୫ମ ଦିବସୀୟ ନିଃଶୁଳ୍କ ଯୋଗ ଶିବିର ଉଦ୍‌ଯାପିତ; ଯୋଗ ଅଭ୍ୟାସରେ ରୋଗରୁ ମୁକ୍ତି ମିଳେ

ନୂଆପଡା ଅଫିସ/କୋମନା,୨୬।୯(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ଭେଲା ଗ୍ରାମରେ ପତଞ୍ଜଳୀ ଯୋଗ ସମିତି ଏବଂ ଅଭ୍ୟୁଦୟ ୟୁଥ କ୍ଲବ ମିଳିତ ଆନୁକୂଲ୍ୟରେ ଚାଲିଥିବା ପଞ୍ଚମ ଦିବସୀୟ ଯୋଗାଭ୍ୟାସ ଶିବିର ଉଦ୍‌ଯାପିତ ହୋଇଯାଇଛି। ୫ ଦିନ ଧରି ଯୋଗାଭ୍ୟାସ କରାଯାଇଥିବାବେଳେ ବିଭିନ୍ନ ଔଷଧୀୟ ବୃକ୍ଷରାଜିର ଉପକାରିତା ଏବଂ ବ୍ୟବହାର ଉପରେ ମାର୍ଗଦର୍ଶନ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ୟୁଥ କ୍ଲବ ଶକ୍ତି ମିଶ୍ର ସଭାପତିତ୍ୱ କରିଥିବା ବେଳେ ଆଭାସ ଯୋଷୀ, ଅମନ ଛତ୍ରିଆ, ଯୋଗେନ୍ଦ୍ର ଶବର, ମାନସ ହୋତା, ସୌମ୍ୟ ପ୍ରକାଶ ଯୋଷୀ, ବିମଳ ଯୋଷୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଏହି ଶିବିର ପ୍ରତିଦିନ ସକାଳ ୫ଟାରୁ ସନ୍ଧ୍ୟା ୭ଟା ଯାଏଁ ଚାଲୁଥିବାବେଳେ ଏଥିରେ ପତଞ୍ଜଳୀ ଯୋଗପୀଠରୁ ସ୍ବୀକୃତିପ୍ରାପ୍ତ ପ୍ରଶିକ୍ଷକ ନିହାର ରଞ୍ଜନ ଯୋଷୀ ଏବଂ ପ୍ରଚାରକ କ୍ଷୀରୋଦ ଖମାରୀ ଯୋଗ ଶିକ୍ଷା ଦେଉଥିଲେ । ଯୋଗାଭ୍ୟାସରୁ କିପରି ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ ସେ ଉପରେ ମାର୍ଗଦର୍ଶନ ଦେଉଥିଲେ। ସନ୍ଧ୍ୟାରେ ବିଭିନ୍ନ ଔଷଧୀୟ ବୃକ୍ଷର ଉପକାରିତା ଉପରେ ଆଲୋକପାତ କରୁଥିଲେ। ଏଥିରେ ସ୍ଥାନୀୟ ଭେଲା ସମେତ ଆଖପାଖ ବହୁ ବୁଦ୍ଧିଜୀବୀ, ମହିଳା ପୁରୁଷ, ଡ. କାଟଜୁ ହାଇସ୍କୁଲ, ଅରବିନ୍ଦ ପୂର୍ଣ୍ଣାଙ୍ଗ ସ୍କୁଲ ଛାତ୍ରୀଛାତ୍ରମାନେ ଯୋଗଦେଇ ପ୍ରତ୍ୟହ ଯୋଗଶିକ୍ଷା ଗ୍ରହଣ କରୁଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଯତିନ ମଲ୍ଲିକ, ହେତୁରାମ ଶବର, ଉଦିତ ମିଶ୍ର, ଅମୂଲ୍ୟ ଯୋଷୀ, କିଙ୍କର ଶବର, ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ସହଯୋଗ କରୁଥିଲେ। କାର୍ଯ୍ୟକ୍ରମ ଶେଷରେ ହୋମ ଯଜ୍ଞ ହୋଇଥିଲା । ଏଥିରେ ସମସ୍ତେ ଆଳତି ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ସହ ୩ ବର୍ଷର ପୁଅକୁ ହତ୍ୟା

ନୟାଗଡ଼ ଅଫିସ,୨୦।୭: ନୟାଗଡ଼ ଜିଲା ଇଟାମାଟି ଥାନା ଶଙ୍ଖେଇ ଗାଁରେ ସୋମବାର ଜଣେ ମହିଳା ଓ ତାଙ୍କ ୩ ବର୍ଷର ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ...

କୃଷି ବିଲ୍‌କୁ ବିରୋଧ: ଗାନ୍ଧୀ ମୂର୍ତ୍ତିତଳେ ସତ୍ୟାଗ୍ରହ କଲେ ଚାଷୀ

ବରଗଡ଼ ଅଫିସ,୨।୧୦: କୃଷି ବିଲ୍‌କୁ ନେଇ ବିରୋଧର ସ୍ବର ଥମିବାର ନାଁ ନେଉ ନାହିଁ। ଏହାକୁ ନେଇ ଦିନକୁ ଦିନ ଆନ୍ଦୋଳନ ତେଜି ଉଠୁଛି ।...

କ୍ଷେତରେ ନଷ୍ଟ ହେଉଛି ଟମାଟୋ: ଚାଷୀ ମୁଣ୍ଡରେ ଚଡ଼କ

ଠାକୁରମୁଣ୍ଡା,୩୦ା୩(ଡି.ଏନ୍‌.ଏ.)- କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଭାରତରେ ଲକ୍‌ଡାଉନ ହୋଇଥିବାରୁ ଚାଷୀମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ବିଶେଷ କରି ଟମାଟୋ ଚାଷୀମାନଙ୍କର ଅବସ୍ଥା...

୧୩୩୨ ହିତାଧିକାରୀଙ୍କୁ ୫୯.୨୩ କୋଟି ଋଣ

ବାଲେଶ୍ୱର ଅଫିସ, ୯।୧୦: ବାଲେଶ୍ୱର ବ୍ରିଟ୍‌ କଲ୍ୟାଣ ମଣ୍ଡପଠାରେ ଏକ ଋଣ ସଂଯୋଗୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲାର ୧୩୩୨ଜଣ ହିତାଧିକାରୀଙ୍କୁ...

କେନ୍ଦୁପତ୍ର ବୋଝେଇ ଟ୍ରକ ଜବତ : ୨ ଗିରଫ

ବାଙ୍ଗିରିପୋଷି,୨୫ା୮(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବନାଞ୍ଚଳ ଅଧୀନ ଅଗ୍ନିଶମ ବିଭାଗ ରାସ୍ତାରୁ ଏକ କେନ୍ଦୁପତ୍ର ବୋଝେଇ ଟ୍ରକ୍‌କୁ ବନ ବିଭାଗ ଜବତ କରିଛି। ଏହି ଘଟଣାରେ...

୬ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌, ଦରମା ବନ୍ଦ

ଛତ୍ରପୁର,୨୬।୫(ଡି.ଏନ.ଏ.)  ଗଞ୍ଜାମ ଜିଲାରେ ସ୍କୁଲ ସକାଳୁଆ ଚାଲିଛି। ବିଭିନ୍ନ ସମୟରେ ବିଭିନ୍ନ ସ୍କୁଲରେ ଶିକ୍ଷକମାନେ ବିନା ଅନୁମତିରେ ଅନୁପସ୍ଥିତ ରହୁଛନ୍ତି। ଏଥିସହ କେତେକ ଶିକ୍ଷକ ବିଳମ୍ବରେ ସ୍କୁଲ...

ରାସ୍ତା ଅବରୋଧ କଲେ ଚାଷୀ

କଣ୍ଟାମାଳ,୧୭ା୬(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ- ମନମୁଣ୍ଡା ରାସ୍ତା ଚାଷୀଙ୍କ ଦ୍ବାରା ଅବରୋଧ ହୋଇଛି । ସକାଳ ୮ଟାରୁ ସିମିଳିପଦର ପେକ୍ସରେ ଧାନ ନ ଉଠିବାରୁ ଚାଷୀ...

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କଲା କ୍ରାଇମବ୍ରାଞ୍ଚ

ବରଗଡ ଅଫିସ,୪।୧୧: ବନ ବିଭାଗର କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଗୁରୁବାର ସକାଳୁ ବରଗଡ ଜିଲା ଘେଁସ ଫରେଷ୍ଟ ରେଞ୍ଜ ଅର୍ନ୍ତଗତ ଜାମପାଲି ଗ୍ରାମରୁ ଏକ ଜୀବନ୍ତ ବଜ୍ରକାପ୍ତା...

Advertisement
Archives

Model This Week