Posted inବରଗଡ଼

ଅନ୍ଧାରୀ ମୁଲକର ଆଲୋକ

ବରଗଡ ଅଫିସ, ୮ା୩
ବରଗଡ଼ ଜିଲା ମାଓବାଦୀ ଅଧ୍ୟୁଷିତ ପାଇକମାଲ ବ୍ଲକ ଟେମରି ଗ୍ରାମର ଚାରୁବାଳା ବାରିକ । ଡାକ ନାମ ଦୀପା । ଏକ ମଧ୍ୟବିତ୍ତ ପରିବାରରେ ତାଙ୍କ ଜନ୍ମ ା ବାପା ଅମୃତଲାଲ ଜଣେ ଚାଷୀ, ମା’ ସୁଷମା ଅଙ୍ଗନୱାଡ଼ି କର୍ମୀ । ଏବେ ସ୍ନାତକୋତ୍ତର(ଶିକ୍ଷା) ପଢୁଥିବା ଦୀପା ଓଡ଼ିଶା ସରକାର ତଥା ଜିଲା ପ୍ରଶାସନ ପାଖରେ ଜଣେ ପରିଚିତ ନାମ । ପ୍ରତ୍ୟେକ ଜିଲାର ଅସହାୟ, ଦୁଃଖୀଙ୍କ ବନ୍ଧୁ ସାଜିଛନ୍ତି ସେ । ପାଠପଢ଼ା ସହିତ ଅସହାୟଙ୍କୁ ସହାୟତା ପାଇଁ ଦୀପା ପ୍ରତିଦିନ ସରକାର, ଜିଲା ପ୍ରଶାସନ ସହିତ ଯୋଗାଯୋଗରେ ରୁହନ୍ତି। ସାମାଜିକ ଗଣମାଧ୍ୟମରେ ଲୋକଙ୍କ ସମସ୍ୟା ଉପସ୍ଥାପନ କରିବା ତାଙ୍କର ପ୍ରତିଦିନର କାମ ା ଏଥିରେ ସେ ସଫଳତା ମଧ୍ୟ ପାଇଛନ୍ତି ା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ସାଉଁଟୁଥିବା ଦୀପା ଅନ୍ୟମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ ସାଜିଛନ୍ତି ।
କେବଳ ଅସହାୟ ଲୋକଙ୍କ ସହାୟତା କରିବାରେ ଦୀପାଙ୍କ କାର୍ଯ୍ୟ ସୀମିତ ରହି ନାହିଁ । ଓଡ଼ିଶାର ପ୍ରାୟ ସମସ୍ତ ଜିଲାର ସମସ୍ୟାଗୁଡ଼ିକୁ ଖବରକାଗଜରେ ଦେଖି ସାମାଜିକ ଗଣମାଧ୍ୟମ(ଟ୍ବିଟର୍‌)ରେ ଉକ୍ତ ସମସ୍ୟାର ସମାଧାନ ନିମନ୍ତେ ସରକାର ତଥା ପ୍ରଶାସନକୁ ଅନୁରୋଧ କରିଥାନ୍ତି । ତାହା ଅଧିକାଂଶ ସମାଧାନ ମଧ୍ୟ ହୋଇଥାଏ । ଗ୍ରାମର ସୌକିଲାଲ ପ୍ରଧାନଙ୍କୁ ୯୮ହଜାର ଟଙ୍କା ଘର ଭଙ୍ଗା ସହାୟତା ହେଉ ଅବା ଦ୍ରୋଣ ବନଛୋରଙ୍କୁ ରେଡ଼କ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଚିକିତ୍ସା ସହାୟତା ମିଳିବାରେ ଦୀପାଙ୍କ ସହଯୋଗ ରହିଛି ା ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଅର୍ଦ୍ଧନିର୍ମିତ କୁଡ଼ାସିଙ୍ଗା ନାଲା, କୋରାପୁଟ ଜିିଲା ବୈପାରୀଗୁଡ଼ ନୂଆଗାଁ ଗ୍ରାମର ୧୭ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ, ନବରଙ୍ଗପୁର ବାଇଗାଁ ଗ୍ରାମରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବସାଇବା ଭଳି ୧୦୮୮ଟି ସମସ୍ୟା ଦୀପା ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆଣିଥିଲେ। ସେଥିମଧ୍ୟରୁ ଅଧିକାଂଶର ସମାଧାନ ହୋଇ ପାରିଥିବା ଦୀପା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

କଳ୍ପନାଜଳ୍ପନାର ଅନ୍ତ: ବର୍ଷାଙ୍କୁ ପୁଣି ଭରସା କଲା ବିଜେଡ଼ି

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ):ଆସନ୍ତା ନିର୍ବାଚନ ପାଇଁ ବିଜେଡି ବରଗଡ଼ ଜିଲାର ୫ ବିଧାନସଭା ନିର୍ବାଚନ ଣ୍ଡଳୀ ମଧ୍ୟରୁ ପଦ୍ମପୁର ଆସନକୁ ପ୍ରାର୍ଥୀ ଘୋଷଣାର ଚତୁର୍ଥ ପର୍ଯ୍ୟାୟ ପର୍ଯ୍ୟନ୍ତ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ହାତ ଛାଡିଲେ ପୂର୍ବତନ ବିଧାନସଭା ପ୍ରାର୍ଥୀ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଂଗ୍ରେସକୁ ଏକ ଝଟକା ଲାଗିଛି। ଜିଲାର ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ୨୦୧୯ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ରହିଥିବା...

ବିଜେପୁର ଆଶାୟୀ ଥିଲେ, ଅତାବିରା ପାଇଁ ପ୍ରାର୍ଥୀ ହେଲେ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ)-କଂଗ୍ରେସ ରବିବାର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ବରଗଡ଼ ଜିଲା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଅଭିଷେକ...

ଦୁଇ ଫୁଲମାଳାରେ ପରସ୍ପରକୁ ବାଛିଲେ ଜୀବନ ସାଥୀ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ଜାତିଆଣ ଭେଦଭାବ ମଧ୍ୟ ନ ଥିଲା । ପରସ୍ପର ଫୁଲମାଳା ବିନିମୟରେ ବରଗଡ଼ ବିଜୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri