ଅତୁଳନୀୟ ନେତା

ପ୍ରକାଶ ଜାଭଡେକର
ସବୁ ନେତା ସମାନ ସ୍ତରର ନୁହନ୍ତି। ପଞ୍ଚମ ସ୍ତରର ନେତୃତ୍ୱ (ଲିଭେଲ ୫ ଲିଡରଶିପ୍‌) ଭିତରେ ରହିଛି: ସାଧୁତା ଓ ନୀତିନିଷ୍ଠତା, ପ୍ରତିବଦ୍ଧତା ଓ ଉତ୍ସାହ, ନିଷ୍ପତ୍ତି ନେବାର କ୍ଷମତା ଓ ଉତ୍ତରଦାୟିତ୍ୱ। ସର୍ବୋପରି ସେ ହେବା ଦରକାର ଉତ୍ତମ ଯୋଗାଯୋଗ ରକ୍ଷାକାରୀ (କମ୍ୟୁନିକେଟର), ସର୍ଜନଶୀଳ, ନବୋଦ୍ଭାବନଶୀଳ ଏବଂ ଜଣେ ପ୍ରେରଣାଦାୟୀ ନେତା। ଏହି ସମସ୍ତ ଗୁଣ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରେ ରହିଛି। ତାଙ୍କର ସାଧୁତା ଓ ସଚ୍ଚୋଟତା ଅତୁଳନୀୟ। ତାଙ୍କ ପାଇଁ ବ୍ୟକ୍ତିଗତ ସ୍ବାର୍ଥ ବୋଲି କିଛି ନାହିଁ, ଦେଶର ସ୍ବାର୍ଥ ହିଁ ତାଙ୍କର ସ୍ବାର୍ଥ। ସେ ୧୨ ବର୍ଷ ଧରି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ହିଁ ତାଙ୍କର ଏହି ଭାବମୂର୍ତ୍ତିକୁ ଲୋକମାନେ ବ୍ୟାପକଭାବେ ଗ୍ରହଣ କରିନେଇଥିଲେ। ତା’ପରେ ୨୦୦୪ରୁ ୨୦୧୪ ଭିତରେ ଦେଶରେ ଦେଖାଗଲା ବ୍ୟାପକ ଦୁର୍ନୀତି, ଉପଯୁକ୍ତ ନେତୃତ୍ୱର ଅଭାବ ଏବଂ ନୀତିଗତ ସ୍ଥାଣୁତା। ତେଣୁ ସେ ଲୋକମାନଙ୍କ ନଜରକୁ ଆସିଲେ। ଦରିଦ୍ରରୁ ଦରିଦ୍ରତମ ବ୍ୟକ୍ତି ମଧ୍ୟ ତାଙ୍କର ସାଧୁତା ଓ ସଚ୍ଚୋଟତା ନେଇ ନିସଂଶୟ ଥିଲେ। ଏହା ଜଣାଶୁଣା ଯେ, ଦକ୍ଷତାହୀନ ପାଠୁଆଠାରୁ ଦକ୍ଷ ଓ ବୁଦ୍ଧିଆ ନିରକ୍ଷର ହେଉଛି ଢେର ଅଧିକ ପ୍ରଭାବଶାଳୀ। ଗତ ପାଞ୍ଚବର୍ଷ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ବିରୋଧରେ ଗୋଟିଏ ବି ଦୁର୍ନୀତି ଅଭିଯୋଗ ଆସିନାହିଁ। ଯେତେବେଳେ ଶେଷ ମୁହୂର୍ତ୍ତରେ ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା, ସେତେବେଳେ ଇସ୍ରୋ ବୈଜ୍ଞାନିକମାନଙ୍କୁ ମୋଦି ପ୍ରବୋଧନା ଦେଇଥିଲେ। ସେତେବେଳେ ତାଙ୍କର ଦରଦୀ ବଦନ ସ୍ପଷ୍ଟ ଦେଖାଯାଉଥିଲା। ଶ୍ରୀହରିକୋଟା ଛାଡ଼ିବା ପୂର୍ବରୁ ସେ ଇସ୍ରୋର ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କୁ ଅତ୍ୟନ୍ତ ପ୍ରେରଣାପ୍ରଦ ଭାଷଣ ଦେଇଥିଲେ।
୨୦୧୪ରେ ନିର୍ବାଚନରେ ବିଜୟପ୍ରାପ୍ତ ହୋଇ କ୍ଷମତାସୀନ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ଗଣତନ୍ତ୍ରର ମନ୍ଦିର ପାର୍ଲାମେଣ୍ଟ ଭବନର ପାହାଚ ଉପରେ ମୁଣ୍ଡିଆ ମାରିଥିଲେ ଏବଂ ତା’ପରେ ସମ୍ବିଧାନକୁ ପ୍ରଣାମ କରିବା ସହ ଘୋଷଣା କରିଥିଲେ ଯେ ତାଙ୍କ ସରକାର ଗରିବ, ଅନୁସୂଚିତ ଜାତି ଓ ଉପଜାତି, ଦଳିତ, ଉତ୍ପୀଡ଼ିତ ଓ ଅବହେଳିତ ଲୋକମାନଙ୍କ ପାଇଁ ଉତ୍ସର୍ଗୀକୃତ। ସେ ଏକ ସ୍ଲୋଗାନ ଦେଇଥିଲେ: ‘ସବ୍‌କା ସାଥ୍‌, ସବ୍‌କା ବିକାଶ’। ଏ ବର୍ଷ ସେ ଉକ୍ତ ସ୍ଲୋଗାନରେ ଆଉ ଏକ ପଦ ଯୋଡ଼ିଛନ୍ତି ‘ସବ୍‌କା ବିଶ୍ୱାସ’, ଯେଉଁଥିରୁ ତାଙ୍କର ଉଦ୍ଦେଶ୍ୟ ସହଜରେ ବୁଝିହେଉଛି।
ମୋଦି ଭିନ୍ନ ଭାବରେ ଚିନ୍ତା କରନ୍ତି ଏବଂ ତାଙ୍କର କାର୍ଯ୍ୟଶୈଳୀ ମଧ୍ୟ ଭିନ୍ନ ପ୍ରକାରର। ଅନୁପ୍ରେରିତ କରିବା ଓ ଅମଲାତନ୍ତ୍ରର ପୂର୍ଣ୍ଣ ସହଯୋଗ ପାଇବା ପାଇଁ ସେ ସରକାରଙ୍କ ୧୦ଟି ବିଭିନ୍ନ କ୍ଷେତ୍ର ଲାଗି ରୋଡ୍‌-ମ୍ୟାପ୍‌ ପ୍ରସ୍ତୁତ କରିବା ନିମନ୍ତେ ସଚିବମାନଙ୍କ ୧୦ଟି ଗ୍ରୁପ୍‌କୁ ନିଯୁକ୍ତି ଦେଇଥିଲେ। ସମସ୍ତ ଗ୍ରୁପ୍‌ ନିଜ ନିଜର ପ୍ରସ୍ତୁତ ପ୍ରସ୍ତାବ ଉପସ୍ଥାପନ କରିଥିଲେ ଏବଂ ସେସବୁକୁ ପରୀକ୍ଷା ନିରୀକ୍ଷା କରିବା ପରେ ସେ ସେମାନଙ୍କୁ ତ୍ୱାରିତ୍ୟର ସହ କାର୍ଯ୍ୟ କରି ଲକ୍ଷ୍ୟ ହାସଲ କରିବା ପାଇଁ ପରାମର୍ଶ ଦେଇଥିଲେ। ତା’ ପରବର୍ଷ ସେ ସେମାନଙ୍କୁ ନିଜ ନିଜର ଅଗ୍ରଗତି ବିଷୟରେ ଜଣାଇବା ପାଇଁ କହିଥିଲେ। ସମ୍ଭବତଃ ସେ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ପରୀକ୍ଷାରେ କିପରି ସଫଳତା ଅର୍ଜନ କରିହେବ ଏବଂ ଜୀବନର ବିଭିନ୍ନ ଆହ୍ବାନକୁ କିପରି ମୁକାବିଲା କରାଯାଇପାରିବ ସେ ସମ୍ବନ୍ଧରେ ଛାତ୍ରୀଛାତ୍ରମାନଙ୍କୁ ମାର୍ଗଦର୍ଶନ କରାଇବା ଓ ସେମାନଙ୍କ ଭିତରେ ଆତ୍ମବିଶ୍ୱାସ ଜାଗ୍ରତ କରାଇବା ପାଇଁ ଏକ ପୁସ୍ତକ ଲେଖିଛନ୍ତି। ସେ ଏହି ପୁସ୍ତକର ନାମ ଦେଇଛନ୍ତି ‘ଏକ୍‌ଜାମ ଓ୍ବାରିୟର୍ସ’ (ପରୀକ୍ଷାର ଯୋଦ୍ଧା)। ପ୍ରଥମ ଦୁଇବର୍ଷ ଭିତରେ ସେ ୧୦୦ ନିୟୁତରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଓ ଅଭିଭାବକଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଛାତ୍ରୀଛାତ୍ରଙ୍କ ସହ ଭାବର ଆଦାନପ୍ରଦାନ ସମୟରେ ସେ ପବ୍‌-ଜିର ସୂଚନା ଦେଇଛନ୍ତି, ଯେଉଁଥିରୁ ବୁଝାପଡ଼ୁଛି ସେ ସବୁକିଛି ବିଷୟରେ ସଚେତନ ଅଛନ୍ତି। ସେ ଛାତ୍ରୀଛାତ୍ର ଓ ଯୁବବର୍ଗଙ୍କ ସହ ତୁରନ୍ତ ଯୋଗାଯୋଗର ବ୍ୟବସ୍ଥା କରିଛନ୍ତି। ସେ ସମ୍ଭବତଃ ପ୍ରଥମ ଭାରତୀୟ ରାଜନୀତିଜ୍ଞ ଯିଏ ସାମାଜିକ ଗଣମାଧ୍ୟମର ମହତ୍ତ୍ୱ ବୁଝିଛନ୍ତି ଏବଂ ଯୁବବର୍ଗ ସହ ଯୋଗାଯୋଗ କରିବା ପାଇଁ ଏହାକୁ ସଫଳତାର ସହ ବ୍ୟବହାର କରୁଛନ୍ତି। ସେ ଜଣେ ଅତି ଉତ୍ତମ ଯୋଗଯୋଗକାରୀ। ସେ ସିଧାସଳଖ ଲୋକଙ୍କ ସହ କଥାବାର୍ତ୍ତା କରନ୍ତି ଏବଂ ସେମାନଙ୍କ ସହ ଏକ ବନ୍ଧନ ଯୋଡ଼ିବା ସହ ସେମାନଙ୍କ ଭିତରେ ବିଶ୍ୱାସ ସ୍ଥାପନ କରନ୍ତି। ଗ୍ୟାସ୍‌ ସବ୍‌ସିଡି ବା ଯାତ୍ରାକାଳୀନ ରିହାତି ଛାଡ଼ିବା ଲାଗି ତାଙ୍କର ଆବେଦନକୁ ଲୋକମାନେ ବହୁସଂଖ୍ୟାରେ ଗ୍ରହଣ କରିଛନ୍ତି। ଯୋଗାଯୋଗ ମାଧ୍ୟମରେ ସେ ଲୋକମାନଙ୍କୁ ଅନୁପ୍ରେରିତ କରନ୍ତି। ଜିଏସ୍‌ଟି, ବିମୁଦ୍ରୀକରଣ, ସର୍ଜିକାଲ ଷ୍ଟ୍ରାଇକ୍‌, ବାଲାକୋଟ ଏୟାର୍‌ ଷ୍ଟ୍ରାଇକ୍‌, ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନ, ଧାରା ୩୭୦ ଉଚ୍ଛେଦ, ତିନି ତଲାକ ନିଷେଧ ଆଇନ ଇତ୍ୟାଦି ହେଉଛି ତାଙ୍କ ନିର୍ଣ୍ଣାୟକ ନେତୃତ୍ୱର ଗୋଟିଏ ଗୋଟିଏ ଉଦାହରଣ।
୧୦ ପ୍ରତିଶତ ଇବିସି ସଂରକ୍ଷଣ, ଉଜ୍ଜ୍ୱଳା ଗ୍ୟାସ୍‌ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ, ଉଜାଲା ଏଲ୍‌ଇଡି ବଲ୍‌ବ ପ୍ରଦାନ, ମୁଦ୍ରା, ସ୍କିଲ୍‌ ଇଣ୍ଡିଆ, ଆୟୁଷ୍ମାନ୍‌ ଭାରତ, କିଷାନ ସମ୍ମାନ, ଅସଂଗଠିତ ଶ୍ରମିକ, କ୍ଷୁଦ୍ର ବ୍ୟବସାୟୀ, କୃଷକଙ୍କୁ ପେନସନ ଯୋଜନା, କୃଷକଙ୍କୁ ତାଙ୍କ ଉତ୍ପାଦନର ଉପଯୁକ୍ତ ମୂଲ୍ୟ ପ୍ରଦାନ, ୯୫ ନିୟୁତ ପାଇଖାନା ନିର୍ମାଣ ପ୍ରଭୃତି ହେଉଛି ଗରିବ ସଶକ୍ତୀକରଣର କେତୋଟି ନମୁନା। ଜିଏସ୍‌ଟି ହେଉଛି ସମବାୟ ସଂଘବାଦ ପ୍ରତି ତାଙ୍କ ବିଶ୍ୱାସର ଏକ ଜୀବନ୍ତ ଉଦାହରଣ। ଭୋଟ ମାଧ୍ୟମରେ ନିଷ୍ପତ୍ତି ନେବାର ବ୍ୟବସ୍ଥା ଥିଲେ ମଧ୍ୟ ଜିଏସ୍‌ଟି ଆଇନର ପ୍ରତ୍ୟେକଟି ଶବ୍ଦ, ନିୟମ ଓ ରେଟ୍‌ ବିଷୟରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା। ରାଷ୍ଟ୍ର ସମ୍ପଦରୁ ରାଜ୍ୟଗୁଡ଼ିକୁ ଦିଆଯିବା ଅଂଶକୁ ୩୨ ପ୍ରତିଶତରୁ ୪୯.୫ ପ୍ରତିଶତକୁ ବୃଦ୍ଧି କରିବା ତାଙ୍କର ସଂଘବାଦ ଉପରେ ବିଶ୍ୱାସକୁ ଦୃଢ଼ୀଭୂତ କରେ।
ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଦ୍ୱିତୀୟ ପାଳି ସରକାରରେ କେତେକ ନୂଆ ଲକ୍ଷ୍ୟ ସମ୍ପର୍କରେ ଘୋଷଣା କରିଛନ୍ତି। ସେଗୁଡ଼ିକ ମଧ୍ୟରେ ରହିଛି ୫ ଟ୍ରିଲିୟନ ଡଲାର ଇକୋନୋମି, ପ୍ରତ୍ୟେକ ଗୃହକୁ ଜଳଯୋଗାଣ, ସବୁ ବର୍ଗକୁ ସାମାଜିକ ନିରାପତ୍ତା ପ୍ରଦାନ ଏବଂ ସର୍ବୋପରି ସବ୍‌କା ବିଶ୍ୱାସ। ସେ ହେଉଛନ୍ତି ସର୍ଜନଶୀଳ ଓ ନବୋଦ୍ଭାବନଶୀଳ। ସେ ଜାଣିଛନ୍ତି ଯେ ଭାରତ ନବୋଦ୍ଭାବନରେ ପଛୁଆ ଏବଂ କେବଳ ଗବେଷଣା ଓ ନବୋଦ୍ଭାବନ ମାଧ୍ୟମରେ ଭାରତକୁ ଏକ ବିକଶିତ ଦେଶରେ ପରିଣତ କରାଯାଇପାରିବ। ସେଥିପାଇଁ ସେ ପ୍ରାୟ ୩୦୦୦ ସ୍କୁଲରେ ଅଟଳ ଟେକ୍ନୋଲୋଜି ଲ୍ୟାବ୍‌ ଆରମ୍ଭ କରିଛନ୍ତି, ଯେଉଁଠି ରୋବୋଟିକ୍ସ, ୩ଡି ପ୍ରିଣ୍ଟିଂ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଉପକରଣ ଉପଲବ୍ଧ ହେବ। ଏହିସବୁ ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଛାତ୍ରୀଛାତ୍ରମାନେ ଗବେଷଣା କରିବେ ଏବଂ ଉତ୍ସାହପ୍ରଦ ଚିନ୍ତାଧାରାର ବିକାଶ କରିବେ। ଇଞ୍ଜିନିୟରିଂ ଛାତ୍ରୀଛାତ୍ରଙ୍କ ନିମନ୍ତେ ସେ ‘ସ୍ମାର୍ଟ ଇଣ୍ଡିଆ ହାକାଥନ୍‌’ର ବିକାଶ କରିଛନ୍ତି, ଯେଉଁଥିରେ ବିଭିନ୍ନ ଛାତ୍ରଦଳ କେତେକ ସମସ୍ୟା ଉପରେ କାର୍ଯ୍ୟ କରିବେ ଓ ତା’ର ଡିଜିଟାଲ/ହାର୍ଡଓ୍ବାର ସମାଧାନ ବାହାର କରିବେ। ଏହାର ଅନ୍ତିମ ପର୍ଯ୍ୟାୟ ୨୫ଟି କେନ୍ଦ୍ରରେ ଆୟୋଜନ କରାଯାଇଛି, ଯେଉଁଠି ୧୦୦୦୦ ଛାତ୍ର ନିରବଚ୍ଛିନ୍ନ ଭାବେ ୩୬ ଘଣ୍ଟା କାର୍ଯ୍ୟ କରିବେ। ପ୍ରତିବର୍ଷ ସେ ଏହି ଛାତ୍ରମାନଙ୍କ ସହ ମଧ୍ୟରାତ୍ରରେ ଯୋଗାଯୋଗ କରୁଛନ୍ତି ଓ ସେମାନଙ୍କୁ ପ୍ରେରଣା ଦେଉଛନ୍ତି। ବିଭିନ୍ନ ଆଇଆଇଟି/ଏନ୍‌ଆଇଟିରେ ସେ ଅଟଳ ଇନ୍‌କ୍ୟୁବେଶନ ସେଣ୍ଟର ସ୍ଥାପନ କରିଛନ୍ତି। ଚଳିତ ବଜେଟରେ ସେ ଜାତୀୟ ଗବେଷଣା ପାଣ୍ଠିର ବ୍ୟବସ୍ଥା କରିଛନ୍ତି। ବାସ୍ତବରେ ଆଗେଇ ଚାଲିଥିବା ଗବେଷଣାକୁ ଉତ୍ସାହିତ କରିବା ପାଇଁ ସେ ପ୍ରଧାନମନ୍ତ୍ରୀ ସ୍କଲାର୍‌ଶିପ୍‌ ମଞ୍ଜୁର କରିଛନ୍ତି। ବିଭିନ୍ନ ଷ୍ଟାର୍ଟ-ଅପ୍‌ କମ୍ପାନୀ ସହ ସେ ନିୟମିତଭାବେ ଯୋଗାଯୋଗ କରିବା ସହ ନୂତନ ଚିନ୍ତାଧାରା ପୋଷଣ କରୁଥିବା ଯୁବବର୍ଗଙ୍କୁ ସାକ୍ଷାତ୍‌ କରୁଛନ୍ତି।
(ଲେଖକ କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ)


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?