୪ ମାସ ଧରି ସରୁନି ଡ୍ରେନ୍‌ କାମ: ମୁକୁଳା ଡ୍ରେନ୍‌ରେ ପଡ଼ି ବୃଦ୍ଧ ଗୁରୁତର

ଭଦ୍ରକ ଅଫିସ, ୨୧।୧୦- ଭଦ୍ରକ ପୌରାଞ୍ଚଳ ଅପର୍ତ୍ତିବିନ୍ଧା ଟ୍ରାଫିକ ଛକ ନିକଟସ୍ଥ ନିର୍ମାଣାଧୀନ ଖୋଲା ଡ୍ରେନ୍‌ରେ ପଡ଼ି ସୋମବାର ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ସେ ଜିଲା ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ସୂଚନା ଅନୁଯାୟୀ, ତିହିଡ଼ି ବ୍ଲକ କୁବେରା ପଞ୍ଚାୟତ ଅଧୀନ ଦେଉଳା ଗ୍ରାମର କୁଶ ଜେନା(୭୦) ଷ୍ଟେଟ୍‌ବ୍ୟାଙ୍କ ମୁଖ୍ୟ ବ୍ରାଞ୍ଚକୁ ପେନ୍‌ସନ ନେବାକୁ ଆସିଥିଲେ। ଉକ୍ତ ରାସ୍ତାରେ ଡ୍ରେନ୍‌ କାମ ଚାଲିଥିବା ଓ ଡ୍ରେନ୍‌ ମୁକୁଳା ଥିବାରୁ ତାହା ମଧ୍ୟରେ ସେ ପଡ଼ିଯାଇଥିଲେ। ସ୍ଥାନୀୟ ବ୍ୟବସାୟୀମାନେ ତାଙ୍କୁ ଡ୍ରେନ ଭିତରୁ ଉଠାଇ ବାହାରକୁ ଆଣି ଲୁଗାପଟା ସଫା କରି ଖାଦ୍ୟପେୟ ବ୍ୟବସ୍ଥା କରାଇଥିଲେ। ବୃଦ୍ଧ କୁଶ ହାତ ଓ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ସେ ନିଜ ପରିଚୟ ପ୍ରଥମେ ଦେଇପାରି ନ ଥିଲେ। ବ୍ୟାଗ୍‌ରେ ଥିବା ତାଙ୍କ ବ୍ୟାଙ୍କ ପାସ୍‌ବୁକ, ଆଧାରକାର୍ଡ, ଭୋଟର ପରିଚୟପତ୍ର ଓ କିଛି ଟଙ୍କା ଡ୍ରେନରେ ପଡ଼ି ଓଦା ହୋଇଯାଇଥିବାରୁ ତାକୁ ଶୁଖାଇବା ପରେ ବୃଦ୍ଧଙ୍କ ପରିଚୟ ସେମାନେ ଜାଣିପାରିଥିଲେ। ଏହାପରେ ଜିଲା ଜରୁରିକାଳୀନ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଗାଡ଼ି ଯୋଗେ ତାଙ୍କୁ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ସୂଚନାଥାଉ କି, ୪ ମାସ ଧରି ଡ୍ରେନ କାମ ସରୁ ନ ଥିବା କାରଣରୁ ଏହିଭଳି ଘଟଣା ଘଟୁଥିବା କୁହାଯାଇଛି। ସପ୍ତାହକ ତଳେ ଉକ୍ତ ଡ୍ରେନରେ ଏକ ଗାଈ ପଡ଼ି ଛଟପଟ ହେବା ଭଳି ଘଟଣା ମଧ୍ୟ ଲୋକେ ଦେଖିଛନ୍ତି। ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗକୁ ୪ ମାସ ଧରି ଲୋକେ ଯାତାୟାତ କରିପାରୁନାହାନ୍ତି। ଲାଇବ୍ରେରୀକୁ ମଧ୍ୟ ପାଠକମାନଙ୍କ ଯାତାୟାତରେ ଏହା ବାଧକ ସାଜିଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗୀୟ ଅଧିକାରୀ ମଙ୍ଗଳବାର ମୁକୁଳା ଥିବା ଡ୍ରେନକୁ କଭର କରିଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ ଅଫ ବରୋଦା ଏଟିଏମ୍‌ ଭଙ୍ଗାରୁଜା

ଜଗତ୍‌ସିଂହପୁର ଅଫିସ, ୩ା୭- ସ୍ଥାନୀୟ ବ୍ୟାଙ୍କ ଅଫ ବରୋଦା (ବିଓବି) ଏଟିଏମ୍‌ରୁ ଚୋରି ପାଇଁ ଉଦ୍ୟମ ହୋଇଥିବା ମଙ୍ଗଳବାର ଜଗତ୍‌ସିଂହପୁର ଥାନାରେ ଅଭିଯୋଗ ହୋଇଛି। ବିଓବି...

କେରଳ, ମଧ୍ୟପ୍ରଦେଶରେ ଫସିଛନ୍ତି ୧୫୦ ଶ୍ରମିକ

ରଣପୁର, ୧୮ା୫ (ସ୍ବ.ପ୍ର.): ଲକ୍‌ଡାଉନ ଯୋଗୁ ରଣପୁର ବ୍ଲକ ଅଞ୍ଚଳର ୧୫୦ରୁ ଊର୍ଦ୍ଧ୍ୱ ଶ୍ରମିକ କେରଳ ଓ ମଧ୍ୟପ୍ରଦେଶରେ ଫସିରହିଛନ୍ତି। କେରଳ ରାଜ୍ୟର ତ୍ରିବେନ୍ଦ୍ର ହାଉସିଂ...

ବି.ଡକେବାଡ଼ିରେ ଜ୍ୱର,ଝାଡ଼ାବାନ୍ତି: ୨୦ରୁ ଉର୍ଦ୍ଧ୍ୱ ପରିବାର ଆକ୍ରାନ୍ତ, କୋଭିଡ-୧୯ ପରୀକ୍ଷା କରାଯିବ

ଦାରିଙ୍ଗବାଡ଼ି,୨୯।୪(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ପଞ୍ଚାୟତ ବି.ଡକେବାଡ଼ି ଗ୍ରାମରେ ଗତ ୧୦ ଦିନ ହେଲା ୨୦ରୁ ଉର୍ଦ୍ଧ୍ୱ ପରିବାରର ଲୋକଙ୍କୁ ଜ୍ୱର ଲାଗିରହିଛି। ଏବେ ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ...

ସ୍ବାଭିମାନ ଅଞ୍ଚଳ ଅଶାନ୍ତ: ୪ ଗ୍ରାମରେ ପୋଲିସ ଛାଉଣୀ

ମାଲକାନଗିରି,୨୭।୧(ସ୍ବ.ପ୍ର.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳର ଜନ୍ତୁରାଇରେ ମାଓବାଦୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଗତ ୨୫ ତାରିଖରେ ହୋଇଥିବା ଖଣ୍ଡ ଯୁଦ୍ଧରେ ଅଶାନ୍ତ ହୋଇପଡିଛି ଅଞ୍ଚଳ।...

ଲକ୍‌ଡାଉନ୍‌ ପରେ କଳାବଜାର ଉପରେ କଡ଼ା ନଜର

ଦାରିଙ୍ଗବାଡ଼ି,୨୫।୩(ଡି.ଏନ୍‌.ଏ.): ଗୋଟିଏ ପଟେ କରୋନା ସଂକ୍ରମଣ ପ୍ରତିହତ ପାଇଁ ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ବଳବତ୍ତର ରହିଥିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌...

ଅନୁଗୋଳ କଳାକେନ୍ଦ୍ର ଜିମ୍‌ ତାଲା ପକାଇବା ମାମଲା: ଜିଲାପାଳ, ପୌର ନିର୍ବାହୀ ଅଧିକାରୀଙ୍କୁ ନୋଟିସ

କଟକ ଅଫିସ,୨୯ା୧୧: ଅନୁଗୋଳ ଜିଲା କଳାକେନ୍ଦ୍ରଠାରେ ଥିବା ଜିମ୍‌କୁ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ତାଲାପକାଇବା ଘଟଣାରେ ହାଇକୋର୍ଟ ରିପୋର୍ଟ ତଲବ କରିଛନ୍ତି। ଜେନେରାଲ ୟୁଥ ମାସ୍‌...

କଟକ ସହରରୁ ୧୬୮ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୩।୧୦-କଟକ ସହରରୁ ଶନିବାର ମୋଟ ୧୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୯୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬୯...

କୋଭିଡ୍‌ ଚିନ୍ତା ବଢ଼ାଉଛନ୍ତି ଅମାନିଆ

ଖୋର୍ଦ୍ଧା ଅଫିସ,୨୭।୪: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ସଂକ୍ରମଣ ରୋକିବା ଲାଗି ସରକାର ନାଇଟ କର୍ଫ୍ୟୁ, ସପ୍ତାହାନ୍ତ ଶନି ଓ...

Advertisement


Archives

Model This Week