୫ ଗାଁକୁ ଖୋଲିଲା ରାସ୍ତା ଅପହଞ୍ଚ ଇଲାକାକୁ ଗଲା ଦୁଇଚକିଆ ଯାନ

ରାଇକିଆ,୧୫ା୭(ଡ଼ି.ଏନ.ଏ)-ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତର ବାନ୍ଦାଙ୍ଗି, ଇନ୍ଦ୍ରଗଡ଼ ପଞ୍ଚାୟତର ସାର୍ବାପାଙ୍ଗା, ସାର୍ସାପାଟା, ବାସୁବାଡ଼ି, ଦୁବା ଗାଁକୁ ରାସ୍ତା ଖୋଲିଛି। ପ୍ରଥମ ଥର ପାଇଁ ଏହି ସ୍ଥାନକୁ ଦୁଇ ଓ ଚାରି ଚକିଆ ଯାନ ପହଞ୍ଚତ୍ଛି। ବର୍ଷ ବର୍ଷ ଧରି ଏହି ସବୁ ଗ୍ରାମବାସୀ ବିଛିନ୍ନାଞ୍ଚଳ ଜୀବନ ବିତାଉଥିଲେ। ନା ଥିଲା ରାସ୍ତାଘାଟ, ନା ମିଳୁଥିଲା ମାୈଳିକ ସୁବିଧା। ବ୍ଲକ ମୂଖ୍ୟ ଦପ୍ତରଠାରୁ ପାଖାପାଖି ୧୫ କିମି ଦୂରରେ କୁମ୍ଭାରଖାଡ଼ି ଓ ସିକବାଡ଼ି ଗାଁ ରହିଛି। ସେଠାରୁ ୪କିମି ଘାଟି ପାହାଡ଼ ଚଢି ଦୁଇ ଫୁଟ ଓସାରର ପାଦ ଚଲା ରାସ୍ତାରେ ଉପରକୁ ଉଠିଲା ପରେ ପ୍ରଥମେ ସାର୍ବାପାଙ୍ଗା, ତାପରେ ବାନ୍ଦାଙ୍ଗି। ସେଠାରୁ ଆଗକୁ ଗଲେ ସାର୍ସାପାଟା, ବାସୁବାଡ଼ି, ଦୁବା ଗ୍ରାମକୁ ଯାଇ ହୁଏ। ଦୁବା ଗ୍ରାମରେ ୩୬ ପରିବାର, ସାର୍ସାପାଟାରେ ୯ ପରିବାର ସାର୍ବାପାଙ୍ଗାରେ ୨୨ ପରିବାର, ବାସୁବାଡ଼ିରେ ୯ ପରିବାର, ଏବଂ ବାନ୍ଦାଙ୍ଗିରେ ୨୦ ପରିବାର ବାସ କରୁଛନ୍ତି। ଏହି ସବୁ ଗାଁର ଲୋକେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ଯୋଗ୍ୟ ଥିଲେ ମଧ୍ୟ ରାସ୍ତା ନ ଥିବାରୁ ଓ୍ବାର୍କ ଅର୍ଡ଼ର ନେବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ପ୍ରଶାସନ ପକ୍ଷରୁ ବାରମ୍ବାର ଉଦ୍ୟମ ସତ୍ତ୍ୱେ ଘର ତିଆରି ହୋଇ ପାରିନଥିଲା। ୨୦୧୩ ଫାଇଲିନ ବାତ୍ୟାରେ ବାନ୍ଦାଙ୍ଗିରେ ଥିବା ପ୍ରାଥମିକ ବିଦ୍ୟାଳୟ ଭାଙ୍ଗି ଯାଇଥିଲା। ଏବେ ମଧ୍ୟ ସେହି ଗୃହରେ ଅସ୍ଥାୟୀ ଭାବେ ପାଠ ପଢା ଚାଲିଛି। ପକ୍କା ଅଙ୍ଗନବାଡ଼ି ଗୃହ, ବିଶୁଦ୍ଧ ପାଣି ନାହିଁ। ଦୁଇ ମାସ ହେଲା ଏହି ସବୁ ଅଞ୍ଚଳକୁ ରାସ୍ତା କାମ ଆରମ୍ଭ ହୋଇଛି। ୧୨ ଲକ୍ଷ ଟଙ୍କା ବ୍ୟୟରେ ଘାଟି କଟିଂ କରାଯାଇଛି। ସାର୍ବାପାଙ୍ଗା ଗାଁ ପାଖକୁ ବର୍ତ୍ତମାନ ଯାନବାହାନ ଚଳାଚଳ କରିବା ଆରମ୍ଭ ହୋଇଛି। ପାହାଡ଼ ଉପରେ ଜଙ୍ଗଲ ଘେରା ମଧ୍ୟରେ ଥିବା ଆମ ଗାଁରୁ ୧୦ କିମି ଚାଲି ଯିବା ପରେ ଅଟୋରେ ବସି ପାରୁଥିଲୁ। ଏପରିକି ଆମ ଗାଁରେ କାୈଣସି ଲୋକଙ୍କର ସାଇକେଲ ଟିଏ ମଧ୍ୟ ନାହିଁ ବୋଲି ଦୁବା ଗ୍ରାମର ନରେନ୍ଦ୍ର ପ୍ରଧାନ କହିଛନ୍ତି। ଏ ନେଇ ରାଇକିଆ ବିଡିଓ ରଶ୍ମି ରଞ୍ଜନ ମହନ୍ତ କହିଛନ୍ତି, ଏହି ସବୁ ଗଁାକ ରାସ୍ତା କାମ ଶେଷ କର୍ଯ୍ୟାୟରେ ପହଞ୍ଚତ୍ଛି। କଲଭର୍ଟ ମଧ୍ୟ ତିଆରି କରାଯାଇଛି। ସେଠାରେ ଥିବା ଏକ ବିଦ୍ୟାଳୟ ମରାମତି ଏବଂ ଅଙ୍ଗନବାଡ଼ି କୋଠା ପାଇଁ ପାଇଁ ପ୍ରାଥମିକତା ଦିଆଯିବ ଏବଂ ସମସ୍ତେ ଯେପରି ସଧାରଣ ସୁବିଧା ପାଇ ପାରିବେ ସେ ନେଇ ପଦକ୍ଷେପ ନିଆଯାଉଥିବା କହିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ କଣ୍ଟ୍ରୋଲ ରୁମ୍‌ରେ କାର୍ଯ୍ୟ କରୁଛନ୍ତି ବିଜୁ ଯୁବ ବାହିନୀ ସଦସ୍ୟ

