ଅଣସରରେ ଠାକୁର : ପଟିଦିଅଁଙ୍କୁ ପୂଜା କରୁଛନ୍ତି ଶ୍ରଦ୍ଧାଳୁ, ୨ରେ ନବଯୌବନ ଦର୍ଶନ

ବାଲିଗୁଡ଼ା,୨୨।୬(ଡି.ଏନ୍‌.ଏ.): ଦେବସ୍ନାନ ପୂର୍ଣ୍ଣିମା ପରଠାରୁ ଚତୁର୍ଦ୍ଧା ବିଗ୍ରହଙ୍କୁ ଗତ ୧୭ ତାରିଖଠାରୁ ଅଣସର ଘରେ ରଖାଯାଇଛି। ଅତ୍ୟଧିକ ସ୍ନାନ ଯୋଗୁ ବିଗ୍ରହମାନେ ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଅସୁସ୍ଥ ଶ୍ରୀଜୀଉଙ୍କୁ ସୁସ୍ଥ କରିବା ଲାଗି ସେବାୟତମାନେ ଅଣସର ଘରେ ଗୁପ୍ତ ସେବାକାର୍ଯ୍ୟ ଜାରି ରଖିଛନ୍ତି। ଠାକୁର ୧୫ ଦିନ ଅଣସର ଘରେ ରହିବା ଯୋଗୁ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ ନାହିଁ । ଏହି ସମୟରେ ସେମାନେ ପଟିଦିଅଁଙ୍କୁ ପୂଜା କରିବେ।
ଏ ନେଇ ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁମାନେ ପଟିଦିଅଁଙ୍କୁ ପୂଜାର୍ଚ୍ଚନା କରୁଛନ୍ତି। ଅସୁସ୍ଥ ଠାକୁରଙ୍କ ସେବାରେ ଯେପରି ବ୍ୟାଘାତ ନ ହେବ, ସେନେଇ ଜଗନ୍ନାଥ ମନ୍ଦିରରେ ଯଥାସମ୍ଭବ ନୀରବତା ରକ୍ଷା କରାଯାଉଛି। ଅସୁସ୍ଥ ହୋଇ ଅଣସର ଘରେ ଥିବା ଠାକୁରଙ୍କ ପାଖରେ କେବଳ ଫଳମୂଳ ଭୋଗ କରାଯାଉଛି। ମହାପ୍ରଭୁଙ୍କ ସେବକମାନେ ଅଣସର ଘରେ ଅତ୍ୟନ୍ତ ନିଷ୍ଠାର ସହ ସେବାକାର୍ଯ୍ୟ ଜାରି ରଖିଛନ୍ତି।
ଏହି ସମୟରେ ସେବକମାନେ ଶରୀରରେ କୌଣସି ଅଳଙ୍କାର ନ ପିନ୍ଧି କେବଳ ଶୁଭବସ୍ତ୍ର ପରିଧାନ ପୂର୍ବକ ମହାପ୍ରଭୁଙ୍କ ଗୁପ୍ତ ସେବାରେ ନିୟୋଜିତ ଅଛନ୍ତି। ପଟିଦିଅଁଙ୍କୁ ପ୍ରତିଦିନ ପୂଜା କରିବା ଲାଗି ସକାଳେ ଓ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଆସନ୍ତା ୨ ତାରିଖରେ ନବଯୌବନ ବେଶରେ ଶ୍ରୀଜୀଉ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବା ଜରୁରୀ: ଏନଏସଏସ ସ୍ବେଚ୍ଛାସେବୀଙ୍କ ଦ୍ୱାରା ମେଗା ଚାରାରୋପଣ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା କୋ ୟୁନିଟ ଏବଂ ମହିଳା ଶାଖା ପକ୍ଷରୁ ମଙ୍ଗଳବାର କଲେଜ ପରିସରରେ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ସିପିଆଇଏମ ନେତା, ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସହ କଲେ ଆଲୋଚନା

ଗଞ୍ଜାମ,୭।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…

ବେଳାଭୂମି ଅବକ୍ଷୟ ପ୍ରସଙ୍ଗ:ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ

ଗଞ୍ଜାମ,୬।୭(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହେଉଛି ସମୁଦ୍ର l ସମୁଦ୍ରର ଉଚ୍ଚ ଜୁଆର ଯୋଗୁ ଗୋଖର କୁଦାଠାରୁ ପୋଡମ ପେଟା, ବଟେଶ୍ୱର ବେଳାଭୂମି ଦେଇ ପ୍ରାୟଗି…

ବନ ମହୋତ୍ସବରେ, ଚାରା ରୋପଣ କଲେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ

ଦିଗପହଣ୍ଡି,୭।୭(ଅଶେଷ ନାଥ ମିଶ୍ର):  ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ୭୭ ତମ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି । ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri