ଅଧିକାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ବୈଠକ:ରାସ୍ତା ମରାମତି ପରେ ଉଚ୍ଛେଦ ହେଉ

ବଇଣ୍ଡା,୧୦।୯(ଡି.ଏନ.ଏ.)କିଶୋରନଗର ବ୍ଲକ ଜାମ୍ବୁନାଳୀଠାରୁ ବାମୁର ପର୍ଯ୍ୟନ୍ତ ୫୫ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ୧୧, ୧୨, ୧୩ ତାରିଖରେ ଉଚ୍ଛେଦ ପ୍ରକ୍ରିୟା କରାଯିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଏ ନେଇ ସୋମବାର ନୁନୁକାପଶି ପଞ୍ଚାୟତ ସଭାଗୃହରେ କ୍ଷତିଗ୍ରସ୍ତ ପ୍ରଜା, ଗ୍ରାମବାସୀ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଏକ ବୈଠକ ବସିଥିଲା। କିଶୋରନଗର ତହସିଲଦାର ଡ. ଲକ୍ଷ୍ମୀପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କିଶୋରନଗର ବିଇଓ ପ୍ରଦୀପ୍ତ କୁମାର ରଥ, ସେକ୍ସନ ଅଫିସର ଅଭିରାମ ସାଏ, ଏନ୍‌ଏଚଏଆଇର ଗନ୍ଧର୍ବ ସେନ ନାୟକ, ବିପିନ ବିହାରୀ ମିଶ୍ର, ହଣ୍ଡପା ଆଇଆଇସି ଲବ ବୋଡ଼ା, ବଇଣ୍ଡା ଆରଆଇ ଶିଶିର କୁମାର ଧଳସାମନ୍ତ, ନୁନୁକାପଶି ସରପଞ୍ଚ ଜଳଧର ସାହୁ, ବଇଣ୍ଡା ଗ୍ରାମ ସଭାପତି ଚିନ୍ତାମଣୀ ପ୍ରଧାନ, ସମ୍ପାଦକ ଜିତେନ୍ଦ୍ର ବେହେରା, ଆଇନଜୀବୀ ଅଞ୍ଜନ ପ୍ରଧାନ, ପ୍ରତାପ ପ୍ରଧାନଙ୍କ ସମେତ ଗ୍ରାମବାସୀ ଯୋଗ ଦେଇଥିଲେ।
ବଇଣ୍ଡା ଅଞ୍ଚଳରେ ୨୦୧୮ ମେ ୧୭, ୧୮ରେ ଉଚ୍ଛେଦ କରାଯାଇଥିବା ବେଳେ ଆଉ ୧୭ ଜଣ କ୍ଷତିଗ୍ରସ୍ତ ପ୍ରଜାଙ୍କୁ କ୍ଷତିପୂରଣ ଦିଆଯାଇ ନ ଥିବା ଯୋଗୁ ଏହାକୁ ଭଙ୍ଗାଯାଇ ପାରିନାହିଁ। ସେଗୁଡ଼ିକୁ ଭାଙ୍ଗିବା ପାଇଁ ପ୍ରଶାସନ ପକ୍ଷରୁ ଦୀର୍ଘ ୧୩ ମାସ ପରେ ନିଷ୍ପତ୍ତି ନିଆଯାଇଛି। ଏହାକୁ ବଇଣ୍ଡା ଗ୍ରାମବାସୀ ସ୍ବାଗତ କରିଥିବାବେଳେ ଠିକାସଂସ୍ଥା ପକ୍ଷରୁ ରାସ୍ତା କାମ ବିଳମ୍ବ କରାଯାଉଥିବା ଯୋଗୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ୧୩ ମାସ ପୂର୍ବେ ବଇଣ୍ଡା ଛକରେ ଉଚ୍ଛେଦ କରାଯାଇଥିଲେ ମଧ୍ୟ ଠିକାସଂସ୍ଥା ଏକ ପ୍ରତିଶତ କାମ ଆରମ୍ଭ କରି ନାହିଁ। ଏଥିଯୋଗୁ ୪ ଶହ ଉଠା ଦୋକାନୀ ନିଜର ଜୀବିକା ହରାଇ ଘରେ ହାତ ବାନ୍ଧି ବସିଛନ୍ତି। ତରବରିଆ ଭାବେ ଉଚ୍ଛେଦ କରାଯାଇଥିବାବେଳେ ସେମାନଙ୍କୁ କ୍ଷତିପୂରଣ ଦିଆଯାଇ ନ ଥିବା ଅଭିଯୋଗ ହୋଇଛି। ଏହାସହ ଜାମ୍ବୁନାଳୀରୁ ବାମୁର ପର୍ଯ୍ୟନ୍ତ ଦୀର୍ଘ ୪୦ କିମି ରାସ୍ତା ଅତି କଦର୍ଯ୍ୟ ହୋଇପଡ଼ିଛି। ଫଳରେ ପ୍ରତିଦିନ ଦୁର୍ଘଟଣା ଘଟୁଛି। ରାସ୍ତା ମରାମତି ପାଇଁ ଜିଲା ପ୍ରଶାସନ ପକ୍ଷରୁ ଠିକାସଂସ୍ଥାକୁ ନିର୍ଦ୍ଦେଶନାମା ରହିଥିଲେ ମଧ୍ୟ ମରାମତି କରାଯାଉ ନାହିଁ। ତୁରନ୍ତ ଉକ୍ତ ୪୦ କିମି ରାସ୍ତା ମରାମତି କରିବା ପରେ ଉଚ୍ଛେଦ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ସେହିପରି କୌଣସି ଶିକ୍ଷାନୁଷ୍ଠାନ ନ ଭାଙ୍ଗିବା ପାଇଁ ପ୍ରଶାସନିକ ଅଧିକାରୀମାନେ ଠିକାସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ରାସେଶ୍ୱରୀ ବିଜେଡି ଛାଡିବା ପରେ ବଡ଼ ବୟାନ ଦେଲେ ରୋହିତ ପୂଜାରୀ, କହିଲେ…

ଭୁବନେଶ୍ୱର,୨୩।୪: ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri