Posted inଫୁରସତ

ଅଣ୍ଡରଓ୍ବାଟର ସେଲ୍‌ଫି ବଦଳାଇ ଦେଲା ପରିତ୍ୟକ୍ତ ପୋଖରୀର ରୂପ, ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

ଦୀଘବର୍ଷ ଧରି ପରିତ୍ୟକ୍ତ ଭାବେ ପଡ଼ି ରହିଥିବା ଏକ ପୋଖରୀ ଏବେ ପର୍ଯ୍ୟଟନସ୍ଥଳୀ ଭାବେ ଲୋକପ୍ରିୟତା ଅର୍ଜନ କରିବାରେ ଲାଗିଛି। ଲୋକେ ଏଠାରେ ଅଣ୍ଡର ଓ୍ବାଟର ସେଲ୍‌ଫି ନେଇ ଏହାର ରୂପ ରଙ୍ଗ ବଦଳି ଗଲା। ଖାଲି ରୂପ ରଙ୍ଗ ବଦଳିନି, ଗାଁ ଲୋକଙ୍କ ରୋଜଗାରର ଏହା ମାଧ୍ୟମ ବି ପାଲଟିଛି। ପ୍ରତି ପରିବାର ମାସକୁ ୨ ହଜାରରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି।

ଏପରି ଏକ ପୋଖରୀ ରହିଛି ଇଣ୍ଡୋନେସିଆରେ। ଟୁରିଷ୍ଟ ଡେଷ୍ଟିନେଶନର ଇନ୍‌ଷ୍ଟାଗ୍ରାମରେ ପ୍ରାୟ ୪୦ ହଜାର ଲୋକ ଏହାକୁ ଫଲୋ କରୁଛନ୍ତି। ପୂର୍ବରୁ ଗରିବ ଏବଂ ଅପରିଷ୍କାର ଗାଁ କୁହାଯାଉଥିବା ଏହି ଅଞ୍ଚଳକୁ ଅଣ୍ଡର୍‌ ଓ୍ବାଟର ସେଲ୍‌ଫି ନେବା ପାଇଁ ଏବେ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟୁଛି।

ଜୁନୈଦୀ ମୂଲ୍ୟୋନୋ ନାମକ ଜଣେ ବ୍ୟକ୍ତି ଏହି ପ୍ରୋଜେକ୍ଟ ତିଆରି କରିଛନ୍ତି। ଜୁନୈଦୀ ଯେତେବେଳେ ପଢୁଥିଲେ, ସେତେବେଳେ ଏହି ଗାଁକୁ ଯିବା ପାଇଁ ସୁଯୋଗ ମିଳିଥିଲା। ଏହି ପୋଖରୀକୁ ଦେଖି ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବା ପାଇଁ ଯୋଜନା ଆରମ୍ଭ କରିଦେଇଥିଲେ।

ଏହି ପୋଖରୀର ଲମ୍ବ ୨୦ ମିଟର ଏବଂ ଚଉଡ଼ା ୫୦ ମିଟର। ଯାହାର ବ୍ୟବହାର କେବଳ ଶୌଚ ପାଇଁ କରାଯାଉଥିଲା। ବର୍ତ୍ତମାନ ଏଠାକୁ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। ଏବେ ପୋଖରୀର ନାଁ ବଦଳାଇ ତିର୍‌ତା ଟେମ୍ପୁଲ୍‌ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

କଏଦୀ ଫେରାର, ଜେଲର ନିଲମ୍ବିତ

ନୂଆପଡ଼ା,୧୨ା୯(ମକାରୁ ବେମାଲ): ନୂଆପଡ଼ା ଉପକାରାଗାରରୁ କଏଦୀ ଫେରାର ହେବା ଘଟଣାରେ ଜେଲର ବଳରାମ ବିଶି ମାଝୀଙ୍କୁ ଶନିବାର ନିଲମ୍ବନ କରାଯାଇଛି। ଉପଜେଲର ସୁରକ୍ଷା ବ୍ୟବସ୍ଥାରେ ଅବହେଳାକୁ ନେଇ…

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

ଲୁଟେରାଙ୍କଠାରୁ ନଗଦ ଟଙ୍କା-ବାଇକ୍‌ ସହ ଛୁରି ଜବତ, ପୁଣି ଜଣେ ଯୁବକ ଧରାପଡ଼ି…

ଝରିଗାଁ,୧୨ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ଜାରି ରହିଛି ବର୍ଷା: ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ବଢୁଛି ଜନ ଅସନ୍ତୋଷ

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୪ ଦିନ ହେଲା ଲଘୁଚାପ ଜନିତ ବର୍ଷା ଜାରିରହିଛି। ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ…

ଏକମ୍ବା ଗ୍ରାମରେ ଭାଲୁ ଆତଙ୍କ

ଝରିଗାଁ, ୧୨/୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଏକମ୍ବା ଗ୍ରାମରେ ଭାଲୁ ଆତଙ୍କ ଦେଖାଦେଇଛି। ଶନିବାର ସକାଳୁ ଏକମ୍ବା ଗ୍ରାମସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର…

ବିଶ୍ଵବାସୀଙ୍କୁ ସୁସ୍ଥ ଓ ନିରୋଗ ମାର୍ଗ ଦେଖାଉଛି ଯୋଗ: ଶାରୀରିକ ମାନସିକ ସୁସ୍ଥତା ପାଇଁ ଯୋଗ ନିହାତି ଆବଶ୍ୟକ

ଦିଗପହଣ୍ଡି,୧୨|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ପକ୍ଷରୁ ଶନିବାର କଲେଜ ପରିସରରେ ଯୋଗ ଓ ପ୍ରାଣାୟମ…

ଅନୁଦାନ ବଣ୍ଟନରେ ପାତରଅନ୍ତର ଅଭିଯୋଗ, ନିର୍ଦ୍ଦିଷ୍ଟ ପଞ୍ଚାୟତ ପାଇଁ ଏତେ ଅନୁକମ୍ପା କାହିଁକି

କର୍ଲାମୁଣ୍ଡା,୧୨ା୯(ପ୍ରଦୀପ କୁମାର ସାହୁ): କର୍ଲାମୁଣ୍ଡା ବ୍ଲକରେ ‘ବିକଶିତ ଓଡ଼ିଶା ବିକଶିତ ଗାଁ’ ଯୋଜନାରେ ଅନୁଦାନ ବଣ୍ଟନକୁ ନେଇ ପାତରଅନ୍ତର କରାଯାଇଥିବା ଅଭିଯୋଗ ଉଠିଛି। ବ୍ଲକର ୧୨ଟି ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?