରେଟିଂ କମାଇ ୨୦୦୩ର ସ୍ଥିତିକୁ ନେଇଯାଇଛି। ଏହା ଆମର ଋଣ ଯୋଗ୍ୟତାକୁ ପ୍ରଭାବିତ କରିବ। ଏହା ରିପୋର୍ଟ କାର୍ଡରେ ଏକ ଦାଗ ମାତ୍ର ନୁହେଁ। ଆମେ ସମସ୍ତେ ଏଥିପାଇଁ ମୂଲ୍ୟ ଦେବୁ। ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କହିଛନ୍ତି ଯେ, ବର୍ଷର ଦ୍ୱିତୀୟାର୍ଦ୍ଧରେ କିମ୍ବା ଆସନ୍ତା ବର୍ଷରେ ଏ ପରିସ୍ଥିତିରେ ସୁଧାର ଆସିବ କି ନା ସେ ଜାଣିପାରୁ ନାହାନ୍ତି। ବର୍ଷ ଆରମ୍ଭରେ ବେକାରି ୮% ଥିଲା, ଯାହା ଭାରତ ଇତିହାସରେ ସର୍ବାଧିକ। ବର୍ତ୍ତମାନ ଏହା ପ୍ରାୟ ୨୦%ରେ ପହଞ୍ଚିଲାଣି।
ଜୁନ୍‌ ୧୩, ଶନିବାର ‘ଦ ଇକୋନୋମିଷ୍ଟ’ରେ ଶିରୋନାମା ପ୍ରକାଶ ପାଇଛି: ଭାରତର ଲକ୍‌ଡାଉନ୍‌ କରୋନା ସଂକ୍ରମଣ ରୋକିବାରେ ବିଫଳ ହୋଇଛି, କିନ୍ତୁ ଏହା ଅର୍ଥନୀତିକୁ ରୋକିବାରେ ସଫଳ ହୋଇଛି। ଦ ଇକୋନୋମିଷ୍ଟ ମୋଦିଙ୍କ ଖୁବ୍‌ ନିକଟତର। ୨୦୧୩ରେ ଏହା ରିପୋର୍ଟ କରିଥିଲା ଯେ, ମୋଦି ୨୦୧୪ରେ ଉତ୍ତରପ୍ରଦେଶରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ମୁଁ ସେତେବେଳେ ଲେଖିଥିଲି ଯେ ଏହା ଭୁଲ ଏବଂ ମୋଦି କେବଳ ଗୁଜରାଟରୁ ପ୍ରତିଦ୍ୱନ୍ଦ୍ୱିତା କରିବେ, କିନ୍ତୁ ମୁଁ ହିଁ ଭୁଲ୍‌ ପ୍ରମାଣିତ ହୋଇଥିଲି।
ନିର୍ବାଚନୀ କାର୍ଯ୍ୟସୂଚୀର ଦ୍ୱିତୀୟ ଜିନିଷ ଥିଲା ଜାତୀୟତା। ବ୍ରିଟିଶ ଖବରକାଗଜ ଟେଲିଗ୍ରାଫ୍‌ ଗୁରୁବାର ଯାହା ପ୍ରକାଶ କରିଛି, ତାହା ଭାରତରେ ସମସ୍ତେ ଜାଣନ୍ତି କିନ୍ତୁ ତା’ ଉପରେ ଆଲୋଚନା କରାଯାଇପାରିବ ନାହିଁ। ତାହା ହେଉଛି- ଚାଇନା ଲଦାଖର ୬୦ ବର୍ଗ କିଲୋମିଟର ଦଖଲ କରିଛି। ଶୁକ୍ରବାର ଫ୍ରାନ୍ସର ନ୍ୟୁଜ୍‌ ଏଜେନ୍ସି ଏଏଫ୍‌ପି ଜଣେ ବରିଷ୍ଠ ଭାରତୀୟ ସାମରିକ ଅଧିକାରୀଙ୍କ ନାମ ଉଲ୍ଲେଖ ନ କରି ଲେଖିଛି ଯେ ଉକ୍ତ ଅଫିସରଙ୍କ କହିବା ଅନୁସାରେ, ଚାଇନା ସେନା ନୂତନ ଭାବେ ଦଖଲ କରି ନେଇଥିବା ପାଙ୍ଗୋଙ୍ଗ ଓ ଗାଲ୍‌ୱାନ୍‌ ଉପତ୍ୟକାରୁ ହଟିବା ପାଇଁ ମନା କରୁଛନ୍ତି। ସେମାନେ ନୂତନ ସ୍ଥିତାବସ୍ଥାକୁ ସୁଦୃଢ଼ କରିବାରେ ଲାଗିଛନ୍ତି।
