୯୦,୩୯୫ କୋଟି ଋଣ ପ୍ରଦାନର ସମ୍ଭାବନା

ଭୁବନେଶ୍ୱର,୨୮-୧: ବର୍ଷ ୨୦୨୦-୨୧ ଲାଗି ରାଜ୍ୟର ଅଗ୍ରାଧିକାର କ୍ଷେତ୍ରଗୁଡିକୁ ପ୍ରାୟ ୯୦,୩୯୫ କୋଟି ଟଙ୍କାର ଋଣ ଯୋଗାଣ ନେଇ ସମ୍ଭାବନା ରହିଛି। ବ୍ୟାଙ୍କଗୁଡିକ ଏ ଦିଗରେ ନିଜର ଯୋଗଦାନ ରଖି ପାରିବେ। ଜାତୀୟ କୃଷି ତଥା ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ଏଠାରେ ଅନୁଷ୍ଠିତ ରାଜ୍ୟ କ୍ରେଡିଟ ସେମିନାର ୨୦୨୦-୨୧ ଅବସରରେ ପ୍ରକାଶିତ ଫୋକସ ପେପରରେ ଏହା ଉଲ୍ଲେଖ କରାଯାଇଛି। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ପଶୁପାଳନ,କୁକୁଡା ପାଳନ, ମାଛ ଚାଷ ଭଳି ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ରଗୁଡିକୁ କୃଷି ଟର୍ମ ଋଣ ଫାଇନାନ୍ସ ପ୍ରଦାନ ଦିଗରେ ବ୍ୟାଙ୍କଗୁଡିକ କାର୍ଯ୍ୟକରିବାର ଆବଶ୍ୟକତା ରହିଛି ବୋଲି ସେ ଏଠାରେ ମତ ରଖିଛନ୍ତି।
ସେ କହିଛନ୍ତି ଯେ, ଏହା ଦ୍ୱାରା କୃଷକଙ୍କ ଆୟ ବଢାଇବା ଏବଂ ନୂଆ ସମ୍ପତ୍ତି ସୃଷ୍ଟିରେ ସହାୟକ ହେବ। ବ୍ୟାଙ୍କିଙ୍ଗ ସେବା ପହଞ୍ଚି ନଥିବା ସ୍ଥାନଗୁଡିକୁ ପହଞ୍ଚିବା ଲାଗି ସେ ବ୍ୟାଙ୍କଗୁଡିକୁ ଆହ୍ବାନ ଜଣାଇଛନ୍ତି। ଏହା ହେଲେ ରାଜ୍ୟ ସରକାର ହାତକୁ ନେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ଦିଗରେ ସହଯୋଗତା ବଢିବ। ସେହିଭଳି ଡିଜିଟାଲ ବ୍ୟାଙ୍କିଙ୍ଗ ଲାଗି ଏହା ଉନ୍ମୁକ୍ତ କରିବ। ଦେଶର ଏକ ରାଜ୍ୟ ଭାବେ ଓଡିଶାକୁ ଗଢି ତୋଳିବା ଲାଗି ସେ ସମସ୍ତ ଅଂଶୀଦାରଙ୍କ ସହାୟତା ଏହି ଅବସରରେ ଲୋଡିଥିଲେ।
ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କେ.କେ. ମୀନା କହିଛନ୍ତି ଯେ, ରାଜ୍ୟର ଦୁଇ ତୃତୀୟାଂଶ ଲୋକ କୃଷି ଏବଂ ଅନ୍ୟ ଆନୁଷଙ୍ଗିକ କାର୍ଯ୍ୟ ଉପରେ ନିର୍ଭର କରୁଥିବାରୁ ଏହି କ୍ଷେତ୍ରଗୁଡିକୁ ଋଣ ଯୋଗାଣର ସମ୍ଭାବନାକୁ ବିଚାର କରିବାକୁ ହେବ। ନାବାର୍ଡ ଏହାକୁ ଉପଲବ୍ଧି କରି ଆଣିଥିବା ଫୋକସ ପେପର ଅତ୍ୟନ୍ତ ଲାଭକାରି। ବ୍ୟାଙ୍କଗୁଡିକ ଏଫ୍‌ପିଓ ଏବଂ ଜେଏଲ୍‌ଜି ଫାଇନାନ୍ସିଂ ଉପରେ ଫୋକସ କରିବାକୁ ସେ ଆହ୍ବାନ ଜଣାଇଛନ୍ତି। ଗ୍ରାମାଞ୍ଚଳକୁ ଋଣ ଯୋଗାଣ ଧାରା ଉନ୍ନତ କରିବା ଦିଗରେ ବ୍ୟାଙ୍କିଙ୍ଗ ଶିଳ୍ପ ସହ ସରକାର ମିଳିତ ହୋଇ କାମ କରିବେ ବୋଲି ସେ ମତ ଦେଇଛନ୍ତି।କାର୍ଯ୍ୟକ୍ରମରେ ଆର୍‌ବିଆଇ ଆଞ୍ଚଳିକ ନିର୍ଦ୍ଦେଶକ ଏମ୍‌.କେ.ମଲ୍ଲ, ନାବାର୍ଡ ସିଜିଏମ୍‌ ଏ.ଚନ୍ଦ୍ରଶେଖର, ଏସ୍‌ବିଆଇ ସିଜିଏମ୍‌ ପ୍ରବୀଣା କାଲା, ଏସ୍‌ଏଲବିସି ଜିଏମ୍‌ ଏବଂ ଆବାହକ ସଞ୍ଜୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଥିକ ମାନ୍ଦାବସ୍ଥା ଚକ୍ରୀୟ: ପୀୟୂଷ ଗୋୟଲ

ନୂଆଦିଲ୍ଲୀ,୧୬-୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏହା ଚକ୍ରୀୟ ବୋଲି କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ମଙ୍ଗଳବାର କହିଛନ୍ତି। ଏହା...

ବିଓବି ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ସ୍ବାଧୀନତା ଦିବସ

ଭୁବନେଶ୍ୱର,୧୮।୮: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ୭୬ ତମ ସ୍ବାଧୀନତା ଦିବସ ବ୍ୟାଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ...

ଜେଟ୍‌ ଏୟାରଓ୍ବେଜ୍‌ର ବିଡିଂରେ ସାମିଲ ହେବେ ହିନ୍ଦୁଜା ଭ୍ରାତା

ନୂଆଦିଲ୍ଲୀ,୨୨-୫: ଆର୍ଥିକ ସଙ୍କଟ କାରଣରୁ ସାମୟିକ ବନ୍ଦ ହୋଇଯାଇଥିବା ଘରୋଇ ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜର ବିଡିଂରେ ହିନ୍ଦୁଜା ଭ୍ରାତା ଭାଗ ନେବେ। ଚଳିତ ସପ୍ତାହରେ...

ସେପ୍ଟେମ୍ବରରେ ଯାତ୍ରୀବାହୀ ଯାନ ବିକ୍ରି ୨୪% ହ୍ରାସ

ନୂଆଦିଲ୍ଲୀ,୧୨-୧୦: ଚଳିତ ବର୍ଷ ସେପ୍ଟେମ୍ବରରେ ଦେଶ ମଧ୍ୟରେ ଯାତ୍ରୀବାହୀ ଯାନ ବିକ୍ରି ୨୩.୬୯% ହ୍ରାସ ଘଟିଛି। ଏହି ସମୟରେ ୨,୨୩,୩୧୭ ୟୁନିଟ ଯାନ ବିକ୍ରି ହୋଇଛି।...

ଟେଲିଗ୍ରାମରେ ଯୋଡ଼ିହେଲେ ଆଉ ୨.୫ କୋଟି ୟୁଜର

ନୂଆଦିଲ୍ଲୀ,୧୪।୧: ହ୍ବାଟ୍ସ ଆପ୍‌ର ନୂଆ ପ୍ରିଭେସି ପଲିସି ଯୋଗୁ ମେସେଜିଂ ଆପ୍‌ ଟେଲିଗ୍ରାମ ଆଡକୁ ୟୁଜର ମୁହାଁଉଥିବା ଦେଖା ଯାଇଛି। ଗତ ୭୨ ଘଣ୍ଟା ମଧ୍ୟରେ ଟେଲିଗ୍ରାମରେ...

୧ କୋଟି ନୂଆ ଉଜ୍ୱଳା ସଂଯୋଗ, ସ୍ଥାପିତ ହେବ ୭୫୦ ଏକଲବ୍ୟ ମଡେଲ ସ୍କୁଲ

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ସରକାର ଉଜ୍ୱଳା ଯୋଜନାରେ ୧ କୋଟି ନୂଆ ସଂଯୋଗ ଦିଆଯିବା ନେଇ ଘୋଷଣା କରିଛନ୍ତି। ଆସନ୍ତା ୩ ବର୍ଷରେ ୧୦୦...

ଅମୁଲରୁ ଇସ୍ତଫା ଦେଲେ ସୋଢ଼ି

ନୂଆଦିଲ୍ଲୀ,୧୦।୧: ଦେଶର ପ୍ରମୁଖ ଦୁଗ୍ଧଜାତ ସାମଗ୍ରୀ ଉତ୍ପାଦକ (ଡାଏରୀ କମ୍ପାନୀ) ଅମୂଲ ମ୍ୟାନେଜମେଣ୍ଟରୁ ଆର.ଏସ୍‌. ସୋଢ଼ି ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏପରିକି ସୋମବାର ସୋଢ଼ି ଅମୂଲ...

ଅର୍ଥମନ୍ତ୍ରୀଙ୍କ ନୂଆବର୍ଷ ଭେଟି;ରୁପେ, ୟୁପିଆଇ ପେମେଣ୍ଟରେ ଏମ୍‌ଡିଆର୍‌ ଦେୟ ଛାଡ

ନୂଆଦିଲ୍ଲୀ,୨୯-୧୨: ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଲାଗି ସରକାର ରୁପେ ଏବଂ ୟୁପିଆଇ ନେଣଦେଣରେ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌(ଏମ୍‌ଡିଆର୍‌) ଦେୟକୁ ବାଦ ଦେଇଛନ୍ତି। ୨୦୨୦ ଜାନୁୟାରୀ...

Advertisement
Archives

Model This Week