୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଜୋର୍‌ ଧରିଲା: ନିର୍ଭୁଲ ମାର୍କିଂ ପାଇଁ ଡିଜିପିଏସ୍‌ ସର୍ଭେ;ଖୋଲିଲା କଣ୍ଟ୍ରୋଲ ରୁମ୍‌, ସିଧା ସଳଖ କଥା ହେବେ କ୍ଷତିଗ୍ରସ୍ତ

ପୁରୀ ଅଫିସ, ୧୭ା୯: ଶ୍ରୀମନ୍ଦିର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରୀଠାରୁ ୭୫ ମିଟର ମଧ୍ୟରେ ଥିବା ମଠ, ହୋଟେଲ, ଲଜିଂ, ଧର୍ମଶାଳା, ଦୋକାନ ସବୁ ଉଚ୍ଛେଦ କରାଯିବ। କୌଣସି ବାସଗୃହ ରହିବ ନାହିଁ। ଏଥିପାଇଁ ପ୍ରଥମେ ସିଂହଦ୍ୱାରକୁ ଲାଗି ରହିଥିବା ସରକାରୀ ଏବଂ ବେସରକାରୀ ନିର୍ମାଣକୁ ଉଚ୍ଛେଦ କରାଯାଇଥିବା ବେଳେ ଅସୁରକ୍ଷିତ ଦର୍ଶାଇ ଲଙ୍ଗୁଳି, ଏମାର ଏବଂ ବଡ଼ ଆଖଡା ମଠ ଭଙ୍ଗାଯାଇଛି। ସୋମବାରଠାରୁ ୭୫ ମିଟର ଉଚ୍ଛେଦ ପାଇଁ ମାପଚୁପ ଆରମ୍ଭ କରାଯାଇଥିବା ବେଳେ ଦ୍ୱିତୀୟ ଦିନରେ ଡିଜିପିଏସ୍‌ ସର୍ଭେରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ମାର୍କିଂ କରାଯାଇଛି। ଏଥିସହ ପୂର୍ବ ଏବଂ ଉତ୍ତର ପାର୍ଶ୍ୱରେ କେଉଁ ପର୍ଯ୍ୟନ୍ତ ୭୫ ମିଟର ରହିଛି ତାହା ମାପ କରାଯାଇ ଚିହ୍ନ ଦିଆଯାଇଛି। ତେବେ ନିର୍ଭୁଲ ମାର୍କିଂ ଲାଗି ଡିଜିପିଏସ୍‌ ସର୍ଭେ କରାଯାଇଥିବା ଜିଲାପାଳ ବଲୱନ୍ତ ସିଂ କହିଛନ୍ତି।

ଗଣମାଧ୍ୟମକୁ ସର୍ଭେ ଏବଂ କ୍ଷତିଗ୍ରସ୍ତଙ୍କ ଥଇଥାନ ସଂକ୍ରାନ୍ତରେ ସୂଚନା ଦେଇ ଜିଲାପାଳ କହିଥିଲେ, ୭୫ ମିଟର ଐତିହ୍ୟ ସୁରକ୍ଷିତ ଅଞ୍ଚଳ ମଧ୍ୟରେ ଜମି ଅଧିଗ୍ରହଣ ହେବ। ଏଥିଲାଗି ସୋମବାରଠାରୁ ବିଧିବଦ୍ଧ ଭାବେ ସର୍ଭେ ଆରମ୍ଭ ହୋଇ ଡିମାର୍କେଶନ କରାଯାଉଛି। ଏଥିସହ ଜମି ଅଧିଗ୍ରହଣ ଆଇନ-୨୦୧୩ର ପ୍ରପୋଜାଲ ମଧ୍ୟ ସରକାରଙ୍କ ନିକଟକୁ ପଠାଯାଇଛି। ଏହି ସର୍ଭେ ପରେ ଉଚ୍ଛେଦ କାର୍ଯ୍ୟ ଚାଲିବ। ତେବେ ସାଧାରଣତଃ ରାଜସ୍ବ ବା ଜମିଜମା ସଂକ୍ରାନ୍ତୀୟ କାମ ମାନୁଆଲ ଭାବେ କରାଯାଇଥାଏ। ଫାଙ୍କା ଜମିରେ ମାନୁଆଲରେ ମାପଚୁପ କିମ୍ବା ଚିହ୍ନ ଦେବାରେ ସେମିତି ସମସ୍ୟା ହୁଏ ନାହିଁ। କିନ୍ତୁ ଯେଉଁଠି ବହୁତ ନିର୍ମାଣ ଥାଏ ସେଠାରେ ମାନୁଆଲରେ ମାପଚୁପ କଲାବେଳେ ଭୁଲ୍‌ଭଟକା ହେବାର ସମ୍ଭାବନା ଅଧିକ ରୁହେ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ୭୫ ମିଟର ପରିଧି ମଧ୍ୟରେ ବହୁ ମଠ, ମନ୍ଦିର, ବାସଗୃହ, ବ୍ୟବସାୟ ପ୍ରତିଷ୍ଠାନ ରହିଛି। ବିଶେଷକରି ପଶ୍ଚିମ ପାର୍ଶ୍ୱରେ ଅଧିକାଂଶ ବାସଗୃହ ରହିଥିବା ବେଳେ ଉତ୍ତର ଏବଂ ଦକ୍ଷିଣ ପାର୍ଶ୍ୱରେ ବି ପୁରୁଣା କୋଠା ରହିଛି। ତେଣୁ ମାପଚୁପ ଏବଂ ଚିହ୍ନଟକୁ ନିର୍ଭୁଲ କରିବା ଲାଗି ଡିଜିପିଏସ୍‌ ସର୍ଭେ (ଡିଫରେନ୍‌ସିଆଲ ଗ୍ଲୋବାଲ ପୋଜିସନିଂ ସିଷ୍ଟମ) କରାଯାଉଛି। ଏହାଦ୍ୱାରା କାର୍ଯ୍ୟ ଶୀଘ୍ର ଏବଂ ତ୍ରୁଟିଶୂନ୍ୟ ହୋଇପାରିବ। ଡିଜିପିଏସ୍‌ର ମାପ ଏବଂ ଚିହ୍ନଟକୁ ମାନୁଆଲ ସହିତ ମଧ୍ୟ କ୍ରସ୍‌ ଚେକ୍‌ କରାଯିବ। ସେହିପରି ସୁରକ୍ଷିତ ଅଞ୍ଚଳ ମଧ୍ୟରେ ଥିବା ଘରୋଇ ଲୋକ ହୁଅନ୍ତୁ କି ମଠ ମହନ୍ତ ଅବା ବ୍ୟବସାୟୀ ସେମାନଙ୍କର ଯଦି କୌଣସି ଆପତ୍ତି ଅଭିଯୋଗ ଥାଏ ତେବେ ସିଧାସଳଖ ପ୍ରଶାସନ ସହିତ ଆଲୋଚନା କରିପାରିବେ। ଏଥିଲାଗି ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାରଠାରୁ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ ଏହାର ମୁଖ୍ୟ ରହିଛନ୍ତି। କଣ୍ଟ୍ରୋଲ ରୁମ୍‌କୁ ଆସି ତାଙ୍କ ଅଭିଯୋଗ ଉପସ୍ଥାପନ କରିବା ସହ କ୍ଷତିପୂରଣ କିମ୍ବା ପୁନର୍ବାସ ଥଇଥାନ ସଂକ୍ରାନ୍ତରେ ଯାହା ବି କିଛି ସନ୍ଦେହ ଥିବ ତାହା ବୁଝିପାରିବେ। ଅତିରିକ୍ତ ଜିଲାପାଳଙ୍କ ସହିତ ଶିକ୍ଷାନବୀଶ ଆଇଏଏସ୍‌ ଅଧିକାରୀ ମଧ୍ୟ କଣ୍ଟ୍ରୋଲ ରୁମ୍‌ରେ ଉପସ୍ଥିତ ରହିବେ। କିନ୍ତୁ ଏଥିରେ ଅନ୍ୟ କାହାରିକୁ ମାଧ୍ୟମ ନ କରିବାକୁ ଜିଲାପାଳ କ୍ଷତିଗ୍ରସ୍ତଙ୍କୁ ଅନୁରୋଧ କରିଛନ୍ତି। ସେହିପରି ୫ ଶିକ୍ଷାନବୀଶ ଆଇଏଏସ୍‌ ଅଧିକାରୀଙ୍କ ବିଭିନ୍ନ ପ୍ରକାର ଦାୟିତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବଡ଼ଚଣା ଗସ୍ତ: ଅନୁପସ୍ଥିତ ଥିବାରୁ ୧୦ଜଣଙ୍କୁ କାରଣ ଦର୍ଶାଅ ନୋଟିସ

ଚଣ୍ଡିଖୋଲ,୨୧।୧(ଡି.ଏନ୍‌.ଏ.): ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅଚାନକ ବଡ଼ଚଣା ଗସ୍ତରେ ଆସି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ବଡ଼ଚଣା ବାଳିକା ଉଚ୍ଚ ବିଦ୍ୟାଳୟକୁ...