ଶନିବାର ସକାଳେ ମୁଁ ଖବରକାଗଜରୁ ପଢ଼ିଲି: କୁଲଗାମ୍‌ ଓ ଅନନ୍ତନାଗରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି, ଏନ୍‌କାଉଣ୍ଟର ଚାଲିଛି। ସପ୍ତାହକ ଭିତରେ ଚତୁର୍ଥ ଥର ପାଇଁ ଏପରି ଘଟଣା ଘଟଛି। ୨୦୦୨ରୁ ୨୦୧୪ ଭିତରେ କଶ୍ମୀରରେ ହିଂସା କମିଥିବାବେଳେ ୨୦୧୪ ପରେ ତାହା ପୁଣି ବଢ଼ିବାରେ ଲାଗିଛି। ଏହି ସମୟରେ କୌଣସି କଶ୍ମୀରୀ ପଣ୍ଡିତଙ୍କୁ ଉପତ୍ୟକାକୁ ଫେରାଇ ଅଣାଯାଇ ନାହିଁ। ପାକିସ୍ତାନ ପଟେ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଯେଉଁଠାରେ ଥିଲା ସେଇଠି ଅଛି କିନ୍ତୁ ଚାଇନା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଅତିକ୍ରମ କରିଛି।
ଭାରତ କରୋନା ବିରୋଧରେ ମହାଭାରତ ଯୁଦ୍ଧ ଲଢ଼ିବ ଯାହା ତିନି ସପ୍ତାହ ପର୍ଯ୍ୟନ୍ତ ଚାଲିବ ବୋଲି ଘୋଷଣା କରି ମୋଦି ପରବର୍ତ୍ତୀ ପର୍ଯ୍ୟାୟ ଯୁଦ୍ଧ କ’ଣ ହେବ ସେ ନେଇ ଚୁପ୍‌ ଅଛନ୍ତି। ତାଲା ଧୀରେ ଧୀରେ ଖୋଲିଲାଣି କିନ୍ତୁ ସଂକ୍ରମଣ ବଢ଼ିବାରେ ଲାଗିଛି। ପୂର୍ବରୁ ଗୁଜରାଟରେ ସ୍ବାସ୍ଥ୍ୟସେବା ଏବଂ ଶିକ୍ଷାକୁ ଅବହେଳା କରାଯାଇଥିବା ଅନେକେ ଲେଖିଥିଲେ। ଆଜି ଗୁଜରାଟରେ କେରଳ ତୁଳନାରେ କୋଭିଡ୍‌ ମାମଲା ୧୦ ଗୁଣ ଅଧିକ ରହିଛି।
ଏହି ସମୟରେ ଭାରତରେ ଆର୍ଥିକ ଅବନତିର ବାସ୍ତବତାକୁ ଅଣଦେଖା କରି ମୋଦି ରାଜନୈତିକ ଖେଳ ଜାରି ରଖିଛନ୍ତି। ମଧ୍ୟପ୍ରଦେଶ କରୋନା ମହାମାରୀ କବଳିତ ହୋଇଥିଲା ବେଳେ ବର୍ତ୍ତମାନ ରାଜସ୍ଥାନ ଘୋଡାବେପାର ପାଇଁ ବୁଡ଼ିବାକୁ ବସିଲାଣି। ସମୁଦାୟ ରାଜନୈତିକ ଶକ୍ତି ହାସଲ କରିବା ସେମାନଙ୍କର ଏକମାତ୍ର ଲକ୍ଷ୍ୟ ବୋଲି ମନେହୁଏ। ଏହା ସହିତ ଅନ୍ୟ କିଛି ହାସଲ କରିବାର ବାସ୍ତବ ଆଶା ନାହିଁ।
ମୋଦିଙ୍କ ଛଅବର୍ଷର ଶାସନକାଳର ଏହା ହେଉଛି ବାସ୍ତବତା। ସେ ଯଦି ଜଣେ ମସିହ ବା ତ୍ରାଣକର୍ତ୍ତା ହୋଇଥାନ୍ତେ, ତେବେ କିଛି କରି ଦେଖାଇବା ପାଇଁ ଏତିକି ସମୟ ତାଙ୍କ ଲାଗି ଯଥେଷ୍ଟ ଥିଲା। ତେଣୁ ତାଙ୍କ ଭକ୍ତମାନେ ତାଙ୍କୁ ମସିହ ବୋଲି ଯାହା ଭାବୁଛନ୍ତି ତାହା ଠିକ୍‌ ନୁହେଁ। କିନ୍ତୁ ଦୁଃଖର ବିଷୟ ହେଉଛି ଏହା ତାଙ୍କ ଅନ୍ଧ ସମର୍ଥକଙ୍କ ଭିତରେ କୌଣସି ପରିବର୍ତ୍ତନ ଆଣିପାରି ନାହିଁ। ସେମାନେ ସେମାନଙ୍କ ଆଦର୍ଶରେ ଅବିଚଳିତ। ମୋଦି ଯାହା କଲେ ବି ସେମାନଙ୍କ ଦୃଷ୍ଟିରେ ଠିକ୍‌। ତେଣୁ ଆମେ ଏପରି ଭକ୍ତଙ୍କୁ ଚେତନାହୀନ ବା ଅନ୍ଧ ଭକ୍ତ ବୋଲି କହିବା ଠିକ୍‌ ହେବ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri