ଅନୁଗୋଳ-ଢେଙ୍କାନାଳରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର: ‘ମୁଁ ଥିବା ଯାଏ କାଳିଆ ଥିବ’

ଅନୁଗୋଳ ଅଫିସ/ ବନ୍ତଳା/ ପାଲଲହଡ଼ା/ ଢେଙ୍କାନାଳ ଅଫିସ/ ପରଜଙ୍ଗ/ ଓଡାପଡା, ୧୯।୪- କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। କିନ୍ତୁ କେନ୍ଦ୍ରର ଭାଜପା ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି। ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ଗୁରୁବାର ଅନୁଗୋଳ ଓ ଢେଙ୍କାନାଳ ଜିଲାରେ ମାରାଥନ ପ୍ରଚାର ବେଳେ ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏଥିସହ ବିଜେଡିର ଢେଙ୍କାନାଳ ଏମ୍‌ପି ପ୍ରାର୍ଥୀ ଓ ଏହି ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ସେ ନିବେଦନ କରିଛନ୍ତି।

ଏହି ଅବସରରେ କେନ୍ଦ୍ରର ଭାଜପା ସରକାରକୁ ମୁଖ୍ୟମନ୍ତ୍ରୀ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ, ନିର୍ବାଚନ ଆସିଲେ ଭାଜପାର ବଡ଼ବଡ଼ ନେତା ଆସି ଭୋଟ ମାଗୁଛନ୍ତି। ଏମାନେ ଓଡ଼ିଶାରେ କୋଇଲା କାରବାର କରୁଛନ୍ତି। ଏମ୍‌ସିଏଲ୍‌ ଓ ଏନ୍‌ଟିପିସିରୁ ହଜାର ହଜାର କୋଟି ଟଙ୍କା ଲାଭ ପାଉଛନ୍ତି। କିନ୍ତୁ ଗ୍ରାମାଞ୍ଚଳର ଉନ୍ନତି ପାଇଁ କ’ଣ କରିଛନ୍ତି। ୫ ମିନିଟ୍‌ର କାମକୁ ୫ ବର୍ଷ ଲଗାଉଛନ୍ତି। ଏମାନେ କ’ଣ କଣ୍ଟ୍ରାକ୍ଟର ବନ୍ଧୁମାନଙ୍କ ପାଇଁ କାମ କରୁଛନ୍ତି କି ବୋଲି ମୁଖ୍ୟମନ୍ତ୍ରୀ କଟାକ୍ଷ କରିଥିଲେ। ଏପରି ନେତାଙ୍କ ଉଦ୍ଦେଶ୍ୟ ଓଡ଼ିଶାବାସୀ ଭଲଭାବେ ଜାଣିଛନ୍ତି ବୋଲି କହି ମୁଖ୍ୟମନ୍ତ୍ରୀ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଥିଲେ। ରାଜ୍ୟରେ ପୁଣିଥରେ ବିଜେଡି ସରକାର ଗଠନ ହେବାର ଗୋଟିଏ ଦିନ ମଧ୍ୟରେ କାଳିଆ ଯୋଜନା ବାବଦ ଦୁଇଟି କିସ୍ତିର ୧୦ ହଜାର ଟଙ୍କା ଚାଷୀଙ୍କ ଜମାଖାତାକୁ ଯିବ। ବିଜେଡି ମହିଳାମାନଙ୍କୁ ତାଙ୍କ ହକ୍‌ ଦେଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ ଚିକିତ୍ସା ସହାୟତା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ମହିଳାମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ ଇଞ୍ଜିନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ପୂର୍ବାହ୍ନ ୧୦ଟା୨୦ରେ ମୁଖ୍ୟମନ୍ତ୍ରୀ ପ୍ରଥମେ ପାଲଲହଡ଼ା ନିର୍ବାଚନମଣ୍ଡଳୀର ଖମାର କଲେଜ ପଡିଆରେ ପହଞ୍ଚି ଆୟୋଜିତ ନିର୍ବାଚନୀ ସଭାରେ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ। ପାଲଲହଡ଼ା ବିଧାୟକ ପ୍ରାର୍ଥୀ ମୁକେଶ ପାଳ ଓ ଢେଙ୍କାନାଳ ଏମ୍‌ପି ପ୍ରାର୍ଥୀ ମହେଶ ସାହୁଙ୍କୁ ଜିତାଇବାକୁ ଆହ୍ବାନ ଦେଇଥିଲେ। ପରେ ଢେଙ୍କାନାଳ ଜିଲାର ପରଜଙ୍ଗ ଷ୍ଟାଡିୟମଠାରେ ପୂର୍ବାହ୍ନ ୧୧ଟାରେ ପହଞ୍ଚି ଦଳୀୟ ବିଧାୟକ ପ୍ରାର୍ଥୀ ଡା. ନୃସିଂହ ଚରଣ ସାହୁ ଓ ଏମ୍‌ପି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ସେଠାରୁ ଆସି ୧୧ଟା ୫୫ରେ ଅନୁଗୋଳ ବନ୍ତଳା ଛକ ଶଙ୍ଖପୁର ମଦନମୋହନ ପଡ଼ିଆ ନିର୍ବାଚନୀ ସଭାରେ ଯୋଗ ଦେଇ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ସିଂଙ୍କୁ ଭୋଟ ଦେବାକୁ ଲୋକଙ୍କୁ ଅନୁରୋଧ କରିଥିଲେ। ଏହାପରେ ଢେଙ୍କାନାଳ ଜିଲା ଗୁଡିଆକାଟେଣୀସ୍ଥିତ ଦଶଦେବୀ ପଡିଆଠାରେ ମଧ୍ୟାହ୍ନ ସାଢେ ୧୨ଟା ଓ ଗଁଦିଆ ଷ୍ଟାଡିୟମଠାରେ ଅପରାହ୍ନ ୧ଟା ୧୦ରେ ପହଞ୍ଚି ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀର ଗୁଡିଆକାଟେଣୀ ସଭାରେ ବିଧାୟିକା ପ୍ରାର୍ଥୀ ସୀମାରାଣୀ ନାୟକ ଓ ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ଗଁଦିଆ ଷ୍ଟାଡିୟମଠାରେ ଆୟୋଜିତ ନିର୍ବାଚନୀ ସଭାରେ ବିଧାୟକ ପ୍ରାର୍ଥୀ ସୁଧୀର କୁମାର ସାମଲ ଉପସ୍ଥିତ ଥିଲେ। ସେହିପରି ସମସ୍ତ ନିର୍ବାଚନୀ ସଭାରେ ବିଜେଡି ଏମ୍‌ପି ପ୍ରାର୍ଥୀ ମହେଶ ସାହୁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ପରୀକ୍ଷା ହଲ୍‌ରେ କପି ଦେଲେ ମହିଳା ହୋମଗାର୍ଡ, ସହଯୋଗ କରି ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

