ଅନ୍ତରୀକ୍ଷ ପରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ପିଲାଟିଏ କାନ୍ଦିଲେ ମାତାପିତା ତାକୁ ଆକାଶ ଦେଖାଇଥାଆନ୍ତି। ଜହ୍ନ ମାମୁ ଓ ପରି ରାଇଜର କଥା କୁହାଯାଇ ତାକୁ ତୁନି କରାଯାଇଥାଏ। କିନ୍ତୁ ବଡ଼ ହେଲା ପରେ ମହାକାଶ ଓ ମହାଜାଗତିକ ବସ୍ତୁ ବିଷୟରେ ଜାଣିବାକୁ ଆଗ୍ରହ ରଖେ। ବିଜ୍ଞାନମନସ୍କ ଛାତ୍ରୀଛାତ୍ରଙ୍କ ମଧ୍ୟରୁ କେତେକେ ଏ ଦିଗରେ ବହୁପାଦ ଆଗକୁ ଯାଇ ଅନ୍ତରୀକ୍ଷରେ ପହଞ୍ଚିବାକୁ ଚେଷ୍ଟା କରନ୍ତି। ଏବେ ୪୧ ବର୍ଷୀୟା ଖ୍ରୀଷ୍ଟିନା କୋଚ୍‌ ମହାକାଶରେ ମହିଳା ମହାକାଶଚାରୀ ଭାବେ ୩୨୮ ଦିନ ରହିବାର ଗୌରବ ଅର୍ଜନ କରି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ୬ ଫେବୃୟାରୀ ୨୦୨୦ରେ ଏହି ଆମେରିକୀୟ ମହିଳା ପୃଥିବୀକୁ ଫେରିବା ପରେ ସେ ଯୁବ ମହାକାଶଚାରୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଛନ୍ତି।
ଆମେରିକା ମିଚିଗାନ୍‌ର ଗ୍ରାଣ୍ଡ୍‌ ରାପିଡ୍ସଠାରେ ଖ୍ରୀଷ୍ଟିନା ୨୯ ଜାନୁୟାରୀ ୧୯୭୯ରେ ଜନ୍ମଗ୍ରହଣ କରିଥିଲେ। ମହାକାଶଚାରୀ ହେବା ଥିଲା ତାଙ୍କ ପିଲା ବେଳର ଲକ୍ଷ୍ୟ। ସେଥିପାଇଁ ସେ ପ୍ରାଥମିକ ଶିକ୍ଷା ଗ୍ରହଣ ସମୟରୁ ନିଜକୁ ପ୍ରସ୍ତୁତ କରିଥିଲେ। ଡୁର୍‌ହାମସ୍ଥିତ ନର୍ଥ କରୋଲିନା ସ୍କୁଲ ଅଫ୍‌ ସାଇନ୍ସ ଆଣ୍ଡ୍‌ ମାଥ୍‌ମେଟିକ୍ସରୁ ସେ ସ୍ନାତକ ଡିଗ୍ରୀ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ନର୍ଥ କରୋଲିନା ଷ୍ଟେଟ୍‌ ୟୁନିଭର୍ସିଟିରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଓ ପଦାର୍ଥ ବିଜ୍ଞାନରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ୨୦୦୧ରେ ସେ ନାସା (ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ) ର ଅନ୍ତରୀକ୍ଷ ଗବେଷଣା ପରୀକ୍ଷାଗାର ଜିଏସ୍‌ଏଫ୍‌ସିର ଏକାଡେମୀ ପ୍ରୋଗ୍ରାମ୍‌ର ଗ୍ରାଜୁଏଟ୍‌ ହୋଇଥିଲେ। ପରେ ସ୍ପେସ୍‌ ସାଇନ୍ସ ଇନ୍‌ଷ୍ଟ୍ରୁମେଣ୍ଟ ଡେଭଲପ୍‌ମେଣ୍ଟ ଆଣ୍ଡ୍‌ ରିମୋଟ୍‌ ସାଇଷ୍ଟିଫିକ୍‌ ଫିଲ୍ଡ ଇଞ୍ଜିନିୟରିଂରେ ଖ୍ରୀଷ୍ଟିନା କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ସମୟରେ ଆଷ୍ଟ୍ରୋଫିଜିକ୍ସ ଓ କସ୍‌ମୋଲୋଜୀ ଉପରେ ବେଶ୍‌ ଅଧ୍ୟୟନ କରିବା ସହ ମେରୀଲାଣ୍ଡ୍‌ସ୍ଥିତ ମଣ୍ଟେଗୋମେରୀ କଲେଜରେ ଅଧ୍ୟାପନା କରିଥିଲେ। ୨୦୦୪ରୁ ୨୦୦୭ ମଧ୍ୟରେ ୟୁନାଇଟେଡ୍‌ ଷ୍ଟେଟ୍‌ସ ଆଣ୍ଟ୍ରାକ୍‌ଟିକ୍‌ ପ୍ରୋଗ୍ରାମ୍‌ରେ ରିସର୍ଚ୍ଚ ଆସିଷ୍ଟାଣ୍ଟ୍‌ ଭାବେ କାର୍ଯ୍ୟ କଲା ବେଳେ ଅଭିଜ୍ଞତା ଅର୍ଜନ କରିଥିଲେ। ଏପରି କି ଅମୁଣ୍ଡସେନ୍‌ସ୍କଟ ସାଉଥ୍‌ ପୋଲ୍‌ ଷ୍ଟେଶନରେ ମାଇନସ୍‌ ୧୧୧ ଡିଗ୍ରୀ ତାପମାତ୍ରାରେ ଓ୍ବିଣ୍ଟର ଓଭର ସିଜିନ୍‌ କାର୍ଯ୍ୟକ୍ରମରେ ଭାଗ ନେଇ କଠିନ ସମୟକୁ ସମ୍ମୁଖୀନ ହୋଇ ଖ୍ରୀଷ୍ଟିନା ନିଜ ମନୋବଳ ଦୃଢ଼ କରିପାରିଥିଲେ। ସାଉଥ୍‌ ପୋଲ୍‌ରେ ଥିବା ବେଳେ ସେ ମାସ ମାସ ଧରି ସୂର୍ଯ୍ୟକୁ ଦେଖିବାର ସୁଯୋଗ ପାଇ ନ ଥିବା କହିଥାଆନ୍ତି। ତାଙ୍କର ଏକନିଷ୍ଠ କାର୍ଯ୍ୟଶୈଳୀ ବରିଷ୍ଠ ବୈଜ୍ଞାନିକଙ୍କୁ ଖୁବ୍‌ ପ୍ରଭାବିତ କରିଥିଲା। ୨୦୦୭ରୁ ୨୦୦୯ ଯାଏ ସେ ଜନ୍‌ ହଫ୍‌କିନ୍ସ ବିଶ୍ୱବିଦ୍ୟାଳୟରେ ସ୍ପେସ୍‌ ଡିପାର୍ଟମେଣ୍ଟ ଅଫ୍‌ ଦି ଆପ୍ଲାଏଡ୍‌ ଫିଜିକ୍ସ ଲାବରେଟୋରୀରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ କରିଥିଲେ। ସେତେବେଳେ ଖ୍ରୀଷ୍ଟିନା ମହାକାଶ ବିଜ୍ଞାନ ଉପକରଣ ବିକଶିତ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ସେହି ସମୟରେ ସେ ଆଣ୍ଟାର୍କଟିକାର ପାଲମେର୍‌ ଷ୍ଟେଶନ ଏବଂ ଗ୍ରୀନ୍‌ଲାଣ୍ଡ୍‌ ବୁଲିବାର ସୁଯୋଗ ପାଇଥିଲେ। ୨୦୧୨ରେ ନ୍ୟାଶନାଲ ଓସେନିକ୍‌ ଆଣ୍ଡ୍‌ ଆଟ୍‌ମୋସ୍ଫିୟରିକ୍‌ ଆଡ୍‌ମିନିଷ୍ଟ୍ରେଶନ (ଏନ୍‌ଓଏଏ)ରେ ସେ କାର୍ଯ୍ୟ କରିଥିଲେ। ତେବେ ୨୦୧୩ରେ ୨୧ ଜଣିଆ ମହାକାଶଚାରୀଙ୍କ ଗୋଷ୍ଠୀରେ ଖ୍ରୀଷ୍ଟିନାଙ୍କୁ ସାମିଲ କରାଯିବା ପରେ ସେ ଅନ୍ତରୀକ୍ଷ ଯାତ୍ରା ଲାଗି ସ୍ବପ୍ନ ଦେଖିଲେ। ଜୁଲାଇ ୨୦୧୫ରେ ସେ ଏଥିଲାଗି ପ୍ରଶିକ୍ଷଣ ଶେଷ କରିଥିଲେ। ୧୪ ମାର୍ଚ୍ଚ ୨୦୧୯ରେ ସେ ମହାକାଶକୁ ସୋୟୂଜ ୧୨ରେ ଆଲେକ୍ସ ଓଭ୍‌ଚିନିନ୍‌ ଏବଂ ନିକ୍‌ ହଗ୍‌ଙ୍କ ସହ ଯାଇଥିଲେ। ହେଲେ ହଗ୍‌ ଏବଂ ଓଭ୍‌ଚିନିନ୍‌ ବେଶି ଦିନ ଖ୍ରୀଷ୍ଟିନାଙ୍କ ଭଳି ସେଠାରେ ରହି ନ ପାରି ଫେରି ଆସିଥିଲେ। ଫଳରେ ୧୮ ଅକ୍ଟୋବର ୨୦୧୯ରେ ଖ୍ରୀଷ୍ଟିନା ଓ ଅନ୍ୟ ଜଣେ ମହିଳା ମହାକାଶଚାରୀ ଜେସିକା ମୈର ମହିଳା ପଦଚାରୀ ଭାବେ ମହାକାଶରେ ବୁଲିଥିଲେ। ହେଲେ ମହାକାଶରେ ରହିବାରେ ଖ୍ରୀଷ୍ଟିନା ସେହି ଆମେରିକାର ମହିଳା ମହାକାଶଚାରୀ ପେଗୀ ହ୍ବିଟ୍‌ସନ୍‌ଙ୍କ ପୂର୍ବର ୨୮୯ ଦିନର ରେକର୍ଡକୁ ଭାଙ୍ଗି ୩୨୮ ଦିନର କୀର୍ତ୍ତିମାନ ସ୍ଥାପନ କରିପାରିଛନ୍ତି।
ବ୍ୟକ୍ତିଗତ ଜୀବନ କହିଲେ ଖ୍ରୀଷ୍ଟିନା ତାଙ୍କ ସ୍ବାମୀ ରବର୍ଟ କୋଚ୍‌ଙ୍କ ସହ ଟେକ୍ସାସ୍‌ରେ ରହୁଛନ୍ତି। ବୃତ୍ତିରେ ମହାକାଶଚାରୀ ଭାବେ ସେ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ତେବେ ପାହାଡ଼ ଚଢ଼ିବା, ସାଇକ୍ଲିଂ, ନୌବିହାର, ଦୌଡ଼ିବା, ଯୋଗ କରିବା, ଫଟୋ ଉଠାଇବା ସହ ଗୋଷ୍ଠୀଗତ ସେବାରେ ନିଜକୁ ନିୟୋଜିତ କରିବାରେ ସେ ଅଧିକ ଆନନ୍ଦ ପାଇଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?