ସପ୍ତମ ଦିନରେ ଆମରଣ ଅନଶନ:୮ ଗୁରୁତରଙ୍କୁ ଚିକିତ୍ସାଳୟରେ ଭର୍ତ୍ତି

ଚମ୍ପୁଆ,୨୩ା୬(ଡି.ଏନ.ଏ.)-ଚମ୍ପୁଆ ଉପଜିଲାପାଳ କାର୍ଯ୍ୟାଳୟ ଠାରେ ଏସ୍‌ଆର୍‌ କମ୍ପାନୀର ମନମୁଖୀ କାର୍ଯ୍ୟକୁ ବିରୋଧ କରି ବଡକାଳିମାଟି ଗ୍ରାମବାସୀଙ୍କ ଦ୍ୱାରା ଚାଲିଥିବା ଆନ୍ଦୋଳନ ସପ୍ତମ ଦିନରେ ପହଞ୍ଚିଛି। ଏହାଫଳରେ ୮ଜଣ ଗୁରୁତର ହେବାରୁ ଚମ୍ପୁଆ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ବେଳେ ଜଣକୁ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ମାନଙ୍କ ମଧ୍ୟରେ ହେମନ୍ତ ନାଏକ, ଗୀତା ନାଏକ, ସରୋଜିନୀ ପାତ୍ର, ଭୁବନେଶ୍ୱର ମହାକୁଡ, ଅଷ୍ଟମି ମୁଣ୍ଡା, ଶଶୀ ସିଂଙ୍କୁ ଓ ସନାତନ ବାରିକ ରହିଥିବା ବେଳେ ମୀନା ପାତ୍ରଙ୍କୁ ଜିଲା ଚିକିତ୍ସାଳୟକୁ ପଠାଯାଇଛି। ରବିବାର ସକାଳେ ଡା ଜ୍ୟୋତିରଞ୍ଜନ ମଲ୍ଲିକ ଅନଶନକାରୀଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରି ୮ଜଣଙ୍କୁ ତୁରନ୍ତ ଚିକିତ୍ସାଳୟରେ ଭର୍ତ୍ତି କରିବା ପାଇଁ ପରାର୍ମଶ ଦେଇଥିଲେ। ପ୍ରଶାସନ ପକ୍ଷରୁ କିଛି ସମାଧାନର ବାଟ ନ ମିଳିବାରୁ ଅନଶନକାରୀ ନିଜ ଜିଦ୍‌ରେ ଅଟଳ ରହିଥିବା ଜଣାଯାଇଛି। ଲଗାତର ୨ ଦିନ ଧରି ବର୍ଷା ଲାଗି ରହିଥିଲେ ମଧ୍ୟ ଅନଶନ ଜାରି ରଖିଛନ୍ତି। ସୂଚନା ଅନୁସାରେ ଏସ୍‌ଆର୍‌ କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବା ସହିତ ସ୍ଥାନୀୟ ଅଞ୍ଚଳର ଉନ୍ନତି କରୁ ନଥିବା, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଭଳି ମୌଳିକ ସୁବିଧା ପ୍ରଦାନ କରୁ ନ ଥିବା ଯୋଗୁଁ ବଡକାଳିମାଟି ବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ଆନ୍ଦୋଳକୁ କେନ୍ଦୁଝର ସଦରବିଧାୟକ ମୋହନ ଚରଣ ମାଝି ସମର୍ଥନ ଦେଇଛନ୍ତି। ମାତ୍ର ପ୍ରଶାସନ ପକ୍ଷରୁ ଏହାର କୌଣସି ସମାଧାନ ବାହାରି ପାରିନାହଁି।


Enter your email to get our daily news in your inbox.

All Right Reserved By Dharitri.Com

ଓରାଙ୍ଗଉଟାନ ଲିଙ୍କ୍‌ରେ ନୂଆ ସିସିଟିଭି ଫୁଟେଜ୍‌: ସାମ୍ନାକୁ ଆସିଲା ରାତିଅଧର…

ଜଳେଶ୍ୱର, ୧୨।୯: ଓରାଙ୍ଗଉଟାନ ଚାଲାଣ ଲିଙ୍କ୍‌ ନେଇ ଚାଲିଥିବା ଛାନଭିନ୍‌ ମଧ୍ୟରେ ନୂଆ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ଦୀଘାର ଜଣେ ସନ୍ଦିଗ୍ଧ ହୋଟେଲ ସମ୍ମୁଖରେ ଲାଗିଥିବା…

ଓରାଙ୍ଗ୍‌ଉଟାନ ଉଦ୍ଧାର ଘଟଣା: ଦୀଘାରୁ ୩ ଜଣଙ୍କୁ ଉଠାଇ ଆଣିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର/ଭୋଗରାଇ,୧୨ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ରଣକୋଠା ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାରେ ତଦନ୍ତକୁ ତ୍ୱରାନ୍ବିତ କରିଛି…

ଓରାଙ୍ଗ୍‌ଉଟାନ ଚୋରାଚାଲାଣ: ଡବ୍ଲ୍ୟୁସିସିବି, ଏସ୍‌ଟିଏଫ୍‌ର ତଦନ୍ତ

ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍‌ ବିଚିତ୍ରପୁର ନିକଟ ରଣକଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ହେବାପରେ ଏହା ପଛରେ ଅନ୍ତର୍ଜାତୀୟ ବନ୍ୟପ୍ରାଣୀ ଚାଲାଣକାରୀ ଗ୍ୟାଙ୍ଗ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?