୫୦ ହଜାର ଚାଷୀ ବିକି ପାରିଲେନି ଧାନ

ଛତ୍ରପୁର,୨୬।୫(ଡି.ଏନ.ଏ)-ଗଞ୍ଜାମ ଜିଲାର ଚାଷୀମାନଙ୍କଠାରୁ ଖରିଫ୍‌ ଧାନ କିଣା ପ୍ରକ୍ରିୟା ଗତ ଫେବୃୟାରୀ ୨୮ ତାରିଖ ପରଠାରୁ ବନ୍ଦ ହୋଯାଇଛି। ଫଳରେ ବହୁ ଚାଷୀ ସେମାନଙ୍କ ଧାନ ବିକି ପାରି ନ ଥିବା ଜଣାପଡିଛି ା ଅପରପକ୍ଷରେ ଗଞ୍ଜାମ ଜିଲାରେ ଧାନ କିଣା ଅବଧିରେ ଆଉ ବୃଦ୍ଧି କରାଯିବନି ବୋଲି ସୂଚନା ମିଳିଛି। ରବି ଧାନ କିଣା ପ୍ରକ୍ରିୟା ଆରମ୍ଭ କରାଯିବ ା ପୂର୍ବରୁ ଖରିଫ୍‌ ଧାନ କିଣା ପ୍ରକ୍ରିୟା ବନ୍ଦ ହୋଇଯାଇଥିବା ବେଳେ ଏ ସମ୍ପକରେ କାଗଜପତ୍ର ପ୍ରସ୍ତୁତ ଚାଲିଥିଲା ା ଏହି କାର୍ଯ୍ୟ ତୁରନ୍ତ ସାରି ଏହା ଉପରେ ରିପୋର୍ଟ ପଠାଇବାକୁ ଓଡିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକଙ୍କ ପକ୍ଷରୁ ଗଞ୍ଜାମ ଜିଲା ସିଏସଓଙ୍କୁ ନିର୍ଦ୍ଦେଶନାମା ଆସିଛି। ଆଉ ଧାନ କିଣା ଅବଧି ବୃଦ୍ଧି ହେବନି ବୋଲି ଉକ୍ତ ନିର୍ଦ୍ଦେଶନାମାରୁ ଏହା ସ୍ପଷ୍ଟ ହୋଇଛି। ଧାନ କିଣା ଅବଧି ବୃଦ୍ଧି କରି ବିକି ପାରି ନ ଥିବା ଚାଷୀଙ୍କଠାରୁ ଧାନ କିଣା ଆରମ୍ଭ କରିବାକୁ ଅନୁମତି ଦେବାକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏପ୍ରିଲ୨୩ ତାରିଖରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କମିଶନରଙ୍କୁ ଚିଠି ଲେଖିଥିଲେ ା ଅପରପକ୍ଷରେ ଜିଲାପାଳ ଚିଠି ପଠାଇବା ପୂର୍ବରୁ ଋଷିକୁଲ୍ୟା ରୟତ ମହାସଭାର ଏକ ପ୍ରତିନିଧିଦଳ ମଧ୍ୟ ରାଜ୍ୟ ଯୋଗାଣ ବିଭାଗର କମିଶନର ଓ ସମବାୟ ବିଭାଗ ସଚିବଙ୍କୁ ଭେଟି ପୁଣି ବିକି ପାରି ନ ଥିବା ଚାଷୀମାନଙ୍କଠାରୁ ଧାନ କିଣା ଆରମ୍ଭ କରିବାକୁ ସ୍ମାରକପତ୍ର ପ୍ରଦାନ କରିଥିଲେ ା ସେହିପରି ଏହାପରେ ମଧ୍ୟ ମହାସଭାର ଏକ ପ୍ରତିନିଧିଦଳ ଛତ୍ରପୁରରେ ଜିଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଜଣାଇଥିଲେ ା ଏପରିକି ଧାନ କିଣା ଆରମ୍ଭ କରିବା ଦାବି ନେଇ ମହାସଭା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ମଧ୍ୟ ଦିଆଯାଇଥିଲା। ମିଳିଥିବା ସୂଚନା ଅନୁସାରେ ଚଳିତବର୍ଷ ଚାଷୀମାନଙ୍କଠାରୁ ୩୯ ଲକ୍ଷ ୩୪ ହଜାର ୩୨୮ କୁଇଣ୍ଟାଲ ଧାନ କିଣିବାକୁ ସରକାର ଗଞ୍ଜାମ ଜିଲା ପାଇଁ ଟାର୍ଗେଟ ଦେଇଥିଲେ। ଅପରପକ୍ଷରେ ଚାଷୀମାନଙ୍କଠାରୁ ୩୭ ଲକ୍ଷ ୨ ହଜାର ୭୧୧ କୁଇଣ୍ଟାଲ ଧାନ କିଣାଯାଇଥିଲା ା ଖରିଫ ଧାନ ବିକିବାକୁ ଜିଲାର ୧ ଲକ୍ଷ ୨୮ ହଜାର ୭୯୫ ଚାଷୀ ଅନ୍‌ଲାଇନ୍‌ରେ ପଞ୍ଜୀକୃତ ହୋଇଥିଲେ ା ଅପରପକ୍ଷରେ ଜିଲାର ଆହୁରି ୫୦ ହଜାରରୁ ଊର୍ଦ୍ଧ୍ୱ ଚାଷୀ ଧାନ ବିକିପାରି ନ ଥିବା ମହାସଭା ପକ୍ଷରୁ ଅଭିଯୋଗ ହୋଇଛି ା ଗତ ବର୍ଷ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଧାନ କିଣା ଅବଧିକୁ ବୃଦ୍ଧି କରାଯାଇଥିବା ବେଳେ ଚଳିତ ବର୍ଷ ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ଧାନ କିଣାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ବାଲ୍ୟବିବାହ ଅଭିଯୋଗ ପାଇ ପ୍ରଶାସନର ଚଢାଉ

ଦିଗପହଣ୍ଡି,୨ା୩(ଡି.ଏନ୍‌.ଏ.) ଦିଗପହଣ୍ଡି ବ୍ଲକର ଏକ ଗାଁରେ ବାଲ୍ୟବିବାହ ପାଇଁ ପ୍ରସ୍ତୁତି ଚାଲିଥିବା ରାଜ୍ୟ ମହିଳା ଓ ଶିଶୁକଲ୍ୟାଣ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ରବିବାର ଗଞ୍ଜାମ...

ନଦୀପାର ବେଳେ ଭାସିଗଲେ ପରିବା ବ୍ୟବସାୟୀ

ଆସିକା,୨୩ା୭(ଡି.ଏନ୍‌.ଏ.)- ଆସିକା ସହର ଉପକଣ୍ଠ ବଡନଦୀ ପାରି ହେଉଥିବାବେଳେ ଗୁରୁବାର ପୂର୍ବାହ୍ନ ୧୧ଟାରେ ଜଣେ ପରିବା ବ୍ୟବସାୟୀ ନଦୀ ସୁଅରେ ଭାସି ଯାଇଛନ୍ତି। ସେ ହେଲେ...

ଲାଞ୍ଚ ନେଇ ଧରାପଡ଼ିଲେ ଅସୁରବନ୍ଧ ଆର୍‌ଆଇ

ସୋରଡ଼ା,୬ା୯(ଡି.ଏନ.ଏ.)-ସୋରଡ଼ା ତହସିଲ ଅସୁରବନ୍ଧ ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ବସନ୍ତ କୁମାର ମଲିକ ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡରେ ପଡିଛନ୍ତି। ଗୁରୁବାର ଅପରାହ୍ନରେ ତାଙ୍କ କାର୍ଯ୍ୟାଳୟ ପରିସରରେ...

ମୁଖ୍ୟ ରାସ୍ତା ପାର୍ଶ୍ୱରେ ଉଠା ପରିବା ଦୋକାନୀ, ମିନି ଷ୍ଟାଡିୟମ ପଡ଼ିଆରେ ବିକ୍ରି ଅନୁମତି ଦାବି

ଗଞ୍ଜାମ,୧୩ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି।  ଯାହା ସରକାରଙ୍କ ଚିନ୍ତା ବଢ଼ାଉଛି।...

ନିର୍ଦ୍ୱନ୍ଦ୍ୱରେ ଉପାଧ୍ୟକ୍ଷା ନିର୍ବାଚିତ

ହିଞ୍ଜିଳିକାଟୁ,୭।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌର ପରିଷଦର ଉପାଧ୍ୟକ୍ଷା ଭାବେ ବିଜେଡି ଦଳର ସୁଚିତ୍ରା ପଣ୍ଡା ଗୁରୁବାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ୨୧ଓ୍ବାର୍ଡ ବିଶିଷ୍ଟ ପୌର...

ହେଉନି ଦାବି ପୂରଣ: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କରିବାକୁ ନିଷ୍ପତ୍ତି ନେଲେ କର୍ମୀ

ସୋରଡା,୨୦।୧୧(ଡି.ଏନ୍‌.ଏ.): ସୋମବାରଠାରୁ ବନ୍ଦ ରହିବ ସୋରଡ଼ା ବ୍ଲକର ୨୬ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଥିବା ୨୫୮ ଅଙ୍ଗନଓ୍ବାଡି କେନ୍ଦ୍ର । ପ୍ରଭାବିତ ହେବେ ୭ ହଜାରରୁ...

ଭଞ୍ଜନଗରରେ କାଳୀ ପୂଜା

ଭଞ୍ଜନଗର,୨୭।୧୦(ଡି.ଏନ.ଏ)-ଭଞ୍ଜନଗର ଜଳସମ୍ପଦ ବିଭାଗ ପକ୍ଷରୁ ଡହରେ ରବିବାର କାଳୀ ପୂଜା ପାଳିତ ହେଉଛି। ରାତିରେ ପୂଜା ସମ୍ପୂର୍ଣ୍ଣ ହେବାପରେ ଦେବୀଙ୍କ ମୁହଁ ଖୋଲିବ। ସେହିଭଳି ବନ...

ଗର୍ଭବତୀ ମହିଳା, ଶିଶୁଙ୍କୁ ମିଳୁଛି ପୋକରା ଛତୁଆ

ବେଗୁନିଆପଡ଼ା,୨୨ା୨(ଡି.ଏନ୍‌.ଏ.): ସରକାରଙ୍କ ପକ୍ଷରୁ ଛୋଟ ଶିଶୁ ତଥା ଗର୍ଭବତୀଙ୍କୁ ପୋଷଣ ଯୋଗାଇବାକୁ ମାଗଣାରେ ଛତୁଆ, ବାଦାମ ଲଡୁ ବଣ୍ଟା ହେଉଛି। ହେଲେ ସେହି ପୁଷ୍ଟିକର ଖାଦ୍ୟ...

Advertisement
Archives

Model This Week