୪-୬ ମାସ ମଧ୍ୟରେ ମିଳିପାରେ ଖୁସି ଖବର: କରୋନା ପ୍ରତିଷେଧକ ଟୀକାର ପ୍ରୟୋଗ ପ୍ରାଣୀଙ୍କଠାରେ ଆରମ୍ଭ !

ନୂଆଦିଲ୍ଲୀ,୮।୪: କରୋନା ବିରୋଧରେ ଲଢ଼େଇ କରିବା ଲାଗି ଭାରତ ଅଣ୍ଟା ଭିଡ଼ିଛି। କରୋନା ଭୂତାଣୁର ସଂକ୍ରମଣ ରୋକିବା ପାଇଁ ପ୍ରତିଷେଧକ ଟୀକା ପ୍ରସ୍ତୁତି ଉପରେ ଭାରତରେ ଉଦ୍ୟମ ଜାରି ରହିଛି। ଜାୟଡସ୍‌ କୈଡିଲା ଔଷଧ କମ୍ପାନୀ ପକ୍ଷରୁ କରୋନା ପ୍ରତିଷେଧକ ଟୀକାର ପ୍ରୟୋଗ ପ୍ରାଣୀଙ୍କଠାରେ ଆରମ୍ଭ ହୋଇଛି। ଆସନ୍ତା ୪-୬ ମାସ ମଧ୍ୟରେ ଖୁସି ଖବର ମିଳିବାର ଆଶା ରହିଥିବା କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଶର୍ବିଲ୍‌ ପଟେଲ ସୂଚନା ଦେଇଛନ୍ତି। ମାର୍ଚ୍ଚ ମାସଠାରୁ କରୋନା ପ୍ରତିଷେଧକ ଟୀକା ନେଇ କାର୍ଯ୍ୟ ଜାରି ରହିଥିବା ସେ କହିଛନ୍ତି। ପ୍ରାଣୀମାନଙ୍କ ଉପରେ କରାଯାଉଥିବା ପରୀକ୍ଷାରେ ସଫଳତା ମିଳିଲେ ଏହାକୁ ମଣିଷଙ୍କ ଉପରେ ପ୍ରୟୋଗ କରାଯିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ୨୦୧୦ରେ ଜାୟଡସ୍‌ କୈଡିଲା ଔଷଧ କମ୍ପାନୀ ପକ୍ଷରୁ ସ୍ବାଇନ୍‌ ଫ୍ଲୁର ପ୍ରତିଷେଧକ ଟୀକା ପ୍ରଥମେ ପ୍ରସ୍ତୁତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଯୋଧ୍ୟା ମାମଲା: ବ୍ରିଟିଶ୍‌ ଅମଳରେ ହେଉଥିଲା ଜୁମା ନମାଜ ପାଠ; ହିନ୍ଦୁ ବି କରୁଥିଲେ ପୂଜା

ନୂଆଦିଲ୍ଲୀ, ୨୨।୮: ଅଯୋଧ୍ୟା ମାମଲାରେ ଗୁରୁବାର ୧୦ମ ଦିନ ପାଇଁ ହୋଇଥିବା ଶୁଣାଣି ହୋଇଛି। ଏଥିରେ ଗୋପାଲ ସିଂ ବିଶାରଦଙ୍କ ପକ୍ଷରୁ ନିଯୁକ୍ତ ଆଇନଜୀବୀ ରଞ୍ଜିତ୍‌...

ଭଉଣୀ ପଠାଇଥିବା ରାକ୍ଷୀକୁ କ’ଣ କଲେ କରୋନା ଆକ୍ରାନ୍ତ ଭାଇ: ଜାଣନ୍ତୁ…

ନୂଆ ଦିଲ୍ଲୀ, ୩୦।୭: କରୋନା (କୋଭିଡ୍‌-୧୯)କୁ ନେଇ ସମସ୍ତେ ଆତଙ୍କିତ ଅବସ୍ଥାରେ। କରୋନା ଭୟ ଯୋଗୁ ଏବେ ଆଉ କୌଣସି ପର୍ବପର୍ବାଣୀର ମଜା ରହୁନାହିଁ। ତେବେ...

ରାମମନ୍ଦିର ପାଇଁ ଆଧାରଶିଳା

ଅଯୋଧ୍ୟା,୬ା୮: ଅଯୋଧ୍ୟା ଅଧ୍ୟାୟରେ ଭାରତ ଏକ ସ୍ବର୍ଣ୍ଣିମ ଫର୍ଦ୍ଦ ଯୋଡ଼ିଛି। ଲୋକଙ୍କ ଶତାବ୍ଦୀ ପୁରୁଣା ପ୍ରତୀକ୍ଷାର ଅନ୍ତ ଘଟିଛି। ବର୍ଷ ବର୍ଷ ଧରି ଅସ୍ଥାୟୀ ତମ୍ବୁ...

୧୯ ବର୍ଷୀୟ ଯୁବକଙ୍କ ନାଁରେ ୧୭୫ଟି ମାମଲା

ପୁଣେ,୮।୧୧: ପୁଣେ ପୋଲିସ ପାଇଁ ଜଣେ ୧୯ ବର୍ଷୀୟ ଯୁବକ ମୁଣ୍ଡବିନ୍ଧାର କାରଣ ସାଜଛି। ୮ ବର୍ଷ ଭିତରେ ଉକ୍ତ ଯୁବକଙ୍କ ନାଁରେ ୧୭୫ଟି ମାମଲା...

ଦେଶରେ ପ୍ରଥମଥର ଲଞ୍ଚ୍‌ ହେବ ଆଣ୍ଟିଭାଇରସ୍‌ ପୋଷାକ

ଦେଶରେ କରୋନା ଭୂତାଣୁ କାୟା ବିସ୍ତାର କରିଛି। ଏହାକୁ ଦୃଷ୍ଟିରେ ରଖି ଦେଶରେ ପ୍ରଥମ ଥର ପାଇଁ ଆଣ୍ଟିଭାଇରସ ଟେକ୍ସଟାଇଲ ଟେକ୍ନୋଲୋଜିରେ ତିଆରି ପୋଷାକ ଲଞ୍ଚ...

ଦିଲ୍ଲୀରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ନୂଆଦିଲ୍ଲୀ,୨୪ା୨(ପି.ଟି.): ଉତ୍ତରପୂର୍ବ ଦିଲ୍ଲୀର ଜାଫ୍‌ରାବାଦ ନିକଟରେ ରବିବାର ନାଗରିକତ୍ୱ ସିଏଏ ବିରୋଧୀ ଆନ୍ଦୋଳନ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ମୌଜପୁରରେ ପରସ୍ପରକୁ ଢେଲାମାଡ଼...

ଜିଲାପାଳଙ୍କୁ ପାଲିଙ୍କିରେ ପାଛୋଟି ନେଲେ ଗ୍ରାମବାସୀ

ସିଆହା,୩୦।୮: ମିଜୋରାମର ତିପୋଶିରେ ଥିବା ଏକ ଅପହଞ୍ଚ ଅଞ୍ଚଳକୁ ଯେତେବେଳେ ଜିଲାପାଳ ପହଞ୍ଚିଥିଲେ ସେତେବେଳେ ସେଠାକାର ଲୋକଙ୍କ ଖୁସି କହିଲେ ନ ସରେ। ଏମାନେ ଜିଲାପାଳଙ୍କୁ...

ସାମ୍ନାକୁ ଆସିଲା ରାମମନ୍ଦିର ଟ୍ରଷ୍ଟର ପ୍ରଥମ ସଦସ୍ୟଙ୍କ ନାମ

ନୂଆଦିଲ୍ଲୀ,୫।୨: କେନ୍ଦ୍ର ସରକାରଙ୍କ ପକ୍ଷରୁ ଉତ୍ତରପ୍ରଦେଶ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଗଠିତ ହୋଇଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟରେ ୧୫ଜଣ ଟ୍ରଷ୍ଟି ରହିବେ। ବୁଧବାର...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *