ଅଧିକାରୀଙ୍କ ଅନୁପସ୍ଥିତି ନେଇ ଏନ୍‌ଏସି କାର୍ଯ୍ୟାଳୟରେ ତାଲା

ବାଲିଗୁଡ଼ା,୧୫ା୧୦(ଡି.ଏନ୍‌.ଏ.)-ବାଲିଗୁଡ଼ା ଏନ୍‌ଏସିରେ କର୍ମଚାରୀଙ୍କ ଅନୁପସ୍ଥିତି ନେଇ ସୋମବାର କାଉନ୍‌ସିଲରମାନେ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି। ବିଭିନ୍ନ କାର୍ଯ୍ୟନେଇ ଲୋକମାନେ ଏନ୍‌ଏସିକୁ ଆସୁଥିଲେ। କିନ୍ତୁ ସେଠାରେ ନିୟମିତ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ଷଡ଼ଙ୍ଗୀଙ୍କ ସମେତ ଅନ୍ୟ କର୍ମଚାରୀମାନେ କାର୍ଯ୍ୟାଳୟରେ ରହୁନଥିବାରୁ ଲୋକଙ୍କ କାର୍ଯ୍ୟରେ ଅସୁବିଧା ହେଉଥିଲା। ସୋମବାର ମଧ୍ୟ ଏନ୍‌ଏସିରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ହିସାବରକ୍ଷକ ଦେବାଶିଷ ମହାନ୍ତି, କର୍ମଚାରୀ ଜୀବନ ଜ୍ୟୋତି ପାତ୍ର, ମୁକେଶ ନାୟକ ପ୍ରମୁଖଙ୍କୁ କାର୍ଯ୍ୟଳୟରେ ଦେଖିବାକୁ ମିଳିନଥିଲା। ତେଣୁ ଅତିଷ୍ଠ ହୋଇ ୧୦ନଂ. କାଉନ୍‌ସିଲର ବରଦା ପ୍ରସନ୍ନ ମିଶ୍ର ଓ ନାରାୟଣ ଡାକୁଆ,୧୩ନଂ. କାଉନସିଲର ଜୟନ୍ତୀ ଜେନା ଅପରାହ୍ନରେ ଏନ୍‌ଏସି କାର୍ଯ୍ୟାଳୟରେ ତାଲା ପକାଇଛନ୍ତି। ସମସ୍ୟାର ସମାଧାନ ଓ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଯାଏ ତାଲା ପଡିବ ଏବଂ ଗ୍ରାମବାସୀଙ୍କ ସମେତ ସମସ୍ତ କାଉନ୍‌ସିଲର ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ନେଇ ୩ କାଉନ୍‌ସିଲର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବଙ୍କୁ ଯୋଗାଯୋଗ କରିଥିଲେ, କିନ୍ତୁ ସେ ବାଲିଗୁଡ଼ାରେ ନ ଥିବାରୁ
ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଝୁଲନ୍ତା ଅବସ୍ଥାରେ ମିଳିଲା ଗଳିତ ମୃତଦେହ ଠାବ: ଆଧାର କାର୍ଡରୁ ପରିଚୟ

ଦାରିଙ୍ଗବାଡ଼ି, ୫/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ରେନବୋ ଜଳପ୍ରପାତ ନିକଟରୁ ଝୁଲନ୍ତା ଅବସ୍ଥାରେ ଏକ ଗଳିତ ମୃତଦେହକୁ ପୋଲିସ ଠାବ କରିଛି।…

ଦାଦନ ଶ୍ରମିକଙ୍କ ମରଶରୀର ଗାଁକୁ ଆଣିବାକୁ ଉଦ୍ୟମ: ସହାୟତା ମଞ୍ଜୁର

ଦାରିଙ୍ଗବାଡ଼ି,୫।୧୦(ଅରୁଣ ସାହୁ):କେରଳରେ ଦାଦନ ଶ୍ରମିକ ଭାବେ କାମ କରୁଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାଟିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ଆଡ଼ିବଙ୍ଗା ଗ୍ରାମର ସନ୍ତୋଷ ମଲ୍ଲିକ (୪୬)ଙ୍କ ହଠାତ୍‌…

ସେବା ସେତୁ କାର୍ଯ୍ୟକ୍ରମରେ ଲୋକଙ୍କ ଅଭିଯୋଗ ଶୁଣିଲେ ଉପଜିଲାପାଳ

ଦାରିଙ୍ଗବାଡି,୫।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଅଭିଯାନର ମୂଳ ଲକ୍ଷ ଏବଂ ଜନସାଧାରଣଙ୍କ…

ବୀର ସୁରେନ୍ଦ୍ରସାଏ ଦିବ୍ୟଦୃଷ୍ଟି ଯୋଜନା: ୨୫୧ ଛାତ୍ରୀଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା, ୧୩୬ ଜଣଙ୍କୁ ଚଷମା ବଣ୍ଟନ

ଦାରିଙ୍ଗବାଡ଼ି,୫।୧୦(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସୋମବାର ବୀର ସୁରେନ୍ଦ୍ରସାଏ ଦିବ୍ୟଦୃଷ୍ଟି ଯୋଜନା ଅଧୀନରେ ଚକ୍ଷୁ ପରୀକ୍ଷା ଓ…

ଧରିତ୍ରୀରେ ଖବର ପ୍ରକାଶ ପରେ ବଡ଼ ପଦକ୍ଷେପ: ସିମନବାଡ଼ିରେ ଡ୍ରେନ ସଫେଇ, ଜେସିବିରେ ହଟିଲା ଅଳିଆ

ଦାରିଙ୍ଗବାଡ଼ି, ୫।୧୦ (ଅରୁଣ ସାହୁ): ଖବର ପ୍ରକାଶ ପରେ ତତ୍ପର ହୋଇଛି ପଞ୍ଚାୟତ ପ୍ରଶାସନ। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅଞ୍ଚଳରେ ଦୀର୍ଘଦିନ ଧରି…

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

କନ୍ଧମାଳ ଏମ୍‌ପିଙ୍କ ନୂଆ ପ୍ରତିନିଧି ନିଯୁକ୍ତି: ଜାଣନ୍ତୁ କାହାକୁ କେଉଁ ଦାୟିତ୍ବ …

ଦାରିଙ୍ଗବାଡ଼ି, ୩/୧୦ (ଅରୁଣ ସାହୁ): କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ତାଙ୍କ ପ୍ରତିନିଧି ମଣ୍ଡଳ ପାଇଁ ଜିଲା ପ୍ରଶାସନକୁ ନାମ ତାଲିକା ପଠାଇଥିବା ଜଣାପଡ଼ିଛି। ସେ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?