୫୯ ବସ୍ତା ଗଞ୍ଜେଇ ବୋଝେଇ ଗାଡ଼ି ଜବତ : ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଦନ୍ତ, ମାଷ୍ଟର ମାଇଣ୍ଡ ଫେରାର

ଦିଗପହଣ୍ଡି,୪ା୨(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଏକ ଗଞ୍ଜେଇ ବୋଝେଇ ଗାଡ଼ି ଜବତ କରବା ସହ ଜଣକୁ ଗିରଫ କରିଛି। ଗଜପତି ଜିଲାର ବିଭିନ୍ନ ଅଞ୍ଚଳରୁ ବ୍ରହ୍ମପୁର ଦେଇ ଗଞ୍ଜେଇ ଚାଲାଣ କରାଯାଉଥିବା ଗୋଇନ୍ଦା ସୂଚନାକୁ ଭିତ୍ତିକରି ଦିଗପହଣ୍ଡି ଆଇଆଇସି ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା। ପୋଲିସ ସୋମବାର ସନ୍ଧ୍ୟାରେ ଡେଙ୍ଗାଓସ୍ତା ଗ୍ରାମ ମୁଖ୍ୟରାସ୍ତାରେ ସାଦା ପୋଷାକରେ ଛପି ରହିଥିଲା। ତପ୍ତପାଣିରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ପିକ୍‌ଅପ ଭ୍ୟାନ (ନଂ.ଓଡି ୩୩ ଡବ୍ଲ୍ୟୁ୦୫୩୨)କୁ ଡେଙ୍ଗାଓସ୍ତା ଗ୍ରାମ ମୁଖ୍ୟରାସ୍ତାରେ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ୫୯ ବସ୍ତା ଗଞ୍ଜେଇ ଥିବା ଜଣାପଡିଥିଲା। ଦିଗପହଣ୍ଡି ଅତିରିକ୍ତ ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ପ୍ରଭାତୀ ମହାରଣା, ଚିକିଟି ଏସଡିପିଓ ସୁରେନ୍ଦ୍ରନାଥ ମୁର୍ମୁଙ୍କ ଉପସ୍ଥିତିରେ ଉକ୍ତ ୧୯୦୧ କି.ଗ୍ରା ୩୯୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ପିକ୍‌ଅପ ଭ୍ୟାନ ଚାଳକ ଖୋର୍ଦ୍ଧା ଜିଲା ବାଲିଅନ୍ତା ଥାନା ପୁରୁଣା ଶାସନ ଗାଁର ବିଶ୍ୱରଞ୍ଜନ ବିଶ୍ୱାଳଙ୍କୁ ଗିରଫ କରାଯାଇଛି। ଏ ନେଇ ନଂ. ୨୮/୨୦ରେ ମକଦ୍ଦମା ରୁଜୁ କରାଯାଇଛି। ମଙ୍ଗଳବାର ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜିଲା ଦୋରାଜଜ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି। ଅପରପକ୍ଷରେ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ମାଷ୍ଟର ମାଇଣ୍ଡ କୌଶଳକ୍ରମେ ଫେରାର ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୬ ସାଧାରଣ ସମ୍ପାଦକ ନିଯୁକ୍ତ କଲେ ନବୀନ: ଜାଣନ୍ତୁ କାହାକୁ ମିଳିଲା କି ଦାୟିତ୍ୱ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୩୬ଜଣ ନେତାଙ୍କୁ ସାଧାରଣ ସମ୍ପାଦକ ନିଯୁକ୍ତ କରିବା ସହ ବିଭିନ୍ନ ଦାୟିତ୍ୱ...

ରାଜ୍ୟରେ ସୁସ୍ଥ ହେଲେ ୧୭୭୩ କରୋନା ଆକ୍ରାନ୍ତ : ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨୨।୮(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୧୭୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଗଞ୍ଜାମରୁ ୨୧୬, କଟକରୁ...

ସାତକୋଶିଆରୁ ୩ ଗଁ। ବିସ୍ଥାପନ ଯୋଜନା

ଅନୁଗୋଳ ଅଫିସ୍‌, ୨୪ା୭ ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ଯୋଜନା ପରେ ଯୋଜନା କରୁଛି। ମହାବଳ ବାଘ ‘ମହାବୀର’ର...

ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ପରୀକ୍ଷାଫଳ: ପାସ୍‌ ହାର ୭୦.୨୧%

ଭୁବନେଶ୍ୱର,୧୨।୮(ବ୍ୟୁରୋ): ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ୭୦.୨୧% ଛାତ୍ରୀଛାତ୍ର ପାସ୍‌ କରିଥିବା...

୨ କୋଟିରୁ ଊର୍ଦ୍ଧ୍ୱ ଭତ୍ତା ଟଙ୍କାର ହିସାବ ମିଳିନି

ଆଠମଲ୍ଲିକ, ୧୬ା୭(ଡି.ଏନ.ଏ.) ବୃଦ୍ଧା, ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗଙ୍କ ପାଇଁ ସରକାର ଯୋଗାଇ ଦେଉଥିବା ୨କୋଟିରୁ ଊର୍ଦ୍ଧ୍ୱ ଭତ୍ତା ଟଙ୍କାର ହିସାବ ମିଳୁନି। ୨୦୧୧ରୁ ୨୦୧୯...

ଘରେ ପଶି ଟଙ୍କା,ସୁନା ଲୁଟିଲେ ଦୁର୍ବୃତ୍ତ

ଖଲ୍ଲିକୋଟ,୧୬ା୧୦(ଡି.ଏନ.ଏ.): ଖଲ୍ଲିକୋଟ ବ୍ଲକ କନ୍ଦିଗାଁ ଗ୍ରାମରେ ଟୁକୁନା ସ୍ବାଇଁଙ୍କ କବାଟ ଭାଙ୍ଗି ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଟଙ୍କା ଓ ସୁନା ଲୁଟି ନେଇଛନ୍ତି। ସୂଚନା...

ଡଗରପଡା ଓ ଅଚ୍ୟୁତପୁରରୁ ସିରିଏଲ୍‌ ଚୋରି

ଖଇରା,୮।୧(ଡି.ଏନ୍‌.ଏ): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ଡଗରପଡା ଓ ଅଚ୍ୟୁତପୁର ପଞ୍ଚାୟତର ବିଭିନ୍ନ ଗାଁରୁ ମଙ୍ଗଳବାର ରାତିରେ ଚୋରି ହୋଇଛି। ୪ଟି ମନ୍ଦିରରୁ ଦୁର୍ବୃତ୍ତମାନେ...

ରବିଧାନ କିଣା ଦାବି: ଏକକାଳୀନ ୪ଟି ଜାଗାରେ ରାସ୍ତାରୋକୋ

ନୂଆପଡା ଅଫିସ,୧୭ା୬: ବର୍ତ୍ତମାନ ବର୍ଷାଋତୁ ପାଖେଇ ଆସୁଥିବାବେଳେ କାଳବୈଶାଖୀ ବର୍ଷାରେ ଭିଜି ମଣ୍ଡିରେ ପଡ଼ିଥିବା ଧାନ ସବୁ ଗଜା ହେବାରେ ଲାଗିଥିବାବେଳେ ମିଲର୍ସମାନେ କଟନି ଛଟନିଦାବିରେ...

Coronavirus Update


Archives

Model This Week

Why Dharitri