ଏନଏଚ୍‌ ନଂ.୧୬ ରେ ଫ୍ଲାଇଓଭର, ଅଣ୍ଡରପାସ୍‌ ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବେ ଏମ୍‌ପି, ବିଧାୟକ

ଛତ୍ରପୁର,୧୭ା୧(ଡି.ଏନ.ଏ.)- ଗଞ୍ଜାମ ଜିଲା ଗିରିଶୋଲାରୁ ପୁଇଁତଳା ପର୍ଯ୍ୟନ୍ତ ଜାତୀୟ ରାଜପଥ-୧୬ନଂ. ର ଉନ୍ନତୀକରଣ କାମ ଚାଲିଛି। ୬ ଲେନ୍‌ ତ ଦୂରର କଥା ଆବଶ୍ୟକତା ଅନୁସାରେ ଫ୍ଲାଇଓଭର, ଅଣ୍ଡର ପାସ୍‌ ଓ ସର୍ଭିସ ରୋଡ୍‌ ଏନ୍‌ଏଚ୍‌ଏଆଇ ପ୍ରସ୍ତାବରେ ନାହିଁ। ଫଳରେ ଦୁର୍ଘଟଣା କମିବା ବଦଳରେ ବଢିବ। ଫ୍ଲାଇଓଭର, ଅଣ୍ଡରପାସ୍‌ ଓ ସର୍ଭିସ ରୋଡ୍‌ ନିର୍ମାଣ କରିବାକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ୮ ଟି ପ୍ରସ୍ତାବ ଏନଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କୁ ପଠାଇଛନ୍ତି। ମାତ୍ର ଏହା ଉପରେ କୌଣସି ପଦକ୍ଷେପ ନିଆଯାଇନି। ଖୁବଶୀଘ୍ର ଏ ସମ୍ପର୍କରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁଙ୍କ ନେତୃତ୍ୱରେ ଆସିକା ଏମ୍‌ପି ଓ ଜିଲାର ସମସ୍ତ ବିଧାୟକ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ। ଏଥିସହ ଫେବୃୟାରୀରେ ପାର୍ଲାମେଣ୍ଟ ଚାଲୁଥିବା ସମୟରେ ଏମ୍‌ପି ଓ ଜିଲାର ସମସ୍ତ ବିଧାୟକ ଯାଇ କେନ୍ଦ୍ର ସଡକ ପରିବହନ ଓ ଜାତୀୟ ରାଜପଥ ବିଭାଗ ମନ୍ତ୍ରୀଙ୍କୁ ଭେଟି ଏ ସମ୍ପର୍କରେ ଅବଗତ କରାଇବେ ବୋଲି ନିଷ୍ପତ୍ତି ନିଆଯାଇଛି। ଗୁରୁବାର ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀ ଗୃହରେ ଅନୁଷ୍ଠିତ ବ୍ରହ୍ମପୁର ସଂସଦୀୟ ନିର୍ବାଚନମଣ୍ଡଳୀ ସଡକ ସୁରକ୍ଷା କମିଟି ବୈଠକରେ ଅଧ୍ୟକ୍ଷତା କରି ଏମପି ଚନ୍ଦ୍ରଶେଖର ସାହୁ ଉପରୋକ୍ତ ସୂଚନା ଦେଇଛନ୍ତି। ଭୁବନେଶ୍ୱର ଅଧୀନରୁ ବିଶାଖାପାଟଣା ଏନଏଚ୍‌ଏଆଇ ଡିଭିଜନ୍‌କୁ ଗଞ୍ଜାମ ଜିଲା ଗିରିଶୋଲାରୁ ପୁଇଁତଳା ଜାତୀୟ ରାଜପଥ ନଂ.୧୬ ଚାଲିଯାଇଛି। ପୁଇଁତଳା ଛକରୁ ନାରାୟଣୀ ପର୍ଯ୍ୟନ୍ତ ଏନଏଚ୍‌ ନଂ.୧୬ ଭୁବନେଶ୍ୱର ଏନଏଚ୍‌ଏଆଇ ଡିଭିଜନ ଅଧୀନରେ ଅଛି। ଏହାକୁ ୬ ଲେନ୍‌ କରିବାକୁ ନିଷ୍ପତ୍ତି ହୋଇଛି। ନୂଆ କମିଟି ଗଠନ କରି ଜାତୀୟ ରାଜପଥରେ କ’ଣ ସବୁ ଆବଶ୍ୟକତା ଅଛି ତାର ନୂତନ ପ୍ରସ୍ତାବ ପ୍ରସ୍ତୁତ କରାଯାଇ ଏନଏଚ୍‌ଏଆଇକୁ ପଠାଯିବ। ନିଷ୍ପତ୍ତି ଅନୁସାରେ ଭେଟିବା ବେଳେ ମଧ୍ୟ ଏହି ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି ବ୍ରହ୍ମପୁର ଏମ୍‌ପି ସାହୁ କହିଥିଲେ। ଉକ୍ତ କମିଟିରେ ଉପଜିଲାପାଳ, ପୋଲିସ, ଆରଟିଓ, ଏନଏଚ୍‌ କର୍ତ୍ତୃପକ୍ଷ, ତହସିଲଦାର, ରାସ୍ତା ଓ କୋଠାବାଡି ବିଭାଗର ନିର୍ବାହୀଯନ୍ତ୍ରୀ ସଦସ୍ୟ ରହିବେ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଥିଲେ। ୮ ପ୍ରସ୍ତାବ ଦେବା ପରେ ମଧ୍ୟ କିଛି ପଦକ୍ଷେପ ନିଆଯାଇନି। ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ଏନ୍‌ଏଚ୍‌ଏଆଇ ଅଧିକାରୀଙ୍କୁ କହିବା ସହ ନ କଲେ ସମସ୍ୟା ହେବ ବୋଲି ଜିଲାପାଳ ବୈଠକରେ ସତର୍କ କରାଇ ଦେଇଥିଲେ। ଜାତୀୟ ରାଜପଥରେ ବୁଲୁଥିବା ଗୋରୁଙ୍କୁ ଧରିବା, ସିସି କ୍ୟାମେରା ଲଗାଇବା ସହ କଣ୍ଟ୍ରୋଲ ରୁମ୍‌ ଛତ୍ରପୁରରେ ରଖିବା ଉପରେ ପଦକ୍ଷେପ ଏନଏଚ୍‌ଏଆଇ ନେଇ ନ ଥିବାରୁ ଜିଲାପାଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁ ଦୁର୍ଘଟଣା ଘଟୁଛି। ଆବଶ୍ୟକତା ଅନୁସାରେ ଫ୍ଲାଇଓଭର ଓ ଅଣ୍ଡରପାସ୍‌ ନିର୍ମାଣ କରିବା ଉପରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଗୁରୁତ୍ୱାରୋପ କରିଥିଲେ। ଏନଏଚ୍‌-୧୬ ରେ ବ୍ୟାରିକେଡ୍‌ ନ ଥିତ୍ବା ବେଳେ ଅଣ୍ଡରପାସ୍‌ ନିର୍ମାଣ ସହ ଆଲୋକ ବ୍ୟବସ୍ଥା କରିବାକୁ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା କହିଥିଲେ। ନରେନ୍ଦ୍ରପୁର ଓ ଆମ୍ବପୁଆରେ ଓଭର ବ୍ରିଜ୍‌ ଖୁବ୍‌ଶୀଘ୍ର ନିର୍ମାଣ କରିବା, ଜାତୀୟ ରାଜପଥରେ ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା ଉପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗୁରୁତ୍ୱାରୋପ କରିଥିଲେ। ଟ୍ରାଫିକ୍‌ ନିୟମ ମାନିବାକୁ ପଡିବ। ଏଥିପାଇଁ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଜରୁରୀ ବୋଲି ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ କହିଥିଲେ। ଏନ୍‌ଏଚ୍‌ରେ ଥିବା ଜବରଦଖଲକୁ ଚିହ୍ନଟ କରି ଉଚ୍ଛେଦ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ଆରଟିଓ ସଞ୍ଜୟ ବିଶ୍ୱାଳଙ୍କ ସମେତ ଏନଏଚ୍‌ଏଆଇ, ରାସ୍ତା ଓ କୋଠାବାଡି ବିଭାଗର ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇବାକୁ ପ୍ରୟାସ

ଖୋର୍ଦ୍ଧା/ବାଲିପାଟଣା,୨୫ା୪(ପ୍ରଭାତ ପାଣିଗ୍ରାହୀ/ଅଭିମନ୍ୟୁ ନାୟକ)ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ଜୟଦେବ ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି (ଏସ୍‌ସି) ପାଇଁ ସଂରକ୍ଷିତ ରହିଛି। ଗତ ୩ଟି ନିର୍ବାଚନରେ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri