କେନ୍ଦୁଝର, ୩୧ା୭ (ସ୍ବ.ପ୍ର.)-ମଙ୍ଗଳବାର ଅପରାହ୍ବରେ ଏକ ଘରୋଇ ବସ ଉପରେ ଚଢାଉ କରି ଶ୍ରମ ବିଭାଗ ନାବାଳିକା ଶିଶୁ ଶ୍ରମିକଙ୍କୁ ସ୍ଥାନୀୟ ପୋଲିସ ସହାୟତାରେ ଉଦ୍ଧାର କରିଛନ୍ତି। ସେମାନଙ୍କ ଘର ବାଂଶପାଳ ବ୍ଲକ ଶାଗପାଳି ଅଞ୍ଚଳରେ ବୋଲି ଜଣାପଡିଛି ା ଏହି ଘଟଣାରେ ସେମାନଙ୍କୁ ନେଇ ଯାଉଥିବା ଗୋଲକ ଭାରତୀ ନାମକ ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ଜଣାପଡିଛି ା ସେମାନେ ବସରେ ପାଣିକୋଇଲି ନିକଟ ଉଚିଣ୍ଡା ଗ୍ରାମକୁ କାମ କରିବାକୁ ଯାଉଥିଲେ ବୋଲି ପ୍ରାଥମିକ ସୂଚନାରୁ ଜଣାପଡିଛି ା ସେମାନଙ୍କୁ ବିଲରେ ଚାଷ କାମ ପାଇଁ ନେଉଥିଲେ ବୋଲି ସେମାନଙ୍କୁ ନେଇ ଯାଉଥିବା ଅଟକ ମହିଳା କହିଛନ୍ତି। କାମଧନ୍ଦା ମିଳୁ ନ ଥିବାରୁ ଏବଂ ଅଭାବ ଅନଟନରେ ରହିଥିବା ବହୁ ଗରିବ ଆଦିବାସୀ ଶିଶୁ ପାଠ ପଢା ଛାଡି ଏଭଳି ବାହାରକୁ କାମ କରିବାକୁ ବା ଦାଦନ ଖଟିବାକୁ ଯାଉଛନ୍ତି। ହାତ ଗଣତି କେତେକ ଘଟଣା ଧରା ପଡୁଥିଲେ ହେଁ ବହୁ ଘଟଣା ଧରାପଡୁନାହିଁ ା ସେହିପରି ଏସବୁ ବେଆଇନ କାମ କରାଉଥିବା ଦଦାଲ ମାନଙ୍କ ବିରୋଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଶିଶୁ ଶ୍ରମିକ ଚାଲାଣ ଅବାଧରେ ଚାଲିଛି ବୋଲି ଶିଶୁ ସୁରକ୍ଷା କର୍ମୀ ମାନେ ମତବ୍ୟକ୍ତ କରୁଛନ୍ତି। ଜିଲା ଶ୍ରମ କାର୍ଯ୍ୟାଳୟରେ ଥିବା ଗ୍ରାମୀଣ ଶ୍ରମ ନିରୀକ୍ଷକ କୁମୁଦିନି କବିତା ହେମ୍ବ୍ରମ, ଭରତ ଚନ୍ଦ୍ର ଦାସ ଓ ବୃନ୍ଦାବନ ଜୁଆଙ୍ଗ ଖବରପାଇ ଉକ୍ତ ବସରୁ ଅପରାହ୍ନ ସାଢ଼େ ୪ଟାରେ ଶିଶୁଙ୍କୁ ଉଦ୍ଧାର କରି ଶିଶୁ ଗୃହକୁ ପଠାଇଥିବା ଜଣାପଡିଛି ା
Posted inଆମ ଜିଲା ଖବର, କେନ୍ଦୁଝର View All
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

