ଅଟୋ ସେକ୍ଟର ପାଇଁ ଜିଏସ୍‌ଟି ହ୍ରାସ: ରାଜ୍ୟ ଆଡ଼କୁ ଦାୟିତ୍ୱ ଠେଲି ଦେଲା କେନ୍ଦ୍ର

ନୂଆଦିଲ୍ଲୀ,୭ା୯: ଅଟୋ ସେକ୍ଟରକୁ ମାନ୍ଦାବସ୍ଥାରୁ ବାହାର କରି ଆଣିବା ଲାଗି କେନ୍ଦ୍ର ସରକାର ନିଜର ଦାୟିତ୍ୱ ନିର୍ବାହ କରିବା ପରିବର୍ତ୍ତେ ରାଜ୍ୟ ସରକାରଙ୍କ ଆଡକୁ ଠେଲି ଦେଇଛନ୍ତି। ଶୁକ୍ରବାର ଅଟୋ ଯନ୍ତ୍ରାଂଶ ନିର୍ମାତାଙ୍କ ବାର୍ଷିକ ବୈଠକରେ ଯୋଗଦେଇଥିବା କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଗୋଟିଏ ମନ୍ତବ୍ୟରୁ ଏହା ସ୍ପଷ୍ଟ ହୋଇଛି। ସେ କହିଛନ୍ତି ଯେ, ଅଟୋ ନିର୍ମାତାମାନେ ଜିଏସ୍‌ଟି ହ୍ରାସ ପାଇଁ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କୁ ପ୍ରଥମେ ରାଜି କରାନ୍ତୁ। ସେମାନେ ରାଜି ହୋଇଗଲେ ଜିଏସ୍‌ଟି କାଉନସିଲ୍‌ରେ ଏହାକୁ ନେଇ ନିଷ୍ପତ୍ତି ନେବା ସହଜ ହୋଇଯିବ।
ସୂଚନାଥାଉ କି, ମାନ୍ଦାବସ୍ଥା କାରଣରୁ ଅଟୋ ସେକ୍ଟର ଏବେ ଘୋର ସଙ୍କଟରେ ରହିଛି। ଏଥିପାଇଁ ଏକାଧିକ କାରଣକୁ ଦାୟୀ କରାଯାଇପାରେ। ତେବେ ଉଚ୍ଚ ହାରରେ ଜିଏସ୍‌ଟି ଆଦାୟ ଅଟୋ ସେକ୍ଟର ପାଇଁ ସଙ୍କଟ ଆଣିଛି ବୋଲି ନିର୍ମାତା ମାନେ ଅଭିଯୋଗ କରିଆସୁଛନ୍ତି। ସେମାନେ ଜିଏସ୍‌ଟି ହାରକୁ ୨୮ରୁ ୧୮%କୁ ହ୍ରାସ କରିବା ଲାଗି ଦାବି କରୁଛନ୍ତି। ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ସହ ଆଲୋଚନା କାଳରେ ମଧ୍ୟ ସେମାନେ ସମାନ ଦାବି ଜଣାଇଥିଲେ। ତେବେ ସୀତାରାମନ୍‌ ଏ ଦିଗରେ ଜିଏସ୍‌ଟି କାଉନସିଲ୍‌ର ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇ ସାରିଛନ୍ତି। ଶୁକ୍ରବାର ଅଟୋ ଯନ୍ତ୍ରାଂଶ ନିର୍ମାତା ସଂଗଠନର ବାର୍ଷିକ ବୈଠକରେ ଯୋଗ ଦେଇ ଠାକୁର କହିଛନ୍ତି ଯେ, ଯେକୌଣସି ସାମଗ୍ରୀର ଜିଏସ୍‌ଟି ହାର ହ୍ରାସ କରିବାକୁ ହେଲେ ପ୍ରଥମେ ଫିଟ୍‌ମେଣ୍ଟ କମିଟିରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଥାଏ। ଏହାପରେ କମିଟିର ପରାମର୍ଶ ବା ସୁପାରିସ୍‌ କ୍ରମେ ଜିଏସ୍‌ଟି କାଉନସିଲ୍‌ ଜିଏସ୍‌ଟି ହାର ହ୍ରାସ ସମ୍ପର୍କରେ ନିଷ୍ପତ୍ତି ନେଇଥାଏ। ଏଣୁ ଅଟୋ ନିର୍ମାତା, ଡିଲର ଓ ସମ୍ବନ୍ଧିତ ପକ୍ଷମାନେ ଏକତ୍ରିତ ହୋଇ ପ୍ରଥମେ ଜିଏସ୍‌ଟି କାଉନସିଲ୍‌ରେ ସାମିଲ ଅର୍ଥମନ୍ତ୍ରୀମାନଙ୍କୁ ଭେଟନ୍ତୁ। ସେମାନଙ୍କୁ ଅଟୋ ସେକ୍ଟରରେ ଦେଖାଦେଇଥିବା ବର୍ତ୍ତମାନର ପରିସ୍ଥିତି, ମାନ୍ଦାବସ୍ଥାର ପ୍ରଭାବ, ଆଗାମୀ ଭବିଷ୍ୟତ ଆଦି ସମ୍ପର୍କରେ ବୁଝାଇବାକୁ ହେବ। ସେ କହିଛନ୍ତି ଯେ, ଜିଏସ୍‌ଟି ହାର ହ୍ରାସ ନେଇ ଅଟୋ ନିର୍ମାତା, ଡିଲର ଓ ସମ୍ପୃକ୍ତ ପକ୍ଷଙ୍କ ପକ୍ଷରୁ ଏକାଧିକ ଦାବିପତ୍ର କେନ୍ଦ୍ର ସରକାର ପାଇଛନ୍ତି। ଏହାକୁ ସରକାର ବିଚାର କରୁଛନ୍ତି। ଅନେକ ମୂଳ ଯନ୍ତ୍ରାଂଶ ବିନିର୍ମାତା ଦେଶର ବିଭିନ୍ନ ଅଞ୍ଚଳରେ କାମ କରୁଛନ୍ତି।

ସେମାନେ ଜିଏସ୍‌ଟି ହାର ହ୍ରାସ ପ୍ରସଙ୍ଗ ରାଜ୍ୟ ସରକାରଙ୍କ ନିକଟରେ ଉତ୍ଥାପନ କରିଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଠାକୁର କହିଛନ୍ତି ଯେ, ରାଜ୍ୟ ଅର୍ଥମନ୍ତ୍ରୀମାନେ ଅଟୋ ସେକ୍ଟର ସାମ୍ନା କରୁଥିବା ଆହ୍ବାନଗୁଡ଼ିକ ସମ୍ପର୍କରେ ଅବଗତ ହେବା ଦରକାର। ସେମାନଙ୍କୁ ଏ ସମ୍ପର୍କରେ ଅବଗତ କରାଯିବା ଉଚିତ୍‌ ବୋଲି ସେ ଚାହଁୁଛନ୍ତି। ଜିଏସ୍‌ଟି କାଉନସିଲ୍‌ରେ ଏହାକୁ ନେଇ ଆଲୋଚନା ହେଉ। ପ୍ରତ୍ୟେକ ସ୍ତରରେ ସମସ୍ତେ ନିଜର ମତପୋଷଣ କରନ୍ତୁ। ଆସନ୍ତା ୨୦ରେ ଗୋଆରେ ଜିଏସ୍‌ଟି କାଉନସିଲ୍‌ ବୈଠକ ବସିବାକୁ ଯାଉଛି ବୋଲି ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଅଟୋ ସେକ୍ଟରକୁ ସହାୟତା ପ୍ରଦାନ କରିବା ଲାଗି କେତେକ ପଦକ୍ଷେପ ଇତିମଧ୍ୟରେ ଘୋଷଣା କରିସାରିଛନ୍ତି। ଅଟୋ ସେକ୍ଟରକୁ କେନ୍ଦ୍ର ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ଠାକୁର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri