Posted inଫୁରସତ

‘୫ମାସ କୋମାକୁ ଚାଲିିଯାଇଥିଲି’

ରତ୍ନାକର ରାଉତ। ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ବୋଇତା ଗ୍ରାମରେ ୧୯୬୧ମସିହା ଅଗଷ୍ଟ ୨୮ରେ ତାଙ୍କର ଜନ୍ମ। ଫକୀର ମୋହନ କଲେଜରୁ ସ୍ନାତକ ଓ ରେଭେନ୍ସାରେ ସ୍ନାତ୍ତକୋତର ପରେ ଏମ୍‌ଫିଲ୍‌ କରିବା ସମୟରେ ସେ ୧୯୮୫ ଜୁନ୍‌ରେ ପାଇଥିଲେ ଓଏଏସ୍‌ । ୧୯୮୭ ଫେବୃୟାରୀରେ କଟକ ଜିଲାପାଳ କାର୍ଯ୍ୟାଳୟରେ ଟ୍ରେନିଂ ରିଜର୍ଭ ଅଫିସର ଭାବେ କାର୍ଯ୍ୟ ଆରମ୍ଭ କରି ପରେ ଜିଲାପାଳ, ଓଡ଼ିଶା ଲୋକପାଳଙ୍କ ସେକ୍ରେଟେରୀ, ଶିଳ୍ପ ବିଭାଗ, ଗଣଶିକ୍ଷା ବିଭାଗ ଭଳି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ ତୁଲାଇଛନ୍ତି। ଏବେ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗର ନିର୍ଦ୍ଦେଶକ ଭାବେ ସେ କାର୍ଯ୍ୟରତ। ଚାକିରିର ବ୍ୟସ୍ତତା ଭିତରେ ସାହିତ୍ୟର ମୋହ ଛାଡିପାରିନାହାନ୍ତି । ଲେଖିଛନ୍ତି ଅନେକ ପୁସ୍ତକ। ୧୪ଟି କବିତା ସଙ୍କଳନ, ୩ଟି ଗଳ୍ପ ସଙ୍କଳନ, ୨ଟି ପ୍ରବନ୍ଧ, ଗୋଟିଏ ପିଲାଙ୍କ ପାଇଁ ପୁସ୍ତକ, ୨ଟି ହିନ୍ଦୀ ପୁସ୍ତକ ଓ ଗୋଟିଏ ଇଂଲିଶ ପୋଏମ ପୁସ୍ତକ ତାଙ୍କ ସର୍ଜନାର ସ୍ବାକ୍ଷର। ଏଥର ‘ନିଜକଥା’ରେ ଜାଣନ୍ତୁ ତାଙ୍କ ସମ୍ପର୍କରେ….

ଚାକିରିର ପ୍ରଥମ ଦିନ କିପରି ଥିଲା ?
ମୁଁ ରେଭେନ୍ସା କଲେଜରେ ପଢ଼ିବାବେଳେ ଛାତ୍ରନେତା ଥିଲି ଓ ବିଭିନ୍ନ ପ୍ରସଙ୍ଗ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଅନେକ ଥର ଯାଇଥିଲି। ଏଣୁ ଯେତେବେଳେ ମୋର ସେଠି ପୋଷ୍ଟିଂ ହେଲା ମୋତେ ଲାଗିଲା ମୋର ଅତି ପରିଚିତ ଜାଗାକୁ ମୁଁ ଯାଉଛି। ଜଣେ ନୂଆ ଜାଗାରେ ଚାକିରୀରେ ଯୋଗଦେଲେ ମନରେ ଯେଉଁ ଭାବନା ଥାଏ, ତାହା ମୋର ନଥିଲା। କାରଣ ଜିଲାପାଳ କାର୍ଯ୍ୟାଳୟର ଅଧିକାଂଶ ଲୋକଙ୍କ ସହିତ ମୋର ପରିଚୟ ଥିଲା।
ପ୍ରଥମ ଦରମା କେଉଁଥିରେ ଖର୍ଚ୍ଚ କରିଥିଲେ?
ପ୍ରଥମ ଦରମା ମୁଁ ୧୬୫୨ଟଙ୍କା ପାଇଥିଲି। ସେହି ଟଙ୍କାକୁ ନିଜ ପାଇଁ ଓ ମୋ ପରିବାର ପାଇଁ ଖର୍ଚ୍ଚ କରିଥିଲି। ଏହା ସହିତ ସାଙ୍ଗମାନେ ମିଶି ଗୋଟେ ଭୋଜି କରିଥିଲୁ।
ସମୟ ମିଳିଲେ କ’ଣ କରିବାକୁ ପସନ୍ଦ କରନ୍ତି?
ସମୟ ମିଳିଲେ ମୁଁ ପଢ଼ାପଢ଼ି କରେ। କବିତା, ଗଳ୍ପ, ପତ୍ରିକା ଆଦି ପଢ଼େ। ତେବେ ପୁରାଣ ପଢ଼ିବାକୁ ମୋତେ ବହୁତ ଭଲଲାଗେ। ଅନେକ ସମୟରେ ଗୀତା, ମହାଭାରତ ଆଦି ପଢ଼ିଥାଏ।
କେଉଁ ଲେଖକଙ୍କ ପୁସ୍ତକ ପଢ଼ିବାକୁ ପସନ୍ଦ କରନ୍ତି?
ମୋର ସେଭଳି କେହି ନିର୍ଦ୍ଦିଷ୍ଟ ପ୍ରିୟ ଲେଖକ ନାହାନ୍ତି। ସମସ୍ତଙ୍କ ଲେଖା ମୁଁ ପଢ଼େ। କାରଣ ମୁଁ ଜାଣିବାକୁ ଚାହେଁ ଯେଉଁମାନେ ପ୍ରତିଷ୍ଠିତ ଲେଖକ ସେମାନଙ୍କର କେବଳ ଲେଖିବାର ଦକ୍ଷତା ଅଛି ନା ନୂଆ ବା ଅପରିଚିତ ଲେଖକଙ୍କର ସେହି ଦକ୍ଷତା ରହିଛି। ତେଣୁ ବିଭିନ୍ନ ପ୍ରକାର ପୁସ୍ତକ ପଢ଼ିଥାଏ। ଏପରିକି ସ୍କୁଲ, କଲେଜ ମାଗାଜିନ୍‌ଟିଏ ପାଇଲେ ବି ସେଥିରେ ଲେଖାଯାଇଥିବା ଗଳ୍ପ, କବିତାକୁ ପଢ଼ିଥାଏ। ଯେଉଁମାନେ ନୂଆ ଲେଖନ୍ତି ସେମାନଙ୍କ ଲେଖା ମଧ୍ୟ ବହୁତ ଭଲ ଥାଏ। ଅନେକ ଲେଖକ ଅଛନ୍ତି ଯେଉଁମାନେ ଅଳ୍ପ କିଛି ଲେଖିଛନ୍ତି, କିନ୍ତୁ ସେମାନଙ୍କ ଲେଖା ଉଚ୍ଚକୋଟୀର ହୋଇଛି।
ସ୍ମୃତିର ଘଟଣା ଯାହା ଚିରସ୍ମରଣୀୟ?
ଗ୍ରାଜୁଏସନ ବେଳେ ଖରାଦିନ ଛୁଟି ସମୟରେ ମୋର ଏକ ଛୋଟ ଅପରେସନ ହୋଇଥିଲା। ସେହି ସମୟରେ ଟିଟାନସ୍‌ ହୋଇଗଲା। ତା’ର ଚିକିତ୍ସା ହେଲାବେଳକୁ ମୁଁ କୋମାକୁ ଚାଲିଯାଇଥିଲି। ଜୁନ୍‌ ୨୩ରୁ ମୁଁ କୋମାକୁ ଯାଇଥିଲି ଓ ୫ମାସ ପରେ ନଭେମ୍ବରରେ ମୋର ସେନ୍ସ ଆସିଥିଲା। ଏହା ମୋର ଦୁଃଖର ସ୍ମୃତି ଘଟଣା। ମୋର ପ୍ରଥମ ପୁସ୍ତକ ଯେବେ ଲୋକାର୍ପିତ ହୋଇଥିଲା ତାହା ମୋ ପାଇଁ ଖୁସିର ଦିନ ଥିଲା।
ବାହାରକୁ ବୁଲିବାକୁ ପସନ୍ଦ କରନ୍ତି ?
ହଁ। କିନ୍ତୁ ମୋତେ ଓଡ଼ିଶା ସବୁଠାରୁ ଅଧିକ ଭଲଲାଗେ। ଭାରତର ବିଭିନ୍ନ ରାଜ୍ୟ ସମେତ ବିଦେଶ ବି ଭ୍ରମଣ କରିଛି। ଯେଉଁ ସ୍ଥାନକୁ ଯାଏ ସେଠାରେ ୩ରୁ ୪ଦିନ ରହିଲା ପରେ ମୁଁ ମୋ ରାଜ୍ୟକୁ ଫେରିଆସିବା ପାଇଁ ଚାହେଁ। କାରଣ ଓଡ଼ିଶାରେ ଯାହା ଅଛି, ତାହା କେଉଁଠି ପାଏନାହିଁ।
ଖବରକାଗଜର କେଉଁ ବିଭାଗ ଆପଣଙ୍କୁ ଆକୃଷ୍ଟ କରେ?
ଯେକୌଣସି ଖବରକାଗଜ ପଢ଼େ ତା’ର ମୁଁ ସବୁ ବିଭାଗକୁ ତନ୍ନ ତନ୍ନ କରି ପଢ଼ିଥାଏ। ତେବେ ମୋତେ ହ୍ୟୁମାନ ଇଣ୍ଟରେଷ୍ଟ ଷ୍ଟୋରି ପଢ଼ିବାକୁ ଭଲଲାଗେ। ଏହାଛଡ଼ା ସାହିତ୍ୟ ବିଭାଗ ଓ ଛୁଟିଦିନ ପଢ଼ିବାକୁ ପସନ୍ଦ କରେ।
ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି?
ଫିଲ୍ମ ଦେଖିବାକୁ ସମୟ ମିଳେ ନାହିଁ। କିନ୍ତୁ ଯେତେବେଳେ ଦେଖେ କଳାତ୍ମକ ଫିଲ୍ମ ଦେଖିବାକୁ ଚାହେଁ।
ମ୍ୟାଡମଙ୍କ କେଉଁ ଗୁଣ ଭଲଲାଗେ?
ଆମଭଳି ଲୋକ ପରିବାରକୁ ସମୟ ଦେଇପାରନ୍ତି ନାହିଁ। କିନ୍ତୁ ସେ ଜଣେ ଅଧ୍ୟାପିକା ହୋଇ ମଧ୍ୟ ନିଜ ପ୍ରଫେସନାଲ କାମ ସହିତ ପରିବାରର ସବୁକଥା ବୁଝନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ସ୍ଥାନରେ ରହିଛି ଆସ୍ଥା ବ୍ୟାଙ୍କ: ଏଠାରେ ଜମା ହୁଏ ‘ଓମ୍‌ ନମଃ ଶିବାୟ’