କଟକ,୨୬ା୨ (କାର୍ତ୍ତିକ ସାହୁ): ମାଟ୍ରିକ ପରୀକ୍ଷା ହଲ୍‌ରେ ଦାୟିତ୍ୱ ଠିକ ଭାବେ ତୁଲାଇ ନ ଥିବାରୁ ନରସିଂହପୁର ବ୍ଲକ ଅନ୍ତର୍ଗତ ପତଣ୍ଡାସ୍ଥିତ ଶଙ୍କର୍ଷଣ ବିଦ୍ୟାପୀଠର ଶିକ୍ଷୟିତ୍ରୀ...

ମାଟି ତଳେ ପୋତା ଛୁଆକୁ ଜଗିଛି ମା’ ହାତୀ

ଯୋଡ଼ା(ମାନସ ମହାନ୍ତି)/କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ),୬ା୨:ଜଙ୍ଗଲରୁ ଜନପଦ, ସ୍ନେହରେ ବନ୍ଧା ଏ ଜଗତ। ମଣିଷ ହେଉ ବା ବନ୍ୟପ୍ରାଣୀ ନିଜ ସନ୍ତାନ ପ୍ରତି ସ୍ନେହ ସମସ୍ତଙ୍କର ରହିଛି।...

ମାଲିକାନା ପରିବର୍ତ୍ତନକୁ ନେଇ ବ୍ୟବସାୟୀଙ୍କ ଗଳା କାଟିଦେଲେ ଅଭିଯୁକ୍ତ

ଉଦଳା,୨୫ା୧୧(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ସମୀବୃକ୍ଷ ପର୍ଯ୍ୟଟନସ୍ଥଳୀ ନିକଟରେ ବ୍ୟବସାୟୀ ଚିତ୍ତରଞ୍ଜନ ବେହେରାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ।...

ବାଣ ଫୁଟାଇ ପାପୁଲି ହରାଇଲେ ୨: ୯ ଆହତ

ଭଦ୍ରକ/ତିହିଡ଼ି,୧୩ା୧୧(ସନାତନ ରାଉତ/ସଞ୍ଜିତ ବଳ)-ଦୀପାବଳିରେ ବାଣ ଫୁଟାଇବା ବେଳେ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ବିସ୍ଫୋରଣରେ ୨ଜଣ ପାପୁଲି ହରାଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି। ସେହିପରି...

୨୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ବିଗିଡ଼ିପାରେ ପୂଜା ମାହୋଲ!

ଭୁବନେଶ୍ୱର, ୧୭।୧୦: ଚଳିତ ସପ୍ତାହ ଶେଷ ଆଡକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦକ୍ଷିଣ...

ପାଟପୁର ପୋଲିସ ବିରୋଧରେ ଏସ୍‌ପିଙ୍କୁ ଫେରାଦ

ଛତ୍ରପୁର,୮ା୭(ସନ୍ତୋଷ ପାଢ଼ୀ): ପାଟପୁର ଥାନା ପୋଲିସର ମନମୁଖୀ କାର୍ଯ୍ୟ ବିରୋଧରେ ଗଞ୍ଜାମ ଏସ୍‌ପିଙ୍କ ନିକଟରେ ଯୁବକମାନେ ଫେରାଦ ହୋଇଛନ୍ତି । ପାଟପୁର ଥାନା ପୋଲିସ କିଛି...

ଖରିଫ ଚାଷ ପାଇଁ ଇନ୍ଦ୍ରାବତୀରୁ ଆରମ୍ଭ ହେଲା ଜଳ ଯୋଗାଣ: ୪୨୯ଟି ଗାଁର ୧ ଲକ୍ଷ ୧୫ ହଜାର ୬୧୫ ହେକ୍ଟର ଚାଷଜମି ହେବ ଜଳ ସେଚିତ

ଭବାନୀପାଟଣା,୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଖରିଫ ଚାଷ ଆରମ୍ଭ ହୋଇଛି । ହେଲେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷୀମାନେ ପାଣି ପାଇଁ ହନ୍ତସନ୍ତ ହେଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri