ଅଣନିଃଶ୍ୱାସୀ କରୁଛି ଆବର୍ଜନା ବୋଝ

ପୁରୀ ଅଫିସ, ୫ା୬: ବାତ୍ୟା ‘ଫନୀ’ ପରେ ବିଗିଡ଼ିଛି ପୁରୀ ଜିଲାର ପରିମଳ ବ୍ୟବସ୍ଥା। ଜଳ, ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଛି। ଆବର୍ଜନା ବୋଝରେ ଅଣନିଃଶ୍ୱାସୀ ହୋଇପଡ଼ିିଛି ପୁରୀ ସହର। ଏବେ ସହରରୁ ପୂର୍ବାପେକ୍ଷା ଦୈନିକ ୧୦ଗୁଣ ଅଧିକ ଆବର୍ଜନା ବାହାରୁଛି। ସେହିପରି ଜଳ ପ୍ରଦୂଷଣ ଯୋଗୁ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିଲାଣି। କିଛିଦିନ ତଳେ ବଳିଆପଣ୍ଡା ଅଞ୍ଚଳରେ ଝାଡ଼ାବାନ୍ତିରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଏବେ ବସ୍ତିଅଞ୍ଚଳରେ ଚର୍ମରୋଗ ବ୍ୟାପିଛିି। ଫଳରେ ପ୍ରଦୂଷଣକୁ ନେଇ ସହରବାସୀ ଛାନିଆ ହୋଇପଡ଼ିଛନ୍ତି।
ଇତିମଧ୍ୟରେ ଫନୀକୁ ମାସେ ପୂରିଯାଇଛି। ବାତ୍ୟାରେ ପୁରୀ ଜିଲାରେ ଲକ୍ଷ ଲକ୍ଷ ଗଛ ଏବଂ ଘର ଧରାଶାୟୀ ହୋଇଥିଲା। ଏଥିପାଇଁ ଆବର୍ଜନାର ପରିମାଣ ବୃଦ୍ଧି ପାଇଥିବାବେଳେ ପରିବେଶ ସନ୍ତୁଳନ ହରାଇଛି। ବାଲୁଖଣ୍ଡ ଅଭୟାରଣ୍ୟ ହେଉ କି ଜିଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲ ଯୋଗୁ ଲୋକେ ମୁକ୍ତ ବାୟୁ ଓ ଶୀତଳତା ପାଇ ପାରୁଥିଲେ। ମାତ୍ର ବାତ୍ୟାରେ ବାଲୁଖଣ୍ଡ ଅଭୟାରଣ୍ୟ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ବେଳେ ଜିଲାର ପ୍ରାୟ ସବୁ ଅଞ୍ଚଳରେ ଗଛ ଭାଙ୍ଗିପଡ଼ିିଛି। ଏଥିଯୋଗୁ ପୂର୍ବାପେକ୍ଷା ତାପମାତ୍ରା ଓ ଗୁଳୁଗୁଳି ଅସହ୍ୟ ହେଉଛି। ସେହିପରି ପରିବେଶକୁ ଅଧିକ ବିଗାଡୁଛି କୁଢ କୁଢ ଆବର୍ଜନା। ପୁରୀ ସହର କଥା ବିଚାର କଲେ ଆବର୍ଜନା ଏବେ ପୌରସଂସ୍ଥା ପାଇଁ ବୋଝ ପାଲଟିଛି। ଗୋଟିଏ ପଟେ ବାତ୍ୟାରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଭାଙ୍ଗି ପଡ଼ିିଥିବାବେଳେ ଏପଟେ ସହରରୁ ଦୈନିକ ଶହ ଶହ ଟ୍ରିପ୍‌ ଅଳିଆ ଆବର୍ଜନା ବାହାରୁଛି। ଏହା କେଉଁଠାରେ ଜମା କରାଯିବ ତାହା ଚିନ୍ତାର ବିଷୟ ହୋଇଛି। ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପରେ ପାହାଡ଼ ଉଚ୍ଚର ଆବର୍ଜନା ଜମିଗଲାଣି। ସହରର ଆହୁରି ୩/୪ଟି ଖୋଲା ଜାଗାରେ ଆବର୍ଜନା ଗଦା କରୁଛି ପୌରସଂସ୍ଥା। ଏଗୁଡ଼ିକ ବି ପୂରିଗଲାଣି। ଆଗକୁ ଆହୁରି ଅଧିକ ଅଳିଆ ଆବର୍ଜନା ବାହାରିବାକୁ ଥିବାରୁ ତାହାକୁ ଗଦା କରିବା ଲାଗି ସ୍ଥାନାଭାବ ଦେଖାଦେଇଛି। ଏତେ ପରିମାଣର ଆବର୍ଜନା ପରିବେଶ ପାଇଁ ମାରାତ୍ମକ ହେବ ବୋଲି କୁହାଯାଉଛି।
