୭୭ ବର୍ଷରେ ଯୋଗ: ପାଣିରେ ପଦ୍ମାସନ-ଶବାସନ କରି ଚର୍ଚ୍ଚାରେ ଶିବାଜୀ

କଟକ ଅଫିସ,୨୧।୬: ଶୁକ୍ରବାର ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ କଟକ ଚାନ୍ଦିନିଚୌକ ବ୍ରାହ୍ମଣସାହିର ଜଣେ ବୃଦ୍ଧ ପାଣିରେ ଯୋଗ କରିଛନ୍ତି। ସେ ହେଲେ ଶିବାଜୀ ସିଂହ। ତାଙ୍କୁ ଏବେ ୭୭ବର୍ଷ। ପରିଣତ ବୟସରେ ମଧ୍ୟ ସେ ଯୋଗକୁ ନିରୋଗ ରହିବାର ଅସ୍ତ୍ର ଭାବେ ବିବେଚନା କରନ୍ତି। ଏହି ଦିବସର ମହାନିୟତାକୁ ଜଣାଇବାକୁ ଯାଇ ଶିବାଜୀ ମହାନଦୀ ଗଡ଼ଗଡ଼ିଆ ଘାଟିରେ ପଦ୍ମାସନ ଓ ଶବାସନ ଭଳି ଆସନ କରି ଚର୍ଚ୍ଚାକୁ ଆସିଛନ୍ତି।

ଦୀର୍ଘ ୨୦ ବର୍ଷ ଧରି ଶିବାଜୀ ଯୋଗମାର୍ଗକୁ ଆପଣାଇଛନ୍ତି। ଏପରି କରିବା ଦ୍ୱାରା ସେ ଅନେକ ରୋଗରୁ ନିଜକୁ ରକ୍ଷା କରିପାରିଛନ୍ତି। ପଦ୍ମାସନ କରିବା ଦ୍ୱାରା ପେଟ ନ ବାହାରିବା ସହ ଅନେକ ଫାଇଦା ମିଳିଥାଏ। ସେହିଭଳି ଶବାସନ ଦ୍ୱାରା ଶରୀରରେ ରକ୍ତ ଶର୍କରା ନିୟନ୍ତ୍ରଣରେ ରହିଥାଏ। ଏସବୁରୁ ରକ୍ଷା ପାଇବା ଲାଗି ଯୋଗ ଅଭ୍ୟାସ କରୁଛନ୍ତି ବୋଲି ସେ କୁହନ୍ତି। ସେ ପୋଲିସମାନଙ୍କୁ ପହଁରା ଶିକ୍ଷା ଦେଇଛନ୍ତି। ଏଥିସହ ଅନେକ ସ୍ଥାନରେ ଏଭଳି ପାଣିରେ ଯୋଗ କରି ସମସ୍ତଙ୍କୁ ଚକିତ କରୁଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ୧୦୦ ପ୍ରତିଶତ ଟିକାକରଣ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଶତ ପ୍ରତିଶତ ଟିକାକରଣ ହୋଇଥିବା ନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ମୋଟ୍‌ ୯ ଲକ୍ଷ ୭ ହଜାର ଲୋକଙ୍କୁ ୨...

ଶୁକ୍ରବାରରୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ: ୨ ଦିନ ଛୁଟି ପରେ ୧୫ରେ ଚାଲିବ

ଭୁବନେଶ୍ୱର,୧୧।୭(ବ୍ୟୁରୋ): ଷୋଡ଼ଶ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ଗୋଟିଏ ଦିନ ପରେ ୧୩ ଓ ୧୪ ତାରିଖ ମାସର ଦ୍ୱିତୀୟ ଶନିବାର...

ଶୃଙ୍ଖଳାର ସହ ଶେଷ ହେଲା ମହାପ୍ରଭୁଙ୍କ ଘୋଷଯାତ୍ରା: ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୨୩।୬: ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ମଙ୍ଗଳବାର ଶୃଙ୍ଖଳାର ସହ ଠିକ ସମୟରେ ଶେଷ ହୋଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ...

ଗଡ଼ିଲା ବାରିପଦା-ପୁରୀ ସାପ୍ତାହିକ ଟ୍ରେନ

ବାରିପଦା ଅଫିସ,୧୫ା୧: ମୟୂରଭଞ୍ଜ ଜିଲା ବାରିପଦାର ଭଞ୍ଜପୁରରୁ ପୁରୀକୁ ସାପ୍ତାହିକ ଟ୍ରେନ ଚଳାଚଳ କରିଛି। କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ...

ସ୍କୁଲ ବସ୍ତାନି ନିୟମ ଉଲ୍ଲଂଘନକୁ ବିରୋଧ

ଭୁବନେଶ୍ୱର, ୨୦।୧(ବ୍ୟୁରୋ): ନିର୍ଦ୍ଧାରିତ ପାଠ୍ୟକ୍ରମ ଓ ସ୍କୁଲ ବସ୍ତାନି ନିୟମ ଉଲ୍ଲଂଘନ ବିରୋଧରେ ଓଡ଼ିଶା ଅଭିଭାବକ ମହାସଂଘ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍‌ସିପିସିଆର୍‌)ରେ...

୨୩ରୁ ନମ୍ବର ପ୍ଲେଟ୍‌ ଫାଇନ୍‌

ଭୁବନେଶ୍ୱର,୮ା୬(ବ୍ୟୁରୋ): ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନ ଲଗାଇଥିଲେ ଏଣିକି ଚାଳକ ଫାଇନ ଗଣିବେ। ଆସନ୍ତା ୨୩ ତାରିଖରୁ ଏହି ସ୍ପେଶାଲ ଡ୍ରାଇଭ୍‌ ଆରମ୍ଭ...

୪ ସ୍ବତନ୍ତ୍ର କୋର୍ଟରେ ହେବ ନେତାଙ୍କ ବିରୋଧରେ ମାମଲାର ଶୁଣାଣି

କଟକ,୨୭।୧୧(ପି.ଟି.): ବର୍ତ୍ତମାନର ଓ ପୂର୍ବତନ ଏମ୍‌ପି ଏବଂ ବିଧାୟକମାନଙ୍କ ବିରୋଧରେ ବିଚାରାଧୀନ ମାମଲାଗୁଡ଼ିକର ଶୁଣାଣି ପାଇଁ ୪ କୋର୍ଟର ଭିତ୍ତିଭୂମି ବିକାଶ କରି ସେଗୁଡ଼ିକୁ ସ୍ବତନ୍ତ୍ର...

ରଥଯାତ୍ରା ପ୍ରସାରଣ ବ୍ୟବସାୟୀକରଣକୁ ନାଗରିକ ଫୋରମ୍‌ର ବିରୋଧ

ଭୁବନେଶ୍ୱର,୧୧।୬(ବ୍ୟୁରୋ)-: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣକୁ ବ୍ୟବସାୟୀକରଣ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଗତ ୪ ତାରିଖରେ ଏକ ଚିଠି ଜରିଆରେ...

Advertisement
Archives

Model This Week