‘ଅକ୍ଷରଧାମ’ରେ ବିରାଜିବେ ମା’

ଭୁବନେଶ୍ୱର, ୨୫-୯(ବ୍ୟୁରୋ):ଆସୁଛି ପାର୍ବଣ, ଆସୁଛନ୍ତି ମା’। ଆଉ ମା’ଙ୍କ ସ୍ବାଗତ ପାଇଁ ସଜେଇ ହେଉଛି ରାଜଧାନୀ। ଭିନ୍ନ ଭିନ୍ନ ଡିଜାଇନର୍‌ ତୋରଣ ସାଙ୍ଗକୁ ଆଖି ଝଲସା ସାଜସଜ୍ଜାକୁ ନେଇ ରାଜଧାନୀର ବିଭିନ୍ନ ମଣ୍ଡପଗୁଡ଼ିକ ମଧ୍ୟରେ ଚାଲିଛି ପ୍ରତିଦ୍ୱନ୍ଦ୍ୱିତା। ତେବେ ଏହି ପ୍ରତିଦ୍ୱନ୍ଦ୍ୱିତାରୁ ବାଦ୍‌ ଯାଇନି ବରମୁଣ୍ଡା ଦୁର୍ଗାପୂଜା କମିଟି। ଏଠାରେ ମୂର୍ତ୍ତି ଓ ତୋରଣ ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଆସୁଥିବା ବେଳେ ଏଥର ପୂଜାକୁ ଆକର୍ଷଣୀୟ କରିବା ପାଇଁ କମିଟି ପକ୍ଷରୁ ଅନେକ ନୂଆ ପଦକ୍ଷେପମାନ ନିଆଯାଇଛି। ଚଳିତବର୍ଷ ଏଠାରେ ୧୨୦ଫୁଟ ଉଚ୍ଚ ଏବଂ ୭୫ଫୁଟ ଚଉଡାର ‘ଅକ୍ଷର ଧାମ’ ସଦୃଶ ବିଶାଳ ତୋରଣ ଦୁର୍ଗାପୂଜାର ଶୋଭାବର୍ଦ୍ଧନ କରିବ।
୨୦୦୦ ମସିହାରୁ ପୂଜା ଆରମ୍ଭ କରିଥିବା ଏହି ପୂଜା କମିଟି ଏଥର ୧୯ବର୍ଷରେ ପଦାର୍ପଣ କରିଛି। ଭିନ୍ନ ଭିନ୍ନ ଡିଜାଇନ୍‌ ସହ ଗୁଆ, ଲେମ୍ବୁ, କଉଡ଼ି ଭଳି ସାମଗ୍ରୀରେ ତୋରଣ ତିଆରି କରି ପ୍ରତିବର୍ଷ ଚର୍ଚ୍ଚାରେ ରହିଥାଏ ଏହି ପୂଜାମଣ୍ଡପ। ତେବେ,ଏଥର ଗୁଜରାଟ ଗାନ୍ଧୀନଗରରେ ଥିବା ପ୍ରସିଦ୍ଧ ‘ସ୍ବାମୀନାରାୟଣ ଅକ୍ଷରଧାମ ମନ୍ଦିର’ ଆକୃତିର ତୋରଣ ନିର୍ମାଣ କରି ପୂଜାର ଆକର୍ଷଣ ବଢ଼ାଇବାକୁ ଲକ୍ଷ୍ୟ ରଖିଛି କମିଟି। ପଶ୍ଚିମବଙ୍ଗରୁ ଆସିଥିବା ୩୦ରୁ ଊର୍ଦ୍ଧ୍ୱ ଦକ୍ଷ କାରିଗର ଏହି ତୋରଣ ନିର୍ମାଣ କରିଥିବାବେଳେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ମଧ୍ୟ ଏଠାକାର ଅନ୍ୟତମ ପ୍ରମୁଖ ଆକର୍ଷଣ ରହିବ। ୧୬ଫୁଟରେ ନିର୍ମିତ ହେବାକୁ ଥିବା ମା’ଙ୍କ ମୂର୍ତ୍ତି କେନ୍ଦ୍ରାପଡ଼ା ମାର୍ଶାଘାଇର ୬ଜଣ କାରିଗର ନିର୍ମାଣ କରିବେ। ସେହିଭଳି ରଙ୍ଗିନ ଆଲୋକମାଳାରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ସଜାଯିବା ସହ ଏଲ୍‌ଇଡି ଗେଟ୍‌ ପ୍ରମୁଖ ଆକର୍ଷଣ ରହିବ। ପୂଜା ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ପାରମ୍ପରିକ ଢୋଲ ବାଜାର ଆୟୋଜନ କରାଯିବ। ପୂଜା ଆରମ୍ଭରୁ ଅର୍ଥାତ୍‌ ଷଷ୍ଠୀଦିନ ବେଲବରଣୀ କଳସଯାତ୍ରା କରାଯାଇ ପୂଜା ଆରମ୍ଭ କରାଯିବ ଏବଂ ସପ୍ତମୀରେ ଘୋଡ଼ାନାଚ ସହ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ଅଷ୍ଟମୀରେ ମା’ଙ୍କ ନିକଟରେ ଖେଚୁଡ଼ି ଭୋଗ ଅର୍ପଣ କରାଯିବ। ସନ୍ଧ୍ୟାରେ ମେଲୋଡ଼ିି ଅନୁଷ୍ଠିତ ହେବ। ସେହିପରି ୯ମୀରେ ନବମୀ ପୂଜା ଓ ସନ୍ଧ୍ୟାରେ ମେଲୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଦଶମୀରେ ଏଠାରେ ଶ୍ରଦ୍ଧାଳୁମାନେ ରାବଣପୋଡ଼ି ଦେଖିବାର ସୁଯୋଗ ପାଇବେ। କମିଶନ୍‌ରେଟ୍‌ ପୋଲିସର କଟକଣା ଯୋଗୁ ରାଜଧାନୀର ପ୍ରମୁଖ ପୂଜାମଣ୍ଡପରେ ରାବଣପୋଡ଼ି ବନ୍ଦ ହୋଇଯାଇଥିବାବେଳେ ବରମୁଣ୍ଡାର ବଡ଼ ପଡ଼ିଆରେ କିନ୍ତୁ ଆତସବାଜି ସହ ରାବଣପୋଡ଼ି ଦେଖିବାକୁ ମିଳିବ। ଏହାସହ ଏହି ସନ୍ଧ୍ୟାରେ ରଙ୍ଗାରଙ୍ଗ ନାଚଗୀତ ପରିବେଷଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ନ୍ୟୁଜିଲାଣ୍ଡ ସିରିଜରୁ ବାଦ୍‌ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୬ା୯: ଭାରତର ସିନିୟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆଘାତପ୍ରାପ୍ତ ହୋଇଛନ୍ତି। ତାଙ୍କ ଆଣ୍ଡୁ ତଳ ଭାଗରେ ଆଘାତ ଲାଗିଛି । ଫଳରେ ସେ ନ୍ୟୁଜିଲାଣ୍ଡ ହ୍ବାଇଟ୍‌…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?