ପୁରୀ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶଙ୍କ ସୂଚନା ମୁତାବକ, ବାତ୍ୟା ପରେ ସହରରୁ ବହୁ ପରିମାଣରେ ଆବର୍ଜନା ବାହାରୁଛି। ଏହି ମାସକ ମଧ୍ୟରେ ୮,୭୨୮ ଟ୍ରିପ୍‌ ଅର୍ଥାତ୍‌ ୧୭,୪୫୬ ଟନ୍‌ ଅଳିଆ ବାହାରିଛି। ବାତ୍ୟା ପୂର୍ବରୁ ଦୈନିକ ପୁରୀ ସହରରୁ ପ୍ରାୟ ୬୦ ଟନ୍‌ ଆବର୍ଜନା ବାହାରୁଥିବାବେଳେ ବର୍ତ୍ତମାନ ଦୈନିକ ୧୦ଗୁଣ ଅଧିକ ବାହାରୁଛି। ଏହାକୁ ଜମା କରିବା ବଡ଼ ସମସ୍ୟା ହୋଇଛି। କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ବାତ୍ୟାରେ ଭାଙ୍ଗିରୁଜି ଯାଇଛି। ସେଠାରେ ପାହାଡ଼ ଭଳି ଆବର୍ଜନା ଜମିଲାଣି। ସହରର ପ୍ରାୟ ୩/୪ଟି ଜାଗାରେ ଅଳିଆ ଜମା ହେଉଥିଲା। ତାହା ମଧ୍ୟ ପୂର୍ଣ୍ଣ ହୋଇଗଲାଣି। ଦୁଇ ପର୍ଯ୍ୟାୟରେ ସହରର ପ୍ରତ୍ୟେକ ୱାର୍ଡ ଏବଂ ବସ୍ତି ଅଞ୍ଚଳରୁ ଅଳିଆ ବୁହା ସରିଲାଣି। ତଥାପି ଆହୁରି ବାହାରୁଛି। କ୍ଷୟକ୍ଷତି ଆକଳନ ପରେ ଲୋକେ ଘର ସଜାଡ଼ିବାରେ ବ୍ୟସ୍ତ। ତେଣୁ ଆହୁରି ଆବର୍ଜନା ବାହାରିବ। ତାହାକୁ କେଉଁଠାରେ ଜମା କରାଯିବ ସେନେଇ ଚିନ୍ତା ବଢିଲାଣି ବୋଲି ଦାଶ ପ୍ରକାଶ କରିଛନ୍ତି। ପୁରୀର ବିଭିନ୍ନ ଅଞ୍ଚଳରେ ଜଳ ଓ ବାୟୁ ପ୍ରଦୂଷିତ ହେବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଜମା ଥିବା ଆବର୍ଜନାକୁ ଲୋକେ ପୋଡ଼ି ଦେଉଛନ୍ତି। ଫଳରେ ପ୍ରବଳ ମାତ୍ରାରେ ନିଅଁା ଓ ଧୂଅଁା ଯୋଗୁ ପରିବେଶ ପ୍ରଦୂଷିତ ହେଉଛି। ସହରରୁ ଟ୍ରାକ୍ଟରରେ ବୁହାହେଉଥିବା ଅଳିଆରେ ବିଭିନ୍ନ ପ୍ରକାର ଲୁହା ସାମଗ୍ରୀ ରହୁଛି। ସେଗୁଡ଼ିକୁ ଉଦ୍ଧାର କରି ବିକିବା ପାଇଁ କେତେଜଣ ବ୍ୟକ୍ତି ଆବର୍ଜନାରେ ନିଆଁ ଲଗାଉଥିବା ପୌରସଂସ୍ଥା ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ଜଳ ପ୍ରଦୂଷଣ ଯୋଗୁ ବଳିଆପଣ୍ଡା ଅଞ୍ଚଳରେ ଚର୍ମରୋଗ ଓ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ତେଣୁ ଏବେଠୁ ପରିବେଶ ପ୍ରଦୂଷଣ ପ୍ରତି ସତର୍କ ନ ହେଲେ ଆଗକୁ ଜଳ ପ୍ରଦୂଷଣଜନିତ ରୋଗ ଭୟାବହ ପରିସ୍ଥିତି ସୃଷ୍ଟି କରିପାରେ ବୋଲିି ଆଶଙ୍କା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪: ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଚଳିତ ମେ’ ୬ରୁ ଏହା ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ଭିତରେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri