୯ ଦେଶରେ ନାହାନ୍ତି କରୋନା ସଂକ୍ରମିତ

ନୂଆଦିଲ୍ଲୀ,୨ା୪: କରୋନାକୁ ନେଇ ବିଶ୍ୱବାସୀ ଏବେ ଚିନ୍ତାରେ। ୧୯୯ରୁ ଊର୍ଦ୍ଧ୍ୱ ରାଷ୍ଟ୍ର ଏହି କରୋନା କବଳରେ ରୁନ୍ଧି ହୋଇ ଲଢ଼େଇ ଜାରି ରଖିଛନ୍ତି। ତେବେ ୯ଟି ଦେଶ ଆଶ୍ଚର୍ଯ୍ୟଜନକ ଭାବେ ଏଥିରୁ ବାଦ୍‌ ପଡିଛନ୍ତି। ଜନ୍‌ ହପ୍‌କିନ୍ସ ବିଶ୍ୱବିଦ୍ୟାଳୟ କରୋନା ସମ୍ପର୍କରେ ଏକ ଡାଟା ପ୍ରସ୍ତୁତ କରିଛି। ଏହାର ଲାଇଭ୍‌ ଟ୍ରାକ୍‌ ମଧ୍ୟ ଚାଲୁଛି। ଯେଉଁଠି ପ୍ରତ୍ୟେକ ଦେଶର ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ନେଇ ଅପଡେଟ୍‌ କରାଯାଉଛି। ଜନ୍‌ ହପ୍‌କିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ୯ଟି ଦେଶ ଏହି କରୋନା କବଳରୁ ବର୍ତ୍ତି ରହିଛନ୍ତି। ଏହା ପାଖ ଦେଶରେ କରୋନା କାୟାବିସ୍ତାର କରିଥିଲେ ମଧ୍ୟ ଏହି ଦେଶରେ ଏଯାବତ୍‌ ଜଣେ ହେଲେ ସଂକ୍ରମିତ ହୋଇନାହାନ୍ତି।
ସେହି ଦେଶଗୁଡ଼ିକ ମଧ୍ୟରେ ରହିଛି ଏସିଆର ତୁର୍କମେନିସ୍ତାନ। ଏଠାରେ ମାସ୍କ ଲଗାଇ ବୁଲିବା ଓ କରୋନା ନେଇ ଆଲୋଚନା କଲେ ପୋଲିସ ଗିରଫ କରି ଜେଲ୍‌ ପଠାଉଛି। ଅନ୍ୟଏକ ଦେଶ ହେଲା ତାଜିକ୍‌ସ୍ତାନ। ଏହି ଦେଶ ବିଶ୍ୱରେ ବଡ଼ ପାହାଡ଼ ପାଇଁ ବେଶ୍‌ ପରିଚିତ। ଏହି ଦେଶକୁ ବହୁ ପର୍ବତାରୋହୀ ଆସିଥାନ୍ତି। ମାତ୍ର ମାର୍ଚ୍ଚ ପ୍ରଥମରୁ ୩୫ ଦେଶର ନାଗରିକଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛି ତାଜିକ୍‌ସ୍ତାନ। ବିଶ୍ୱରେ ସ୍ଥିତି ସ୍ବାଭାବିକ ନ ହେବା ଯାଏ ବାହାରେ ଥିବା ନିଜ ଦେଶର ନାଗରିକଙ୍କୁ ମଧ୍ୟ ଘରକୁ ଫେରିବା ନେଇ କଟକଣା ଜାରି ହୋଇଛି। ଚାଇନା ପଡ଼ୋଶୀ ଦେଶ ଉତ୍ତରକୋରିଆରେ ମଧ୍ୟ କରୋନା କବଳରୁ ମୁକ୍ତ ରହିଛି। ଚାଇନାରେ କରୋନା ଭୂତାଣୁ କାୟାବିସ୍ତାର କରିବା ପରେ ଉତ୍ତରକୋରିଆ ସମସ୍ତ ସୀମାକୁ ସିଲ୍‌ କରିବା ସହ ବିଦେଶୀ ନାଗରିକଙ୍କ ପ୍ରବେଶ ନେଇ କଟକଣା ଜାରି କରାଯାଇଛି। ଉତ୍ତରଆଫ୍ରିକାର ୧.୧୧ କୋଟି ଜନସଂଖ୍ୟା ବିଶିଷ୍ଟ ଦକ୍ଷିଣ ସୁଦାନ ମଧ୍ୟ କରୋନା ପାଇଁ ସୀମା ସିଲ୍‌ କରିଦେଇଛି। ୟେମେନ, ଦକ୍ଷିଣ ଆଫ୍ରିକୀୟ ଦେଶ ବୁରୁଣ୍ଡି, ପୂର୍ବ ଆଫ୍ରିକୀୟ ଦେଶ ମାଲାବୀ, ଆଫ୍ରିକାର ଲିସୋଥୋ, କୋମରେସ୍‌ ଆଦି ଦେଶରେ କରୋନା (କୋଭିଡ୍‌-୧୯) ଭୂତାଣୁରେ କେହି ସଂକ୍ରମଣ ହୋଇ ନ ଥିବା ଜନ୍‌ ହପ୍‌କିନ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ କଂଗ୍ରେସର ଦେଶବ୍ୟାପୀ ଆନ୍ଦୋଳନ, ଜ୍ଞାନେଶଙ୍କୁ ଦେଶଦ୍ରୋହୀ ଆଖ୍ୟାଦେଲେ ରାହୁଲ

ନୂଆଦିଲ୍ଲୀ,୨୫।୯(ପି.ଟି.): ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାକୁ ନେଇ ନିର୍ବାଚନ ଆୟୋଗରେ ଗୁରୁତର ମତଭେଦ ସାମ୍ନାକୁ ଆସିଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ…

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

ଟାଏକୋଣ୍ଡା ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲେ ସୋହନ

ଛତ୍ରପୁର:୨୪।୯(ଦିଲ୍ଲୀପି ସାମଲ): ରାଜ୍ୟ ବିଦ୍ୟାଳୟ କ୍ରିଡ଼ା ସଂଗଠନ ପକ୍ଷରୁ କେନ୍ଦୁଝରଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଟାଏକୋଣ୍ଡ ପ୍ରତିଯୋଗିତା ୨୦୨୬-୨୭ରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର…

ହ୍ବାଇଟ ହାଉସ ବାହାରେ ଚାଇନା ଗଣମାଧ୍ୟମ, ଆମେରିକାର ସିକ୍ରେଟ ସର୍ଭିସ ମଧ୍ୟରେ ସଂଘର୍ଷ! ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୪।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକ ପୂର୍ବରୁ ହ୍ବାଇଟ ହାଉସ ବାହାରେ ଉଭୟ ଦେଶର ଫଟୋଗ୍ରାଫରଙ୍କ ମଧ୍ୟରେ…

କମୁନି ବର୍ଷା, ନଦୀର ଜଳସ୍ତର ବଢୁଛି: ୨୫ରେ ଗଞ୍ଜାମ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା, ସତର୍କ ରହିବାକୁ…

ଭଞ୍ଜନଗର,୨୪।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଦିନତମାମ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ତୁହାକୁ…

୨୫ରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ଛତ୍ରପୁର,୨୪।୯(ଦିଲ୍ଲୀପ ସାମଲ): ଭାରତୀୟ ପାଣିପାଗ ବିଭାଗ ଗଞ୍ଜାମ ଜିଲା ପାଇଁ ପୁଣି ଅରେଞ୍ଜ ଆଲର୍ଟ ଜାରି କରିଛି। ସେପ୍ଟେମ୍ବର ୨୫ ତାରିଖରେ ଜିଲାରେ ପ୍ରବଳରୁ ଅତି ପ୍ରବଳ…

‘ସଂଘର୍ଷ ଉଭୟ ପକ୍ଷର କ୍ଷତି ଘଟାଇବ’, ଆମେରିକା ଗସ୍ତ ସମୟରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦୃଢ଼ ବାର୍ତ୍ତା

ଓ୍ବାଶିଂଟନ,୨୪।୯: ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁବାର ଏକ କାର୍ଯ୍ୟକ୍ରମ ମଞ୍ଚରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରିଥିଲେ।…

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପୂର୍ବରୁ ଚର୍ଚ୍ଚାରେ ବୈଭବ ସୂର୍ଯ୍ୟବଂଶୀ: ୧୫ ବର୍ଷୀୟ ଭାରତୀୟ ସେନ୍‌ସେସନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ କିୱି କୋଚ୍‌

ନୂଆଦିଲ୍ଲୀ,୨୪ା୯: ଅକ୍ଟୋବରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?