Posted inଫୁରସତ

୬ ବର୍ଷ ପ୍ରେମ ପରେ ବିମାନକୁ ବିବାହ କରିବେ ଯୁବତୀ

ବର୍ଲିନ୍‌: ସାଧାରଣତଃ ଝିଅଟିର ବିବାହ ଏକ ପୁଅ ସହ ହୋଇଥାଏ। ମାତ୍ର କେବେ ଶୁଣିଛନ୍ତି କି ଜଣେ ଝିଇର ବିବାହ ନିର୍ଜୀବ ବସ୍ତୁ ତଥା ଏକ ବିମାନ ସହ ହୋଇଥାଏ ବୋଲି। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଜର୍ମାନୀର ରାଜଧାନୀ ବର୍ଲିନ୍‌ଠାରେ। ଏଠାକାର ଜଣେ ୩୦ ବର୍ଷୀୟା ଯୁବତୀ ମାର୍ଚ୍ଚରେ ଏକ ବିମାନକୁ ବିବାହ କରିବେ। ମିଶେଲ କୋବକେ ନାମ୍ନୀ ଯୁବତୀ ଜଣକ ଆମ୍‌ଷ୍ଟରଡାମ୍‌ରେ ଉଇଙ୍ଗ୍‌ ବିମାନ ୭୩୭-୮୦୦କୁ ବିବାହ କରିବେ।

୬ ବର୍ଷ ଧରି ସଂପୃକ୍ତ ବିମାନକୁ ପ୍ରେମ କରିବା ପରେ ତା’ ସହ ମାର୍ଚ୍ଚରେ ବିବାହ ବନ୍ଧନରେ ବାନ୍ଧି ହେବେ। ଏଥିପାଇଁ ମିଶେଲ ବହୁ ଖୁସି ବ୍ୟକ୍ତ କରିଛନ୍ତି। ସେ ପ୍ରଥମେ ଉଇଙ୍ଗ୍‌ ବିମାନକୁ ବ୍ରିଟେନ୍‌ର ଟେଗେଲ ବିମାନବନ୍ଦରରେ ଦେଖିଥିଲେ। ଏହାପରଠାରୁ ସେ ବିମାନ ପ୍ରେମରେ ପଡ଼ିଯାଇଥିଲେ। ଏପରିକି ରାତିରେ ଖେଳନା ବିମାନକୁ ପାଖରେ ରଖି ଶୋଇଥାନ୍ତି। ପେସାରେ ମିଶେଲ ଜଣେ ସେଲ୍‌ସମ୍ୟାନ୍‌। ଅଧିକାଂଶ ସମୟ ମିଶେଲ ବିମାନରେ ଯାତ୍ରା କରିଥା’ନ୍ତି। ତେଣୁ ସେ କୁହନ୍ତି, ଯେଉଁଆଡ଼େ ଯିବାର ଥାଏ ତାଙ୍କ ବିମାନ ପ୍ରେମିକଙ୍କୁ ଦେଖିଥାନ୍ତି। ମିଶେଲ କୁହନ୍ତି, ଏହି ବିବାହରେ ତାଙ୍କ ପରିବାରର କୌଣସି ଆପତ୍ତି ନାହିଁ। କାରଣ ସେ ଉଇଙ୍ଗ୍‌ ବିମାନକୁ ଖୁବ୍‌ ଭଲ ପାଆନ୍ତି। ଏକ ସାକ୍ଷାତ୍‌କାରରେ କହିଛନ୍ତି, ପୂର୍ବରୁ ସେ ଜଣେ ଯୁବକଙ୍କୁ ଭଲ ପାଉଥିଲେ। ମାତ୍ର ଯୁବକ ଜଣକ ତାଙ୍କୁ ଧୋକ୍କା ଦେବାରୁ ଏଥିରେ ସେ ଭାଙ୍ଗି ପଡ଼ିଥିଲେ। ତେଣୁ ସେହିଦିନରୁ ନିଷ୍ପତ୍ତି ନେଇଥିଲେ, ଯଦି ପ୍ରେମ କରିବେ ଆଉ ବିବାହ କରିବେ କେବଳ ନିର୍ଜୀବ ବସ୍ତୁକୁ। ସେ କୁହନ୍ତି, ଅନେକ ବିମାନ ଅଛି ମାତ୍ର ମୋ’ ଉଇଙ୍ଗ୍‌ ବିମାନ ସବୁଠୁ ସୁନ୍ଦର।


Enter your email to get our daily news in your inbox.

All Right Reserved By Dharitri.Com

କେବଳ ବହୁରୂପୀ ଏଣ୍ଡୁଅ ନୁହନ୍ତି ଏମାନେ ବି ବଦଳାନ୍ତି ରଙ୍ଗ : ଜାଣନ୍ତୁ କାହିଁକି କରନ୍ତି ଏପରି

ବହୁରୂପୀ ଏଣ୍ଡୁଅ ରଙ୍ଗ ପରିବର୍ତ୍ତନ କଥା ଅପଣ ଜାଣିଥିବେ। ଏହାକୁ ଦେଖିଥିବେ ମଧ୍ୟ। ତେବେ ଏହା କେବଳ ଏକୁଟିଆ ନିଜର ରଙ୍ଗ ପରିବର୍ତ୍ତନ କରେ ତାହା...

ଟ୍ୟାକ୍ସି ଡ୍ରାଇଭରଙ୍କ ଭାଗ୍ୟ ଖୋଲିଲା, ଲଟେରୀରେ ଜିଣିଲେ ୪୦ କୋଟି…

ଦୁବାଇ,୮।୭: ଦୁବାଇରେ ଜଣେ ଭାରତୀୟ ଟ୍ୟାକ୍ସି ଡ୍ରାଇଭରଙ୍କ ଭାଗ୍ୟ ରାତାରାତି ପରିବର୍ତ୍ତନ ହୋଇଛି। ସେ ଲଟେରୀ ଜିଣି ୪୦ କୋଟି ଟଙ୍କା ପାଇଛନ୍ତି। କେରଳର ରଞ୍ଜିତ୍‌...

ଲୋକଙ୍କୁ ଆକର୍ଷିତ କରୁଛି ଏହି କୁକୁର

ଏବେ ସୋସିଆଲ ମିଡିଆରେ ଏକ କୁକୁରର ଭିଡିଓ ଭାଇରାଲ ହେବାରେ ଲାଗିଛି। ତେବେ କୁକୁରଟି ନିଜ ଆଡକୁ ଲୋକଙ୍କୁ ଆକର୍ଷିତ କରୁଥିବାରୁ ଭିଡିଓଟି ଭାଇରାଲ ହେଉଛି।...

ପ୍ରେମ ପାଇଁ…

ପ୍ରେମର ସ୍ମାରକୀଭାବେ ଦିନେ ଶାହଜାହାନ ପତ୍ନୀ ମମତାଜଙ୍କ ସ୍ମୃତିରେ ଗଢ଼ିଥିଲେ ତାଜମହଲ। ଯାହା ଏବେ ବି ସେହି ଅମର ପ୍ରେମର ଗାଥା କହେ। କିନ୍ତୁ ଏଠାରେ...

ଭାରତରେ ଅଛି ବିଶ୍ୱର ବୃହତ୍‌ ବରଗଛ

ଭାରତର କୋଲକାତାର ଆଚାର୍ଯ୍ୟ ଜଗଦୀଶ୍‌ ଚନ୍ଦ୍ର ବୋଷ ବଟାନିକାଲ୍‌ ଗାର୍ଡ଼େନରେ ଏକ ବିଶାଳକାୟ ବରଗଛ ରହିଛି। ଯାହାର ନାମ ଦ ଗ୍ରେଟ୍‌ ବାନୟନା ଟ୍ରି। ଏହି...

କରୋନା ଚିକିତ୍ସାରେ ଖର୍ଚ୍ଚ ହେଲା ୪୦ ଲକ୍ଷ ଟଙ୍କା: ଶେଷରେ ଘଟିଲା ଏମିତି କିଛି…

ହାଇଦ୍ରାବାଦ, ୩୧।୭: କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ଏଥିରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ...

୧୦୦ ଟଙ୍କାର ଦହି ଚୋରି କରିଥିଲେ ଏହି ଛାତ୍ରୀ, ଧରିବା ପାଇଁ ପୋଲିସ ଖର୍ଚ୍ଚ କଲା ୪୨୦୦୦ ଟଙ୍କା

ଅପରାଧୀଙ୍କୁ ଧରିବା ପାଇଁ ପୋଲିସକୁ ବେଳେବେଳେ ବହୁତ କଷ୍ଟ କରିବାକୁ ପଡ଼ିଥାଏ। କିଛି ମାମଲାରେ ସଫଳତା ମିଳେ ତ ଆଉ କେତେବେଳେ ଅପରାଧୀ ଚକ୍‌ମା ଦେଖାଇ...

ଆମକୁ ଭୂତ ଦେଖାଉଥିବା ଗୁରୁଦେବ

ଆଜି ଗୁରୁଦିବସ। ମନେ ପଡୁଛନ୍ତି ମୋର ଅନେକ ଅନେକ ନମସ୍ୟ ଗୁରୁଜୀ ଏବଂ ଗୁରୁମା। ସେମାନଙ୍କ ମଧ୍ୟରୁ ଯାହାଙ୍କ ସହିତ ମୁଁ ଅତି ନିବିଡ଼ଭାବେ ଜଡ଼ିତ...

Advertisement
Archives

Model This Week