ଅନ୍ତର୍ଜାତୀୟ ପର୍ଯ୍ୟାୟ ସାରଣୀ ବର୍ଷ ପାଳନ

ବଲାଙ୍ଗୀର ଅଫିସ, ୨୦।୮: ବଲାଙ୍ଗୀର ନବଜୀବନ ବିଦ୍ୟାପୀଠ ପରିସରରେ ବଲାଙ୍ଗୀର ବିଜ୍ଞାନ ସାହିତ୍ୟ ପରିଷଦ ପକ୍ଷରୁ ନବଜୀବନ ବିଦ୍ୟାପୀଠ ଓ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସହଯୋଗିତାରେ ଅନ୍ତର୍ଜାତୀୟ ପର୍ଯ୍ୟାୟ ସାରଣୀ ବର୍ଷ ପାଳନ କରାଯାଇଛି। ଏହି ଉପଲକ୍ଷେ ମୌଳିକ ପଦାର୍ଥ ଗୁଡିକର ପର୍ଯ୍ୟାୟ ସାରଣୀ ଓ ମାନବ କଲ୍ୟାଣରେ ତାହାର ପ୍ରଭାବ ପ୍ରସଙ୍ଗରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ଆଲୋଚନା ସଭାରେ ରାଜେନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ତଥା ବିଜ୍ଞାନ ମଧୁପ ପତ୍ରିକାର ମୁଖ୍ୟ ପ୍ରକାଶକ ଡ. ଅଭିମନ୍ୟୁ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଆଲୋଚନା ସଭାକୁ ଉଦ୍‌ଘାଟନ କରିଥିଲେ। ସଭାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରାଧ୍ୟାପକ ଡ. ଅମରେଶ ମିଶ୍ର, ବୁର୍ଲା ଏନ୍‌ଏସି କଲେଜର ସହଯୋଗୀ ପ୍ରାଧ୍ୟାପକ ଡ. ପ୍ରେମଚାନ୍ଦ ମହାନ୍ତି, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ରିଡର ଡ. ଗଜେନ୍ଦ୍ର କୁମାର ପଧାନ ଓ ପୃଥ୍ବୀରାଜ ହାଇସ୍କୁଲର ବରିଷ୍ଠ ବିଜ୍ଞାନ ଶିକ୍ଷକ ରାମଗୋପାଳ ଖମାରୀ ଶର୍ମା ବକ୍ତା ଭାବେ ଯୋଗ ଦେଇଥିଲେ। ବକ୍ତାମାନେ ପର୍ଯ୍ୟାୟ ସାରଣୀର ଇତିହାସ, ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରି ଛାତ୍ରୀଛାତ୍ରଙ୍କୁ ଉକ୍ତ ପ୍ରସଙ୍ଗରେ ଗବେଷଣା କରିବା ଓ ଜାତୀୟ ଆଲୋଚନାଚକ୍ରରେ ଯୋଗଦାନ କରିବା ପାଇଁ ଉତ୍ସାହିତ କରିଥିଲେ। ଏହି ଅବସରରେ ପର୍ଯ୍ୟାୟ ସାରଣୀର ମୁଖ୍ୟ ଉଦ୍ଭାବକ ବୈଜ୍ଞାନିକ ମେଣ୍ଡ୍‌ଲିଭ୍‌ଙ୍କ ଅବଦାନ ଉପରେ ଆଲୋକପାତ କରାଯାଇଥିଲା। ସରକାରୀ ବାଳିକା ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସରୋଜ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରି ମଞ୍ଚ ପରିଚାଳନା କରିଥିଲେ। ବୁର୍ଡା ପଞ୍ଚାୟତ ହାଇସ୍କୁଲ ବିଜ୍ଞାନ ଶିକ୍ଷକ ଶିବପ୍ରସାଦ ତ୍ରିପାଠୀ ସହଯୋଗ କରିଥିଲେ। ସଭାର ପ୍ରାରମ୍ଭରେ ବିଦ୍ୟାଳୟ ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ କିଶୋର ବାଗ ସ୍ବାଗତ କରିଥିଲେ। ପରିଷଦ ସଭାପତି ସନାତନ ଠାକୁର ଆଲୋଚନାଚକ୍ରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଉତ୍ସବରେ ଜିଲାର ବିଭିନ୍ନ ବିଦ୍ୟାଳୟରୁ ୮୫ ଜଣ ପ୍ରତିଯୋଗୀ ଓ ୧୮ ଜଣ ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ା ସମସ୍ତଙ୍କୁ ସଭା ଶେଷରେ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ା ଏହି ସଭାରେ ପୁଇଁନ୍ତଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଳ ଚନ୍ଦ୍ର ବାଗ, ରାଜେନ୍ଦ୍ର ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗ ଅବସରପ୍ରାପ୍ତ ରିଡର ଡ. ଆଦିକନ୍ଦ ଖମାରୀ ଓ ଜିଲା ବିଜ୍ଞାନ ସମିତି ଉପଦେଷ୍ଟା ପଦ୍ମଚରଣ ଆଚାର୍ଯ୍ୟ ଉପସ୍ଥିତ ଥିଲେ। ଶେଷରେ ପରିଷଦ ସମ୍ପାଦକ ଚିତ୍ତରଞ୍ଜନ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମର ୪ ଏନ୍‌ଏସଏସ ସ୍ବେଚ୍ଛାସେବୀ ପୁରସ୍କୃତ: କଲେଜ ପାଇଁ ଆଣିଲେ ଗୌରବ

ଭଞ୍ଜନଗର,୨୦।୭(ବାବୁଲା ପ୍ରଧାନ):ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଗତ ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସଂହତି ଶିବିର ଅନୁଷ୍ଟିତ ହୋଇଥିଲା। ଏଥିରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନ…

ରାୟଗଡ଼ାକୁ ଚାଲାଣ କରୁଥିବାବେଳେ ମାଡିବସିଲା ପୋଲିସ, ୧୦୦ କେଜି ଗଞ୍ଜେଇ ଜବତ

ମୋହନା, ୨୦।୭( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡ଼ବା ଥାନା ପୋଲିସ ଆଜି ୧୦୦ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ…

ନିର୍ବାଚନ ପ୍ରତିଶ୍ରୁତି ଭୁଲିଗଲେଣି ନେତା: ବ୍ରାହ୍ମଣୀଗାଁରେ ସ୍ଥାପନ ହେଉନି 5g ନେଟୱାର୍କ, ବଢୁଛି ଜନଅସନ୍ତୋଷ

ଦାରିଙ୍ଗବାଡି,୨୦।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ଅଞ୍ଚଳଭାବେ ଜଣାଶୁଣା ବ୍ରାହ୍ମଣୀଗାଁଠାରେ ଗତ ଏକ ଦଶନ୍ଧି ହେଲା ବିଏସଏନଏଲ ମୋବାଇଲ ସେବା ଉପଲବ୍ଧ। ତେବେ…

୯୭ ବର୍ଷରେ ମିଳିଲା ସରକାରୀ ସହାୟତା: ବୃଦ୍ଧା ମହିଳାଙ୍କ ମୁହଁରେ ଫୁଟିଲା ହସ

ଗଜପତି,୨୦।୭(ଗିରିଧାରୀ ପରିଛା): ପ୍ରଶାସନ କେବଳ ଅଫିସ ଭିତରେ ସୀମିତ ନ ରହି ଲୋକଙ୍କ ଦ୍ୱାରରେ ପହଞ୍ଚିଲେ କିପରି ପରିବର୍ତ୍ତନ ଆସିପାରେ, ତାହାର ଏକ ଉଦାହରଣ ଗଜପତି ଜିଲାର…

ପ୍ରହସନ ପାଲଟିଲାଣି ଜିଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି: ଲୋକେ ଅସନ୍ତୋଷ

କେସିଙ୍ଗା,୨୦।୭:(ତୁମେଶ୍ୱର ସାହୁ): ସାଧାରଣ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସରକାର ଲୋକଙ୍କ ପାଖରେ ଯୁଗ୍ମ ଅଭିଯୋଗ ଶୁଣାଣି ବ୍ୟବସ୍ଥା କରିଛନ୍ତି। ତେବେ ପ୍ରଶାସନିକସ୍ତରରେ ସ୍ଥାଣୁତା ଓ…

ଖେମୁଣ୍ଡି ଲୋକ ମହୋତ୍ସବ ଉଦ୍‌ଘାଟନ କଲେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ସିଦ୍ଧାନ୍ତ ମହାପାତ୍ର କହିଲେ…

ଦିଗପହଣ୍ଡି, ୨୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ଗାନ୍ଧୀ ଛକ ଠାରେ ସୋମବାର ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ଦୁଇ ଦିନ ବ୍ୟାପି ଅନୁଷ୍ଠିତ…

ତେରେସିଂହା ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଭିତ୍ତିଭୂମି ପରଖିଲେ ଜିଲାପାଳ

କର୍ଲାମୁଣ୍ଡା,୨୦।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତେରେସିଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ହେବାକୁ ଥିବା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପାଇଁ…

ଘର ପିଣ୍ଡାରେ ଛିଡା ହୋଇଥିଲେ ରବିନ୍ଦ୍ର, ମାରିଲା ଘଡ଼ଘଡ଼ି; ଆଉ ତା’ପରେ…

ମୋରଡା,୨୦।୭(ସ୍ମାରକ ମାଜୀ): ବଜ୍ରପାତ ମାରିବାରୁ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଞ୍ଚଳର ଜଣେ ଯୁବକ ଓ଼ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri