୮୦ଭାଗ କାମ ଅଟକିଛି, ଚାଲୁନି ସିସିଟିଭି

ବାରଙ୍ଗ,୬ା୬(ଡି.ଏନ୍‌.ଏ.): ମେ ୩ରେ ଘଟିଥିବା ବାତ୍ୟା ଫନୀକୁ ଏ ମଧ୍ୟରେ ମାସେ ବିତିଯାଇଛି। କିନ୍ତୁ ଏବେ ସୁଦ୍ଧା ନନ୍ଦନକାନନର ଚିତ୍ର ପୂର୍ଣ୍ଣରୂପେ ବଦଳିନାହିଁ। ପୁନରୁଦ୍ଧାର କାର୍ଯ୍ୟ ୮୦ ପ୍ରତିଶତ ବାକି ଥିବାବେଳେ କେବଳ ଶତକଡା ୨୦ଭାଗ ସରିଛି। ପୁଣି ସିସିଟିଭି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇପାରି ନାହିଁ। ପ୍ରକାଶ ଯେ, ବାତ୍ୟା ଯୋଗୁ ନନ୍ଦନକାନନ ୧୯ଦିନକାଳ ବନ୍ଦ ରହିଥିଲା। ଏବେ ଧୀରେ ଧୀରେ ପରିସ୍ଥିତିରେ ସୁଧାର ଆସୁଥିବାବେ ଲୋକଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛିି। ଆଗକୁ ରଜ ଥିବାରୁ ପର୍ଯ୍ୟଟକ ସଂଖ୍ୟା ବଢ଼ିବାର ଆଶା ରହିଛି। ନନ୍ଦନକାନନକୁ ପ୍ରବେଶ ପଥ ପରେ ସିସିଟିଭି ନଜରରେ ରଖିବାକୁ ପରିକଳ୍ପନା କରାଯାଇଥିଲା। ଯାହାକୁ ୨୦୧୬ ପ୍ରତିଷ୍ଠା ଦିବସରେ ସମ୍ପୂର୍ଣ୍ଣ କରାଯାଇ ଲୋକାର୍ପଣ ହୋଇଥିଲା। ଫଳରେ ୪୦ସିସିଟିଭି ନଜରରେ ନନ୍ଦନକାନନ ରହିଥିଲା। ବାତ୍ୟା ପୂର୍ବରୁ ୨୦ଟି ଖରାପ ଥିବାବେଳେ ବାତ୍ୟାରେ ସମ୍ପୂର୍ଣ୍ଣ ଟାଓ୍ବାର ସହ ସବୁ କ୍ୟାମେରା ନଷ୍ଟ ହୋଇଥିଲା। କିନ୍ତୁ ବାତ୍ୟାକୁ ମାସେ ବିତିଯାଇଥିବାବେଳେ ସିସିଟିଭି କାମ ଆରମ୍ଭ ମଧ୍ୟ ହୋଇ ନାହିଁ। ଆଗକୁ ରଜ ଥିବାବେଳେ ଯଦି ପର୍ଯ୍ୟଟକଙ୍କ ଅଘଟଣ ଘଟେ, ତେବେ କିଭଳି ପ୍ରତିକାର ବ୍ୟବସ୍ଥା କରିବେ ତାହା ପ୍ରଶ୍ନ ଉଠିଛି। ପୂର୍ବରୁ ସିସିଟିଭି ଥାଇ ମଧ୍ୟ ଶିଶୁ ନିଖୋଜ ଘଟଣାରେ ନନ୍ଦନକାନନ ଅପବାଦ ହୋଇଥିଲା। ରଜରେ ଅଧିକାଂଶ ଗ୍ରାମାଞ୍ଚଳରୁ ଅଧିକ ପର୍ଯ୍ୟଟକ ଆସୁଥିବାର ନଜର ରହିଛି। ଏଥିପାଇଁ ଶିଶୁଉଦ୍ୟାନରେ ଛୋଟ ଝିଅମାନେ ଦୋଳି ପାଇଁ ଭିଡ ରହିଥାଏ। କିନ୍ତୁ ଏବେ ଗୋଟିଏ ଦୋଳି ଭାଙ୍ଗି ଏକ କଡ଼ରେ ପଡିଥିବାବେଳେ ଅନ୍ୟ ଦୋଳିଟିରେ ଗଛର ଡାଳ ସବୁ ପଡିରହିଥିବାର ଦେଖାଯାଇଛି। ଅନ୍ୟପକ୍ଷେ ବିଭିନ୍ନ ପଶୁପକ୍ଷୀ ଏନକ୍ଲୋଜରରେ ଥିବା କେତେକ ପାଣିକୁଣ୍ଡ ଭାଙ୍ଗିଯାଇଥିବାରୁ ପାଣି ମଧ୍ୟ ରଖାଯାଇ ନାହିଁ। ଏ ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କୁହନ୍ତି, ଏଯାବତ ୨୦ଭାଗ କାମ ସରିଛି। ପ୍ରତ୍ୟେକ ବୁଲିବା ସ୍ଥାନକୁ ସଫା କରାଯାଇ କିଭଳି ପର୍ଯ୍ୟଟକ ଠିକ ସେ ଦେଖିପାରିବେ ତାହାର ବ୍ୟବସ୍ଥା କରାଯାଉଛି। ଏପରିକି ସିସିକ୍ୟାମେରା କାମ ସରିବାକୁ ପ୍ରାୟ ୧ମାସ ଲାଗିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଜ୍ଞାତ ସ୍ଥାନରେ ଚାଲିଛି ମାଓବାଦୀ କମାଣ୍ଡର ହିଡ଼ମାଙ୍କ ଚିକିତ୍ସା

ମାଲକାନଗିରି,୨୭ା୧୦(ଡି.ଏନ୍‌.ଏ.): ହାର୍ଡକୋର ମାଓବାଦୀ କମାଣ୍ଡର ହିଡ଼ମା ଅସୁସ୍ଥ ହୋଇପଡ଼ିଛନ୍ତି। ଏକ ଅଜ୍ଞାତ ସ୍ଥାନରେ ତାଙ୍କର ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। କେନ୍ଦ୍ରୀୟ ଗୋଇନ୍ଦା ବିଭାଗ ପକ୍ଷରୁ ମିଳିଥିବା...

କେନ୍ଦ୍ର, ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ନିର୍ଦ୍ଦେଶ

କଟକ ଅଫିସ,୧୨ା୩: ମୟୂରଭଞ୍ଜ ଜିଲା ବାଦାମପାହାଡ଼ରୁ ବେଆଇନ ଲୁହାପଥର ଉତ୍ତୋଳନ କରାଯିବା ଘଟଣାରେ ହାଇକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ଶୁକ୍ରବାର...

ଦାବି ପୂରଣ ନ ହେଲେ ଷ୍ଟିୟରିଂ ଛାଡ଼ିବାକୁ ଚେତାବନୀ

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ଦୀର୍ଘ ୨ ମାସ ହେବ ୧୦ ଦଫା ଦାବି ପୂରଣ ପାଇଁ ଦାବିପତ୍ର ଦିଆଯାଇଥିବା ବେଳେ ସରକାର ଏହାକୁ କର୍ଣ୍ଣପାତ କରୁନାହାନ୍ତି। କରୋନା ମହାମାରୀ...

ଗାନ୍ଧିଜୀ ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ

ପୁରୀ ଅଫିସ୍‌, ୧୫।୩:ଏକ ଐତିହାସିକ ବିଶ୍ୱାସ ରହିଆସିଛି ଯେ, ମହାତ୍ମା ଗାନ୍ଧୀ ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରି ନ ଥିଲେ। ଅସ୍ପୃଶ୍ୟମାନଙ୍କୁ ମନ୍ଦିର ପ୍ରବେଶ ନିଷେଧ...

ଆଜି ଭାଲେଣ୍ଟାଇନ୍ସ ଡେ: ରାଜଧାନୀରେ ୩୦୦ ବାହାଘର

ଭୁବନେଶ୍ୱର, ୧୪।୨(ବ୍ୟୁରୋ): ପ୍ରେମର ପରିଭାଷାକୁ ପରିପ୍ରକାଶ କରିବା ପାଇଁ ପାଳନ ହେଉଛି ଭାଲେଣ୍ଟାଇନ୍ସ ଡେ। ଫେବୃୟାରୀ ୭ ରୋଜ୍‌ ଡେରୁ ଆରମ୍ଭ ହୋଇଥିବା ସପ୍ତାହର ଅନ୍ତିମ...

ଡିସେମ୍ବର ୨୭ରୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼ ଅଫିସ,୨୪ା୮: ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୭ରୁ ଆରମ୍ଭ ହେବ। ଏହି ଯାତ୍ରା ଦୀର୍ଘ ୧୧ ଦିନ ବ୍ୟାପୀ...

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ଓଏଏସ୍‌ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଭଞ୍ଜନଗର...

ନିରଞ୍ଜନ ବ୍ରହ୍ମାଙ୍କୁ ସମ୍ବିଧାନ ବିଶାରଦ ଉପାଧି

ପୁରୀ ଅଫିସ, ୯।୭: ପବିତ୍ର ରଥଯାତ୍ରା ପାଇଁ ଏବେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଭକ୍ତିଭରା ପରିବେଶରେ ଉଚ୍ଛୁଳୁଛି ବଡ଼ଦାଣ୍ଡ। ସହରର ବିଭିନ୍ନ ସ୍ଥାନରେ ଚାଲିଛି ସାଂସ୍କୃତିକ କାର୍ଯ୍ୟକ୍ରମ।...

Advertisement
Archives

Model This Week