Posted inବରଗଡ଼

ଅନ୍ଧାରୀ ମୁଲକର ଆଲୋକ

ବରଗଡ ଅଫିସ, ୮ା୩
ବରଗଡ଼ ଜିଲା ମାଓବାଦୀ ଅଧ୍ୟୁଷିତ ପାଇକମାଲ ବ୍ଲକ ଟେମରି ଗ୍ରାମର ଚାରୁବାଳା ବାରିକ । ଡାକ ନାମ ଦୀପା । ଏକ ମଧ୍ୟବିତ୍ତ ପରିବାରରେ ତାଙ୍କ ଜନ୍ମ ା ବାପା ଅମୃତଲାଲ ଜଣେ ଚାଷୀ, ମା’ ସୁଷମା ଅଙ୍ଗନୱାଡ଼ି କର୍ମୀ । ଏବେ ସ୍ନାତକୋତ୍ତର(ଶିକ୍ଷା) ପଢୁଥିବା ଦୀପା ଓଡ଼ିଶା ସରକାର ତଥା ଜିଲା ପ୍ରଶାସନ ପାଖରେ ଜଣେ ପରିଚିତ ନାମ । ପ୍ରତ୍ୟେକ ଜିଲାର ଅସହାୟ, ଦୁଃଖୀଙ୍କ ବନ୍ଧୁ ସାଜିଛନ୍ତି ସେ । ପାଠପଢ଼ା ସହିତ ଅସହାୟଙ୍କୁ ସହାୟତା ପାଇଁ ଦୀପା ପ୍ରତିଦିନ ସରକାର, ଜିଲା ପ୍ରଶାସନ ସହିତ ଯୋଗାଯୋଗରେ ରୁହନ୍ତି। ସାମାଜିକ ଗଣମାଧ୍ୟମରେ ଲୋକଙ୍କ ସମସ୍ୟା ଉପସ୍ଥାପନ କରିବା ତାଙ୍କର ପ୍ରତିଦିନର କାମ ା ଏଥିରେ ସେ ସଫଳତା ମଧ୍ୟ ପାଇଛନ୍ତି ା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ସାଉଁଟୁଥିବା ଦୀପା ଅନ୍ୟମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ ସାଜିଛନ୍ତି ।
କେବଳ ଅସହାୟ ଲୋକଙ୍କ ସହାୟତା କରିବାରେ ଦୀପାଙ୍କ କାର୍ଯ୍ୟ ସୀମିତ ରହି ନାହିଁ । ଓଡ଼ିଶାର ପ୍ରାୟ ସମସ୍ତ ଜିଲାର ସମସ୍ୟାଗୁଡ଼ିକୁ ଖବରକାଗଜରେ ଦେଖି ସାମାଜିକ ଗଣମାଧ୍ୟମ(ଟ୍ବିଟର୍‌)ରେ ଉକ୍ତ ସମସ୍ୟାର ସମାଧାନ ନିମନ୍ତେ ସରକାର ତଥା ପ୍ରଶାସନକୁ ଅନୁରୋଧ କରିଥାନ୍ତି । ତାହା ଅଧିକାଂଶ ସମାଧାନ ମଧ୍ୟ ହୋଇଥାଏ । ଗ୍ରାମର ସୌକିଲାଲ ପ୍ରଧାନଙ୍କୁ ୯୮ହଜାର ଟଙ୍କା ଘର ଭଙ୍ଗା ସହାୟତା ହେଉ ଅବା ଦ୍ରୋଣ ବନଛୋରଙ୍କୁ ରେଡ଼କ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଚିକିତ୍ସା ସହାୟତା ମିଳିବାରେ ଦୀପାଙ୍କ ସହଯୋଗ ରହିଛି ା ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଅର୍ଦ୍ଧନିର୍ମିତ କୁଡ଼ାସିଙ୍ଗା ନାଲା, କୋରାପୁଟ ଜିିଲା ବୈପାରୀଗୁଡ଼ ନୂଆଗାଁ ଗ୍ରାମର ୧୭ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ, ନବରଙ୍ଗପୁର ବାଇଗାଁ ଗ୍ରାମରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବସାଇବା ଭଳି ୧୦୮୮ଟି ସମସ୍ୟା ଦୀପା ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆଣିଥିଲେ। ସେଥିମଧ୍ୟରୁ ଅଧିକାଂଶର ସମାଧାନ ହୋଇ ପାରିଥିବା ଦୀପା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

ମାନବିକତାର ଅନନ୍ୟ ଦୃଷ୍ଟାନ୍ତ ସୃଷ୍ଟି କଲେ ଡାକ୍ତର ଶଙ୍କର ରାମଚନ୍ଦାନି: ଦୁର୍ଗମ ଗାଁରେ…

ପଦ୍ମପୁର,୧୪ା୭(ପ୍ରଦୀପ୍ତ ଦାଶ ):ଆଜିର ବ୍ୟସ୍ତବହୁଳ ସମାଜରେ ଯେଉଁଠି ଚିକିତ୍ସା ସେବା ଧୀରେ ଧୀରେ ବ୍ୟବସାୟର ରୂପ ନେଉଛି, ସେଠାରେ ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ତଥା ‘ଟଙ୍କିକିଆ ଡାକ୍ତର’…

ହିତାଧିକାରୀଙ୍କୁ ପ୍ରାପ୍ୟ ନ ମିଳିଲେ ଆନ୍ଦୋଳନ: ସାଧୁ ନେପାକଙ୍କ ଧମକ

ବରଗଡ଼,୧୪।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ବ୍ଲକରେ ସରକାର ଘୋଷଣା କରିଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ହିତାଧିକାରୀଙ୍କ ପାଖକୁ ଠିକ୍‌ ଭାବେ ପହଞ୍ଚିପାରୁନାହିଁ। ଏଭଳି ଅଭିଯୋଗ ନେଇ ସୋମବାର ବରଗଡ଼ର ପୂର୍ବତନ…

ରାଜରାସ୍ତାରେ ରାହାଜାନି, ଲୋକଙ୍କୁ ସୁରକ୍ଷା ଚିନ୍ତା

ବରଗଡ଼,୧୪।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଅପରାଧ ଅନିୟନ୍ତ୍ରିତ ହୋଇପଡ଼ିଛି। ଅପରାଧୀମାନେ ସକ୍ରିୟ ହୋଇ ପଡ଼ିଛନ୍ତି। ପୋଲିସକୁ ମଧ୍ୟ ସେମାନଙ୍କର ଭୟ ନାହିଁ। ରାଜରାସ୍ତାରେ ରାହାଜାନି, ଲୁଟ୍‌ପାଟ୍‌ କରୁଛନ୍ତି। କେବଳ…

ଉପ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କଲା ବିଜେଡି

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଏକ ପାୱାର ସବ୍‌ଷ୍ଟେଶନ ଉଦ୍‌ଘାଟନ କରିବା ପାଇଁ ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସିଥିଲେ। ତେବେ ଗତ ସାଧାରଣ ନିର୍ବାଚନ…

ବରଗଡ଼ ରାଜନୀତିରେ ହଇଚଇ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମପିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଅତାବିରା,୧୨ା୭(ଯୁଧିଷ୍ଠିର ମହାପାତ୍ର): ଅତାବିରାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଆୟୋଜିତ ବହୁମୁଖୀ ଭବନ ଲୋକାର୍ପଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ବରଗଡ଼ ଜିଲାର ସମସ୍ତ ଭାଜପା ବିଧାୟକ…

ଗ୍ରୀଡ୍‌ ସବ୍‌ଷ୍ଟେଶନ ଲୋକାର୍ପଣ କଲେ ଉପମୁଖ୍ୟମନ୍ତ୍ରୀ, କହିଲେ କୌଣସି ସ୍ଥାନରେ କିଛି…

ବରଗଡ଼,୧୨ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ପଞ୍ଚାୟତ କଲେଜ ନିକଟରେ ରବିବାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ୩୩/୧୧ କେ.ଭି କ୍ଷମତା ସମ୍ପନ୍ନ ନୂତନ ଗ୍ରୀଡ୍‌…

ଆଜି ବରଗଡ଼ ଆସୁଛନ୍ତି ଉପ ମୁଖ୍ୟମନ୍ତ୍ରୀ: ଏପଟେ ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଗସ୍ତରେ ରବିବାର ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସୁଛନ୍ତି । ପୂର୍ବାହ୍ନ ପ୍ରାୟ ୧୧ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri