Posted inଜାତୀୟ

୪ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା ବାୟୁସେନା

ଜମ୍ମୁ,୨୦ା୮(ପି.ଟି.): ଜମ୍ମୁରେ ପ୍ରବାହିତ ତାଓ୍ବି ନଦୀରେ ବନ୍ୟା ଆସିଥିବାବେଳେ ସେଠାରେ ଫସିରହିଥିବା ୪ ମତ୍ସ୍ୟଜୀବୀଙ୍କୁ ସୋମବାର ବାୟୁସେନା ଉଦ୍ଧାର କରିଛି। ଖରାପ ପାଗ ଓ ବନ୍ୟାଜଳର ପ୍ରଖର ସ୍ରୋତକୁ ଖାତିର ନ କରି ବାୟୁସେନା ଦୁଃସାହସର ସହିତ ହେଲିକପ୍ଟର ଯୋଗେ ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା। ସେମାନେ ଏକ ନିର୍ମାଣାଧୀନ ବ୍ରିଜ୍‌ର ନିମ୍ନ ଭାଗରେ ରହିଯାଇଥିଲେ। ପ୍ରବଳ ବର୍ଷା ଯୋଗୁ ଉକ୍ତ ନଦୀର ଜଳପତ୍ତନ ହଠାତ୍‌ ବଢ଼ିଯାଇଥିଲା। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏବଂ ପୋଲିସ ସେମାନଙ୍କ ପାଖରେ ପହଞ୍ଚତ୍ବାରେ ବିଫଳ ହେବା ପରେ ବାୟୁସେନାକୁ ଡକାଯାଇଥିଲା।
ବାୟୁସେନା ଯବାନମାନେ ହେଲିକପ୍ଟରରୁ ଦଉଡି ସହାୟତାରେ ୨ ଥରରେ ୪ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲେ। ହେଲିକପ୍ଟର ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ଯବାନମାନେ ବ୍ରିଜ୍‌ର ପିଲାର ନିକଟରେ ଥିବା ସ୍ଲାବ୍‌ ଉପରେ ଓହ୍ଲାଇଥିଲେ। ସେମାନେ ୨ ଜଣ ଲେଖାଏ ମତ୍ସ୍ୟଜୀବୀଙ୍କୁ ହେଲିକପ୍ଟରରୁ ଝୁଲୁଥିବା ଦଉଡିରେ ବାନ୍ଧିଥିଲେ। ପରେ ହେଲିକପ୍ଟର ସେମାନଙ୍କୁ ନେଇ ନିରାପଦ ସ୍ଥାନରେ ଓହ୍ଲାଇଥିଲା। ଅନ୍ୟ ଏକ ଘଟଣାରେ ହର୍‌କୀ ପୌଡ଼ି ନିକଟରେ ବନ୍ୟାପାଣି ଘେରରେ ରହିଯାଇଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଟିମ୍‌ ଉଦ୍ଧାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁପି ସରକାରଙ୍କୁ ହାଇକୋର୍ଟ ନୋଟିସ

ଲକ୍ଷ୍ନୌ,୩।୧୦: ହାଥ୍‌ରସ ଗଣବଳାତ୍କାର ଓ ହତ୍ୟା ଘଟଣାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ଖଣ୍ଡପୀଠ ପକ୍ଷରୁ ଉତ୍ତରପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରାଯାଇଛି। ଘଟଣା ସମ୍ପର୍କରେ ରିପୋର୍ଟ...

କେରଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ,୧।୬: ପାଣିପାଗ ବିଭାଗର ପୂର୍ବନୁମାନ ଅନୁଯାୟୀ, ଠିକ୍‌ ଜୁନ୍‌ ପହିଲାରେ କେରଳ ଛୁଇଁଛି ମୌସୁମୀ। ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ...

ସୋନିଆ ଗାନ୍ଧୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨।୬: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଜଓ୍ବୋଲା ଏନେଇ ସୂଚନା ଦେଇଛନ୍ତି। ଗତ କିଛିଦିନ ମଧ୍ୟରେ...

ଭାରତରେ ବିଦେଶୀ ଟିକାର ପରୀକ୍ଷା କରାଯିବ ନାହିଁ

ନୂଆଦିଲ୍ଲୀ,୨।୬: ବିଶ୍ୱସ୍ତରରେ ଉପଲବ୍ଧ ହେଉଥିବା କୋଭିଡ୍‌-୧୯ ଟିକା ଭାରତରେ ବିନା କ୍ଲିନିକାଲ ପରୀକ୍ଷା ଏବଂ ଅନୁମୋଦନରେ ବ୍ୟବହାର ହୋଇପାରିବ। ଭାରତର ଔଷଧ ମହାନିୟନ୍ତ୍ରକ (ଡିଜିଜିଆଇ) ପକ୍ଷରୁ...

ପ୍ରବାସୀ ଶ୍ରମିକଙ୍କ ପାଇଁ ଯୋଗୀ ସରକାରଙ୍କ ବଡ଼ ଘୋଷଣା

ଲକ୍ଷ୍ନୌ,୨୭।୪: ଲକ୍‌ଡାଉନ ସମୟରେ ଉତ୍ତରପ୍ରଦେଶରେ ଫସିଥିବା ଅନ୍ୟ ରାଜ୍ୟର ଶ୍ରମିକଙ୍କ ପାଇଁ ଯୋଗୀ ସରକାର ସୋମବାର ବଡ଼ ଘୋଷଣା କରିଛନ୍ତି। ପ୍ରବାସୀ ଶ୍ରମିକଙ୍କୁ ଏକ ହଜାର...

କଂଗ୍ରେସ ନେତା ନେବେନି ଅବସର…

ନୂଆଦିଲ୍ଲୀ, ୧୭।୫ : କଂଗ୍ରେସ ବର୍ତ୍ତମାନ ଏହାର ନେତାଙ୍କ ପାଇଁ ଅବସର ବୟସ ସୀମା ସ୍ଥିର କରିବ ନାହିଁ। ୫୦ ବର୍ଷରୁ କମ ବୟସର ନେତାମାନଙ୍କୁ...

ବିଶ୍ୱବିଦ୍ୟାଳୟ ନାମଲେଖାରେ ହେବ ଆପ୍ଟିଚ୍ୟୁଡ୍‌ ଟେଷ୍ଟ୍‌ !

ନୂଆଦିଲ୍ଲୀ,୨୬।୧୨: ଏଣିକି ବିଶ୍ୱବିଦ୍ୟାଳୟ ନାମଲେଖା ସମୟରେ ଶିକ୍ଷାର୍ଥୀଙ୍କ ଆପ୍ଟିଚ୍ୟୁଡ୍‌ ଟେଷ୍ଟ୍‌ କରାଯିବ। ଫଳରେ କଟ୍‌ଅଫ୍‌ ମାର୍କ ନେଇ ଶିକ୍ଷାର୍ଥୀଙ୍କ ଉପରେ ବୃଦ୍ଧି ପାଉଥିବା ଚାପରୁ ମୁକ୍ତି...

ମହାରାଷ୍ଟ୍ର ଏମ୍‌ଏଲ୍‌ସି ନିର୍ବାଚନ: ଭାଜପାକୁ ୫, ଶାସକ ମେଣ୍ଟକୁ ମିଳିଲା ୪ ଆସନ

ମୁମ୍ବାଇ,୨୧।୬: ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ ଶାସକ ମେଣ୍ଟର ୪ ପ୍ରାର୍ଥୀ ଏବଂ ଭାଜପାର ୫ ଜଣ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ସଦସ୍ୟ କ୍ରସ୍‌ ଭୋଟିଂ...

Advertisement
Archives

Model This Week