ଅଟୋ ସେକ୍ଟର ପାଇଁ ଜିଏସ୍‌ଟି ହ୍ରାସ: ରାଜ୍ୟ ଆଡ଼କୁ ଦାୟିତ୍ୱ ଠେଲି ଦେଲା କେନ୍ଦ୍ର

ନୂଆଦିଲ୍ଲୀ,୭ା୯: ଅଟୋ ସେକ୍ଟରକୁ ମାନ୍ଦାବସ୍ଥାରୁ ବାହାର କରି ଆଣିବା ଲାଗି କେନ୍ଦ୍ର ସରକାର ନିଜର ଦାୟିତ୍ୱ ନିର୍ବାହ କରିବା ପରିବର୍ତ୍ତେ ରାଜ୍ୟ ସରକାରଙ୍କ ଆଡକୁ ଠେଲି ଦେଇଛନ୍ତି। ଶୁକ୍ରବାର ଅଟୋ ଯନ୍ତ୍ରାଂଶ ନିର୍ମାତାଙ୍କ ବାର୍ଷିକ ବୈଠକରେ ଯୋଗଦେଇଥିବା କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଗୋଟିଏ ମନ୍ତବ୍ୟରୁ ଏହା ସ୍ପଷ୍ଟ ହୋଇଛି। ସେ କହିଛନ୍ତି ଯେ, ଅଟୋ ନିର୍ମାତାମାନେ ଜିଏସ୍‌ଟି ହ୍ରାସ ପାଇଁ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କୁ ପ୍ରଥମେ ରାଜି କରାନ୍ତୁ। ସେମାନେ ରାଜି ହୋଇଗଲେ ଜିଏସ୍‌ଟି କାଉନସିଲ୍‌ରେ ଏହାକୁ ନେଇ ନିଷ୍ପତ୍ତି ନେବା ସହଜ ହୋଇଯିବ।
ସୂଚନାଥାଉ କି, ମାନ୍ଦାବସ୍ଥା କାରଣରୁ ଅଟୋ ସେକ୍ଟର ଏବେ ଘୋର ସଙ୍କଟରେ ରହିଛି। ଏଥିପାଇଁ ଏକାଧିକ କାରଣକୁ ଦାୟୀ କରାଯାଇପାରେ। ତେବେ ଉଚ୍ଚ ହାରରେ ଜିଏସ୍‌ଟି ଆଦାୟ ଅଟୋ ସେକ୍ଟର ପାଇଁ ସଙ୍କଟ ଆଣିଛି ବୋଲି ନିର୍ମାତା ମାନେ ଅଭିଯୋଗ କରିଆସୁଛନ୍ତି। ସେମାନେ ଜିଏସ୍‌ଟି ହାରକୁ ୨୮ରୁ ୧୮%କୁ ହ୍ରାସ କରିବା ଲାଗି ଦାବି କରୁଛନ୍ତି। ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ସହ ଆଲୋଚନା କାଳରେ ମଧ୍ୟ ସେମାନେ ସମାନ ଦାବି ଜଣାଇଥିଲେ। ତେବେ ସୀତାରାମନ୍‌ ଏ ଦିଗରେ ଜିଏସ୍‌ଟି କାଉନସିଲ୍‌ର ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇ ସାରିଛନ୍ତି। ଶୁକ୍ରବାର ଅଟୋ ଯନ୍ତ୍ରାଂଶ ନିର୍ମାତା ସଂଗଠନର ବାର୍ଷିକ ବୈଠକରେ ଯୋଗ ଦେଇ ଠାକୁର କହିଛନ୍ତି ଯେ, ଯେକୌଣସି ସାମଗ୍ରୀର ଜିଏସ୍‌ଟି ହାର ହ୍ରାସ କରିବାକୁ ହେଲେ ପ୍ରଥମେ ଫିଟ୍‌ମେଣ୍ଟ କମିଟିରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଥାଏ। ଏହାପରେ କମିଟିର ପରାମର୍ଶ ବା ସୁପାରିସ୍‌ କ୍ରମେ ଜିଏସ୍‌ଟି କାଉନସିଲ୍‌ ଜିଏସ୍‌ଟି ହାର ହ୍ରାସ ସମ୍ପର୍କରେ ନିଷ୍ପତ୍ତି ନେଇଥାଏ। ଏଣୁ ଅଟୋ ନିର୍ମାତା, ଡିଲର ଓ ସମ୍ବନ୍ଧିତ ପକ୍ଷମାନେ ଏକତ୍ରିତ ହୋଇ ପ୍ରଥମେ ଜିଏସ୍‌ଟି କାଉନସିଲ୍‌ରେ ସାମିଲ ଅର୍ଥମନ୍ତ୍ରୀମାନଙ୍କୁ ଭେଟନ୍ତୁ। ସେମାନଙ୍କୁ ଅଟୋ ସେକ୍ଟରରେ ଦେଖାଦେଇଥିବା ବର୍ତ୍ତମାନର ପରିସ୍ଥିତି, ମାନ୍ଦାବସ୍ଥାର ପ୍ରଭାବ, ଆଗାମୀ ଭବିଷ୍ୟତ ଆଦି ସମ୍ପର୍କରେ ବୁଝାଇବାକୁ ହେବ। ସେ କହିଛନ୍ତି ଯେ, ଜିଏସ୍‌ଟି ହାର ହ୍ରାସ ନେଇ ଅଟୋ ନିର୍ମାତା, ଡିଲର ଓ ସମ୍ପୃକ୍ତ ପକ୍ଷଙ୍କ ପକ୍ଷରୁ ଏକାଧିକ ଦାବିପତ୍ର କେନ୍ଦ୍ର ସରକାର ପାଇଛନ୍ତି। ଏହାକୁ ସରକାର ବିଚାର କରୁଛନ୍ତି। ଅନେକ ମୂଳ ଯନ୍ତ୍ରାଂଶ ବିନିର୍ମାତା ଦେଶର ବିଭିନ୍ନ ଅଞ୍ଚଳରେ କାମ କରୁଛନ୍ତି।

ସେମାନେ ଜିଏସ୍‌ଟି ହାର ହ୍ରାସ ପ୍ରସଙ୍ଗ ରାଜ୍ୟ ସରକାରଙ୍କ ନିକଟରେ ଉତ୍ଥାପନ କରିଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଠାକୁର କହିଛନ୍ତି ଯେ, ରାଜ୍ୟ ଅର୍ଥମନ୍ତ୍ରୀମାନେ ଅଟୋ ସେକ୍ଟର ସାମ୍ନା କରୁଥିବା ଆହ୍ବାନଗୁଡ଼ିକ ସମ୍ପର୍କରେ ଅବଗତ ହେବା ଦରକାର। ସେମାନଙ୍କୁ ଏ ସମ୍ପର୍କରେ ଅବଗତ କରାଯିବା ଉଚିତ୍‌ ବୋଲି ସେ ଚାହଁୁଛନ୍ତି। ଜିଏସ୍‌ଟି କାଉନସିଲ୍‌ରେ ଏହାକୁ ନେଇ ଆଲୋଚନା ହେଉ। ପ୍ରତ୍ୟେକ ସ୍ତରରେ ସମସ୍ତେ ନିଜର ମତପୋଷଣ କରନ୍ତୁ। ଆସନ୍ତା ୨୦ରେ ଗୋଆରେ ଜିଏସ୍‌ଟି କାଉନସିଲ୍‌ ବୈଠକ ବସିବାକୁ ଯାଉଛି ବୋଲି ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଅଟୋ ସେକ୍ଟରକୁ ସହାୟତା ପ୍ରଦାନ କରିବା ଲାଗି କେତେକ ପଦକ୍ଷେପ ଇତିମଧ୍ୟରେ ଘୋଷଣା କରିସାରିଛନ୍ତି। ଅଟୋ ସେକ୍ଟରକୁ କେନ୍ଦ୍ର ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ଠାକୁର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri