Posted inଖେଳ

୭ ବର୍ଷୀୟ ଫ୍ୟାନଙ୍କ ଅଟୋଗ୍ରାଫ ନେଲେ କୋହଲି

ହରାରେ,୪।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଲୋକପ୍ରିୟତା କେତେ ଅଧିକ ତାହା ସଭିଙ୍କୁ ଜଣା। କିନ୍ତୁ ଟିମ୍‌ ଇଣ୍ଡିଆ କ୍ୟାପଟେନ ଜଣେ ୭ ବର୍ଷୀୟ କୁନି ପ୍ରଶଂସକଙ୍କ ଅଟୋଗ୍ରାଫ ନେଇଛନ୍ତି। ନିକଟରେ ଟୁଇଟରରେ ଭାଇରାଲ ହୋଇଥିବା ଭିଡିଓରେ ଏହା ଦେଖିବାକୁ ମିଳିଛି। ବର୍ତ୍ତମାନ ଓ୍ବେଷ୍ଟଇଣ୍ଡିଜର ଜମାଇକାରେ ଥିବା କୋହଲିଙ୍କୁ ଜଣେ ୭ ବର୍ଷୀୟ ଫ୍ୟାନ ଅଟୋଗ୍ରାଫ ମାଗିଥିଲେ। ମାତ୍ର କୋହଲି ଅଟୋଗ୍ରାଫ ଦେବା ବଦଳରେ ଉକ୍ତ ଫ୍ୟାନଙ୍କୁ ଖଣ୍ଡେ କାଗଜ ଦେଇ ଅଟୋଗ୍ରାଫ ଦେବା ପାଇଁ କହିଥିଲେ। ୩୦ ବର୍ଷୀୟ ବ୍ୟାଟ୍ସମ୍ୟାନ କୋହଲି କାଗଜ ନେବା ପରେ ଖୁସି ପ୍ରକାଶ କରିଥିଲେ। ଏହି ଭିଡିଓରେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ନଜରକୁ ଆସୁଛନ୍ତି। ଏହି ଦମ୍ପତି ଫ୍ୟାନଙ୍କ ସହ ସେଲ୍‌ଫି ମଧ୍ୟ ନେଇଥିଲେ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ୍‌ ମୂଳପୋଛ କରିବା ସହ କୋହଲି ଦେଶର ସବୁଠୁ ସଫଳତମ ଅଧିନାୟକ ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦୭ ବର୍ଷ ପରେ କ୍ରିକେଟରେ ଏମିତି କାରନାମା କଲା ଇଂଲଣ୍ଡ

କଲମ୍ବୋ,୨୬।୧: ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ୨ଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ କ୍ଲିନ୍‌ସୁଇପ୍‌ କରିଛି ଇଂଲଣ୍ଡ ଦଳ। ଦଳର ଏହି ବିଜୟ ପରେ...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌:ନ୍ୟୁଜିଲାଣ୍ଡ ଫାଇନାଲରେ, ଅଷ୍ଟ୍ରେଲିଆ ଆପାତତଃ ବାଦ୍‌

ଦୁବାଇ, ୩ା୨ (ପି.ଟି.)-ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସ୍‌ର ସେକେଣ୍ଡ ଓ୍ବେଭ୍‌ ଦେଖିବାକୁ ମିଳିବାରୁ ଏହି ଦେଶ ବିପକ୍ଷ ଆଓ୍ବେ ସିରିଜକୁ ଅଷ୍ଟ୍ରେଲିଆ ବାତିଲ କରିଛି। ଫଳରେ...

ଆଇପିଏଲ୍‌ରେ ଖେଳିବେ ନାହିଁ ଷ୍ଟୋକ୍ସ

ଲଣ୍ଡନ,୧୭।୧: ବିଶ୍ୱର ଅଗ୍ରଣୀ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ନ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। କାର୍ଯ୍ୟବୋଝକୁ ନିୟନ୍ତ୍ରିତ ରଖିବା ପାଇଁ...

ଜୁନ୍‌ ମଧ୍ୟଭାଗରେ ଲା ଲିଗା ଆରମ୍ଭ ହେବା ସମ୍ଭାବନା

ଚେନ୍ନାଇ,୯।୫: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲ ଲିଗ୍‌ ରୂପେ ପରିଗଣିତ ହେଉଥିବା ‘ଲା ଲିଗା’ ଆଗାମୀ ଜୁନ୍‌ ମାସ ମଧ୍ୟ ଭାଗରୁ ଆରମ୍ଭ ହେବା ସମ୍ଭାବନା...

ହାର୍ଦ୍ଦିକ ନୁହେଁ, ଉର୍ବଶୀଙ୍କ ସହ ଚାଲିଛି ଅନ୍ୟ କ୍ରିକେଟରଙ୍କ ଚକ୍କର

ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରେ ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌଟେଲାଙ୍କ ଅନ୍ୟ ଜଣେ କ୍ରିକେଟରଙ୍କ ସହ ଚକ୍କର ଚାଲିଛି। ସେହି କ୍ରିକେଟର ହେଉଛନ୍ତି...

ଅଷ୍ଟ୍ରେଲିଆନ୍‌ ଓପନ ପୂର୍ବରୁ ଆଣ୍ଡି ମୁରେଙ୍କୁ କରୋନା

ଲଣ୍ଡନ, ୧୫ା୧ (ଏପି)-ଅଷ୍ଟ୍ରେଲିଆନ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ହେବାକୁ ଆଉ କିଛିଦିନ ବାକି ରହିଥିବାବେଳେ ବ୍ରିଟିଶ ଖେଳାଳି ଆଣ୍ଡି ମୁରେ କରୋନାରେ ପୀଡ଼ିତ ହୋଇଛନ୍ତି।...

ଧୋନୀଙ୍କୁ ଆଇପିଏଲର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ,୧୮।୩- ଭାରତୀୟ କ୍ରିକେଟ ବିଶେଷଜ୍ଞଙ୍କ ମତରେ ଆଇପିଏଲ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିପାରେ। ମାତ୍ର କରୋନା ଭାଇରସ ଯୋଗୁ...

ବାରବାଟୀ ଦିନିକିଆ: ଗ୍ୟାଲେରିରେ ବିଛାଗଲା କାର୍ପେଟ

କଟକ ଅଫିସ,୧୫।୧୨- ଆଗାମୀ ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅର୍ନ୍ତଜାତୀୟ ମ୍ୟାଚ ଲାଗି ଦର୍ଶକମାନଙ୍କ ନିମନ୍ତେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ବିଶେଷ ସୁବିଧା ସୁଯୋଗ ପ୍ରଦାନ କରିଛି। ଏହି...

Advertisement
Archives

Model This Week