Posted inଜାତୀୟ

୮ ବର୍ଷ ବାଳିକା ମୋଦିଙ୍କ ସମ୍ମାନ ଗ୍ରହଣ କରିବାକୁ ହେଲେ ଅମଙ୍ଗ

ନୂଆଦିଲ୍ଲୀ,୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନିଜର ଟୁଇଟର ଅକାଉଣ୍ଟ୍‌କୁ ମହିଳାଙ୍କୁ ସମର୍ପିତ କରିବେ ବୋଲି ଘୋଷଣା କରିଥିଲେ। ଘୋଷିତ ତାଲିକାରେ ପ୍ରେରଣାଦାୟୀ ମହିଳାଙ୍କ ମଧ୍ୟରେ ୮ ବର୍ଷର ଜଣେ ବାଳିକାଙ୍କୁ ସାମିଲ୍‌ କରାଯାଇଥିଲା। ତେବେ ଏହି ସମ୍ମାନକୁ ଗ୍ରହଣ କରିବାକୁ ବାଳିକା ଜଣକ ଅମଙ୍ଗ ହୋଇଛନ୍ତି। ଏହି ବାଳିକା ଜଣକ ହେଉଛନ୍ତି ମଣିପୁରର ଲିସିପ୍ରିୟା କଙ୍ଗୁଜମ୍‌। ସେ ଜଣେ ପରିବେଶକର୍ମୀ ଭାବେ କାମ କରନ୍ତି। ଟୁଇଟରରେ ସେ ଲେଖିଛନ୍ତି ଯେ, ମତେ ସମ୍ମାନୀତ କରିବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ଏବଂ ସମସ୍ତ ଏମ୍‌ପିଙ୍କୁ ଶୀଘ୍ର ପରିବେଶ ସୁରକ୍ଷା ପାଇଁ ଜଳବାୟୁ ପରିବର୍ତ୍ତନ ଉପଯୋଗୀ ନିୟମ ଜାରି କରିବାର ଆବଶ୍ୟକତା ରହିଛି। ଏବେ ଲିସିପ୍ରିୟାଙ୍କ ଏଭଳି ମନ୍ତବ୍ୟକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ସୂଚନାଯୋଗ୍ୟ, ୨୦୧୯ରେ ଲିସିପ୍ରିୟାଙ୍କୁ ଓ୍ବାଲର୍‌ଡ ଚିଲଡ୍ରେନ୍‌ ପିସ୍‌ ପ୍ରାଇଜ୍‌ ଭାବେ ଡ.ଏପିଜେ ଅବଦୁଲା କାଲାମ ଚିଲଡ୍ରେନ୍‌ ଆଓ୍ବାର୍ଡ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଏମ୍‌ପିଙ୍କ ବିବାଦୀୟ ମନ୍ତବ୍ୟ: ରାହୁଲ ଗାନ୍ଧୀଙ୍କଠାରୁ ଦୂରେଇ ରୁହନ୍ତୁ ଯୁବତୀ

ଥିରୁଭାନନ୍ତପୁରମ୍‌,୩୦।୩: କେରଳ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜୋରସୋରରେ ଚାଲିଛି। ପୂର୍ବତନ ଇଡୁକି ଏମ୍‌ପି ଜୋଏସ ଜର୍ଜ କଂଗ୍ରେସ ନେତା...

ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ଐତିହାସିକ ସୁଧାରରେ ପରିପୂର୍ଣ୍ଣ: ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷର କାର୍ଯ୍ୟକାଳକୁ ପ୍ରଶଂସା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଗୋଟିଏ ବର୍ଷରେ ଏହି କାର୍ଯ୍ୟକାଳ...

ଫଲ୍ସ୍‌ ନେଗେଟିଭ୍‌ ବ୍ୟକ୍ତି: କରୋନା ଲଢ଼େଇରେ ସାଜିଛନ୍ତି ସୁପର ସ୍ପ୍ରେଡର !

ନୂଆଦିଲ୍ଲୀ,୧୪।୪: ଭାରତରେ କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣକୁ କିପରି ରୋକାଯିବ ସେନେଇ ବହୁ ଉଦ୍ୟମ ଜାରି ରହିଛି।...

ଦେଶରେ ପ୍ରଥମଥର ପାଇଁ ସାମ୍ନାକୁ ଆସିଲା କରୋନାର ନୂଆ ରୂପ

ନୂଆଦିଲ୍ଲୀ,୯।୭: ଦେଶରେ ପ୍ରଥମ ଥର ପାଇଁ କରୋନାର ଏକ ନୂଆ ରୂପ ଦେଖିବାକୁ ମିଳିଛି। ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ଦିଲ୍ଲୀରେ...

ଲକ୍‌ଡାଉନ୍‌ ସମୟରେ ବିବାହ ଉତ୍ସବରେ ୫୦ରୁ ଅଧିକ ଲୋକ ଦେଇ ପାରିବେନି ଯୋଗ

ନୂଆଦିଲ୍ଲୀ,୨।୫: ଦେଶରେ କରୋନା ସଂକ୍ରମଣ ନେଇ ସଙ୍କଟ ଦେଖାଦେଇଛି। ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ତୃତୀୟ ଥର ପାଇଁ ଲକ୍‌ଡାଉନ୍‌ ଜାରି ହୋଇଛି। ଲକ୍‌ଡାଉନ୍‌...

ଉଛୁଳୁଛି ସୀମାପାର ପ୍ରେମ

ନୂଆଦିଲ୍ଲୀ/ମୁମ୍ବାଇ/ ଇସ୍‌ଲାମାବାଦ,୭ା୮: (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ପୂର୍ବରୁ କେବଳ ସିନେମାରେ ଦେଖିବାକୁ ମିଳୁଥିଲା। କିନ୍ତୁ ପ୍ରଯୁକ୍ତିର ପ୍ରଗତି ଏବେ ଦରିଆପାରି ପ୍ରେମରେ ଡେଣା ଯୋଡ଼ିଦେଲା। ପାକିସ୍ତାନର...

ସ୍ଥିତି ସଙ୍କଟ ଜନକ, ମୃତ୍ୟୁ ସଂଖ୍ୟା ବଢ଼ାଉଛି ଚିନ୍ତା …

ନୂଆଦିଲ୍ଲୀ, ୧୮।୧ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ସଙ୍କଟ ଜନକ...

କଶ୍ମୀରର ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ

ଶ୍ରୀନଗର, ୨।୧: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା, ଓମାର ଅବଦୁଲ୍ଲା, ମେହବୁବା ମୁଫ୍‌ତିଙ୍କୁ ଗୃହବନ୍ଦୀ ରଖାଯାଇଛି। ସେମାନେ ରହୁଥିବା ଶ୍ରୀନଗରର ଗୁପ୍‌କାର ରୋଡ୍‌ ଅଞ୍ଚଳକୁ...

Advertisement
Archives

Model This Week