ବ୍ୟାଙ୍କର ନାଁ ଆସିଲେ ସାଧାରଣତଃ ଆମ ମନରେ ଟଙ୍କା ନେଣ ଦେଣ କଥା ଆସିଥାଏ। କିନ୍ତୁ ଏଭଳି ଏକ ବ୍ୟାଙ୍କ ଅଛି ଯେଉଁଠାରେ ଟଙ୍କା ନୁହେଁ...

ଚା ଦୋକାନରେ ହେଉଛି ରାମାୟଣ-ମହାଭାରତ ଚର୍ଚ୍ଚା…

ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନିଆରା ରୋଚକ ଘଟଣା ଦେଖିବାକୁ ମିଳିଥାଏ। ଏପରି ଘଟଣା ଗୁଜରାଟ ଅହମ୍ମଦାବାଦ୍‌ର ଏକ ଚା ଦୋକାନରେ ଦେଖିବାକୁ ମିଳୁଛି।...

ମରିସସ୍‌ରେ ଥିବା ସୁଉଚ୍ଚ ଦୁର୍ଗା ମୁର୍ତ୍ତି, ଉଚ୍ଚତା ୧୦୮ ଫୁଟ

ଭାରତରେ ଅନେକ ମଠ, ମନ୍ଦିର, ସ୍ଥାପତ୍ୟ ନିଜର ନିର୍ମାଣ ଶୈଳୀ ଲାଗି ସ୍ବାତନ୍ତ୍ର୍ୟ ବଜାୟ ରଖିଛନ୍ତି। କିଛି ମୂର୍ତ୍ତି ନିଜର କଳାକୃତି ଲାଗି ପ୍ରସିଦ୍ଧି ଲାଭ...

ଶାହଜହାଁପୁରରୁ ଶିକୋଗୋର ଯାତ୍ରା

ଶାହଜହାଁପୁର,୧୭।୫: ବିବାହ ଏଭଳି ଏକ ବନ୍ଧନ ଯାହା ପୂର୍ବରୁ ନିର୍ଦ୍ଧାରିତ ହୋଇ ରହିଥାଏ ବୋଲି କୁହାଯାଏ। କିଏ କେଉଁଠି, ଆଉ କାହା ସହ ବିବାହ କରିବ...

ଏ ହେଉଛନ୍ତି ‘ପାକିସ୍ତାନର ହଲ୍କ’: ବ୍ରେକ୍‌ଫାଷ୍ଟରେ ଖାଆନ୍ତି ୪ କୁକୁଡା, ୩୬ ଅଣ୍ଡା, ୩ କିଗ୍ରା ମାଂସ, ୫ ଲିଟର କ୍ଷୀର

ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି କିଏ, ଆପଣ ଜାଣନ୍ତି କି ? ହୁଏତ ଏହାର ଉତ୍ତର ହୁଏତ ବ୍ରାୟନ ଶୋ, ଏଡି ହଲ୍‌ ଅଥବା ହାଫଥୋର...

ମାସ୍କ ପିନ୍ଧି ୩୫ କିଲୋମିଟର ଦୌଡ଼ିଲେ ଏହି ଡାକ୍ତର, ଜାଣନ୍ତୁ କାହିଁକି

କରୋନା ଭାଇରସ୍‌ରୁ ରକ୍ଷା ପାଇବା ପାଇଁ ସମଗ୍ର ବିଶ୍ୱରେ ମାସ୍କ ବ୍ୟବହାର ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉଛି। ମାତ୍ର କିଛି ଲୋକ ମାସ୍କ ପିନ୍ଧିବାକୁ ବିରୋଧ...

ମା’ ସରସ୍ବତୀଙ୍କୁ ଏମିତି ପୂଜାକଲେ ମିଳିବ କୃପା

ସରସ୍ବତୀ ପୂଜା ୧୬ ଫେବୃୟାରୀରେ ପଡ଼ୁଛି। ଏହି ପୂଜାକୁ ବସନ୍ତ ପଞ୍ଚାମୀ ମଧ୍ୟ କୁହାଯାଏ। ଏହି ଦିନ ସିଦ୍ଧିଧାତ୍ରୀ ମା’ ବୀଣାପାଣିଙ୍କୁ ପୂଜା କରାଯାଏ। ଜାଣନ୍ତୁ...

ହାତୀ ପାଇଁ ସ୍ବେଟର

ଶୀତଦିନେ ଶୀତରୁ ରକ୍ଷା ପାଇବା ପାଇଁ ଶୀତବସ୍ତ୍ର ସମସ୍ତେ ପିନ୍ଧନ୍ତି। ହେଲେ କେବେ କୌଣସି ପଶୁଙ୍କୁ ଶୀତବସ୍ତ୍ର ପିନ୍ଧିବା ଦେଖି ନ ଥିବେ। ଯଦିଓ ଆଜିକାଲି...

Advertisement
Archives

Model This Week