Posted inUncategorized

୫୫ ବର୍ଷ ପରେ ପାକିସ୍ତାନ ଗସ୍ତ: ଅଗଷ୍ଟ ୫ରେ ଭାରତୀୟ ଡେଭିସ୍‌ କପ୍‌ ଦଳ ଘୋଷଣା

କୋଲକାତା, ୨୯।୭(ପି.ଟି.)- ସେପ୍ଟେମ୍ବର ୧୪ ଓ ୧୫ରେ ପାକିସ୍ତାନର ଇସ୍‌ଲାମାବାଦ୍‌ଠାରେ ଏସିଆ/ଓସେନିଆ ଡେଭିସ୍‌ କପ୍‌ ମ୍ୟାଚ୍‌ (ଗ୍ରୁପ୍‌-୧) ଅନୁଷ୍ଠିତ ହେବ। ଏଥିଲାଗି ଗୋଟିଏ ମାସ ପୂର୍ବରୁ ଅର୍ଥାତ୍‌ ଅଗଷ୍ଟ ୫ରେ ଭାରତୀୟ ଦଳ ଘୋଷଣା କରାଯିବ ବୋଲି ସର୍ବଭାରତୀୟ ଟେନିସ୍‌ ଆସୋସିଏଶନ (ଏଆଇଟିଏ)ର ସାଧାରଣ ସମ୍ପାଦକ ହିରନ୍‌ମୟୀ ଚାଟାର୍ଜୀ ରବିବାର ସ୍ପଷ୍ଟ କରିଛନ୍ତି। ୧୯୬୪ ପରଠାରୁ କୌଣସି ଭାରତୀୟ ଡେଭିସ୍‌ କପ୍‌ ଦଳ ପାକିସ୍ତାନ ଗସ୍ତ କରିନାହିଁ। ୫୫ ବର୍ଷ ତଳେ ଲାହୋରରେ ହୋଇଥିବା ଡେଭିସ୍‌ କପ୍‌ ମୁକାବିଲାରେ ଭାରତ ୪-୦ରେ ବିଜୟ ଲାଭ କରିଥିଲା। ‘ଅଗଷ୍ଟ ୫ରେ ଆମେ ଦଳ ଘୋଷଣା କରିବୁ। ର଼୍ୟାଙ୍କିଙ୍ଗ୍‌ ଅନୁଯାୟୀ ଖେଳାଳି ଚୟନ କରାଯିବ। ଭିଜା ପାଇଁ ଆମେ ଖୁବ୍‌ଶୀଘ୍ର ଆମର ପ୍ରକ୍ରିୟା ଆରମ୍ଭ କରିବୁ’ ବୋଲି ଚାଟାର୍ଜୀ କହିଛନ୍ତି। ୟୁକି ଭାମ୍ବ୍ରୀ ଓ ସୁମିତ୍‌ ନାଗଲ ଆହତ ଥିବାରୁ ଭାରତର ଏକ ନମ୍ବର ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ଓ ରାମକୁମାର ରାମନାଥନ ଯଥାକ୍ରମେ ପ୍ରଥମ ଓ ୨ୟ ପସନ୍ଦର ଖେଳାଳି ରହିଛନ୍ତି। ସେହିଭଳି ରୋହନ ବୋପାନ୍ନା ଓ ଡିଭିଜ ଶରନ ଡବଲ୍ସରେ ଭାଗନେବେ ବୋଲି ଚାଟାର୍ଜୀ ଏହି ଅବସରରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inUncategorized View All

‘ଅଗଷ୍ଟ ସୁଦ୍ଧା ୩୦ କୋଟିଙ୍କୁ ଟିକା’

ନୂଆଦିଲ୍ଲୀ, ୧।୧୨: ୨୦୨୧ ଅଗଷ୍ଟ ସୁଦ୍ଧା ଦେଶର ୩୦ କୋଟି ଲୋକଙ୍କୁ ଟିକା ଦିଆଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୋମବାର କହିଛନ୍ତି। ଆଗାମୀ ୪...

୭ ପୋଷ୍ୟ କନ୍ୟାଙ୍କ ରାଜକୀୟ ବିବାହ: ଉପହାର ମିଳିଲା ୫ ଲକ୍ଷ ଏଫ୍‌ଡ଼ି ଓ ଘର ପାଇଁ ପ୍ଲଟ୍‌

ରାଜକୋଟ,୨୧।୧: ଗୁଜରାଟ ରାଜକୋଟ ଜିଲା ଗୋଣ୍ଡଲରେ ଥିବା ମହାରାଜା ସର ଭଗବତ୍‌ ସିଂଜୀ ବାଳାଶ୍ରମରେ ୭ ପୋଷ୍ୟ କନ୍ୟାଙ୍କ ବିବାହ ରାଜକୀୟ ଶୈଳୀରେ ହୋଇଛି। ଏଥିରେ...

ସ୍ବଭାବିକ ହେଲା ଟ୍ରେନ ଚଳାଚଳ

ମୁନିଗୁଡ଼ା,୯ା୮(ଡ଼ି.ଏନ.ଏ)- ଲଗାଣ ବର୍ଷା ଯୋଗୁ ଗତ ୬ ତାରିଖ ରାତିରେ ରାୟଗଡ଼ା ଜିଲା ଆମ୍ବାଦୋଳା ରେଳ ଷ୍ଟେଶନ ନିକଟରେ ରେଳ ଧାରଣା ଧୋଇ ହୋଇଯାଇଥିଲା ା...

୧୨ ଲକ୍ଷ ଟଙ୍କା ଜରିମାନା ଦେବେ ଏହି ଦଳର ଅଧିନାୟକ

ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ଡେଭିଡ ୱାର୍ଣ୍ଣରଙ୍କ ଦଳ ସନରାଇଜର୍ସ ହାଇଦ୍ରାବାଦ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବରୁ ଦୁଇଟି ମ୍ୟାଚ ଜିତିଥିଲା। ପରାଜୟ...

କଡ଼ା ପହରା ମଧ୍ୟରେ ଷ୍ଟ୍ରଙ୍ଗ ରୁମ୍‌

ଚମ୍ପୁଆ, ୨୯ା୪(ଡି.ଏନ.ଏ.)- ଗତ ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ବିଭିନ୍ନ ବୁଥ୍‌ରୁ ଇଭିଏମ୍‌ ଅଣାଯାଇ  ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି। ସ୍ଥାନୀୟ  ଚନ୍ଦ୍ରଶେଖର ମହାବିଦ୍ୟାଳୟଠାରେ...

ବିପଦ ସଙ୍କେତ ଟପିଲା ଗୋଦାବରୀ ଜଳସ୍ତର: ୨୬ ଗାଁ ସହିତ ଯୋଗାଯୋଗ ସମ୍ପର୍କ ବିଚ୍ଛିନ୍ନ

ହାଇଦ୍ରାବାଦ୍‌,୩୧।୭: ଆନ୍ଧ୍ରପ୍ରଦେଶରେ ଗୋଦାବରୀ ନଦୀ ଜଳସ୍ତର ବିପଦ ସଙ୍କେତ ଟପିଛି। ଉପର ମୁଣ୍ଡରେ ପ୍ରବଳ ବର୍ଷାଯୋଗୁ ବନ୍ୟା ଜଳ ନିକଟବର୍ତ୍ତୀ ଗାଁ ଗୁଡ଼ିକରେ ପ୍ରବେଶ କରିଛି।...

ମୋଦି-ଶାହ ଯୋଡ଼ି ପୁଣି ସଫଳ: ବାଉନ୍ସରରେ ପ୍ରତିପକ୍ଷ ବୋଲ୍ଡ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ପୁଣିଥରେ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଯୋଡି ସଫଳ ହୋଇଛି। ମୋଦି ଏବଂ...


Coronavirus Update

Archives

Model This Week

Why Dharitri