ଅନନ୍ୟ ପ୍ରକୃତିର ଗନ୍ତାଘର ଭୀମକୁଣ୍ଡ ଜଳପ୍ରପାତ

ପାଟଣା, ୧୭।୧(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ପୁରାଣ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡର ଅପରୂପ ସୌନ୍ଦର୍ଯ୍ୟ ଆତ୍ମହରା କରିଦିଏ ପ୍ରକୃତିପ୍ରେମୀ ଆଉ ସୌନ୍ଦର୍ଯ୍ୟପିପାସୁ ପର୍ଯ୍ୟଟକଙ୍କୁ। ଏହାର ମନୋରମ ଘଞ୍ଚ ବନାନୀ ସାଙ୍ଗକୁ ବୈତରଣୀ ନଦୀର ସୁନୀଳ ଜଳପ୍ରପାତକୁ ଦେଖି ପର୍ଯ୍ୟଟକ ମନ୍ତ୍ରମୁଗ୍ଧ ହୁଏ। ପବିତ୍ର ପାପନାଶିନୀ ବୈତରଣୀ ନଦୀ ଉତ୍ପତ୍ତିସ୍ଥଳୀ ଗୋନାସିକାରୁ ବାହାରି କେନ୍ଦୁଝର ଓ ମୟୂରଭଞ୍ଜ ଜିଲା ସୀମାର କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଡୁମୁରିଆସ୍ଥିତ ବାଲିଯୋଡି ରାଜସ୍ବ ଗ୍ରାମର ଦନ୍ତୁରିତ ପ୍ରସ୍ତରମାଳା ଦେଇ ପ୍ରବାହିତ ହେଉଛି। ଉଚ୍ଚ ପାହାଡ଼ ଉପରୁ ତଳକୁ ଜଳପ୍ରପାତ ସୃଷ୍ଟି ହୋଇଛି। ଏହା ଭୀମକୁଣ୍ଡର ସାନକୁଣ୍ଡ ଓ ବଡ଼କୁଣ୍ଡ ଭାବେ ପରିଚିତ। ବୈତରଣୀର ନୀଳ ଜଳରାଶି ପ୍ରପାତରେ ପରିଣତ ହୋଇ ଧୂଆଁଧାର ଭଳି ପ୍ରତୀୟମାନ ହେଉଛି। ବଣଭୋଜି ପାଇଁ ଏହା ଏକ ମନୋରମ ସ୍ଥାନ।
କୁହାଯାଏ ପାଣ୍ଡବମାନଙ୍କ ଅଜ୍ଞାତବାସ ସମୟରେ ଏଠାରେ ଦିନ ବିତାଇଥିଲେ। ଦ୍ୱିତୀୟ ପାଣ୍ଡବ ଭୀମ ବୈତରଣୀ ନଦୀ ଧାରରେ ସ୍ନାନ କରିବାରୁ କୁଣ୍ଡ ସୃଷ୍ଟି ହୋଇଥିବା ଜନଶ୍ରୁତି ରହିଛି। ବୈତରଣୀ ନଦୀ ଏହି ସ୍ଥାନରେ ଦକ୍ଷିଣାବର୍ତ୍ତୀ ହୋଇଥିବାରୁ ପିତୃପୁରୁଷଙ୍କୁ ପିଣ୍ଡ ପ୍ରଦାନ କରିବା ପାଇଁ ଏହା ପ୍ରକୃଷ୍ଟ ସ୍ଥାନ ବିବେଚିତ ହୋଇଥାଏ। ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଓଡ଼ିଶାର ହଜାର ହଜାର ଆଦିବାସୀ ଜାନୁୟାରୀ ଶେଷ ସପ୍ତାହରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ଏଠାରେ ଏକତ୍ରିତ ହୁଅନ୍ତି, ଯାହାକି ଦାମୋଦର ଯାତ୍ରା ଭାବେ ଜଣାଶୁଣା। ମକର ସଂକ୍ରାନ୍ତିରେ ଏଠାରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇଥାନ୍ତି। ଗତ କିଛିବର୍ଷ ହେବ ମକର ସଂକ୍ରାନ୍ତି ଠାରୁ ଏଠାରେ ୩ଦିନ ଧରି ମକର ମେଳା ଅନୁଷ୍ଠିତ ହେଉଛି। ତେବେ ଭୀମକୁଣ୍ଡର କେନ୍ଦୁଝର ପାର୍ଶ୍ୱଟି ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ନ ପାଇବାରୁ ଯଥୋଚିତ ବିକାଶ ହୋଇପାରିନି। ଏନେଇ ଜିଲାର ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଏହି ପର୍ଯ୍ୟଟନସ୍ଥଳୀକୁ ଆକର୍ଷଣୀୟ କରି ଗଢ଼ିତୋଳିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ୩୦ଲକ୍ଷ ଟଙ୍କା ବ୍ୟୟକରି କେତେକ ଉନ୍ନୟନମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ରୁଙ୍ଗ୍‌ଟା କମ୍ପାନୀ ତରଫରୁ ୧ କୋଟି ଟଙ୍କାରୁ ଊଦ୍ଧର୍‌ବରେ ଏକ ୱାଚ୍‌ ଟାୱାର ଉଦ୍‌ଘାଟନ କରାଯାଇଛି। ଏହାକୁ ଯଦି ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ମିଳିପାରନ୍ତା କିମ୍ବା ଇକୋଟୁରିଜମ କ୍ଷେତ୍ରର ମାନ୍ୟତା ମିଳିପାରନ୍ତା ତେବେ ସ୍ଥାନଟିର ବିକାଶ ହୋଇପାରନ୍ତା ବୋଲି ବହୁ ସ୍ଥାନୀୟବାସୀ କହିଛନ୍ତି। ବିଶେଷକରି ଭୀମକୁଣ୍ଡ ଜଳପ୍ରପାତର ସୁରକ୍ଷା ବାଡ଼ ନ ଥିବା, ସୁରକ୍ଷା ନେଇ ସୂଚନା ଫଳକ ନ ଥିବା, ପିକ୍‌ନିକ୍‌ ଋତୁରେ ଅଗ୍ନିଶମ କର୍ମଚାରୀ ଓ ପୋଲିସ ମୁତୟନ ନ ଥିବାରୁ ପ୍ରତିବର୍ଷ ଏହି କୁଣ୍ଡରେ ପଡ଼ି ଅନେକ ଜୀବନହାନି ଘଟୁଛି। ଏଥିପ୍ରତି ସରକାର ପ୍ରାଥମିକତା ଦେବାକୁ ଦାବି ହୋଇଛି। ଜିଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକ କହିଛନ୍ତି, ଏହାର ଉନ୍ନତି ପାଇଁ ଉଦ୍ୟମ ଜାରି ରହିଛି। ଖୁବ୍‌ଶୀଘ୍ର ରାଜ୍ୟ ସରକାର ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟସ୍ଥଳୀ ଭୀମକୁଣ୍ଡକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

୪୦ ଫୁଟ୍‌ ତଳକୁ ଖସିଲା OSRTC ବସ୍‌: ୨୪ଯାତ୍ରୀ ଆହତ, ଜଣେ ମୃତ

ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…

କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri