Posted inଖେଳ

୫୦୦ ହଜାର ଡଲାର ଦାନ କଲେ ଲୁଇସ ହାମିଲଟନ

ଲଣ୍ଡନ,୧୦।୧- ଅଷ୍ଟ୍ରେଲିଆର ଦକ୍ଷିଣାଞ୍ଚଳ ଜଙ୍ଗଲରେ ଲାଗିଥିବା ନିଆଁ ଦ୍ୱାରା ହୋଇଥିବା କ୍ଷୟକ୍ଷତି ଭରଣା କରିବା ପାଇଁ ଆଗେଇ ଆସିଛନ୍ତି ୬ ଥର ଫର୍ମୁଲା ଓ୍ବାନ୍‌ ବିଶ୍ୱ ଚାମ୍ପିୟନ ଲୁଇସ ହାମିଲଟନ। ସେ ଶୁକ୍ରବାର ୫୦୦ ହଜାର ଡଲାର ଅର୍ଥାତ ୩.୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦାନ କରିଛନ୍ତି। ଏ ନେଇ ଟୁଇଟ୍‌ର ଜରିଆରେ ଏକ ଭିଡିଓ ଶେୟାର କରି ଘୋଷଣା କରିଛନ୍ତି। ଉକ୍ତ ଭିଡିଓରେ ଏକ କୋଆଲା ଜଙ୍ଗଲର ନିଆଁ ଓ ଧୂଆଁରେ ଘେରି ହୋଇ ରହିଯାଇଛି। ପରେ କୋଆଲାକୁ ସ୍ଥାନୀୟ ବସିନ୍ଦା ଉଦ୍ଧାର କରିଛନ୍ତି। ଏହାର କ୍ୟାପଶନରେ ଲେଖିଛନ୍ତି, ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ ଜନସାଧାରଣ ଓ ବନ୍ୟଜନ୍ତୁଙ୍କ ଜୀବନ ପ୍ରବଳମାତ୍ରାରେ ପ୍ରଭାବିତ ହୋଇଛି। ମୁଁ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ୫୦୦ ହଜାର ଡଲାର ଦାନ କରୁଛି। ୩୫ ବର୍ଷୀୟ ମର୍ସିଡିଜ ଡ୍ରାଇଭରଙ୍କ ଇନଷ୍ଟାଗ୍ରାମରେ ୧୪ ନିୟୁତ ଓ ଟୁଇଟରରେ ୫.୬ ନିୟୁତ ଫଲୋଅର୍ସ ଅଛନ୍ତି। ସେମାନଙ୍କୁ ସହାୟତା ପାଇଁ ଆଗେଇ ଆସିବାକୁ କହିଛନ୍ତି। ସେହିଭଳି ରେନଲ୍ଟର ଅଷ୍ଟ୍ରେଲିଆନ ଡ୍ରାଇଭର ଡାନିଏଲ ରିକିଆର୍ଡୋ ମଧ୍ୟ ସୋସିଆଲ ମିଡିଆରେ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏପର୍ଯ୍ୟନ୍ତ ଜଙ୍ଗଲ ନିଆଁ ଯୋଗୁ ୨୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କୋଟି କୋଟି ବନ୍ୟଜନ୍ତୁ ପ୍ରାଣ ହରାଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପନ୍ତଙ୍କ ରିଭର୍ସ ସ୍ବିପ୍‌ର ଛକା ଦେଖି ଚକିତ ହେଲେ ପିଟରସନ୍‌, କହିଲେ କ୍ରିକେଟ ଇତିହାସର ଏହା…

ନୂଆଦିଲ୍ଲୀ,୧୩।୩: ଭାରତୀୟ ଉଇକେଟକିପର ତଥା ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମୁକାବିଲାରେ ଜବରଦସ୍ତ ଛକା ମାରିଥିଲେ। ବିଭିନ୍ନ ମହଲର କ୍ରିକେଟପ୍ରେମୀମାନେ ଏହାର...