ସହଯୋଗ ଲୋଡ଼ିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ମାଡ଼ି ଚାଲିଛି ଓମିକ୍ରନ। ମଙ୍ଗଳବାର ରାଜ୍ୟରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ମନରେ ଛନକା ପଶିଛି। ଏହାର ମୁକାବିଲା ଲାଗି...

ମାଲକାନଗିରିରେ ୫୪ ପଜିଟିଭ୍‌ ଚିହ୍ନଟ: ରହିଛନ୍ତି ୨ କରୋନା ଯୋଦ୍ଧା

କୋରୁକୋଣ୍ଡା,୧୭।୭(ଡି.ଏନ୍‌.ଏ): ମାଲକାନଗିରି ଜିଲାରେ ଦିନକୁ ଦିନ ଉଗ୍ରରୂପ ନେଉଛି କରୋନା। ଜିଲାରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର ଜିଲାର ସର୍ବାଧିକ ୫୪ ଆକ୍ରାନ୍ତ...

ପୁନରୁଦ୍ଧାର ହେଉନି ନାଗସରା ପୋଖରୀ

ହାଟଡିହୀ, ୭ା୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ସୋସୋ ପଞ୍ଚାୟତ ସୋସୋ ଗ୍ରାମର ନାଗସରା ପୋଖରୀ ବହୁବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ପୋଖରୀଟି ଧୀରେ ଧୀରେ...

ଫେଲ୍‌ ମାରିଛି ଜିପିଏସ୍‌ ଟ୍ରାକିଂ ବ୍ୟବସ୍ଥା

ଯୋଡ଼ା, ୬।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରେ ଖଣିଜ ଦ୍ରବ୍ୟ ପରିବହନ କରୁଥିବା ଟ୍ରକରେ ଜିପିଏସ୍‌ ଟ୍ରାକିଂ ଯନ୍ତ୍ର ଲଗାଇବା ବାଧ୍ୟତାମୂଳକ କରାଯାଇଥିଲେ ବି ଏହି...

ରାଜଧାନୀରେ ସ୍ଥାପନ ହେଲା ୪ଇଭି ଚାର୍ଜିଂ ପଏଣ୍ଟ

ଭୁବନେଶ୍ୱର, ୨।୩(ବ୍ୟୁରୋ): ସ୍ମାର୍ଟ ସିଟି ଭୁବନେଶ୍ୱରରେ ବୈଦ୍ୟୁତିକ ଯାନ (ଇଭି) ଚାର୍ଜିଂ ପଏଣ୍ଟ ସ୍ଥାପନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୭ଟି ଇଭି ଚାର୍ଜିଂ ପଏଣ୍ଟ ସ୍ଥାପନ...

ଡାଲା ଅଟୋ ଚଳାଇ ପରିବାର ପୋଷୁଛନ୍ତି କବିତା

କେନ୍ଦୁଝର,୨୪।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ନହବେ ଗାଁକୁ ପ୍ରାୟ ୧୧ ବର୍ଷ ତଳେ ବୋହୂ ହୋଇ ଆସିଥିଲେ କବିତା। ଶଙ୍କର୍ଷଣ ପ୍ରଧାନଙ୍କୁ ବିବାହ...

ଭୋଜି ନ ଖାଇବାରୁ ୩ ଭାଇଙ୍କୁ ଆକ୍ରମଣ

ଆଳି,୧୫।୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକର ୩୪ ପଞ୍ଚାୟତ ମଧ୍ୟରୁ ମାଣିକପାଟଣାରେ ଗୋଟିଏ ପରିବାର ଏକ ପକ୍ଷରୁ ହେଉଥିବା ଭୋଜି ଖାଇବାକୁ ନ ଯିବାରୁ ଆକ୍ରମଣ...

Advertisement
Archives

Model This Week