ଛତ୍ରପୁର,୧୨।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ବିଜୁ ଯୁବ ବାହିନୀର ସ୍ବେଚ୍ଛାସେବୀମାନେ ଡିଆର୍‌ଡିଏ କାର୍ଯ୍ୟାଳୟରେ ଥିବା କୋଭିଡ କଣ୍ଟ୍ରୋଲ ରୁମ୍‌ରେ କାର୍ଯ୍ୟ କରୁଛନ୍ତି। ସେମାନେ ଦୈନିକ...

ଟ୍ରକ ଧକ୍କାରେ ବାଇକ୍‌ ଚାଳକ ମୃତ :କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଛତ୍ରପୁର,୫ା୧୧(ଡି.ଏନ.ଏ) -ଛତ୍ରପୁର ଥାନା ଅଧୀନ ବଡମାଧପୁର ଗାଁ ହନୁମାନ ସାହି ରାସ୍ତାରେ ସୋମବାର ମଧ୍ୟାହ୍ନରେ ଏକ ବାଇକକୁ ଟ୍ରକ ଧକ୍କା ଦେବାରୁ ବାଇକ ଚାଳକଙ୍କ ମୃତ୍ୟୁ...

ବିଲରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର: ଚୋରି ଟଙ୍କା ଭାଗବଣ୍ଟାକୁ ନେଇ ହତ୍ୟା ସନ୍ଦେହ

ଖଲ୍ଲିକୋଟ,୧୪ା୧୨(ଡି.ଏନ.ଏ.)- ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ତୁଳସୀପୁର ଗ୍ରାମ ନିକଟ ମୁଗ ବିଲରେ ଶୁକ୍ରବାର ଅପରାହ୍ନରେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପଡିଥିବା ଗ୍ରାମବାସୀ ଦେଖିଥିଲେ।...

ଲଦାପଦର ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଠାବ: ଖସିଗଲେ କ୍ୟାଡର ମାଓବାଦୀ

ଫୁଲବାଣୀ ଅଫିସ, ୩ା୭- କନ୍ଧମାଳ ଜିଲା ପୋଲିସ ପକ୍ଷରୁ କୋମ୍ବିଂ ବେଳେ ଫିରିଙ୍ଗିଆ ଥାନା ସୁମେରବନ୍ଧ ପଞ୍ଚାୟତ ଲଦାପଦର ସଂରକ୍ଷିତ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଠାବ...

ଝାଳବୁହା ଧନ ଖାଇଗଲେ…

ଶେରଗଡ଼,୧୮ା୨: ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଭୂଷୁଣ୍ଡା ଗ୍ରାମ ନିକଟରେ ବୁଧବାର ରାତିରେ ଏକ ହାତୀପଲ ପଶି ୫୦ ଏକର ଜମିରୁ ଊର୍ଦ୍ଧ୍ୱ ପନିପରିବା ଫସଲ...

କେନ୍ଦୁପତ୍ର ଶ୍ରମିକଙ୍କ ଟଙ୍କା ହଡ଼ପ ଅଭିଯୋଗ

ଫୁଲବାଣୀ ଅଫିସ, ୨୦ା୫-କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡ ଅଧୀନରେ କେନ୍ଦୁପତ୍ର ଶ୍ରମିକଙ୍କ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି କେନ୍ଦୁପତ୍ର ଫଡିରେ...

ଢାବା ପଛପଟେ ଚାଲିଥିଲା ଜୁଆ ଖେଳ: ୯ଜଣଙ୍କୁ ଧରିଲା ପୋଲିସ

ଗୋପାଳପୁର,୨୧ା୧୦(ଡି.ଏନ.ଏ.): ଗୋଳନ୍ଥରା ପୋଲିସ ଏକ ଢାବା ପଛପଟେ ଚାଲିଥିବା ଜୁଆ ଆଡ୍ଡା ଉପରେ ଗୁରୁବାର ରାତିରେ ଚଢ଼ାଉ କରି ୯ ଜଣ ଜୁଆଡ଼ିକୁ ଗିରଫ କରିଛି।...

ସାବୁଳିଆ ଚିଲିକା କୂଳରେ ମୃତ ଡଲ୍‌ଫିନ୍‌

ରମ୍ଭା,୧୯।୧: ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ସାବୁଳିଆ ନିକଟ ଚିଲିକା କୂଳରେ ମଙ୍ଗଳବାର ଏକ ମୃତ ଡଲ୍‌ଫିନ୍‌ ଭାସୁଥିବା ଦେଖିବାକୁ ମିଳିଛି। ଡଲଫିନ୍‌ର ଲମ୍ବ ୫...

Advertisement
Archives

Model This Week