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ତାରିଖ ଘୋଷିତ

ଭୁବନେଶ୍ୱର, ୨୧।୫- ଆଗାମୀ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ଆୟୋଜନ ତାରିଖକୁ ଫିଫା କାଉନ୍‌ସିଲ ଅନୁମୋଦନ କରିଛି। ଫଳରେ ୟୁଥ ବିଶ୍ୱକପ୍‌ ଭାବେ...

କଲ୍‌ଡ୍ରନରେ ପ୍ରଥମ ଥର ବ୍ୟବହାର ହେଉଛି ହାଇଡ୍ରୋଜେନ୍‌

ଟୋକିଓ, ୨୪ା୭ (ଏପି)-ସୂର୍ଯ୍ୟଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଏଥର ଅଲିମ୍ପିକ କଲ୍‌ଡ୍ରନକୁ ସ୍ବତନ୍ତ୍ର ଭାବେ ଡିଜାଇନ୍‌ କରାଯାଇଛି। ଅଲିମ୍ପିକ ଅଗ୍ନିଶିଖାର ପ୍ରଜ୍ୱଳନ ପାଇଁ ଜାଳେଣି ରୂପେ...

ସାକିବଙ୍କ ମାଇଲଷ୍ଟୋନ

ଲଣ୍ଡନ,୫।୬(ଏଏଫ୍‌ପି)- ବାଂଲାଦେଶ ଦଳର ଅଭିଜ୍ଞ ଅଲରାଉଣ୍ଡର ସାକିବ ଅଲ ହାସନଙ୍କ ଲାଗି ବୁଧବାର ଏକ ସ୍ମରଣୀୟ ଦିବସ। ସେ ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କ କ୍ୟାରିୟରର...

ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତ୍ତି

ଚେନ୍ନାଇ,୧୦।୫ : ଚେନ୍ନାଇସ୍ଥିତ ଏମ୍‌.ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଆଇପିଏଲ୍‌ର ୫୫ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଅଧିନାୟକ ଏମ୍‌ଏସ୍‌ ଧୋନି ଟସ୍‌ ଜିତି...

ଆଇପିଏଲ୍‌ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଭାଙ୍ଗିଲେ ଆଇଫୋନ୍‌, ଭିଡିଓ ପୋଷ୍ଟ କରି ଆର୍‌ସିବି ବ୍ୟାଟ୍ସମ୍ୟାନ୍‌ କହିଲେ…

ନୂଆଦିଲ୍ଲୀ,୧୧।୩: ବିସିସିଆଇ ପକ୍ଷରୁ ଆଇପିଏଲ୍‌-୨୦୨୧ର କାର୍ଯ୍ୟସୂଚି ଜାରି କରାଯାଇଛି। ଏହାପରଠାରୁ ଖେଳାଳିମାନେ ଟି-୨୦ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଚେନ୍ନାଇରେ ମହେନ୍ଦ୍ର ସିଂହ ଧୋନୀ ଅନ୍ୟ...

ସୁପର ଓଭର୍‌ ପୂର୍ବରୁ ରାଗି ଯାଇଥିଲେ କ୍ରିସ୍‌ ଗେଲ୍‌

ଦୁବାଇ,୧୯।୧୦: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ଦୁଇଟି ସୁପର ଓଭରରେ ଜିତିବା ପରେ କିଙ୍ଗସ ଏକାଦଶ ପଞ୍ଜାବ ଦଳର ମନୋବଳ ଦୃଢ ହୋଇଛି। ସୁପର ଓଭର...

ଛକା ମାରି ଲକ୍ଷ୍ନୌକୁ ଜିତାଇଲେ

ମୁମ୍ବାଇ,୭।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ୧୫ତମ ମ୍ୟାଚରେ ଦିଲ୍ଲୀକୁ ୬ ଉଇକେଟରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ। ଚଳିତ ଆଇପିଏଲ୍‌ ସିଜନରେ ଲକ୍ଷ୍ନୌ...

Advertisement
Archives

Model This Week